ଆମେରିକୀୟ ଯୁଦ୍ଧ ବିମାନ ଏଫ୍-୧୫-ଇ ଏବଂ ଏ-୧୦ କୁ ଇରାନରେ ଖସାଇ ଦିଆଯିବା ଘଟଣା ଉପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡଟ୍ରମ୍ପ ତାଙ୍କର ପ୍ରଥମ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ଯୁଦ୍ଧ ବିମାନ ଖସିବା ଯୋଗୁଁ ଇରାନ ସହିତ ଚାଲିଥିବା ଆଲୋଚନା ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ। ଏହା ଏକ ଯୁଦ୍ଧ। ଆମେ ଏକ ଯୁଦ୍ଧରେ ଅଛୁ।ଇରାନର ଅର୍ଦ୍ଧ-ସରକାରୀ ତସନିମ୍ ନ୍ୟୁଜ୍ ଏଜେନ୍ସି ରିପୋର୍ଟ କରିଛି, ଇରାନର ବାୟୁ ପ୍ରତିରକ୍ଷା ହର୍ମୁଜ୍ ପ୍ରଣାଳୀ ନିକଟରେ ଏକ ଆମେରିକୀୟ […]
ସ୍କୁଲ ପ୍ରବେଶ ଅବସରରେ କୁନି କୁନି ପିଲାଙ୍କୁ ଶନିବାର ଖଡି ଛୁଆଁଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ରାଜଭବନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏଥିପାଇଁ ଅନୁଷ୍ଠିତ ହେଉଥିବା କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଖଡି ଛୁଆଁଇଛନ୍ତି। ଏହି ଅବସରରେ କୁନି କୁନି ପିଲାଙ୍କ ସହ ଭାବ ବିନିମୟ ପରେ ଖଡ଼ି ଛୁଆଁଇଥିଲେ ସିଏମ୍ । କୋମଳମତି ଶିଶୁଙ୍କ ଶିକ୍ଷା କ୍ଷେତ୍ରରେ ନୂଆ ପରିକଳ୍ପନା ଆଣିବା ପାଇଁ ଏଭଲି ଏକ ନିଷ୍ପତ୍ତି ନିଆଯାଇଥିଲା । ପୂର୍ବ ବର୍ଷ ମଧ୍ୟ ଏଭଳି ଏକ […]
ପାଣି ଭର୍ତ୍ତି କୂଅରେ ଖସିପଡ଼ିଲା କାର। ନିଶ୍ଚିହ୍ନ ହୋଇଗଲା ପୂରା ପରିବାର। ମହାରାଷ୍ଟ୍ରର ନାସିକର ଡିଣ୍ଡୋରିରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୯ ଜଣଙ୍କର ମୃତ୍ୟୁ ହୋଇଛି।ସୂଚନା ଅନୁଯାୟୀ, ସମସ୍ତ ମୃତକ ଦାରାଗୋଡ଼େ ପରିବାରର ସଦସ୍ୟ। ଡ୍ରାଇଭର ଗାଡ଼ିଉପରୁ ନିୟନ୍ତ୍ରଣ ହରାଇବାରୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି।ମୃତକଙ୍କ ମଧ୍ୟରେ ଗୋଟିଏ ଛୋଟ ପିଲା ଏବଂ ଦୁଇ ଜଣ ମହିଳା ଅଛନ୍ତି।ବହୁ ଚେଷ୍ଟା ପରେ କ୍ରେନ ସାହାଯ୍ୟରେ କାରଟିକୁ ବାହାର କରାଯାଇଥିଲା। ଉଦ୍ଧାର କରିବା ପାଇଁ NDRF, […]
ଶନିବାର ବସିବ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସଂଧ୍ୟା ୬ଟାରେ ବସିବ ରାଜ୍ୟ କ୍ୟାବିନେଟର ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ । ଶନିବାର ବସିବାକୁ ଥିବା କ୍ୟାବିନେଟ୍ ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ବାଜିପାରେ ।ଉଲ୍ଲେଖଯୋଗ୍ୟ, ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୩୬ ସୁଦ୍ଧା ଓଡ଼ିଶାକୁ ଏକ ବିକଶିତ ରାଜ୍ୟରେ ପରିଣତ କରିବାପାଇଁ ଲକ୍ଷ୍ୟ ରହିଛି। ଏହାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଶିକ୍ଷା, ସ୍ବାସ୍ଥ୍ୟ, ଭିତ୍ତିଭୂମିଠାରୁ ଆରମ୍ଭ କରି ବିଭିନ୍ନ କ୍ଷେତ୍ରରେ ସ୍ବତନ୍ତ୍ର […]
ରାୟଗଡା, (): ଉତ୍ତର ପ୍ରଦେଶର କାନପୁର ଅଞ୍ଚଳର ରାଜୁ କୁମାର (ବୟସ–୩୮) ରାୟଗଡା ଜଗନ୍ନାଥ ମନ୍ଦିର ସାହିରେ ବସବାସ କରୁଥିଲେ। ସେ ରାୟଗଡା ସହରରେ ଆଇସକ୍ରିମ୍ ବ୍ୟବସାୟ କରି ଜୀବିକା ନିର୍ବାହ କରୁଥିଲେ। ଦୀର୍ଘଦିନ ଧରି ଅସୁସ୍ଥ ଥିବାରୁ ତାଙ୍କର ଦେହାନ୍ତ ଘଟିଥିଲା।ଦେହାନ୍ତ ପରେ ଶବ ଦହନ କାର୍ଯ୍ୟ ସମ୍ପନ୍ନ କରିବା ପାଇଁ ପରିବାରର କୌଣସି ସଦସ୍ୟ ଉପସ୍ଥିତ ନଥିବାରୁ ପରିସ୍ଥିତି ଅତ୍ୟନ୍ତ ଦୁଃଖଦ ହୋଇପଡ଼ିଥିଲା। ମୃତକଙ୍କ ସହିତ କେବଳ ତାଙ୍କ ସ୍ତ୍ରୀ ପିଙ୍କି (ବୟସ–୩୫) ମାତ୍ର […]
ଏପ୍ରିଲ ପହିଲାରୁ ରାଜ୍ୟରେଡିଜିଟାଲ୍ ଜନଗଣନା ଆରମ୍ଭ ହୋଇଛି। ଏହା ଏକ ପରୀକ୍ଷାମୂଳକ ଡିଜିଟାଲ୍ ପଦକ୍ଷେପ, ଯେଉଁଥିରେ ନାଗରିକମାନେ ନିଜେ ଅନଲାଇନରେ ତଥ୍ୟ ପ୍ରଦାନ କରିପାରିବେ ।ଏହି ପରିପ୍ରେକ୍ଷୀରେ ଶୁକ୍ରବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କ ସରକାରୀ ବାସଭବନରେନିଜରସ୍ଵ-ଗଣନା କରିଛନ୍ତି ।ଓଡ଼ିଶାର ୩୦ଟି ଜିଲ୍ଲାରେ ଜନଗଣନାର ପ୍ରଥମ ପର୍ଯ୍ୟାୟରେ ଗୃହଗଣନା ଏବଂ ଗୃହତାଲିକା ପ୍ରସ୍ତୁତି ଆସନ୍ତା ଏପ୍ରିଲ ୧୬ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ଏହି କାର୍ଯ୍ୟକ୍ରମରେ, ଏପ୍ରିଲ ୧୬ ତାରିଖରୁ ମେ’ ୧୫ ତାରିଖ […]
ଭୁବନେଶ୍ବରରେ ଦେଖାଦେଇଛି ଚାଞ୍ଚଲ୍ୟ । ଛାତରୁ ଖସିପଡି ଯୁବକଙ୍କର ହୋଇଛି ମୃତ୍ୟୁ । ନିର୍ମାଣଧୀନ କୋଠାର ଛାତରୁ ପଡି ଯୁବକଙ୍କ ମୃତ୍ୟୁ ଅଭିଯୋଗ ହୋଇଛି । ସହିଦନଗର ଅଞ୍ଚଳରେ ଘରେ ଚୋର ପଶିଥିଲା । ଚୋରକୁ ଧରିବା ପାଇଁ ପରିବାର ଲୋକେ ପ୍ରୟାସ କରିଥିଲେ । ହେଲେ ଚୋର ମୋବାଇଲ ଧରି ଫେରାର ମାରୁଥିଲେ । ଦାଦା ପୁତୁରା ଚୋରକୁ ଧରିବା ପାଇଁ ଛାତ ଉପରକୁ ଦୌଡ଼ିଥିଲେ । ଚୋର ମୋବାଇଲ ଧରି ସ୍କାଏଲାଇଟ ଭାଙ୍ଗି ଛୁ […]
ବାଙ୍ଗିରିପୋଷିରେ ଘଟିଛି ଅଭାବନୀୟ ଘଟଣା । ଯାହାକୁ ଶୁଣିଲେ ହୋଇଯିବେ ଆଶ୍ଚର୍ଯ୍ୟ ।ମୃତକ ଜଣଙ୍କ ହେଲେ ଉକ୍ତ ଗ୍ରାମର ପ୍ରଫୁଲ୍ଲ କୁମାର ବିଜୁଳି ଙ୍କ ପୁଅ ଅବିନାଶ ବିଜୁଳି । ଆଜି ମଧ୍ୟାହ୍ନ ୨ଟାରେ ଅବିନାଶ ବିଜୁଳି ଗାଁ ପୋଖରୀରୁ ମାଛ ଧରିବା ସମୟରେ ତାଙ୍କ ପାଟିରେ ମାଛ ପଶିଯାଇଥିଲା । ତଣ୍ଟିରୁ ମାଛ କାଢ଼ିବା ପାଇଁ ଯୁବକଙ୍କୁ ସ୍ଥାନୀୟ ବାଙ୍ଗିରିପୋଷି ଡାକ୍ତରଖାନାକୁ ନିଆଯାଇଥିବା ବେଳେ କିଛି ସମୟ ମଧ୍ୟରେ ଯୁବକଙ୍କ ମୃତ୍ୟୁ ହୋଇଥିଲା । ଯାହାକୁ […]
PNG ସଂଯୋଗ ନେଇ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ବଡ଼ ସୂଚନା । କହିଲେ ଓଡ଼ିଶାରେ ସବୁ ସହରକୁ ପାଇପ ଗ୍ୟାସ ଲାଇନ୍ ସଂଯୋଗ ନେଇ ସବୁ ପ୍ରକାର ବ୍ୟବସ୍ଥା କରାଯାଉଛି । ସବୁ ମହାନଗର ନିଗମ ସହିତ ଅନୁଗୁଳ, ଢେଙ୍କାନାଳ ଭଳି ବଡ ବଡ ସହରରେ ପ୍ରାୟ କାମ ସରିଲାଣି। ଯେଉଁ ସହର ରହିଯାଇଛି ସେଠାରେ କାମ ଆରମ୍ଭ ହେବ। ଏନେଇ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ନଗର ଉନ୍ନୟନ୍ନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର।ସେ କହିଛନ୍ତି ଯେ ବିଭିନ୍ନ […]
Gmail ର ୟୁଜର୍ସମାନେ ପୁରୁଣା Gmail ଆଡ୍ରେସ୍ ପରିବର୍ତ୍ତନ କରିପାରିବେ । ଏହାର ଅର୍ଥ ହେଉଛି ଯଦି ଆପଣ ୨୦୦୪ ରେ ଲଞ୍ଚ ହେବା ପରଠାରୁ ଆପଣଙ୍କର ପୁରୁଣା Gmail ଆଡ୍ରେସ୍ ବ୍ୟବହାର କରୁଛନ୍ତି, ତେବେ ଆପଣ ଏବେ ଏହାକୁ ପରିବର୍ତ୍ତନ କରିପାରିବେ ଏବଂ ନିଜର ଇମେଲ୍ ଆଡ୍ରେସ୍ କ୍ରିଏଟ୍ କରିପାରିବେ । ଅର୍ଥାତ୍ ଆପଣ @gmail.com ପୂର୍ବରୁ ଏକ ୟୁଜରନେମ୍ ମଧ୍ୟ ବାଛିପାରିବେ । ଏହା ସେହି ୟୁଜରମାନଙ୍କ ପାଇଁ ବେଷ୍ଟ ହୋଇପାରିବ ଯେଉଁମାନେ ସେମାନଙ୍କର […]
ଦେଶର ସ୍କୁଲ ଶିକ୍ଷା ବ୍ୟବସ୍ଥାରେ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନକୁ ଦୃଷ୍ଟିରେ ରଖି, କେନ୍ଦ୍ର ସରକାର ନିକଟ ଭବିଷ୍ୟତରେ ଜାତୀୟ ଶିକ୍ଷା ଗବେଷଣା ଏବଂ ତାଲିମ ପରିଷଦ (NCERT)କୁ ଆନୁଷ୍ଠାନିକ ଭାବରେ ‘ଡିମ୍ଡ-ଟୁ-ବି ବିଶ୍ୱବିଦ୍ୟାଳୟ’ର ମାନ୍ୟତା ପ୍ରଦାନ କରିବାକୁ ପ୍ରସ୍ତୁତ।ଏହା NCERTକୁ ଏକ ବିଶ୍ୱବିଦ୍ୟାଳୟ ପରି କାର୍ଯ୍ୟ କରିବାର ସ୍ୱାଧୀନତା ଦେବ, କିନ୍ତୁ ଅନେକ ଆବଶ୍ୟକୀୟ ସର୍ତ୍ତାବଳୀ ଲାଗୁ କରାଯାଇଛି।NCERT 2025 ରେ ସରକାରଙ୍କୁ ଏକ ରିପୋର୍ଟ ଦାଖଲ କରିଥିଲା ଯେଉଁଥିରେ କୁହାଯାଇଥିଲା ଯେ ଏହା ସମସ୍ତ ଆବଶ୍ୟକତା […]
ଓଡିଶା ସରକାର ସମସ୍ତ ସରକାରୀ କୋଠା ପ୍ରକଳ୍ପ ପାଇଁଅଗ୍ନି ନିରାପତ୍ତା ବ୍ୟବସ୍ଥା ନୂତନ ନିର୍ଦ୍ଦେଶାବଳୀ ଅନୁଯାୟୀ, ପର୍ଯ୍ୟାପ୍ତ ଅଗ୍ନି ନିବାରଣ ଏବଂ ନିୟନ୍ତ୍ରଣ ବ୍ୟବସ୍ଥା ବିନା କୌଣସି ନିର୍ମାଣ ପ୍ରକଳ୍ପକୁ ଅନୁମୋଦନ ମିଳିବ ନାହିଁ। ଓଡିଶା ପୂର୍ତ୍ତ ବିଭାଗ ଦ୍ୱାରା ଜାରି ନିର୍ଦ୍ଦେଶାବଳୀ ଅନୁଯାୟୀ, ଅନୁମୋଦନ ପୂର୍ବରୁ ପ୍ରାଧିକୃତ ସଂସ୍ଥା ଦ୍ୱାରା କୋଠା ଯୋଜନାଗୁଡ଼ିକୁ ସମ୍ପୂର୍ଣ୍ଣ ଯାଞ୍ଚ କରାଯିବା ଆବଶ୍ୟକ। ଅଧିକାରୀମାନେ ସ୍ପଷ୍ଟ କରିଛନ୍ତି ଯେ: ଯୋଜନା ପର୍ଯ୍ୟାୟରେ ଅଗ୍ନି ନିରାପତ୍ତା ବ୍ୟବସ୍ଥାଗୁଡ଼ିକୁ ସମନ୍ୱିତ କରାଯିବା ଆବଶ୍ୟକ, […]
