ନୟାଗଡ଼,(ଓଡ଼ିଶା ଦର୍ପଣ): ନୟାଗଡ଼-ଖଣ୍ଡପଡ଼ା ରାଜ୍ୟ ରାଜପଥର ରେଳ ଓଭରବ୍ରିଜ ଠାରୁ ନୟାଗଡ଼ ଟାଉନ ଷ୍ଟେସନକୁ ଯାଇଥିବା ଏକ କିମି ଲମ୍ବ ମୁଖ୍ୟରାସ୍ତା ରାତ୍ର ସମୟରେ ଅନ୍ଧାର କିଟି କିଟି ଯୋଗୁଁ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏପରି କି ଅନ୍ଧାରରେ ଚାଲି ଚାଲି ଯାଉଥିବା ଯାତ୍ରୀମାନେ ଖାଲ ଖମାରେ ଝୁଣ୍ଟି ହୋଇ ଦୁର୍ଘଟଣା ଗ୍ରସ୍ତ ହେଉଥିବା ଅଭିଯୋଗ ହେଉଛି। ଅନ୍ୟ ପକ୍ଷରେ ଅନ୍ଧାରର ସୁଯୋଗ ନେଇ ବିଭିନ୍ନ ଅସାମାଜିକ ବ୍ୟକ୍ତିମାନେ ଏହି ରାସ୍ତା କଡରେ […]
ସଡ଼କ ଦୁର୍ଘଟଣା ଓ ତଦଜନିତ ମୃତ୍ୟୁ ସଂଖ୍ୟା ହ୍ରାସ ପାଇଁ ସରକାରଙ୍କ ଦ୍ୱାରା ନିରନ୍ତର ପ୍ରୟାସ ଜାରି ରହିଛି।ନଭେମ୍ବର ୧୬ରୁ ୩୦ ଯାଏଁ ସାରା ରାଜ୍ୟରେ ସଡ଼କ ଦୁର୍ଘଟଣା ଜନିତ ଶୂନ ମୃତାହତ ପକ୍ଷ ଆରମ୍ଭ ହେବାକୁ ଯାଉଛି। ଏନେଇ ବାଣିଜ୍ୟ ଓ ପରିବହନ ବିଭାଗ ନିଷ୍ପତ୍ତି ଗ୍ରହଣ କରିଛି।ଜନସାଧାରଣଙ୍କୁ ସଡ଼କ ସୁରକ୍ଷା ନିୟମ ପ୍ରତି ଅବଗତ କରିବା ଏବଂ ସେମାନଙ୍କ ଜୀବନ ରକ୍ଷା ପାଇଁ ଏହାର ପାଳନ କିଭଳି ଅନିବାର୍ଯ୍ୟ ସେ ସଂପର୍କରେ ସଚେତନତା କାର୍ଯ୍ୟକ୍ରମ […]
ଜାମିନ ଆବେଦନର ଶୁଣାଣି ୨୦ ତାରିଖକୁ ଘୁଞ୍ଚିଲା । ପୋଲିସ ଏସ୍ଆଇ ପରୀକ୍ଷା ଜାଲିଆତି ମାମଲାରେ ଗିରଫ ହୋଇ ବ୍ରହ୍ମପୁର ମଣ୍ଡଳ କାରାଗାରରେ ରହୁଥିବା ଶଙ୍କର ପୃଷ୍ଟି ସମେତ ମୋଟ ୭ ଜଣଙ୍କ ଜାମିନ ଆବେଦନର ଶୁଣାଣି ବ୍ରହ୍ମପୁର ଭିଜିଲାନ୍ସ କୋର୍ଟରେ ଆଜି ହେବାର ଥିଲା l ଏହି କେଳେଙ୍କାରୀର ମୁଖ୍ୟ କୁହାଯାଉଥିବା ଶଙ୍କର ପୃଷ୍ଟିଙ୍କ ସମେତ ସୁରେଶ ନାୟକ, ଅରବିନ୍ଦ ଦାସଙ୍କ ଶୁଣାଣି ଆସନ୍ତା ୨୦ ତାରିଖକୁ ଘୁଞ୍ଚିଲା lଏସଆଇ ନିଯୁକ୍ତି ସ୍କାମରେ ସଂଗଠିତ ଅପରାଧର […]
ଭୁବନେଶ୍ଵର ଏଜି ଛକରୁ ହଟିବ ଟ୍ରାଫିକ ପୋଷ୍ଟ। ସହରର ଟ୍ରାଫିକ ସମସ୍ୟା ଦୂର ପାଇଁ ଦୁଇ ଥାକିଆ ରାସ୍ତା ନିର୍ମାଣ କରାଯିବ। ଏଜି ଛକ ଦେଇ ଏହି ରାସ୍ତା ଯିବ। ମାଟି ତଳେ ଏବଂ ମାଟି ଉପରେ ରାସ୍ତା ନିର୍ମାଣ କରାଯିବ। କଳ୍ପନା, ଖଣ୍ଡଗିରି, ଜୟଦେବ ବିହାର ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ହେବ। ପ୍ରାରମ୍ଭିକ ଡିପିଆର ପ୍ରସ୍ତୁତ ହୋଇଥିବା କହିଲେ ପୂର୍ତ୍ତ ମନ୍ତ୍ରୀ । ଟ୍ରାଫିକ ସମସ୍ୟା ଦୂର ପାଇଁ ୨୦ଟି ନୂଆ ରାସ୍ତା ନିର୍ମାଣ ପାଇଁ […]
ପୁଣି ଇସ୍କନର ମନମାନୀ । ଆସନ୍ତା୨୩ତାରିଖ ରବିବାର ଦିନ ଆୟୋଜିତ ହେବାକୁ ଯାଉଛି ଅଦିନିଆ ରଥଯାତ୍ରା । ତାଇୱାନର ଜିମେଣ୍ଡିଙ୍ଗ ଏମଆରଟି EXIT-6ରେ ଆୟୋଜିତ ହେବାକୁ ଥିବା ଅଦିନିଆ ରଥଯାତ୍ରାରେ ଯୋଗ ଦେବାପାଇଁ ଇସ୍କନ ଅନୁଗାମୀ ଏବଂ ଜଗନ୍ନାଥ ପ୍ରେମୀଙ୍କୁ ଅନଲାଇନ ମାଧ୍ୟମରେ ସୂଚନା ଦିଆଯାଇଛି ।। ତେବେ ଏହି ଘଟଣାକୁ ନେଇ ସେବାୟତ ଓ ଜଗନ୍ନାଥ ପ୍ରେମୀଙ୍କ ମଧ୍ୟରେ ତୀବ୍ର ପତିକ୍ରିୟା ପ୍ରକାଶ ପାଇଛି। ଇସ୍କନ ବାରମ୍ବାର ଏଭଳି ଅଦିନିଆ ରଥଯାତ୍ରା ଆୟୋଜନ କରୁଥିବାରୁ ସାଧାରଣରେ […]
ଏଣିକି ଓଡିଶାରେ ରହିବ କେବଳ ଗୋଟିଏ ରାଜସ୍ଵ ଆଇନ୍। ପୁରୀରେ ସମୀକ୍ଷା ବୈଠକ ପରେ ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି। ସରକାର ଅଧ୍ୟୟନ କରୁଛନ୍ତି, ପ୍ରସ୍ତୁତି ଆରମ୍ଭ ହୋଇଛି। ଅନେକ ଜଟିଳ ଆଇନ୍ ଅଛି, କିଛି ଆବଶ୍ୟକ ନାହିଁ। ଖୁବ୍ ଶୀଘ୍ର ଓଡିଶା ଗଭରମେଣ୍ଟ ଲ୍ୟାଣ୍ଡ ମ୍ୟାନେଜମେଣ୍ଟ ଆକ୍ଟ ଆସିବ। ଏହା ସମୟ ଉପଯୋଗୀ ହେବ। ଲୋକଙ୍କୁ ବୁଝିଲା ଭଳି ହେବ। ସୂଚନାମୁତାବକ ଆଜି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ […]
ଆସନ୍ତା ୨୦ ତାରିଖରୁ ବରଗଡ ଜିଲ୍ଲାରୁ ଖରିଫ୍ ଧାନ କିଣା ଆରମ୍ଭ ହେବ। ଧାନ ସଂରକ୍ଷଣ ପାଇଁ ମଣ୍ଡିରେ ଅତ୍ୟାଧୁନିକ ବ୍ୟବସ୍ଥା ହୋଇଛି। ଦୁଇ ବର୍ଷ ମଧ୍ୟରେ ୧୦୦ଟି ମଡେଲ ମଣ୍ଡି ପାଇଁ ନିଷ୍ପତି ହୋଇଛି। ୧ମ ପର୍ଯାୟରେ ୩୮ଟି ମଡେଲ ମଣ୍ଡି ସ୍ଥାପନ ପାଇଁ ଟେଣ୍ଡର ହୋଇ କାର୍ଯ୍ୟ ଆରମ୍ଭ ହୋଇଛି। ଚଳିତ ଆର୍ଥିକ ବର୍ଷରେ ୮୦ଟି ସମବାୟ ସମିତିରେ ୨୦୦ ମେଟ୍ରିକ ଟନ କ୍ଷମତା ବିଶିଷ୍ଟ ଗୋଦାମ ଗୃହ ନିର୍ମାଣ ପାଇଁ ୨୦ କୋଟିର […]
ରାଜ୍ୟରେ ଭିନ୍ନକ୍ଷମ ଶିଶୁଙ୍କ ହେବ ସର୍ଭେ । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ମାର୍ଗଦର୍ଶଶିକା ଜାରି କରାଯାଇଛି । ଘର ଘର ବୁଲି ତଥ୍ୟ ସଂଗ୍ରହ କରିବେ ଅଙ୍ଗନବାଡି କର୍ମୀ । ଏଥିପାଇଁ ଅଙ୍ଗନବାଡି କର୍ମୀଙ୍କୁ ୫୦୦ ଟଙ୍କା ପ୍ରୋତ୍ସାହନ ରାଶି ମିଳିବ । ଜନ୍ମରୁ ୬ ବର୍ଷ ମଧ୍ୟରେ ଥିବା ଭିନ୍ନକ୍ଷମ ଶିଶୁଙ୍କ କରାଯିବ ସର୍ଭେ । ଚିହ୍ନଟ ଶିଶୁଙ୍କୁ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାରେ ସାମିଲ କରାଯିବ । ଏନଇପି- […]
ଜଣେ ବୃଦ୍ଧାଙ୍କର ରବିବାରଠାରୁ ମୃତ୍ୟୁ ହେଲାଣି। ଆଜି ପର୍ଯ୍ୟନ୍ତ ତାଙ୍କର ଶବ ସତ୍କାର କରାଯାଇ ପାରିନାହିଁ। ସ୍ବାମୀ ଛୁଇଁବାକୁ ଅରାଜି ଥିବାବେଳେ କାନାଡ଼ାରେ ରହୁଥିବା ପୁଅକୁ ଅପେକ୍ଷା କରାଯାଇଛି। ପୁଅ ପହଞ୍ଚିବା ପରେ ଶବ ସତ୍କାର ହେବ। ଏହି କାରଣରୁ ୪ଦିନ ହେଲା ବୃଦ୍ଧାଙ୍କ ମୃତଦେହ ଫ୍ରିଜର୍ରେ ରହିଛି। ମୃତ ବୃଦ୍ଧା ହେଲେ, ବାଲେଶ୍ବର ସହଦେବଖୁଣ୍ଟା ଥାନା ଅରଡ଼ବଜାରର ଛବିରାଣୀ ଦେ (୭୦ବର୍ଷ)। ସୂଚନା ଅନୁସାରେ, ସୋମବାର ୧୦ ତାରିଖ ଭୋର ସମୟରେ ସୃଷ୍ଟିଧର ଦେଙ୍କ ପତ୍ନୀ […]
ଭିଜିଲାନ୍ସ ଜାଲରେ RWSS କିରାଣି । କଳାହାଣ୍ଡି ଗ୍ରାମ୍ୟ ଜଳ ଯୋଗାଣ ବିଭାଗର ବରିଷ୍ଠ କିରାଣୀ ଟି ଭେଙ୍କଟ ଗିରି ରାଓଙ୍କୁ ମାଡିବସିଲା ଭିଜିଲାନ୍ସ । ପେନସନ ଓ ଗ୍ରାଚୁଟି କାଗଜ ପତ୍ର କରାଇଦେବା ପାଇଁ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ।୩୧.୦୩.୨୦୨୪ରେ ଅବସର ଗ୍ରହଣ କରିଥିଲେ। ସେବେଠାରୁ ସେ ଅଭିଯୁକ୍ତ ରାଓଙ୍କୁ ତାଙ୍କର ପେନ୍ସନ୍ କାଗଜପତ୍ର ପ୍ରସ୍ତୁତ କରିବାକୁ ଅନୁରୋଧ କରି ଆସୁଥିଲେ। ଅଭିଯୋଗକାରୀଙ୍କ ବାରମ୍ବାର ଅନୁରୋଧ ପରେ ମଧ୍ୟ […]
ପୁଲିସ ଏସଆଇ ନିଯୁକ୍ତି ସ୍କାମର ବଡ଼ ଅପଡେଟ୍। କେନ୍ଦ୍ର ସରକାରଙ୍କ ବିଜ୍ଞପ୍ତ ପ୍ରକାଶ ପରେ ମାମଲା ରୁଜୁ କଲା ସିବିଆଇ। ଭୁବନେଶ୍ଵର ସ୍ଥିତ ସିବିଆଇ ଶାଖା ପକ୍ଷରୁ ମାମଲା ରୁଜୁ କରାଯାଇ ଘଟଣାର ବିଧିବଦ୍ଧ ତଦନ୍ତ ଆରମ୍ଭ ହୋଇଛି। ଟିମରେ ଅଛନ୍ତି ୧୨ରୁ ଅଧିକ ସିବିଆଇ ଅଧିକାରୀ। ଜଣେ ଅତିରିକ୍ତ ଏସପିଙ୍କ ନେତୃତ୍ୱରେ ଗଠନ ହେଲା ସିବିଆଇ ଟିମ । ୩ ଜଣ ଡିଏସପି, ୪ ଜଣ ଇନସପେକ୍ଟର ଏଥିରେ ସାମିଲ ହେବେ । କ୍ରାଇମବ୍ରାଞ୍ଚକୁ ମାମଲାର […]
ଶୀତରେ ଥରୁଛି ସାରା ରାଜ୍ୟ । ରାତି ଯେତିକି ବଢୁଛି ପାରଦ ସେତିକି ଖସୁଛି । ପୂର୍ବରୁ ପଶ୍ଚିମ – ଉତ୍ତରରୁ ଦକ୍ଷିଣ ସବୁଠି ହାଡ଼ଭଙ୍ଗା ଶୀତର ପ୍ରକୋପ ଅନୁଭୂତ ହେଉଛି । ଉତ୍ତର-ପଶ୍ଚିମ ଦିଗରୁ ଓଡ଼ିଶା ମଧ୍ୟକୁ ଶୁଷ୍କ ଥଣ୍ଡା ବାୟୁ ପ୍ରବାହ ହେଉଥିବାରୁ ଶୀତ ବଢ଼ୁଥିବା ନେଇ ସୂଚନା ଦେଇଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ୨୧ଟି ସ୍ଥାନର ତାପମାତ୍ରା ୧୫ ଡିଗ୍ରି ତଳେ ରହିଛି। କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡିରେ ସର୍ବନିମ୍ନ ତାପମାତ୍ରା […]
