ପୋଲିସ ଏସଆଇ ପରୀକ୍ଷା କେଳେଙ୍କାରୀକୁ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ହେଲା ବିଜ୍ଞପ୍ତି। ସିବିଆଇ ତଦନ୍ତ ପାଇଁ ସୁପାରିସ୍ କରିଥିଲେ ରାଜ୍ୟ ସରକାର। ଏହି ମାମଲାରେ ୧୧୪ ପରୀକ୍ଷାର୍ଥୀ ଜେଲ୍ ଯାଇ ଜାମିନରେ ଆସିଛନ୍ତି। ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟି ଓ ମୁନା ମହାନ୍ତି ଗିରଫ ହୋଇ ସାରିଛନ୍ତି। ସୂଚନାମୁତାବକ ସେପ୍ଟେମ୍ବର ୨୯ ରାତିରେ ବ୍ରହ୍ମପୁର ପୋଲିସ, ପଡ଼ୋଶୀ ଆନ୍ଧ୍ରପ୍ରଦେଶରେ ୧୧୪ ଜଣ ପ୍ରାର୍ଥୀ ଏବଂ ତିନି ଜଣ ଏଜେଣ୍ଟଙ୍କୁ ନେଇ ଯାଉଥିବା ତିନୋଟି ବସ୍ ଅଟକାଇବା […]
ନୂଆପଡ଼ା ଉପନିର୍ବାଚନ ପାଇଁ ମଙ୍ଗଳବାର ଭୋଟ ଗ୍ରହଣ ଜାରି ରହିଛି। ନୂଆପଡାର ଅଭୟାରଣ୍ୟ ଗାଁ ସୁନାବେଡାରୁ ଫେରିଲେ ପୋଲିଂ ଟିମ୍। ଭୋଟିଂ ଶେଷ କରିବା ପରେ ବାୟୁସେନା ହେଲିକପ୍ଟରରେ ଫେରିଛନ୍ତି । ୮ଟି ସମ୍ବେଦନଶୀଳ ବୁଥ୍ରେ ମତଦାନ ଶେଷ ପରେ ଫେରିଲେ। ନୂଆପଡା ବିଧାନସଭା ଉପ ନିର୍ବାଚନରେ ସନ୍ଧ୍ୟା ୫ଟା ସୁଦ୍ଧା ୭୫ .୩୧% ମତଦାନ ହୋଇଛି l
ଦିଲ୍ଲୀରେ ସୋମବାର ସଂଧ୍ୟାରେ ଲାଲକିଲ୍ଲା ନିକଟରେ ହୋଇଥିବା କାର୍ ଦୁର୍ଘଟଣାର ତଦନ୍ତ ରାଷ୍ଟ୍ରୀୟ ତଦନ୍ତକାରୀ ଏଜେନ୍ସି କରିବ । କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଏହି ନିଷ୍ପତ୍ତି ନେଇଛି ଓ ତଦନ୍ତ ଦାୟିତ୍ୱ ଏନଆଇଏକୁ ହସ୍ତାନ୍ତର କରାଯାଇଛି ।ସୋମବାର ରାତିରେ ବିସ୍ଫୋରଣ ପରେ ଏନଆଇଏ ଏବଂ ଏନଏସଜି ଟିମ ଘଟଣାସ୍ଥଳରେ ପହଞ୍ଚି ତନାଘନା କରିଥିଲେ। ଏହି ବିସ୍ଫୋରଣ ଘଟଣାରେ ୧୨ ଜଣଙ୍କ ମୃତ୍ୟୁ ଘଟିଥିଲା।ଅନ୍ୟପଟେ ବିଦେଶ ଗସ୍ତରେ ଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଙ୍ଗଳବାର ସ୍ଵରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କୁ […]
ନୂଆପଡ଼ା ଉପନିର୍ବାଚନ ପାଇଁ ମଙ୍ଗଳବାର ମତଦାନ ପ୍ରକ୍ରିୟା ଜାରି ରହିଛି। ଅପରାହ୍ନ ୩ଟା ସୁଦ୍ଧା ନିର୍ବାଚନମଣ୍ଡଳୀର ସମସ୍ତ ବୁଥରେ ୬୫.୫୬% ମତଦାନ ହୋଇଥିବା ସୂଚନା ମିଳିଛି। ସମସ୍ତ ବୁଥରେ ସୁରୁଖୁରୁରେ ମତଦାନ ଚାଲିଥିବା ଜଣାପଡ଼ିଛି। ନୂଆପଡ଼ା ଜିଲା ସିନାପାଲ୍ଲୀ ୪୬ ନଂ ବୁଥ୍ର ପ୍ରିଜାଇଡିଂ ଅଫିସର ସନ୍ଦୀପ ସ୍ବାଇଁଙ୍କୁ ସସ୍ପେଣ୍ଡ କରାଯାଇଛି। ତେବେ ସନ୍ଦୀପ ଭୋଟରଙ୍କ ଗୋପନୀୟତା ଉଲ୍ଲଙ୍ଘନ କରିଥିବାରୁ ତାଙ୍କ ପ୍ରତି ଏପରି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ସେହିପରି ସକାଳେ ମତଦାନ ଚାଲିଥିବାବେଳେ ଜଣେ ପ୍ରିଜାଇଡିଂ ଅଫିସରଙ୍କ […]
ନୂଆପଡ଼ା ଉପନିର୍ବାଚନ ପାଇଁ ମଙ୍ଗଳବାର ମତଦାନ ପ୍ରକ୍ରିୟା ଜାରି ରହିଛି। ଅପରାହ୍ନ ୩ଟା ସୁଦ୍ଧା ନିର୍ବାଚନମଣ୍ଡଳୀର ସମସ୍ତ ବୁଥରେ ୬୫.୫୬% ମତଦାନ ହୋଇଥିବା ସୂଚନା ମିଳିଛି। ସମସ୍ତ ବୁଥରେ ସୁରୁଖୁରୁରେ ମତଦାନ ଚାଲିଥିବା ଜଣାପଡ଼ିଛି। ନୂଆପଡ଼ା ଜିଲା ସିନାପାଲ୍ଲୀ ୪୬ ନଂ ବୁଥ୍ର ପ୍ରିଜାଇଡିଂ ଅଫିସର ସନ୍ଦୀପ ସ୍ବାଇଁଙ୍କୁ ସସ୍ପେଣ୍ଡ କରାଯାଇଛି। ତେବେ ସନ୍ଦୀପ ଭୋଟରଙ୍କ ଗୋପନୀୟତା ଉଲ୍ଲଙ୍ଘନ କରିଥିବାରୁ ତାଙ୍କ ପ୍ରତି ଏପରି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ସେହିପରି ସକାଳେ ମତଦାନ ଚାଲିଥିବାବେଳେ ଜଣେ ପ୍ରିଜାଇଡିଂ ଅଫିସରଙ୍କ […]
ଏବେ ଜାତୀୟ ରାଜନୀତିରେ ସବୁଠୁ ଅଧିକ ଚର୍ଚ୍ଚାରେ ବିହାର । ସରିଛି ପ୍ରଥମ ପର୍ଯ୍ୟାୟ ଭୋଟ୍ ଗ୍ରହଣ ।ଅନ୍ତିମ ପର୍ଯ୍ୟାୟ ପାଇଁ ଆଜି ୨୦ଟି ଜିଲାର ୧୨୨ଟି ନିର୍ବାଚନମଣ୍ଡଳୀରେ ମତଦାନ ଆରମ୍ଭ ହୋଇଛି। ନିରପେକ୍ଷ ଏବଂ ଶାନ୍ତିପୂର୍ଣ୍ଣ ନିର୍ବାଚନ ସୁନିଶ୍ଚିତ କରିବା ପାଇଁ ରାଜ୍ୟବ୍ୟାପୀ ୪୦୦,୦୦୦ରୁ ଅଧିକ ସୁରକ୍ଷା କର୍ମୀଙ୍କୁ ନିୟୋଜିତ କରାଯାଇଛି।ବିହାରରେ ମୋଟ ୨୪୩ ବିଧାନସଭା ଆସନ ରହିଛି । ଦ୍ବିତୀୟ ଫେଜ୍ରେ ଆଜି ୧୨୨ ଆସନରେ ଭୋଟ ଚାଲିଛି । ସକାଳ ୭ଟାରୁ ଭୋଟିଂ […]
ଦିଲ୍ଲୀରେ ବିସ୍ଫୋରଣ ପରେ ଓଡିଶାରେ ହାଇ ଆଲର୍ଟ କରାଯାଇଛି । ପୋଲିସ ବିଭାଗ ସହ ଆଲୋଚନା କରି ସବୁ ସ୍ଥାନରେ ସୁରକ୍ଷା କଡାକଡି କରାଯାଇଛି । ଭୁବନେଶ୍ବରର ବିଭିନ୍ନ ସମ୍ବେଦନଶୀଳ ସ୍ଥାନ ରେଳ ଷ୍ଟେସନ୍, ସହରକୁ ପ୍ରବେଶ ଓ ପ୍ରସ୍ଥାନ ରାସ୍ତାରେ ଚେକିଂକୁ କଡ଼ାକଡ଼ି କରାଯାଇଛି ।ସେହିଭଳି ଧାର୍ମିକ ସ୍ଥଳ ପୁରୀରେ ମଧ୍ୟ ସୁରକ୍ଷାକୁ କଡ଼ାକଡ଼ି କରାଯାଇଛି । ପୁରୀ ଶ୍ରୀମନ୍ଦିର, ବଡ଼ଦାଣ୍ଡ, ରେଳଷ୍ଟେସନ, ବସ୍ ଷ୍ଟାଣ୍ଡ ଓ ସମୁଦ୍ର ଉପକୂଳରେ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି […]
ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଦିଲ୍ଲୀ ବିସ୍ଫୋରଣ ମାମଲା ସମ୍ପର୍କରେ ଏକ ବଡ଼ ବୟାନ ଜାରି କରିଛନ୍ତି। ସେ କହିଛନ୍ତି, “ସୁରକ୍ଷା ଏଜେନ୍ସିଗୁଡ଼ିକ ଦ୍ୱାରା ତଦନ୍ତ ଚାଲିଛି। ତଦନ୍ତର ବିବରଣୀ ଖୁବ୍ ଶୀଘ୍ର ସାର୍ବଜନୀନ କରାଯିବ। ବିସ୍ଫୋରଣ ପାଇଁ ଦାୟୀଙ୍କୁ ଛଡ଼ାଯିବ ନାହିଁ। ଦୋଷୀମାନଙ୍କୁ କଠୋର ଦଣ୍ଡ ମିଳିବ।” ଅନ୍ୟପଟେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ଷଡଯନ୍ତ୍ର ପଛରେ ଯେଉଁମାନେ ଅଛନ୍ତି, ସେମାନଙ୍କୁ ଛଡାଯିବନି। କାଲିର ଘଟଣା ପୁରା ଦେଶକୁ ବ୍ୟଥିତ କରିଛି। ପୀଡିତ ପରିବାରର ଦୁଃଖ […]
ପୀତବାସ ପଣ୍ଡା ହତ୍ୟା ମାମଲା। ବିବାଦୀୟ ବୟାନ ପାଇଁ ହାଇକୋର୍ଟରେ କ୍ଷମା ମାଗିଲେ ବ୍ରହ୍ମପୁର ଏସପି। ବ୍ୟକ୍ତିଗତ ଭାବେ ହାଜର ହୋଇ ସେ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରିଛନ୍ତି। ସୂଚନାମୁତାବକ ଅକ୍ଟୋବର ୨୨ରେ ପୀତବାସ ପଣ୍ଡା ହତ୍ୟା ମାମଲାରେ ଗଣମାଧ୍ୟମ କୁ ବ୍ରହ୍ମପୁର ଏସପି ଦେଇଥିବା ଏକ ବୟାନକୁ ନେଇ ଆପତ୍ତି ଉଠାଇଥିଲେ ହାଇକୋର୍ଟ। ହତ୍ୟାକାଣ୍ଡ ପଛର ଉଦ୍ଦେଶ୍ୟ କହିବା ସମୟରେ ଏସପି ଏକ ଇଲେକ୍ସନ ପିଟିସନ ବିଷୟରେ କହିଥିଲେ। ପେଣ୍ଡିଂ ଇଲେକ୍ସନ ପିଟିସନ ଉପରେ ମନ୍ତବ୍ୟ […]
ସାରା ଦେଶକୁ ଥରାଇ ଦେଇଛି ଦିଲ୍ଲୀରେ ହୋଇଥିବା ଭୟଙ୍କର କାର୍ ବିସ୍ଫୋରଣ । କିନ୍ତୁ ଏହି ବିସ୍ଫୋରଣ ପଛରେ କାହାର ହାତ ରହିଛି ? କିଏ ରଚିଥିଲା ଏମିତି ଷଡ଼ଯନ୍ତ୍ର । ଏସବୁ ପ୍ରଶ୍ନର ଉତ୍ତର ଖୋଜୁଥିବାବେଳେ ପୋଲିସ ହାତରେ ଲାଗିଛି ସିସିଟିଭି ଭିଜୁଆଲ । ପ୍ରାରମ୍ଭିକ ରିପୋର୍ଟରୁ ଜଣାପଡିଛି ଯେ, ଏହା ଏକ ଆତ୍ମଘାତୀ ଆକ୍ରମଣ ଥିଲା। ଏହାର ମାଷ୍ଟରମାଇଣ୍ଡ ଡାକ୍ତର ଉମର ଥିଲେ। ଆକ୍ରମଣ ପରେ ତାଙ୍କ ମା’ ଏବଂ ଭାଇଙ୍କୁ ଜମ୍ମୁ-କଶ୍ମୀରରେ ଅଟକ […]
ନୂଆ ବିଧାୟକ ବାଛୁଛି ନୂଆପଡା । ସକାଳୁ ସକାଳୁ ମତଦାନ କେନ୍ଦ୍ରରେ ପହଞ୍ଚି ଭୋଟ ଦେଉଛନ୍ତି ନୂଆପଡା ଭୋଟର । ରାଜେନ୍ଦ୍ର ଢୋଲକିଆଙ୍କ ମୃତ୍ୟୁ ପରେ ନୂଆପଡାରେ ହେଉଛି ଉପନିର୍ବାଚନ । ଆଜି ଭୋଟ ଗ୍ରହଣ ଦିବସରେ ମତଦାନ କେନ୍ଦ୍ରରେ ପହଞ୍ଚି ଭୋଟ ଦେଇଛନ୍ତି ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ଏବଂ ତାଙ୍କ ପରିବାର । ସେହିପରି ନୂଆପଡା ବିଧାନସଭା ନିର୍ବାଚନମଣ୍ଡଳୀର ବିଭିନ୍ନ ବୁଥ୍ ବୁଲିଛନ୍ତି ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ । ସମସ୍ତଙ୍କୁ ଭୋଟ ଦେବାକୁ […]
ନୂଆପଡ଼ା ଉପନିର୍ବାଚନ ପାଇଁ ଭୋଟିଂ ପ୍ରକ୍ରିୟା ମଙ୍ଗଳବାର ସକାଳ ୭ଟାରୁ ଆରମ୍ଭ ହୋଇଛି। ସୁରୁଖୁରୁରେ ଭୋଟିଂ ଚାଲିଥିବା ଜଣାପଡ଼ିଛି। ସକାଳ ୯ଟା ସୁଦ୍ଧା ନୂଆପଡ଼ାରେ ୧୪.୯୯% ଭୋଟିଂ ହୋଇଛି। ତେବେ ନୂଆପଡ଼ା କୁଳିଆବନ୍ଧ ୩୬ ନଂ ବୁଥ୍ର ପ୍ରିଜାଇଡିଂ ଅଫିସର ଧନଞ୍ଜୟ ମଲ୍ଲିକ ସସ୍ପେଣ୍ଡ ହୋଇଛନ୍ତି । ଭୋଟ୍ର ଗୋପନୀୟତା ଉଲ୍ଲଙ୍ଘନ କରିବାରୁ କାର୍ଯ୍ୟାନୁଷ୍ଠାନ କରାଯାଇଛି । ପ୍ରେସମିଟ୍ କରି ସୂଚନା ଦେଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ। ଅନ୍ୟପଟେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ପରିବାର […]
