ନୂଆବର୍ଷ ପାଇଁ ଆରମ୍ଭ ହେଲା ଧରପଗଡ଼, ସ୍କାନରରେ ରାଜଧାନୀର ବାର ଓ ପବ୍

ଆଗକୁ ବଡ଼ଦିନ ସହ ଜିରୋନାଇଟ୍ ଓ ନୂଆବର୍ଷ ଥିବାରୁ ଆକ୍ସନ୍ ମୋଡ୍‌କୁ ଆସିଛି ଅବକାରୀ ବିଭାଗ । ସ୍କାନରରେ ରହିଛି ରାଜଧାନୀର ବାର ଓ ପବ୍ । ନିୟମିତ ଚେକିଂକୁ ଆହୁରି କଡ଼ାକଡ଼ି କରାଯିବ ବୋଲି କହିଛନ୍ତି ଅବକାରୀ ଅଧୀକ୍ଷକ ଦେବାଶିଷ ପଟେଲ । ସିସିଟିଭି ଯାଞ୍ଚ ସହ ରହିବ ଡ୍ୟାନ୍ସ ବାର ଉପରେ କଡା ନଜର । ବିଳମ୍ବିତ ରାତି ପର୍ଯ୍ୟନ୍ତ ଖୋଲିଲେ ହେବ କାର୍ଯ୍ୟନୁଷ୍ଠାନ । ହୋଟେଲ ଗୁଡିକରେ ମଧ୍ୟ ହେବ ସରପ୍ରାଇଜ ଭିଜିଟ […]

ଜିଲ୍ଲାପାଳଙ୍କ ଜନଶୁଣାଣି ସମୟରେ ବିଧବା ମହିଳାଙ୍କ ଆତ୍ମାହୁତି ଉଦ୍ୟମ

ଆଜି କଟକ ଜିଲ୍ଲା ବାଙ୍କୀ ବ୍ଲକରେ ଜିଲ୍ଲାପାଳଙ୍କ ଜନଶୁଣାଣି ଚାଲିଥିବା ସମୟରେ ଜଣେ ବିଧବା ମହିଳା ନିଜ ଦେହରେ ପେଟ୍ରୋଲ ଢାଳି ଆତ୍ମାହୁତି ଉଦ୍ୟମ କରିଥିଲେ। ମହିଳା ବୈଦେଶ୍ଵର ଗାଁର ସସ୍ମିତା ମାଝୀ ବୋଲି ପରିଚୟ ମିଳିଛି। ଏହି ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।ସେ ଦୀର୍ଘ ଦିନ ଧରି ନିଜ ସ୍ୱାମୀଙ୍କ ମୃତ୍ୟୁ ପରେ ପରିବାର ଭତ୍ତା ପ୍ରାପ୍ୟ ୨୦ ହଜାର ଟଙ୍କା ପାଇବା ଲାଗି ବାରମ୍ବାର ବ୍ଲକ ସାମାଜିକ ସୁରକ୍ଷା ଅଧିକାରିଣୀ ସସ୍ମିତା ସେଠୀଙ୍କ […]

ପୁଣି KIIT ବିଶ୍ବବିଦ୍ୟାଳୟ ହଷ୍ଟେଲରୁ ମିଳିଲା ଛାତ୍ରଙ୍କ ଝୁଲନ୍ତା ମୃତଦେହ

କିଟ୍ ପିଛା ଛାଡୁ ନାହିଁ ବିବାଦ । ଜଣଙ୍କ ପରେ ଜଣେ ଛାତ୍ରଙ୍କ ମୃତ୍ୟୁ କର୍ତ୍ତୁପକ୍ଷଙ୍କୁ ଅଙ୍ଗୁଳି ନିର୍ଦ୍ଦେଶ କରିଛି । ନେପାଳୀ ଛାତ୍ରୀଙ୍କ ମୃତ୍ୟୁ ଘଟଣାରେ ପୂର୍ଣ୍ଣଚ୍ଛେଦ ନପଡ଼ୁଣୁ ପୁଣି ଜଣେ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି । KIIT ବିଶ୍ବବିଦ୍ୟାଳୟ ହଷ୍ଟେଲରୁ ସୋମବାର ଜଣେ ଛାତ୍ରଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ପୋଲିସ ଉଦ୍ଧାର କରିଛି। ମୃତ ଛାତ୍ର ଜଣକ ଛତିଶଗଡ଼ର ରାହୁଲ ଯାଦବ ବୋଲି ଜଣାପଡିଥିବା ବେଳେ ସେ ପ୍ରଥମ ବର୍ଷ କମ୍ବ୍ୟୁଟର ସାଇନ୍ସ […]

ସବୁ ଜିଲ୍ଲାପାଳ କାର୍ଯ୍ୟାଳୟଗୁଡ଼ିକର ହେବ ନବ କଳେବର

ନବକଳେବର ହେବ କଲେକ୍ଟରେଟ କୋଠା । ସବୁ ଜିଲ୍ଲାପାଳ କାର୍ଯ୍ୟାଳୟଗୁଡିକରେ ହେବ ନବକଳେବର । ରାଜ୍ୟରେ ନିର୍ମାଣ ହେବ ନୂତନ ମଡେଲ ଜିଲ୍ଲପାଳ କାର୍ଯ୍ୟାଳୟ। ଜିଲ୍ଲାରେ ରାଜସ୍ୱ ପ୍ରଶାସନିକ ୟୁନିଟ, ଜନସଂଖ୍ୟା, କାର୍ଯ୍ୟଭାରକୁ ବିଚାରକୁ ନେଇ ଜିଲ୍ଲାଗୁଡ଼ିକୁ ୩ଟି ବର୍ଗରେ ବିଭକ୍ତ କରାଯାଇଛି। ବୃହତ, ମଧ୍ୟମ ଓ କ୍ଷୁଦ୍ର ଭାବାରେ ୩ଟି ବର୍ଗରେ ବିଭକ୍ତ କରାଯାଇଛି। ବଡ ବର୍ଗରେ ଥିବା ଜିଲ୍ଲାରେ ୧ ଲକ୍ଷ ୭୦ ହଜାର ବର୍ଗ ଫୁଟ ଜମିରେ ଜିଲ୍ଲାପାଳ କାର୍ଯ୍ୟାଳୟ ନିର୍ମାଣ ହେବ […]

କେନ୍ଦ୍ର ସରକାରଙ୍କ ନୂଆ ନିର୍ଦ୍ଦେଶାନାମା : ଆକ୍ଟିଭ ସିମ୍‌ ନଥିଲେ ଚାଲିବନି ମେସେଜିଂ ଆପ୍

ଏଣିକି ମୋବାଇଲରେ ଆକ୍ଟିଭ ସିମ୍‌ ନ ଥିଲେ ଚାଲିବ ନାହିଁ ମେସେଜିଂ ଆପ୍। ସାଇବର୍ ଠକେଇର ମୁକାବିଲା ଲାଗି କେନ୍ଦ୍ର ସରକାରଙ୍କ ନୂଆ ନିର୍ଦ୍ଦେଶାନାମା। ଦୂରସଂଚାର ବିଭାଗ (DoT) ଦ୍ୱାରା ଜାରି କରାଯାଇଥିବା ଦୂରସଂଚାର ସାଇବରସୁରକ୍ଷା ସଂଶୋଧନ ନିୟମ ୨୦୨୫ ଅନୁଯାୟୀ ପ୍ରତ୍ୟେକ ହ୍ୱାଟସଆପ୍ ଆକାଉଣ୍ଟ ସର୍ବଦା ଆକ୍ଟିଭ ଥିବା ସିମ୍ କାର୍ଡ ସହିତ ଲିଙ୍କ୍ ରହିବା ଆବଶ୍ୟକ। କେବଳ ହ୍ୱାଟ୍ସଆପ୍ ନୁହେଁ,ସମାନ ମେସେଜିଂ ଆପଗୁଡ଼ିକ ପାଇଁ ମଧ୍ୟ ଏହି ନିୟମ ଲାଗୁ ହେବ। ନିୟମ ପାଳନ […]

ଚର୍ଚ୍ଚାରେ ସେଜଲଙ୍କ ପାଳିତ ମାଆଙ୍କ ଆବେଗଭରା ଚିଠି

ସାମ୍ନାକୁ ଆସିଛି ସେଜଲଙ୍କ ପାଳିତ ମା’ଙ୍କ ଆବେଗଭରା ଚିଠି। ସେଜ୍ ମାଇ ଡିଅର…ତୁମେ ଚାଲିଯିବ ବୋଲି ଭାବି ମୋ ହୃଦୟ କଷ୍ଟ ଓ ଯନ୍ତ୍ରଣାରେ ଭରିଯାଉଛି। ମୁଁ ଦୁଃଖିତ ଯେ ତୁମେ, ତୁମ ମାଆ ଙ୍କ ନାମରେ କଳଙ୍କ ଲାଗାଇଦେଲ। ତୁମେ ଜାଣିଛ ମୁଁ ତୁମ ପାଇଁ କେତେ କରି ପ୍ରେମ କରେ ଏବଂ ତୁମର ଯତ୍ନ ନିଏ। ତୁମେ ତୁମର ଯତ୍ନ ନେବ। ତୁମର ମଙ୍ଗଳ ହେଉ। ତୁମର ସବୁଠାରୁ ଛୋଟ ଆନନ୍ଦ ଏବଂ ସବୁଠାରୁ […]

ଆଜି ସଂସଦରେ ଆସୁଛି ଦୁଇଟି ବଡ଼ ବିଲ୍ ,ଗୁଟଖା, ସିଗାରେଟ୍ ଓ ପାନ ମସଲାର ମୂଲ୍ୟ ବୃଦ୍ଧି ପାଇବ

ସେସ୍ ବାତିଲ ହେବା ପରେ ମଧ୍ୟ ତମାଖୁ, ପାନ ମସଲା ଓ ଅନ୍ୟାନ୍ୟ ସାମଗ୍ରୀ ଉପରେ ସମାନ ରହିବ ଟିକସ । ତେବେ ସୁନିଶ୍ଚିତ କରିବା ପାଇଁ ସରକାର ସୋମବାର ଲୋକସଭାରେ ଦୁଇଟି ବିଲ୍ ଆଗତ କରିବାର ଆଶା କରାଯାଉଛି । ଏହା ଏହି ସାମଗ୍ରୀ ଉପରେ ଟିକସ ମଧ୍ୟ ବୃଦ୍ଧି କରିପାରେ |ତେବେ ଆଜି ସଂସଦ ଅଧିବେଶନ ଉପରେ ସମଗ୍ର ଦେଶର ନଜର ରହିଛି । ବିଶେଷକରି ତମାଖୁ ସେବନକାରୀ ଏବଂ ଏହି ବ୍ୟବସାୟ ସହିତ […]

ଆଜି ବିଶ୍ୱ ଏଡ୍‌ସ ଦିବସ

ବର୍ଷକୁ ବର୍ଷ ରାଜ୍ୟରେ ଏଡ୍‌ସ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଗତ ୫ ବର୍ଷର ତଥ୍ୟ ଅନୁସାରେ, ପ୍ରତିବର୍ଷ ତିନି ହଜାରରୁ ଅଧିକ ନୂଆ ରୋଗୀ ଚିହ୍ନଟ ହେଉଛନ୍ତି। ଓଡ଼ିଶାରେ ଏଚ୍‌ଆଇଭି-ଏଡ୍‌ସ ସ୍ଥିତି ସମ୍ବେଦନଶୀଳ ରହିଛି । ଏଚ୍‌ଆଇଭିକୁ ନିୟନ୍ତ୍ରଣ କରିବା ଲାଗି ବିଭିନ୍ନ ସ୍ତରରେ ପରୀକ୍ଷା ଆରମ୍ଭ ହୋଇଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ପ୍ରତିବର୍ଷ ବଢ଼ୁଥିବା ଲକ୍ଷ୍ୟ କରାଯାଉଛି ।ଡିସେମ୍ବର ୧ ତାରିଖକୁ ବିଶ୍ୱ ଏଡ୍ସ ଦିବସ ଭାବେ ପାଳନ କରାଯାଉଛି । ପ୍ରତିବର୍ଷ ଏହି […]

ଡିସେମ୍ବରରେ କମିଲା ଗ୍ୟାସ ଦର

ଡିସେମ୍ବର ୧ରେ ଭାରତରେ ଅନେକ ପରିବର୍ତ୍ତନ ଆସିଥିଲା। ଏହି ପରିବର୍ତ୍ତନଗୁଡ଼ିକ ମଧ୍ୟରୁ ଗୋଟିଏ ହେଉଛି ଏଲପିଜି ସିଲିଣ୍ଡରର ମୂଲ୍ୟ। ଘରୋଇ ସିଲିଣ୍ଡରର ମୂଲ୍ୟରେ କୌଣସି ହ୍ରାସ ହୋଇନଥିବା ରିପୋର୍ଟ କରାଯାଇଛି। ଏଲ୍‌ପିଜି ଓ କମର୍ସିଆଲ୍ ସିଲିଣ୍ଡର ଦରରେ ପରିବର୍ତ୍ତନ| ୧୯ କେଜି କମର୍ସିଆଲ୍‌ ଏଲ୍‌ପିଜି ସିଲିଣ୍ଡର ୧୦ ଟଙ୍କା କମ କରାଯାଇଛି, ଯାହା ଜନସାଧାରଣଙ୍କୁ ଆଶ୍ୱସ୍ତି ଦେବ ବୋଲି ଆଶା କରାଯାଉଛି।ରାଷ୍ଟ୍ରାୟତ୍ତ ଇଣ୍ଡିଆନ ଅଏଲ କର୍ପୋରେସନ (ଆଇଓସି), ଭାରତ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ (ବିପିସିଏଲ) ଏବଂ ହିନ୍ଦୁସ୍ତାନ […]

ଆଗାମୀ ୪ଦିନ ବଢିବ ରାତି ତାପମାତ୍ରା

ରାଜ୍ୟର ବିଭିନ୍ନ ସ୍ଥାନରେ ରାତି ତାପମାତ୍ରା ବଢ଼ିଛି। ଫଳରେ ଶୀତ ପ୍ରକୋପ କମିଛି। ଉପକୂଳବର୍ତ୍ତୀ କିଛି ଅଞ୍ଚଳରେ ପାରଦ ୨୦ ଡିଗ୍ରୀ ଛୁଇଁଛି। ମଙ୍ଗଳବାର ଓ ବୁଧବାର ଅଧିକାଂଶ ସ୍ଥାନର ରାତି ତାପମାତ୍ରା ୧୨ରୁ ୧୫ ଡିଗ୍ରୀ ଉପରେ ରହିବ । ଅଧିକ ଶୀତ ଅନୁଭୂତ ହେଉଥିବା କୋରାପୁଟ, ଫୁଲବାଣୀ, ଝାରସୁଗୁଡ଼ା ଓ ରାଉରକେଲାରେ ବି ଥଣ୍ଡା ପ୍ରକୋପ ସାମାନ୍ୟ କମିପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।ଆସନ୍ତା ୨୪ଘଣ୍ଟା ମଧ୍ୟରେ ଦକ୍ଷିଣ ଓଡ଼ିଶାର କିଛି […]

୯ରେ ବାରବାଟୀ ଟି-ଟ୍ୱେଣ୍ଟି: ଆଜି ଅନ୍‌ଲାଇନରେ ମିଳିବ ଟିକେଟ

ବାରବାଟୀ ଟି-୨୦ ମ୍ୟାଚ୍ ପାଇଁ ଆରମ୍ଭ ହୋଇଛି କାଉଣ୍ଟ ଡାଉନ୍ । ହାତରେ ସପ୍ତାହେ ସମୟ ଥିବାବେଳେ ଆଜି ଅନଲାଇନରେ ଉପଲବ୍ଧ ହେବ ଟିକେଟ । ଗତ ମ୍ୟାଚ୍ ତୁଳନାରେ ଏଥର ଟିକେ୍ଟ ସଂଖ୍ୟା ହ୍ରାସ ପାଇଛି । ଅର୍ଥାତ୍ ୪ହଜାର ପରିବର୍ତ୍ତେ ଏଥର ମାତ୍ର ୨ହଜାର ଟିକେଟ୍ ଦର୍ଶକଙ୍କ ପାଇଁ ଅନଲାଇନରେ ଉପଲବ୍ଧ ହେବ । ସେହିପରି ଅଫଲାଇନରେ ମଧ୍ୟ ଟିକେଟ୍ ସଂଖ୍ୟା କମିଛି ।ଅଫିଲିଏଟେଡ୍ ୟୁନିଟ୍‌ମାନଙ୍କ ପାଇଁ SBI ଦ୍ୱାରା OCA କନଫରେନ୍ସ ହଲ୍‌ରେ […]

ନିୟମଗିରିରେ ଜିଲ୍ଲାପାଳ : ଲୋକଙ୍କ ସମସ୍ୟା ବୁଝି ରାସ୍ତାର କଲେ ସମୀକ୍ଷା

ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକ ଅନ୍ତର୍ଗତ ମୁନିଖୋଲ ଗ୍ରାମ ପଞ୍ଚାୟତ ତଥା ନିୟମଗିରିରେ ବସବାସ କରୁଥିବା ଲୋକଙ୍କ ପାଖରେ ସରକାରୀ ସୁବିଧା ପହଁଚୁଛି କି ନାହିଁ ଏବଂ ସେହି ଅଞ୍ଚଳରେ ବସବାସ କରୁଥିବା ଡ଼ଙ୍ଗରିଆଙ୍କ ଦୁଃଖ ବୁଝିବା ସହ ସରକାରୀ ସୁବିଧା ପହଁଞ୍ଚାଇବା ଉଦେଶ୍ୟରେ ଶନିବାର ରାୟଗଡା ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି ଗସ୍ତ କରିଥିବା ଜଣାପଡିଛି,ପ୍ରଥମେ ଆକାଂକ୍ଷା ଗ୍ରାମ ସକଟାରେ ପହଞ୍ଚି ଜନମନ ଯୋଜନାରେ ଘର ନିର୍ମାଣ, ଅଙ୍ଗନବାଡି ଗୃହ, ସ୍କୁଲ, ଆରୋଗ୍ୟ କେନ୍ଦ୍ର ଆଦି ବୁଲି […]