ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୋଆର ଶ୍ରୀ ସଂସ୍ଥାନ ଗୋକର୍ଣ୍ଣ ପର୍ତ୍ତଗାଲି ଜୀବୋତ୍ତମ ମଠରେ ଭଗବାନ ରାମଙ୍କ ବ୍ରୋଞ୍ଜ ପ୍ରତିମାକୁ ଉନ୍ମୋଚନ କରିଥିଲେ, ଯାହାକୁ ଭଗବାନ ରାମଙ୍କ ସବୁଠାରୁ ଉଚ୍ଚ ପ୍ରତିମା ବୋଲି କୁହାଯାଉଛି।ଦକ୍ଷିଣ ଗୋଆର ହୋଇଥିବା ଭଗବାନ ରାମଙ୍କ ପ୍ରତିମା ୭୭ ଫୁଟ ଉଚ୍ଚ ହୋଇଥିବା ବେଳେ ଅଯୋଧ୍ୟା ମନ୍ଦିରରେ ରାମ ଲଲ୍ଲାଙ୍କ ପ୍ରତିମା ୫୧ ଇଞ୍ଚ ଉଚ୍ଚତାର ବୋଲି କୁହାଯାଉଛି। ଗୁଜରାଟରେ ଷ୍ଟାଚ୍ୟୁ ଅଫ୍ ୟୁନିଟିର ଡିଜାଇନ୍ କରିଥିବା ଶିଳ୍ପୀ ରାମ ସୁତାର ଶ୍ରୀରାମଙ୍କ […]
ଦେଶରେ ବିମାନ ଯାତ୍ରୀଙ୍କ ପାଇଁ ବଡ଼ ଖବର । ବିଶ୍ୱର ସର୍ବାଧିକ ବିକ୍ରି ହେଉଥିବା ବିମାନ ଏୟାରବସ A320 ଫ୍ୟାମିଲିର ବିମାନରେ ଏକ ଯାନ୍ତ୍ରିକ ତ୍ରୁଟି ଆବିଷ୍କାର ହୋଇଛି। ଏହା ଭାରତ ସମେତ ସାରା ବିଶ୍ୱରେ ହଜାର ହଜାର ଉଡ଼ାଣକୁ ପ୍ରଭାବିତ କରୁଛି। ଏକ ସଫ୍ଟୱେର୍ ତ୍ରୁଟି ଆବିଷ୍କାର ହେବା ପରେ, A320 ଫ୍ୟାମିଲିର ବିମାନକୁ ଗ୍ରାଉଣ୍ଡ କରାଯାଇଛି। ତା’ପରେ ସଫ୍ଟୱେର୍ ଅପଗ୍ରେଡ ହେବ, ଯାହା ଭାରତରେ ଏୟାର ଇଣ୍ଡିଆ ଏବଂ ଇଣ୍ଡିଗୋ ଭଳି ବିମାନ କମ୍ପାନୀ […]
ଡିସେମ୍ବର ୧ରୁ ଖୋଲିବନି ଶ୍ରୀଗୁଣ୍ଡିଚା ମନ୍ଦିର । ପୁରୀ ଶ୍ରୀଗୁଣ୍ଡିଚା ମନ୍ଦିର ସର୍ବସାଧାରଣ ଭକ୍ତଙ୍କ ପାଇଁ ଖୋଲାଯିବା ପ୍ରସ୍ତାବ ସାମୟିକ ଭାବେ ସ୍ଥଗିତ ।ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ଓ ଶ୍ରୀମନ୍ଦିର ବରିଷ୍ଠ ସୁପରଭାଇଜରଙ୍କ ଜରୁରୀ ରିପୋର୍ଟ ତଥା ଶ୍ରଦ୍ଧାଳୁଙ୍କ ସୁରକ୍ଷାକୁ ନଜରରେ ରଖି ଏହି ନିଷ୍ପତ୍ତି ନିଆଯାଇଛି ।ସେହିପରି ଶ୍ରୀଗୁଣ୍ଡିଚା ମନ୍ଦିର ପରିସର ଉଦ୍ୟାନ ଗୁଡ଼ିକ ଭକ୍ତଙ୍କ ସୁରକ୍ଷା ଦୃଷ୍ଟିରୁ ସଫେଇ ଏବଂ ଉନ୍ନତିକରଣ ଜରୁରୀ ଥିବା ବରିଷ୍ଠ ସୁପରଭାଇଜର୍ ରିପୋର୍ଟ ଦେଇଛନ୍ତି l ଏହାକୁ ବିଚାରକୁ […]
ଆଗାମୀ ୭ଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷାର ସମ୍ଭାବନା ନ ଥିବାବେଳେ ପାଗ ମୁଖ୍ୟତଃ ଶୁଖିଲା ରହିବ। ତିନି ଦିନ ହେଲା ତାପମାତ୍ରା ହ୍ରାସ ପାଇବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଅନୁଗୋଳ ଓ ଝାରସୁଗୁଡାରେ ଶୀତ ଲହରି ଦେଖାଦେଇଛି। ସୁନ୍ଦରଗଡ଼, କନ୍ଧମାଳ, କଳାହାଣ୍ଡି, କୋରାପୁଟ ଆଦି ଜିଲାର କିଛି ସ୍ଥାନରେ ଘନ କୁହୁଡି ହେବା ନେଇ ବିଭାଗ ପକ୍ଷରୁ ସତର୍କତା ଜାରି କରାଯାଇଛି। ଅନ୍ୟପଟେ କୁହୁଡ଼ି ସମୟରେ ଗାଡ଼ି ଚଳାଇଲେ ଦୁର୍ଘଟଣା ହେବାର ସମ୍ଭାବନା ରହିଛି । […]
ପଡ଼ୋଶୀ ଝାଡ଼ଖଣ୍ଡର ପଶ୍ଚିମ ସିଂହଭୂମ ଜିଲ୍ଲାର ସରଣ୍ଡା ଜଙ୍ଗଲରେ ମାଓବାଦୀମାନେ ପୁଣି ଥରେ ନିଜର ଉପସ୍ଥିତି ରଖିଥିବା ପ୍ରମାଣ କରିଛନ୍ତି। ସେମାନଙ୍କର ଦ୍ଵାରା ଖଞ୍ଜା ଯାଇଥିବା ଆଇଇଡି ବିସ୍ଫୋରଣରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୨ ଜଣ ଗୁରୁତର ଅଛନ୍ତି। ଏହି ଘଟଣା ଶୁକ୍ରବାର ଜରାଇକେଲା ଥାନା ଅଧୀନସ୍ଥ କୋଲବୋଙ୍ଗା ଅଞ୍ଚଳରେ ଘଟିଛି। ସୂଚନା ଅନୁସାରେ, କୋଇଭଙ୍ଗା ଗ୍ରାମର ଫୁଲ ଧନୱାର (୧୦), ସାଲବୀ କାଣ୍ଡୁଲାନା(୧୯) ଏବଂ ବିର୍ସି ଧନୱାର(୧୯) ଘରେ ଚୁଲି ଜଳେଇବା […]
ପ୍ରେମ ପାଇଁ ଆମେରିକା ଛାଡ଼ି ଓଡ଼ିଆ ଝିଅ ପୂଜା ଓଡ଼ିଶା ଫେରି ଆସିବା ଘଟଣାରେ ନୂଆ ମୋଡ଼। ପୂଜା ଓରଫ୍ ସୈଜଲର ବୟଫ୍ରେଣ୍ଡ ଅମରକୁ ଟେକି ନେଇଛି ବାଲେଶ୍ଵର ପୋଲିସ। ଆମେରିକାରୁ ଫେରିବା ପରେ ପୂଜାଙ୍କୁ ବାଲେଶ୍ଵର ନାରୀଶକ୍ତି ଗୃହରେ ରଖାଯାଇଛି। ଆଜି ପୂଜାଙ୍କ ପୁରୁଷ ବନ୍ଧୁ ଅମରଙ୍କୁ କାଉନସେଲିଂ ପାଇଁ ଡକାଇଥିଲେ ନାରୀ ସଂଘ । ତେବେ ପଚରାଉଚରା ବେଳେ ତାଙ୍କ ପାଖରେ କୌଣସି ପରିଚୟ ପତ୍ର ମିଳିନଥିଲା, କଥାରେ ତାଳମେଳ ରହୁନଥିବାରୁ ସନ୍ଦେହରେ ପୋଲିସକୁ […]
୨୦୨୫-୨୬ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୈମାସିକରେ ଦେଶର ଜିଡିପି (GDP) ୮.୨ ପ୍ରତିଶତ ହାରରେ ବୃଦ୍ଧି ପାଇଛି । ପୂର୍ବ ବର୍ଷ (୨୦୨୪-୨୫)ର ୨ୟ ତିନିମାସରେ ଆର୍ଥିକ ଅଭିବୃଦ୍ଧି ୫.୬ ପ୍ରତିଶତ ଥିଲା ବୋଲି ଶୁକ୍ରବାର ପ୍ରକାଶିତ ସରକାରୀ ତଥ୍ୟରୁ ଜଣାପଡ଼ିଛି। ଏହା ସହିତ ଭାରତପୁଣି ଥରେ ବିଶ୍ବର ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତିରେ ପରିଣତ ହୋଇଛି । ଚଳିତ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୈମାସିକ (FY26)ରେ, ଦେଶର ଜିଡିପି ଏକ ଦୃଢ଼ ୮.୨% ଗତିରେ ବୃଦ୍ଧି ପାଇଛି, […]
ଓଡ଼ିଶା ବିଧାନସଭାରେ ପ୍ରଶ୍ନକାଳ ସମୟରେ ଏକ ଅଭିନବ ତଥା ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି, ଯେତେବେଳେ ବିଧାୟକମାନେ ଓଡ଼ିଆ ଭାଷା ପରିବର୍ତ୍ତେ ବଙ୍ଗାଳି ଭାଷାରେ ଯୁକ୍ତିତର୍କରେ ମାତିଥିଲେ। ଏହି ଘଟଣାକୁ ଦେଖି ସାଧାରଣରେ ‘ଓଡ଼ିଆ ଅସ୍ମିତା’ କଥା ମନେପଡିଛି।ରଣେନ୍ଦ୍ରଙ୍କୁ କଡା ଜବାବ ଦେଲେ ସିଦ୍ଧାନ୍ତ।ବଙ୍ଗଳା ଭାଷାରେ ମୁହାଁମୁହିଁ ହେଲେ ବିଧାୟକ।ବଙ୍ଗାଳୀ ଭାଷାରେ ଢଗ ଶୁଣାଇ ସରକାରଙ୍କୁ ପ୍ରଶ୍ନ କଲେ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ । ପୁଣି ବଙ୍ଗଳା ଭାଷାରେ କଡା ଜବାବ ରଖିଲେ ଶାସକ […]
ବିଧାନସଭାରେ ୧୭ ହଜାର ୪୪୦ କୋଟିର ଅତିରିକ୍ତ ବଜେଟ ଆଗତ ହୋଇଛି। ମୁଖ୍ୟମନ୍ତ୍ରୀ ଶୁକ୍ରବାର ଗୃହରେ ଅତିରିକ୍ତ ବଜେଟ ଆଗତ କରିଛନ୍ତି । ମହିଳା ଓ ଶିଶୁ ସଶକ୍ତିକରଣ ବିଭାଗ ପାଇଁ ୭୫୧ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ସୁଭଦ୍ରା ଯୋଜନା ପାଇଁ ୨୯୫ କୋଟି ଟଙ୍କା ପ୍ରଦାନ କରାଯାଇଛି । ଅଙ୍ଗନୱାଡ଼ି କେନ୍ଦ୍ରର ଅସମ୍ପୂର୍ଣ୍ଣ କୋଠା ସମ୍ପୂର୍ଣ୍ଣ କରିବା ପାଇଁ ୨୦୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ମମତା ଅଧୀନରେ […]
ବିଧାନସଭାରେ ଅତିରିକ୍ତ ବଜେଟ ଆଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ୨୦୨୫-୨୬ ଆର୍ଥିକ ବର୍ଷ ଲାଗି ମୁଖ୍ୟମନ୍ତ୍ରୀ ୧୭ ହଜାର ୪୪୦ କୋଟି ଟଙ୍କାର ଏହି ଅତିରିକ୍ତ ବଜେଟ ଆଗତ କରିଥିଲେ। ବଜେଟ ଆଗତ ହେବା ପରେ ଗୃହକୁ ଶନିବାର ପର୍ଯ୍ୟନ୍ତ ଗୃହ ମୁଲତବୀ ଘୋଷଣା କରାଯାଇଥିଲା। ମୋଟ୍ ପ୍ରଶାସନିକ ଖର୍ଚ୍ଚ ୩,୩୮୯ କୋଟି । ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ଖର୍ଚ୍ଚ ୧୩,୭୧୬ କୋଟି । ବିପର୍ଯ୍ୟୟ ପରିଚାଳନା ପାଣ୍ଠି ପାଇଁ ୧୭୧ କୋଟି ।ଏହି […]
ଫେବୃଆରୀ ୯ ତାରିଖରେ ବାରବାଟୀରେ ଭାରତ-ଇଂଲଣ୍ଡ ମ୍ୟାଚବେଳେ ଫ୍ଲଡ ଲାଇଟ ବାରମ୍ବାର ବନ୍ଦ ହେବା ଯୋଗୁଁ ସାରା ବିଶ୍ବରେ ନିନ୍ଦିତ ହୋଇଥିଲା ଓସିଏ । ଡିସେମ୍ବର ୯ରେ ପୁଣି ବାରବାଟୀକୁ ଫେରିଛି ଅନ୍ତର୍ଜାତୀୟ ମ୍ୟାଚ । ଭାରତ ଓ ଦକ୍ଷିଣ ଆଫ୍ରିକା ଟି-୨୦ମ୍ୟାଚ୍ ବାରବାଟୀରେ ଚାଲିଛି ପ୍ରସ୍ତୁତି । ଦର୍ଶକ ମାନଙ୍କ ସୁରକ୍ଷା ଲାଗି ଏଥର ବାରବାଟୀ ଟି-୨୦ ମ୍ୟାଚ୍ ପାଇଁ କମିବ ଗ୍ୟାଲେରୀ ସିଟ୍ ସଂଖ୍ୟା । ୩ ହଜାର ଭଳି ସିଟ୍ କମିବ ବୋଲି […]
ଭାରତ ଗସ୍ତରେ ଆସିବେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ଆସନ୍ତା ଡିସେମ୍ବର ୪ ତାରିଖରେ ଭାରତ ଆସିବେ ପୁଟିନ । ୨୦୨୨ରେ ଋଷ-ୟୁକ୍ରେନ ଯୁଦ୍ଧ ଆରମ୍ଭ ହେବା ପରେ ପୁଟିନଙ୍କ ଏହା ହେବ ପ୍ରଥମ ଭାରତ ଗସ୍ତ ।ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଡିସେମ୍ବର ୫ରେ ‘୨୩ତମ ଭାରତ-ରୁଷ ବାର୍ଷିକ ଶିଖର ସମ୍ମିଳନୀ’ ଅନୁଷ୍ଠିତ ହେବ । ପ୍ରଧାନମନ୍ତ୍ରୀ ମୋଦି ଏବଂ ରାଷ୍ଟ୍ରପତି ପୁଟିନଙ୍କ ମଧ୍ୟରେ ୱାନ ଟୁ ୱାନ୍ […]
