ଭୁବନେଶ୍ୱର-କଟକ ମଧ୍ୟରେ ନମୋ ଭାରତ ଟ୍ରେନ୍ ଚଳାଇବାକୁ ଯୋଜନା

ଭୁବନେଶ୍ୱର-କଟକ ମଧ୍ୟରେ ଯାତାୟାତ ଲାଗି କେନ୍ଦ୍ର ସରକାର ନମୋ ଭାରତ ନାମକ ବିକଳ୍ପ ଦ୍ରୁତ ରେଳ ବ୍ୟବସ୍ଥା ଉପରେ ବିଚାର କରୁଛନ୍ତି।ଟ୍ୱିନସିଟିରେ ସାଧାରଣ ପରିବହନ ସେବାକୁ ମଜଭୁତ କରିବା ପାଇଁ କେନ୍ଦ୍ର ସରକାର ନମୋ ଭାରତ ରାପିଡେକ୍ସ ଟ୍ରେନ୍ ଚଳାଇବାକୁ ଯୋଜନା କରୁଛନ୍ତି। କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଗତକାଲି ରାଜ୍ୟସଭାରେ ଏହି ସୂଚନା ଦେଇଛନ୍ତି।ଭୁବନେଶ୍ୱର କଟକ ମଧ୍ୟରେ ସରକାର ଏକ ନୂତନ ରେଳ ଲାଇନର ମଧ୍ୟ ଯୋଜନା କରୁଛନ୍ତି ଯେଉଁଠାରେ ନମୋ ଭାରତ ଟ୍ରେନ୍ ବାରମ୍ବାର ଚାଲିପାରିବ। […]

ମଧ୍ୟପ୍ରାଚ୍ୟ ଯୁଦ୍ଧ ପ୍ରଭାବ: ହଠାତ୍ ଖସିଲା ଅଣ୍ଡା ଦର

ଇରାନ, ଇସ୍ରାଏଲ ଏବଂ ଆମେରିକା ମଧ୍ୟରେ ଯୁଦ୍ଧ ଜାରି ରହିଛି । ଏହା କେବେ ଶେଷ ହେବ ତାହାର କୌଣସି ନିଶ୍ଚିତତା ନାହିଁ ।ଯୁଦ୍ଧକୁ ନେଇ ସୃଷ୍ଟି ହୋଇଥିବା ଉତ୍ତେଜନା ଉପସାଗରୀୟ ଦେଶଗୁଡ଼ିକୁ ଭାରତର ଅଣ୍ଡା ରପ୍ତାନିକୁ ବନ୍ଦ କରିଦେଇଛି, ଯାହା ଫଳରେ ମୂଲ୍ୟରେ ଯଥେଷ୍ଟ ହ୍ରାସ ଘଟିଛି ।ଜାତୀୟ ଅଣ୍ଡା ସମନ୍ୱୟ କମିଟି (NECC) ଅନୁଯାୟୀ, ଗତ କିଛି ସପ୍ତାହ ମଧ୍ୟରେ ସମଗ୍ର କର୍ଣ୍ଣାଟକରେ ଅଣ୍ଡା ମୂଲ୍ୟରେ ତୀବ୍ର ହ୍ରାସ ଘଟିଛି । ମାତ୍ର ଗୋଟିଏ […]

ରାଜ୍ୟସଭା ନିର୍ବାଚନକୁ ନେଇ ନବୀନ- ଜୟନାରାୟଣ ମୁହାଁମୁହିଁ

ଦିନକ ପରେ ରାଜ୍ୟସଭା ନିର୍ବାଚନ। ଆରୋପ-ପ୍ରତ୍ୟାରୋପରେ ଉଠୁଛି ପଡୁଛି ରାଜ୍ୟ ରାଜନୀତି। ସମୟ ଯେତିକି ଗଡ଼ୁଛି ନେତାଙ୍କ ଛାତିକି ସେତିକି ଧଡ଼ଧଡ଼ ହେଉଛି। ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆରମ୍ଭ ହେଲା ଗୁରୁତ୍ୱପୂର୍ଣ୍ଣ ବୈଠକ । ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ବୈଠକ ବସିଛି । ଉପସ୍ଥିତ ଅଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଦଳୀୟ ବିଧାୟକ। ପ୍ରଥମେ ଏସଆଇଆର ପ୍ରସଙ୍ଗରେ ଚାଲିଛି ବୈଠକ । ରାଜ୍ୟ ବିଜେପି ପଦାଧିକାରୀ ଓ ବିଧାୟକମାନେ ଉପସ୍ଥିତ ରହିଛନ୍ତି […]

ପୁଣି କମିଲା ସୁନା ଓ ରୁପା ଦାମ୍

ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୧,୬୧,୨୪୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ ସୁନା ଦର ୧,୪୭,୮୦୦ ଟଙ୍କା ଛୁଇଁଛି । ସେହିପରି ରାଜଧାନୀ ଭୁବନେଶ୍ବରରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୧,୫୯,୬୬୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ହଜାର ୧,୪୬,୩୫୦ ଟଙ୍କାକୁ ପହଞ୍ଚିଛି । ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୧,୫୯,୬୬୦ ଓ ୧,୪୬,୩୫୦ ଟଙ୍କା ରହିଛି । ଅନ୍ୟପଟେ […]

ଖୁବଶୀଘ୍ର ମୁକ୍ତ ହେବେ ସୋନମ ୱାଙ୍ଗଚୁକ୍, କେନ୍ଦ୍ର ସରକାର ହଟାଇଲେ NSA କଟକଣା

ସୋନମ ଓ୍ୱାଙ୍ଗଚୁକଙ୍କୁ ଆଶ୍ୱସ୍ତି । ଲଦ୍ଦାଖରେ ଅଶାନ୍ତି ରୋକିବାକୁ ସରକାରଙ୍କ ବଡ ଉଦ୍ୟମ । କଟକଣା ହଟାଇଲା କେନ୍ଦ୍ର ଗୃହ ମନ୍ତ୍ରାଳୟ । ଅର୍ଥାତ ଗୃହ ମନ୍ତ୍ରାଳୟ ରାଷ୍ଟ୍ରୀୟ ସୁରକ୍ଷା ଅଧିନିୟମ ବା ଏନଏସଏ ଅନୁସାରେ ଲଦ୍ଦାଖର ସାମାଜିକ କାର୍ଯ୍ୟକର୍ତ୍ତା ସୋନମଙ୍କ ଉପରେ ଲଗାଇଥିବା ସମସ୍ତ କଟକଣାକୁ ହଟାଇ ଦେଇଛି ।ସାମ୍ବିଧାନିକ ସୁରକ୍ଷା ଏବଂ ଲଦାଖକୁ ରାଜ୍ୟ ମାନ୍ୟତା ଦାବି କରି ହିଂସାକୁ ଉସୁକାଇବା ଏବଂ ଉତ୍ତେଜନାପୂର୍ଣ୍ଣ ଭାଷଣ ଦେବା ଅଭିଯୋଗରେ ସେପ୍ଟେମ୍ବର ୨୦୨୫ ରେ ଲେହରେ […]

ରାଜ୍ୟସଭା ନିର୍ବାଚନ: ବିଜେଡିର ମକ ପୋଲିଂ

ରାଜ୍ୟସଭା ନିର୍ବାଚନ ନେଇ ବିଧାନସଭାରେ ବିଜେଡିର ମକ ପୋଲିଂ । ଏନେଇ ବିଜେଡି ବିଧାୟକ ସାରଦା ଜେନା ସୂଚନା ଦେଇଛନ୍ତି । ବିଜେଡି ବିଧାୟକମାନେ ଯୋଗ ଦେଇ ନିର୍ବାଚନ ପ୍ରକ୍ରିୟା ବାବଦରେ ବୁଝିବେ । ସନ୍ଧ୍ୟାରେ ନବୀନ ନିବାସରେ ବିଜେଡି ବିଧାୟକମାନଙ୍କ ବୈଠକ ରହିଛି । ସନ୍ଧ୍ୟା ୫ଟା ୩୦ରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ପ୍ରଶିକ୍ଷଣ ଦେବେ । ରାଜ୍ୟସଭା ନିର୍ବାଚନ ପରିଚାଳନା ଉପରେ ନବୀନ ପଟ୍ଟନାୟକ ଗୁରୁତ୍ୱର ସହ ନେଇଛନ୍ତି ।ଗତକାଲି ନବୀନ ପଟ୍ଟନାୟକ […]

୪ ବର୍ଷ ଧରି ମିଳିଥିଲା ବିବାହ ପ୍ରତିଶ୍ରୁତି, ଶେଷରେ ଭିଡିଓ କରି ଆତ୍ମହତ୍ୟା କଲେ ଯୁବତୀ

ଉତ୍ତର ପ୍ରଦେଶର ଆଗ୍ରା ଜିଲ୍ଲା ତାଜଗଞ୍ଜ ଥାନା ଅଞ୍ଚଳରୁ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି । ତାଜଗଞ୍ଜ ପୋଲିସ ଷ୍ଟେସନ ଅଞ୍ଚଳରେ ଜଣେ ଯୁବତୀ ଆତ୍ମହତ୍ୟା କରିଛନ୍ତି ।ଭାଇରାଲ ଭିଡିଓରେ ମୃତ ଯୁବତୀ ଜଣକ ଅଭିଯୁକ୍ତ କନଷ୍ଟେବଳ ଜେବି ଗୌତମଙ୍କ ବିରୁଦ୍ଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି। ଯୁବତୀଙ୍କ କହିବା ଅନୁଯାୟୀ, ଗୌତମ ତାଙ୍କୁ ବିବାହର ପ୍ରଲୋଭନ ଦେଖାଇ ଗତ ଚାରି ବର୍ଷ ଧରି ସ୍ତ୍ରୀ ଭାବରେ ରଖି ଆସୁଥିଲେ। ମାତ୍ର ବିବାହ ପାଇଁ ଚାପ ପକାଇବା […]

୧୬ରେ ବିଧାନସଭା ବୈଠକ ବନ୍ଦ

ରାଜ୍ୟସଭା ନିର୍ବାଚନ ଲାଗି ଚଳିତ ମାସ ୧୬ ପୂର୍ବାହ୍ଣ ୯ଟାରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ଥିବାରୁ ଏହିଦିନ ବିଧାନସଭା ବୈଠକ ହେବନାହିଁ। ଶୁକ୍ରବାର ଗୃହରେ ଗୃହୀତ କାର୍ଯ୍ୟ ପରାମର୍ଶଦାତା କମିଟିଙ୍କ ରିପୋର୍ଟ ଅନୁଯାୟୀ ଏହା ସ୍ଥିରିକୃତ ହୋଇଛି। ମାର୍ଚ୍ଚ ୧୬ ବୈଠକରେ ଆଲୋଚନା ହେବାକୁ ଥିବା ପ୍ରଶ୍ନଗୁଡିକର ଉତ୍ତର ୧୭ ତାରିଖ (ମଙ୍ଗଳବାର) ଗୃହରେ ଉପସ୍ଥାପିତ ହେବ ବୋଲି ଧରି ନିଆଯିବ।ଏହା ସହିତ, ସ୍କୁଲ ଏବଂ ଗଣଶିକ୍ଷା ବିଭାଗ ଏବଂ ଉଚ୍ଚଶିକ୍ଷା ବିଭାଗ ସହିତ […]

ମାଡ଼ିଆସୁଛି କି ମହାବିପତ୍ତି! ଶ୍ରୀମନ୍ଦିର ଉପରେ ଉଡ଼ିଲେ ଶହ ଶହ ଚିଲ

ଗତ କିଛଦିନ ହେବ ବାରମ୍ବାର ନୀଳଚକ୍ରରେ ଲାଗିଥିବା ପତିତପାବନ ବାନା ଉପରେ ଚିଲ ବସିବ। ନୀଳଚକ୍ରରେ ସଂଯୋଗ ହୋଇଥିବା ମାଳମାଳ ମାନସିକ ବାନା ଛିଣ୍ଡିଯିବା ପରେ ଆଜି ଶ୍ରୀମନ୍ଦିର ନୀଳଚକ୍ର ଉପରେ ଶହଶହ ସଂଖ୍ୟାରେ ଚିଲ ଉଡିବା ନଜରକୁ ଆସିଛି। ସେହିପରି ବହୁତ ଦିନ ଆଗରୁ ମଧ୍ୟ ଏପରି ଘଟଣା ସାମ୍ନାକୁ ଆସିଥିଲା ଯେଉଁଥିରେ, ପୁରୀ ଶ୍ରୀମନ୍ଦିର ନୀଳଚକ୍ର ଉପରେ ଚିଲ ଉଡିଥିଲା । ସକାଳେ ଏକ ଚିଲ ନୀଳଚକ୍ର ଉପରେ ଉଡୁଥିବା ପତିତପାବନ ବାନା ଉପରେ […]

ଜରୁରି ଏୟାର ଲିଫ୍ଟିଂ ଯୋଜନା ମଞ୍ଜୁର

ଗୁଣାତ୍ମକ ଓ ଅତ୍ୟାଧୁନିକ ଚିକିତ୍ସା ଯୋଗାଇବେ ରାଜ୍ୟ ସରକାର । ରୋଗୀଙ୍କୁ ଅତି ଜରୁରି ସମୟରେ ରାଜ୍ୟ ବାହାରକୁ ଘରୋଇ ଆମ୍ବୁଲାନ୍ସରେ ଚିକିତ୍ସା ପାଇଁ ସ୍ୱତନ୍ତ୍ର ‘ଏମର୍ଜେନ୍ସି କେୟାର ବାଏ ଏୟାର ଲିଫ୍ଟିଂ’ ଯୋଜନାକୁ ମଞ୍ଜୁର ମିଳିଛି । ନୂଆ ବ୍ୟବସ୍ଥା ଅନୁଯାୟୀ ସ୍ୱାସ୍ଥ୍ୟ ବିଭାଗ ପ୍ରମୁଖ ଶାସନ ସଚିବ ଏହାର ଅନୁମୋଦନକାରୀ କର୍ତ୍ତୃପକ୍ଷ ଅଛନ୍ତି । ସ୍ୱାସ୍ଥ୍ୟ ବିଭାଗ ନୋଡାଲ ବିଭାଗ ଭାବେ କାର୍ଯ୍ୟ କରିବ । ଏହା ସମସ୍ତ ନୀତିଗତ ନିଷ୍ପତ୍ତି ଗ୍ରହଣ କରିବ […]

ଯୁଦ୍ଧ ପାଇଁ ବଢ଼ିଲା ବିମାନ ଭଡ଼ା;ଇଣ୍ଡିଗୋ ବଢ଼ାଇଲା ଭଡ଼ା

ବିଶ୍ୱ ବଜାରରେ ବିମାନ ଇନ୍ଧନ (ATF) ଦର ଅହେତୁକ ଭାବେ ବୃଦ୍ଧି ପାଇବା ପରେ ଇଣ୍ଡିଗୋ ନିଜର ଭଡ଼ା ବୃଦ୍ଧି କରିଛି |ପଶ୍ଚିମ ଏସିଆରେ ଚାଲିଥିବା ଭୂ-ରାଜନୈତିକ ଉତ୍ତେଜନା ଏବଂ ଇରାନ ସହ ଜଡ଼ିତ ସଂଘର୍ଷ କାରଣରୁ ଅଶୋଧିତ ତୈଳ ଦର ବଢ଼ିବାରେ ଲାଗିଛି, ଯାହାର ସିଧାସଳଖ ପ୍ରଭାବ ଏୟାରଲାଇନ୍ସ କମ୍ପାନୀ ଉପରେ ପଡ଼ିଛି।ଇଣ୍ଡିଗୋ ପକ୍ଷରୁ ଦୂରତା ଅନୁଯାୟୀ ଅଲଗା ଅଲଗା ସରଚାର୍ଜ ସ୍ଥିର କରାଯାଇଛି| ଘରୋଇ ଯାତ୍ରା ପାଇଁ ୪୨୫ଟଙ୍କା ବୃଦ୍ଧି କରାଯାଇଛି। ସେହିପରି ଅନ୍ତର୍ଜାତୀୟ […]

ଆସନ୍ତା ଦୁଇ ସପ୍ତାହ ରାଜ୍ୟରେ ପ୍ରବଳ ତାତି ଅନୁଭୂତ ହୋଇପାରେ

କଲବଲ କରିବ ଖରା । ଆଗକୁ ଭୟଙ୍କର ତାତି । ଆସନ୍ତା ଦୁଇ ସପ୍ତାହ ରାଜ୍ୟରେ ପ୍ରବଳ ତାତି ଅନୁଭୂତ ହୋଇପାରେ ।୨୬ ତାରିଖ ଯାଏ ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ଦିନ ତାପମାତ୍ରା ୪୦ ଡିଗ୍ରୀରୁ ଉପରେ ରହିପାରେ । ପାଣିପାଗ ବିଭାଗର ବିସ୍ତାରିତ ଆକଳନରେ ଏହି ପୂର୍ବାନୁମାନ କରାଯାଇଛି ।ଶନିବାର ଝାରସୁଗୁଡା ଏବଂ ସମ୍ବଲପୁରରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ନେଇ ରେର୍ଡ ଆଲର୍ଟ ଜାରି କରାଯାଇଛି। ଅପରପକ୍ଷେ ରବିବାର ଓ ସୋମବାର ରାଜ୍ୟର ବିଭିନ୍ନ […]