ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା, ଆଜି ୮ ଅଭିଯୁକ୍ତଙ୍କ ହେବ ଟିଆଇ ପରେଡ୍

 ବ୍ରହ୍ମପୁର ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ୮ ଅଭିଯୁକ୍ତଙ୍କ ହେବ ଟିଆଇ ପରେଡ ।ଆଜି ଜେଲ ଭିତରେ ମାଜିଷ୍ଟ୍ରେଟ, ଜେଲ ଅଧିକାରୀଙ୍କ ଉପସ୍ଥିତିରେ ସାକ୍ଷୀ ରୂପେ ଥିବା ବ୍ୟକ୍ତି ଅନ୍ୟମାନଙ୍କ ଗହଣରେ ଅଭିଯୁକ୍ତଙ୍କୁ ଚିହ୍ନଟ କରିବେ ।  ସାକ୍ଷୀ ରୂପେ ପୋଲିସ ଆକାଶ ବିଷୋୟୀ, ଏନ କିରଣ କୁମାରଙ୍କୁ ରଖିଥିବା ଜଣାପଡ଼ିଛି ।  ଗତ ଅକ୍ଟୋବର ୬ ତାରିଖ ରାତିରେ ପୀତବାସଙ୍କୁ ତାଙ୍କ ବାସଭବନ ନିକଟରେ ଗୁଳି କରି ହତ୍ୟା କରାଯାଇଥିଲା । ଘଟଣାଦିନ ଅଭିଯୁକ୍ତ […]

ବାଲିଯାତ୍ରାର ରେକର୍ଡ଼: 9 ଦିନରେ ହେଲା 400 କୋଟିର ବେପାର

ସରିଗଲା କଟକର ଐତିହାସିକ ବାଲିଯାତ୍ରା ।ଚଳିତ ବର୍ଷ ବାଲିଯାତ୍ରାରେ 9 ଦିନରେ 60 ଲକ୍ଷରୁ ଅଧିକ ଲୋକଙ୍କ ସମାବେଶ ହୋଇଥିବା ବେଳେ ଶନିବାର, ରବିବାର ଏବଂ ଶେଷ ଦିନରେ ରେକର୍ଡ଼ ସଂଖ୍ୟକ ଭିଡ଼ ହୋଇଥିବା ଜିଲ୍ଲପାଳ କହିଛନ୍ତି । ସବୁଠାରୁ ବଡ଼ କଥା ହେଉଛି କେବଳ ପଲିଶ୍ରୀ ମେଳାରେ ଏଥର ପୂର୍ବ ବର୍ଷ ମାନଙ୍କ ତୁଳନାରେ ରେକର୍ଡ଼ ସଂଖ୍ୟକ ବ୍ୟବସାୟ ହୋଇଛି । ବୁଧବାର ଅଷ୍ଟମ ଦିନ ସନ୍ଧ୍ୟା ସୁଦ୍ଧା ପ୍ରାୟ 47 କୋଟି 68 ଲକ୍ଷ […]

ନୂଆପଡ଼ା ଉପନିର୍ବାଚନ ଫଳାଫଳ ସମ୍ପର୍କରେ କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ୍- ଗଣତନ୍ତ୍ରର ହୋଇଛି ବିଜୟ

ବିହାର ବିଧାନସଭା ନିର୍ବାଚନରେ ଏନଡିଏ ମେଣ୍ଟର ଐତିହାସିକ ବିଜୟ ଓଡ଼ିଶାର ନୂଆପଡ଼ା ଉପନିର୍ବାଚନରେ ଦଳର ସଫଳତା ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ବିହାର ନିର୍ବାଚନ ପ୍ରଭାରୀ ଧର୍ମେନ୍ଦ୍ର ପ୍ରଧାନ ଜନସାଧାରଣ, ବିଜେପିର ଶୀର୍ଷ ନେତୃତ୍ୱ ତଥା କାର୍ଯ୍ୟକର୍ତ୍ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି । ନୂଆପଡ଼ା ଉପନିର୍ବାଚନ ଫଳାଫଳ ସମ୍ପର୍କରେ ଶ୍ରୀ ପ୍ରଧାନ ଏକ୍ସରେ ପୃଥକ ପୋଷ୍ଟରେ ଦଳର ବିଜୟୀ ପ୍ରାର୍ଥୀ ଶ୍ରୀ ଜୟ ଢୋଲକିଆଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେ କହିଛନ୍ତି, ନୂଆପଡ଼ା ଉପନିର୍ବାଚନରେ ନୂଆପଡ଼ାବାସୀଙ୍କ ସହ […]

ଚେନ୍ନାଇ ନିକଟରେ ଭାରତୀୟ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ

ଶୁକ୍ରବାର ଚେନ୍ନାଇର ତାମ୍ବରମ୍ ନିକଟରେ ଭାରତୀୟ ବାୟୁସେନା (IAF)ର ଏକ ପିଲାଟସ୍ PC-7 ବେସିକ ଟ୍ରେନର ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ବିମାନଟି ଅପରାହ୍ନ ପ୍ରାୟ ୨ଟାରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଭାରତୀୟ ବାୟୁସେନା ଅନୁଯାୟୀ, PC-7 ନିୟମିତ ତାଲିମ ଅଭ୍ୟାସରେ ଥିଲା ବେଳେ ତାମ୍ବରମ୍ ଏୟାରବେସ୍ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଭାରତୀୟ ବାୟୁସେନା ନିଶ୍ଚିତ କରିଛି ଯେ ପାଇଲଟ୍ କୌଣସି ଆଘାତ ବିନା ରକ୍ଷା ପାଇଯାଇଛନ୍ତି । ଦୁର୍ଘଟଣାର କାରଣ ଜାଣିବା ପାଇଁ ବାୟୁସେନା […]

ଓଡିଶା ରାଜନୀତିରେ ନୂଆ ଅଧ୍ୟାୟ: ମୁଖ୍ୟମନ୍ତ୍ରୀ

ନୂଆପଡ଼ା ଉପନିର୍ବାଚନରେ ଭାରତୀୟ ଜନତା ପାର୍ଟିର ବୃହତ୍‌ ବିଜୟ ହୋଇଛି। ଏଠାରେ କଂଗ୍ରେସ ହାତରୁ ବିଜେପି ଆସନ ଛଡ଼ାଇ ଆଣିଛି। ବିଜେପିର ଏହି ସଫଳତା ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରତିକ୍ରିୟା ଦେଇଛନ୍ତି। ସରକାରଙ୍କ ନୀତି , ଜନକଲ୍ୟାଣ କାର୍ଯ୍ୟକ୍ରମ ପ୍ରତି ଲୋକଙ୍କ ଆସ୍ଥାକୁ ପ୍ରମାଣିତ କରୁଛି । ବିରୋଧୀଙ୍କୁ ଅପପ୍ରଚାର, ମିଥ୍ୟା ପ୍ରତିଶ୍ରୁତିକୁ ଲୋକେ ପ୍ରତ୍ୟାଖ୍ୟାନ କରିଛନ୍ତି । ବିଶ୍ୱକୁ ସମର୍ଥନ କରି ଲୋକେ ବିଜେପିକୁ ସ୍ପଷ୍ଟ ଜନାଦେଶ ଦେଇଛନ୍ତି । ଆଜି ଆମ […]

୨ ହଜାର ଟଙ୍କା ଲାଞ୍ଚ ନେବାବେଳେ କିରାଣୀଙ୍କୁ ମାଡ଼ିବସିଲା ଭିଜିଲାନ୍ସ

ମୋରଡା ବ୍ଲକ୍‌ରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ । ଦୁଇ ହଜାର ଟଙ୍କା ଲାଞ୍ଚ ନେବା ସମୟରେ ବ୍ଲକ କାର୍ଯ୍ୟାଳୟର କିରାଣୀ ପ୍ରାର୍ଥ ଶଙ୍କର ଚେଲଙ୍କୁ ମାଡି ବସିଲା ଭିଜିଲାନ୍ସ ଟିମ୍ । ମାଣତ୍ରି ଚନ୍ଦନପୁର ଗ୍ରାମର ଗଦାଧର ସରେନଙ୍କ ଠାରୁ ନେଉଥିଲେ ଲାଞ୍ଚ ।ସୂଚନା ଅନୁଯାୟୀ, ମୋରଡା ବ୍ଲକରେ ପୂର୍ବରୁ କାର୍ଯ୍ୟରତ ଥିବା ଅବସରପ୍ରାପ୍ତ ପିଇଓ ମାଣିତ୍ରୀ ଚନ୍ଦନପୁର ଗ୍ରାମର ଗଦାଧର ସୋରେନଙ୍କ ଅବସରକାଳୀନ କାଗଜପତ୍ରର କ୍ଲିଅରେନ୍ସ ପାଇଁ ୨ ହଜାର ଟଙ୍କା ବ୍ଲକ ପରିସର […]

ନୂଆପଡାରେ ବିଜେପି ବିଜୟରେ ଜନମତକୁ ଏପଟସେପଟ କରାଯାଇଛି : ବିଜେଡି

ନୂଆପଡାରେ ବହୁମତରେ ବିଜୟ ହାସଲ କରିଛନ୍ତି ବିଜେପି ପ୍ରାର୍ଥୀ ଜୟ ଢୋଲକିଆ । ଯାହାକୁ ନେଇ ବିଜେପିର ସେଲିବ୍ରେସନ ଆରମ୍ଭ ହୋଇଯାଇଛି । ସେପଟେ ଜନମତକୁ ଏପଟସେପଟ କରାଯାଇଥିବା ଅଭିଯୋଗ ଆଣିଛନ୍ତି ଉଭୟ ବିଜେଡି ଓ କଂଗ୍ରେସ ।ବିଜେଡିର ଉପସଭାପତି ଦେବୀ ପ୍ରସାଦ ମିଶ୍ର କହିଛନ୍ତି,”ସରକାରୀ କଳ ଏବଂ ବଳ ଦ୍ୱାରା ବିଜେପି ନିର୍ବାଚନ ବିଜୟ ହାସଲ କରିଛି । ଅନେକ ସମସ୍ୟା ନେଇ ନୂଆପଡାବାସୀ ମୁହଁ ଖୋଲୁଥିଲେ । ହେଲେ 9 ତାରିଖ ସକାଳ ପର୍ଯ୍ୟନ୍ତ […]

ବିହାରରେ NDA ସୁନାମୀ, ନୀତିଶ ହୋଇନପାରନ୍ତି ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ

ବିହାର ବିଧାନସଭା ନିର୍ବାଚନରେ NDA ଏକ ବଡ଼ ବିଜୟ ଆଡ଼କୁ ଅଗ୍ରସର ହେଉଛି। ଏହା ଏବେ ୨ଶହରୁ ଅଧିକ ଆସନରେ ଆଗୁଆ ରହିଛି । ବିଜେପି ଏବଂ JDU ଉଭୟ ଶିବିରରେ ଖୁସିର ଲହରୀ ଖେଳିଯାଇଛି। ଭାଜପା ବିହାରରେ ଏକ ଐତିହାସିକ ପ୍ରଦର୍ଶନ କରିଛି, 95 ଆସନ ସହିତ ଏକକ ବୃହତ ଦଳ ଭାବରେ ଉଭା ହୋଇଛି। JDU 82 ଆସନରେ, LJP (R) 20 ଆସନରେ, HAM 5 ଆସନରେ ଏବଂ RLM 4 ଆସନରେ […]

+୨ ଇଣ୍ଟରନାଲ୍‌ ପରୀକ୍ଷା ବାଧ୍ୟତାମୂଳକ, ଜାରି ହେଲା ମାର୍ଗଦର୍ଶିକା

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE), ଓଡ଼ିଶା ଦ୍ୱାରା +୨ର ସମସ୍ତ ନିୟମିତ ଛାତ୍ରଛାତ୍ରୀଙ୍କ ପାଇଁ ଇଣ୍ଟରନାଲ ମୂଲ୍ୟାୟନ (Internal Assessment) ଏବଂ ପ୍ରୋଜେକ୍ଟ କାର୍ଯ୍ୟକୁ ବାଧ୍ୟତାମୂଳକ କରାଯାଇଛି।କେବଳ ରେଗୁଲାର୍‌ ପରୀକ୍ଷାର୍ଥୀମାନେ ଇଣ୍ଟରନାଲ୍‌ ବା ପ୍ରୋଜେକ୍ଟ ପରୀକ୍ଷା ଦେବେ।ଛାତ୍ରଛାତ୍ରୀମାନେ ପ୍ରଥମ ସ୍ଲଟ୍‌ ବା ଡିସେମ୍ବର ୨୨ରୁ ୩୧ ମଧ୍ୟରେ ପରୀକ୍ଷା ଦେଇ ନ ପାରିବେ, ସେମାନଙ୍କୁ ଆଉ ଗୋଟିଏ ସୁଯୋଗ ପ୍ରଦାନ କରାଯିବ। ଏଥିପାଇଁ ଅନୁପସ୍ଥିତିର ଉପଯୁକ୍ତ ପ୍ରମାଣ ଦାଖଲ କରିବାକୁ ପଡ଼ିବ।ଜାନୁଆରୀ ୨ରୁ ୧୫ ତାରିଖ […]

ନୂଆପଡାରେ ବିଜୟ ହେଲେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ

ନୂଆପଡ଼ା ଉପନିର୍ବାଚନ ପାଇଁ ହୋଇଥିବା ମତଦାନର ମତଗଣନା ଶେଷ ହୋଇଛି। ୨୬ତମ ରାଉଣ୍ଡର ଭୋଟ୍‌ ଗଣତି ପରେ ତଥା ସଦ୍ୟତମ ସୂଚନା ଅନୁସାରେ ନୂ୍ଆପଡ଼ାରେ ଭାରତୀୟ ଜନତା ପାର୍ଟି (ବିଜେପି) ବାଜି ମାରିଛି। ଜୟ ‌ଢୋଲକିଆ ୧, ୨୩, ୮୬୯ ଖଣ୍ଡ ଭୋଟ୍‌ ପାଇଥିବା ବେଳେ ତାଙ୍କର ନିକଟତମ ପ୍ରାର୍ଥୀ ଘାସିରାମ ମାଝୀଙ୍କୁ ୪୦,୧୨୧ ଖଣ୍ଡ ଭୋଟ୍‌ ମିଳିଛି। ଅର୍ଥାତ ଜୟ ଢୋଲକିଆ ୮୩,୭୪୮ ଖଣ୍ଡ ଭୋଟ୍‌ ବ୍ୟବଧାନରେ ବିଜୟ ହାସଲ କରିଛନ୍ତି।

ଗୋଦାବରୀଶ ଆଦର୍ଶ ବିଦ୍ୟାଳୟର ‘ଲୋଗୋ’ ଉନ୍ମୋଚନ

ରାଜ୍ୟର ଶିକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ନିମନ୍ତେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧିନରେ ରାଜ୍ୟ ସରକାରଙ୍କ ମହତ୍ଵାକାଂକ୍ଷୀ ଯୋଜନା ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ କାର୍ଯ୍ୟକାରିତାକୁ ଆଉ ଗୋଟିଏ ପାଦ ଆଗକୁ ନେଇ ଆଜି ଲୋକସେବା ଭବନ ଠାରେ ଏହି ଯୋଜନାର ଲୋଗୋ ଉନ୍ମୋଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଲୋଗୋକୁ ଉନ୍ମୋଚନ କରି କହିଛନ୍ତି ଯେ, ପିଲାଙ୍କୁ ଆଧୁନିକ ଏବଂ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା […]

ବିଗିଡ଼ିଲା ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ସ୍ବାସ୍ଥ୍ୟାବସ୍ଥା

ଅଭିଜିତ ମଜୁମଦାର ପରେ ଓଲିଉଡ୍ ଇଣ୍ଡଷ୍ଟ୍ରିର ଚର୍ଚ୍ଚିତ କଣ୍ଠଶିଳୀ ହ୍ୟୁମାନ ସାଗରଙ୍କ ବିଗିଡ଼ିଲା ସ୍ବାସ୍ଥ୍ୟବସ୍ଥା। ସିଙ୍ଗର୍ ହ୍ୟୁମାନ ସାଗର କିଡନି ଓ ଲିଭର୍ ଜନିତ ସମସ୍ୟା ଯୋଗୁଁ ପ୍ରଥମେ ସେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ, ଏବେ ଅଧିକ ଚିକିତ୍ସା ପାଇଁ ତାଙ୍କୁ ଭୁବନେଶ୍ବର ଏମ୍ସ କୁ ସ୍ଥାନାନ୍ତର କରାଯାଇଛି ।