ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ARI

ଲାଞ୍ଚ ନେଇ ଧରାପଡିଲେ ନିକିରାଇ ଏଆରଆଇ ଅଭିମନ୍ୟୁ ବେହେରା । ୧୨ ହଜାର ଟଙ୍କା ଲାଞ୍ଚ ନେବା ବେଳେ ମାଡି ବସିଲା ଭିଜିଲାନ୍ସ । ଜମିର କିସମ ପରିବର୍ତ୍ତନ ପାଇଁ ଲାଞ୍ଚ ନେବା ବେଳେ ଧରାପଡିଲେ ।ସୂଚନା ଅନୁସାରେ ଜମି ମାଲିକଙ୍କୁ ପ୍ରଥମେ ଏଆରଆଇ ୧୫,୦୦୦ ଟଙ୍କା ଲାଞ୍ଚ ଦାବି କରିଥିଲେ। କିନ୍ତୁ ଏତେ ଟଙ୍କା ଦେବାକୁ ଅସମର୍ଥ ଥିଲେ ଜମି ମାଲିକ। ତେଣୁ ଏଆରଆଇ ବେହେରା ଲାଞ୍ଚ ପରିମାଣକୁ ହ୍ରାସ କରି ୧୨,୦୦୦ ଟଙ୍କା କଲେ। […]

ଜେଲରେ ଝିଅ ଜନ୍ମ କରିଲା ‘ନୀଳ ଡ୍ରମ’ ମୁସ୍କାନ

ବହୁ ଚର୍ଚ୍ଚିତ ନୀଳ ଡ୍ରମରେ ସ୍ୱାମୀକୁ ହତ୍ୟା କରି ପ୍ଲାଷ୍ଟର କରିଥିବା ଘଟଣା । ଘଟଣାରେ ପୁଣି ଆଉ ଏକ ଚାଞ୍ଚଲ୍ୟକର ତଥ୍ୟ ଏବେ ସାମ୍ନାକୁ ଆସିଛି । ହତ୍ୟା ପାଇଁ ଜେଲରେ ଥିବା ମୁସକାନ ଏବେ ଏକ ଶିଶୁକନ୍ୟାକୁ ଜନ୍ମ ଦେଇଛି । ଜେଲ୍ ଅଧୀକ୍ଷକ ବୀରେଶ ରାଜ ଶର୍ମା କହିଛନ୍ତି ଯେ ପ୍ରସବ ବିଷୟରେ ଜାଣିବା ପରେ, ସହ-ଅଭିଯୁକ୍ତ ସାହିଲ୍ ସକାଳେ ଜେଲ ପ୍ରଶାସନକୁ ପଚାରିଥିଲେ ଯେ ମୁସ୍କାନ ପୁଅ ଜନ୍ମ କରିଛନ୍ତି କି […]

ତେଲେଙ୍ଗାନାରେ ସାଇବର ଠକମାନେ APK ପାଇଲ୍ସ ନାମରେ ଠକେଇ

ତେଲେଙ୍ଗାନାରେ ସାଇବର ଠକମାନେ APK ପାଇଲ୍ସ ନାମରେ ଠକେଇ କରୁଛନ୍ତି । ଠକମାନେ ଏମିତି କହୁଛନ୍ତି-‘ଆଧାର ଏବଂ ନୋ ୟୋର କଷ୍ଟମର (KYC) ଡିଟେଲ୍ସ ଅପଡେଟ ନ କରିବା କାରଣରୁ ଆଜି ରାତିରୁ ଆମେ ଆପଣଙ୍କ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ ବ୍ଲକ କରୁଛୁ । ତୁରନ୍ତ ତଳେ ଦେଇଥିବା ଲିଙ୍ଗରେ କ୍ଲିକ କରି ଡିଟେଲ୍ସ ଅପଲୋଡ କରନ୍ତୁ।’ଏପରି ମେସେଜ ରବିବାର ଦିନ ଟିମ SBI ନାମରେ ଏକାଧିକ ହ୍ୱାଟ୍ସ ଆପ ଗ୍ରୁପକୁ ଆସିଥିଲା । ଏସବିଆଇରେ ଆକାଉଣ୍ଟ […]

ସମ୍ପୂର୍ଣ୍ଣ ହେଲା ଅଯୋଧ୍ୟା ରାମମନ୍ଦିର ନିର୍ମାଣ : ମନ୍ଦିର ଚୂଡ଼ାରେ ଲାଗିଲା ଧର୍ମଧ୍ବଜା

ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଶିଖରରେ ଉଡ଼ିଲା ଧର୍ମଧ୍ବଜା । ଧର୍ମଧ୍ବଜା ସ୍ଥାପନା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଶ୍ରୀରାମ ମନ୍ଦିର ଚୂଡ଼ାରେ ଉଡୁଛି ଗେରୁଆ ରଙ୍ଗର ପତାକା। ପତାକାରେ ରହିଛି ଉଜ୍ଜ୍ୱଳ ‘ସୂର୍ଯ୍ୟ’ ଓ ଲେଖାଯାଇଛି ‘ଓମ୍‌’ ।ଅଯୋଧ୍ୟାରେ ରାମ ମନ୍ଦିରର ପତାକା ଉତ୍ତୋଳନ ସମାରୋହ ସମୟରେ, ରାମପଥ, ଭକ୍ତିପଥ, ଧର୍ମପଥ ଏବଂ ଜନ୍ମଭୂମି ପଥ ସମେତ ରାସ୍ତା ଏବଂ ଗଳିରେ ରାମ ଧ୍ୱନି ଗୁଞ୍ଜରିତ ହେଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଗମନର ଆନନ୍ଦରେ ଭକ୍ତମାନେ ଉଲ୍ଲସିତ। […]

ସିବିଆଇ କୋର୍ଟକୁ ସ୍ଥାନାନ୍ତରିତ ହେଲା ପୋଲିସ SI କେଳେଙ୍କାରୀ ମାମଲା, ଝାରପଡ଼ା ଜେଲ୍ ଗଲେ ୧୨ ଅଭିଯୁକ୍ତ

ପୋଲିସ ଏସ୍ଆଇ କେଳେଙ୍କାରୀ ମାମଲା ବ୍ରହ୍ମପୁର ଜେଏମ୍ଏଫ୍ସି କୋର୍ଟରୁ ସିବିଆଇ କୋର୍ଟକୁ ସ୍ଥାନାନ୍ତର ହୋଇଛି । ମାମଲା ସ୍ଥାନାନ୍ତର ନେଇ କୋର୍ଟଙ୍କ ଅନୁମତି ମିଳିଛି । ମାମଲା ସ୍ଥାନାନ୍ତର ନେଇ ବ୍ରହ୍ମପୁର ଜେଏମ୍ଏଫ୍ସି କୋର୍ଟ ଅନୁମତି ଦେଇଛନ୍ତି । ବିଳମ୍ବିତ ରାତିରେ ଅଭିଯୁକ୍ତମାନଙ୍କୁ କଡ଼ା ସୁରକ୍ଷା ବଳୟରେ ଝାରପଡା ଜେଲକୁ ପଠାଇ ଦିଆଯାଇଛି ।ପୁଲିସ ଏସଆଇ ନିଯୁକ୍ତି କେଳେଙ୍କାରୀ ମାମଲାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଆଜି ଆଉ ୩ ଜଣଙ୍କୁ ମାରାଥନ୍ ଜେରା କରିଛି। ସେହିପରି […]

ବରିଷ୍ଠ ନାଗରିକ ସେଲ ଉପସଭାପତି ପଦରୁ ଦେବାଶିଷ ସାମନ୍ତରାୟଙ୍କ ଇସ୍ତଫା

ବିଜେଡିର ପଦ ଛାଡିଲେ ସାଂସଦ ଦେବାଶିଷ ସାମନ୍ତରାୟ । ସିନିୟର ସିଟିଜେନ ସେଲ ଉପସଭାପତି ପଦରୁ ଇସ୍ତଫା ଦେଇଛନ୍ତି ଦେବାଶିଷ । ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ପାଖକୁ ଇସ୍ତଫାପତ୍ର ପଠାଇ ପଦ ଛାଡିଛନ୍ତି । ଦଳ ତାଙ୍କୁ ଗୁରୁତ୍ୱ ଦେଉନଥିବା ଦର୍ଶାଇ ଇସ୍ତଫା ଦେଇଥିବା ସୂଚନା। ବିଜୁ ବାବୁଙ୍କ ଆଦର୍ଶରେ ଆଉ ଦଳ ଚାଲୁନଥିବା ଚିଠିରେ କାରଣ ଦର୍ଶାଇଛନ୍ତି।ସୂଚନାଯୋଗ୍ୟ, କିଛି ଦିନ ତଳେ ଯେତେବେଳେ ଶ୍ରୀମୟୀ ମିଶ୍ରଙ୍କୁ ଦଳରୁ ବିଦା କରିଥିଲ‌ା ବିଜେଡି ସେତେବେଳେ ଏହାକୁ […]

ଇଥିଓପିଆରେ ଫାଟିଲା ଜ୍ୱଳାମୁଖୀ; ଭାରତ ଆଡ଼କୁ ମାଡି ଆସିଲା ପାଉଁଶ

ଆଫ୍ରିକୀୟ ଦେଶ ଇଥିଓପିଆର ହେଲି ଗୁବି ଆଗ୍ନେୟଗିରି ଉଦ୍ଗୀରଣ ହୋଇଛି । ୧୦ ହଜାର ବର୍ଷ ପୁରୁଣା ୧୫୦ କିମି ଉପରକୁ ଉଠିଲା ଧୂଆଁ । ଜ୍ୱାଳାମୁଖୀ ପାଉଁଶ ଭାରତ ଆଡକୁ ମାଡ଼ି ଆସିଛି । ପାଉଁଶ ଦିଲ୍ଲୀରେ ପହଞ୍ଚିଛି । ଜୟପୁର, ଜୈସଲମେରରେ ପ୍ରଭାବିତ ହୋଇଛି । ଭାରତରୁ ଆବୁଧାବି ଯିବାକୁ ଥିବା ସମସ୍ତ ବିମାନ ସେବା ପ୍ରଭାବିତ ହୋଇଛି । ଭାରତର ପ୍ରମୁଖ ଏୟାରପୋର୍ଟରେ ଯାତ୍ରୀଙ୍କ ପାଇଁ ଆଡଭାଇଜରୀ ଜାରି ହୋଇଛି । ବିମାନ […]

ଭାରସାମ୍ୟ ହରାଇଲା ବୋଲେରୋ, ଚାଲିଗଲା ୩ ଜୀବନ

କଟକ ଟାଙ୍ଗୀରେ ଭୟଙ୍କର ଦୁର୍ଘଟଣା । ଟ୍ୟାଙ୍କରକୁ ପିଟିଲା ବୋଲେରୋ । ୩ ମୃତ, ୨ ଗୁରୁତର । ସମସ୍ତଙ୍କୁ କଟକ SCBରେ ଭର୍ତ୍ତି କରାଯାଇଛି । ମୃତକଙ୍କ ମଧ୍ୟରେ ଡ୍ରାଇଭର ସମେତ ଦୁଇ ଜଣ ପୁରୁଷ ଅଛନ୍ତି । ଖବର ଅନୁଯାୟୀ, ସୋମବାର ବିଳମ୍ବିତ ରାତିରେ ଏକ ବୋଲେରୋ ଗାଡ଼ିରେ ପାଞ୍ଚ ଜଣ ଯାଜପୁରରୁ ଭୁବନେଶ୍ୱର ଅଭିମୁଖେ ଯାଉଥିଲା । ହେଲେ ବୋଲେରୋଟି ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଡିଭାଇଡର ସହିତ ପିଟି ହୋଇଥିଲା । […]

୨୭ରେ ବଙ୍ଗୋପସାଗରରେ ସୃଷ୍ଟି ହେବ ବାତ୍ୟା, ଓଡ଼ିଶା ଉପରେ…

୨୭ରେ ବଙ୍ଗୋପସାଗରରେ ସୃଷ୍ଟି ହେବ ବାତ୍ୟା । ଓଡ଼ିଶା ଉପରେ ପ୍ରଭାବ ନେଇ ହୋଇନି ସ୍ପଷ୍ଟ । ବଙ୍ଗୋପସାଗରରେ ଆଉ ଏକ ବାତ୍ୟା ସୃଷ୍ଟି ପାଇଁ ପାଗ ଅନୁକୂଳ ହେଉଥିବା ବେଳେ ମାଲେସିଆ ଓ ସଂଲଗ୍ନ ମାଲାକ୍ସ ପ୍ରଣାଳୀ ଉପରେ ଏକ ସ୍ପଷ୍ଟଚିହ୍ନିତ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଆଇଏମ୍ଡି ଆକଳନ ଅନୁସାରେ, ୨୭ ତାରିଖରେ ଦକ୍ଷିଣ ବଙ୍ଗୋପସାଗର ଓ ଦକ୍ଷିଣ ଆଣ୍ଡାମାନସାଗର ଉପରେ ବାତ୍ୟା ସୃଷ୍ଟି ହେବ । ୨୮ ତାରିଖ ଯାଏ ଆଣ୍ଡାମାନ […]

ମୃତ୍ୟୁର ସପ୍ତାହ ପରେ ସାମନାକୁ ଆସିଛି ହ୍ୟୁମାନ ସାଗରଙ୍କ ହ୍ବାଟସ ଆପ ଚାଟ୍

ଓଡ଼ିଶାର ଘରେ ଘରେ ପରିଚିତ ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ଅକାଳ ବିୟୋଗ ପରେ ସାରା ସଂଗୀତ ଜଗତରେ ଶୋକର ଛାୟା ଖେଳିଯାଇଛି। AIIMS ଭୁବନେଶ୍ୱରରେ ୭୨ ଘଣ୍ଟା ଧରି ଜୀବନ ସହ ସଂଗ୍ରାମ କରିବା ପରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ।ମୃତ୍ୟୁ ସପ୍ତାହେ ପରେ ବି ଥମୁନି ହ୍ୟୁମାନ ସାଗରଙ୍କୁ ନେଇ ବିବାଦ । ସାମନାକୁ ଆସିଛି ହ୍ୟୁମାନ ସାଗରଙ୍କ ହ୍ବାଟସ ଆପ ଚାଟ୍ । ସଂଗୀତ ନିର୍ଦ୍ଦେଶକ ଶ୍ରୀକାନ୍ତ ଗୌତମଙ୍କୁ ପଠାଇଥିବା ହ୍ୱାଟସ […]

ପୁଣି ଲୋକଙ୍କ ଅଭିଯୋଗ ଶୁଣିଲେ ମୋହନ ମାଝୀ

ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଆଜି ପୁଣି ଲୋକଙ୍କ ଦୁଃଖ ଶୁଣିଛନ୍ତି ମୋହନ ମାଝୀ । ପୁଳା ପୁଳା ଅଭିଯୋଗ ନେଇ ଲୋକେ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଆସିଥିଲେ । ଲୋକଙ୍କ ଅଭିଯୋଗର ୯୬ପ୍ରତିଶତ ସମାଧାନ ହୋଇଛି ବୋଲି ସରକାର ଦାବି କରିଛନ୍ତି ।ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ମାଧ୍ୟମରେ ଗତ ୧୪ଟି ପାଳି ସୁଦ୍ଧା ଗ୍ରହଣ କରାଯାଇଥିବା ୧୨,୯୫୦ଟି ଅଭିଯୋଗ ମଧ୍ୟରୁ ୧୨,୩୭୧ଟି ଅଭିଯୋଗର ସମାଧାନ କରାଯାଇଛି । ଯାହା ଶତକଡ଼ା ୯୬ ପ୍ରତିଶତ ଅଟେ । ବାକି ରହିଥିବା […]

ନଭେମ୍ବର ୨୭ ପର୍ଯ୍ୟନ୍ତ ବଢ଼ିଲା ଓଟିଇଟି ଆବେଦନ

ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ (BSE) ସୋମବାର ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (OTET) ୨୦୨୫ ପାଇଁ ଫର୍ମ ପୂରଣର ସମୟସୀମାକୁ ବୃଦ୍ଧି କରିଛନ୍ତି। ଓଟିଇଟି ୨୦୨୫ ଆବେଦନ ଅବଧି ଆସନ୍ତା ୨୭ ପର୍ଯ୍ୟନ୍ତ ବଢ଼ିଲା।“ରାଜ୍ୟର ବିଭିନ୍ନ ପ୍ରାର୍ଥୀଙ୍କ ଅନୁରୋଧକୁ ବିଚାରକୁ ନେଇ ଓଟିଇଟି ପରୀକ୍ଷା, ୨୦୨୫ ପାଇଁ ଫର୍ମ ପୂରଣର ଶେଷ ତାରିଖକୁ ୨୭.୧୧.୨୦୨୫ ପର୍ଯ୍ୟନ୍ତ ବୃଦ୍ଧି କରାଗଲା। ୨୭.୧୧.୨୦୨୫ ପରେ ଆଉ କୌଣସି ସମୟସୀମା ବୃଦ୍ଧି କରାଯିବ ନାହିଁ,” ବୋଲି ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି।ବିଏସଇ, […]