ବରିଷ୍ଠ ଅଭିନେତା ଧର୍ମେନ୍ଦ୍ର ଜୀବିତ ଅଛନ୍ତି। ତାଙ୍କ ମୃତ୍ୟୁ ଖବର ନିକଟରେ ସୋସିଆଲ ମିଡିଆରେ ପ୍ରସାରିତ ହୋଇଥିଲା। ଝିଅ ଏଶା ଦେଓଲ ତାଙ୍କ ପିତାଙ୍କ ମୃତ୍ୟୁ ଖବରକୁ ଖଣ୍ଡନ କରିଛନ୍ତି। ଅଭିନେତ୍ରୀ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ପୋଷ୍ଟ ଶେୟାର କରି ଲୋକଙ୍କୁ ମିଥ୍ୟା ଖବର ପ୍ରସାରଣ ନ କରିବାକୁ ଅନୁରୋଧ କରିଛନ୍ତି। ସୂଚନାମୁତାବକ ଧର୍ମେନ୍ଦ୍ରଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଖବର ପ୍ରଚାରିତ ହେବା ମାତ୍ରେ , ପୂରା ବଲିଉଡ୍ରେ ନୀରବତା ଖେଳିଗଲା […]
ଆଜି ନୂଆପଡ଼ା ଉପନିର୍ବାଚନ ପାଇଁ ଆରମ୍ଭ ହୋଇଛି ମତଦାନ । ନେତା ବାଛୁନ୍ତି ଜନତା । ମୋଟ ୩୫୮ ବୁଥରେ ଚାଲିଛି ଭୋଟ ଗ୍ରହଣ । ୩୧୧ଟି ବୁଥରେ ସକାଳ ୭ରୁ ସନ୍ଧ୍ୟା ୫ ପର୍ଯ୍ୟନ୍ତ ମତଦାନ ହେଉଛି । ଅବଶିଷ୍ଟ ୪୭ ବୁଥରେ ସକାଳ ୭ରୁ ଅପରାହ୍ଣ ୪ଟା ଯାଏ ଚାଲିବ ଭୋଟିଂ । ୧୪ ପ୍ରାର୍ଥୀଙ୍କ ହେବ ଭାଗ୍ୟ ନିର୍ଦ୍ଧାରଣ । ୩୫୮ ବୁଥରେ ମତଦାନ ସାବ୍ୟସ୍ତ କରିବେ ୨ଲକ୍ଷ ୫୩ ହଜାର ୬୨୪ […]
ଏଥର ସରଗରମ ହେବ ଶୀତ ଅଧିବେଶନ । ଏହି ବର୍ଷ ନଭେମ୍ବର ୨୭ ତାରିଖରୁ ଆରମ୍ଭ ହୋଇପାରେ ବିଧାନସଭାର ଶୀତ ଅଧିବେଶନ ବୋଲି କୁହାଯାଉଛି ।ଏହି ଗୁରୁତ୍ୱପୂର୍ଣ୍ଣ ଅଧିବେଶନର ପ୍ରଥମ ଦିନରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୃହକୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି।ତେବେ ଏନେଇ କୌଣସି ପ୍ରକାର ବିଧିବଦ୍ଧ ଭାବରେ ଘୋଷଣା କରାଯାଇନି । କିନ୍ତୁ ଏପରି ହେଲେ ଓଡ଼ିଶା ଇତିହାସରେ ପ୍ରଥମ ଥର ହେବ ଯେ ବିଧାନସଭା ଶୀତ ଅଧିବେଶନକୁ ରାଷ୍ଟ୍ରପତି ସମ୍ବୋଧିତ କରିବେ […]
ଦିଲ୍ଲୀ ବିସ୍ଫୋରଣ ପରେ ହାଇଆଲର୍ଟରେ ପୁରୀ। ହାଇଆଲର୍ଟ ନେଇ ପୁରୀ ଏସ୍ପି ଦେଇଛନ୍ତି ସୂଚନା। ବେଳାଭୂମି, ସମୁଦ୍ରକୂଳ ଓ ବଡ଼ଦାଣ୍ଡରେ ହାଇଆଲର୍ଟ ଜାରି ହୋଇଛି। ଶ୍ରୀମନ୍ଦିର ଚତୁଃପାର୍ଶ୍ବ, ରେଲେୱ ଷ୍ଟେସନ, ବସ୍ଷ୍ଟାଣ୍ଡରେ ହାଇଆଲର୍ଟ ଜାରି ହୋଇଛି। ପାଟ୍ରୋଲିଂ ବୃଦ୍ଧି ସହ ସମସ୍ତ ଆଇଆଇସିଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ହୋଇଛି। କେବଳ ପୁରୀ ନୁହେଁ ଦିଲ୍ଲୀ ବିସ୍ଫୋରଣ ପରେ ବଢ଼ିଲା ହୀରାକୁଦ ଡ୍ୟାମ୍ ସୁରକ୍ଷା। ହୀରାକୁଦ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି ନେଇ ସମ୍ବଲପୁର ଏସ୍ପି ଦେଇଛନ୍ତି ସୂଚନା। ସୋମବାର […]
ରାଜଧାନୀ ଦିଲ୍ଲୀରେ ବଡ଼ ବିସ୍ଫୋରଣ । ଲାଲ୍କିଲ୍ଲା ନିକଟ ଏକ କାର୍ରେ ବିସ୍ଫୋରଣ । ବିସ୍ଫୋରଣ ପରେ ହୁତୁହୁତୁ ହୋଇ ଜଳିଲା କାର୍ । ଆଉ ୩ଟି ଗାଡ଼ି ମଧ୍ୟ ବିସ୍ଫୋରଣରେ ଜଳିଗଲା । ଘଟଣାସ୍ଥଳରେ ପୋଲିସ ଟିମ୍ ଛାନଭିନ୍ ଆରମ୍ଭ କରିଛି ।ବିସ୍ଫୋରଣରେ ୮ ଜଣଙ୍କର ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଛି । ୨୪ ଜଣ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ଉପସ୍ଥିତ ପ୍ରତ୍ୟକ୍ଷଦର୍ଶୀମାନେ ବିସ୍ଫୋରଣ ପରର ଭୟଙ୍କର ଦୃଶ୍ୟକୁ ଯେପରି […]
ଲୋକସଭା ଏବଂ ରାଜ୍ୟ ବିଧାନସଭାରେ ମହିଳାଙ୍କ ପାଇଁ ସଂରକ୍ଷଣ ଦାବି କରି ସୁପ୍ରିମକୋର୍ଟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ ନୋଟିସ୍ ଜାରି କରିଛନ୍ତି । ଆଉ ଏହି ପ୍ରସଙ୍ଗରେ ଚାରି ସପ୍ତାହ ମଧ୍ୟରେ ଜବାବ ମାଗିଛନ୍ତି ସୁପ୍ରିମ ଅଦାଲତ । ଶୁଣାଣି ବେଳେ ବରିଷ୍ଠ ଆଇନଜୀବୀ ଶୋଭା ଗୁପ୍ତା କହିଥିଲେ, ଯେତେବେଳେ ଏହି ନାରୀ ଶକ୍ତି ବନ୍ଦନ ଅଧିନିୟମ ନାଁରେ ପାରିତ ହୋଇ ସାରିଛି, ସେତେବେଳେ ଏହାକୁ ଲାଗୁ କରିବାରେ ବିଳମ୍ୱ କାହିଁକ ? ଏହା ଦୁଃଖର […]
ରୁଷର ଡାଗେସ୍ତାନ ଅଞ୍ଚଳରେ ବଡ଼ ଧରଣର ହେଲିକପ୍ଟର ଦୁର୍ଘଟଣା । ପ୍ରତିରକ୍ଷା ଶିଳ୍ପ ସହିତ ଜଡ଼ତ ବରିଷ୍ଠ ଅଧିକାରୀଙ୍କୁ ନେଇ ଯାଉଥିବା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ଘଟଣାରେ ୫ ଜଣ ପ୍ରାଣ ହରାଇଛନ୍ତି । ନିକଟରେ ସମୁଦ୍ର ଥିଲେ ହେଁ ପାଇଲଟ ହେଲିକପ୍ଟରକୁ ସୁରକ୍ଷିତ ଭାବେ ପାଣିରେ ଅବତରଣ କରିବାରେ ବିଫଳ ହେବାରୁ ୫ ଜଣଙ୍କ ଜୀବନ ଚାଲିଯାଇଛି। ମୃତକମାନେ କିଜଲିଆର ଇଲେକଟ୍ରୋ ମେକାନିକାର ପ୍ଲାଣ୍ଟର କର୍ମଚାରୀ ବୋଲି ଜଣାପଡ଼ିଛି। ଏହି ଦୁର୍ଘଟଣା ସମୟର ଏକ […]
ବ୍ଲେଡ୍ ସାହାଯ୍ୟରେ ପ୍ରେମିକାର ବେକ କାଟିଲା ପ୍ରେମିକ । ଗୁରୁତର ଅବସ୍ଥାରେ ପ୍ରେମିକା ନିକଟସ୍ଥ ମେଡିକାଲରେ ଭର୍ତ୍ତି । ପ୍ରେମିକକୁ ଥାନାରେ ଅଟକ ରଖିଛି ପୁଲିସ । ମୟୂରଭଞ୍ଜ ଜିଲ୍ଲା ଯଶିପୁର ଥାନା ଇଟାମୁଣ୍ଡି ଛକରେ ଏଭଳି ଘଟଣା ଘଟିଛି ।ସୂଚନାମୁତାବକ , କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଅଞ୍ଚଳରେ ପ୍ରେମିକ ଯଶିପୁର ଥାନା ମହାରାଜପୁର ଗାଁରେ ଜନୈକା ଯୁବତୀଙ୍କୁ କିଛି ଦିନ ହେବ ପ୍ରେମ କରୁଥିଲେ । ସବୁ ଠିକ୍ଠାକ୍ ଚାଲିଥିଲା । ହେଲେ ରବିବାର ବିଳମ୍ବିତ […]
ନିକଟରେ ନିୟମିତ ସ୍ବାସ୍ଥ୍ୟ ପରୀକ୍ଷା ଲାଗି ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବଲିଉଡ୍ର ହି-ମ୍ୟାନ ଧର୍ମେନ୍ଦ୍ର ଦେଓଲ ଗରୁତର ଅସୁସ୍ଥ ଥିବା ନେଇ ଖବର ମିଳିଛି । ତାଙ୍କ ଅବସ୍ଥା ଗୁରୁତର ରହିଛି । ତାଙ୍କୁ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କ ପୂରା ପରିବାର ବର୍ତ୍ତମାନ ତାଙ୍କ ସହିତ ହସ୍ପିଟାଲରେ ଅଛନ୍ତି।ଏହା ଉଲ୍ଲେଖନୀୟ ଯେ ଏହି ବର୍ଷ ଏପ୍ରିଲରେ ଧର୍ମେନ୍ଦ୍ରଙ୍କର ମଧ୍ୟ ଆଖି ଅସ୍ତ୍ରୋପଚାର ହୋଇଥିଲା। ତାଙ୍କର ମୋତିଆବିନ୍ଦୁ ଅସ୍ତ୍ରୋପଚାର ମଧ୍ୟ କରାଯାଇଥିଲା। ମୁମ୍ବାଇର […]
ନୂଆପଡ଼ାରେ ହେଉ ମୁକ୍ତ ଓ ଅବାଧ ନିର୍ବାଚନ। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏନେଇ ଅପିଲ କରିଛନ୍ତି। ତେବେ ନୁଆପଡ଼ାରେ ବିଜେପି ଆଚରଣ ବିଧି ଉଲ୍ଲଂଘନ କରୁଥିବା ନେଇ ଅଭିଯୋଗ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ବର୍ତ୍ତମାନ ନୂଆପଡ଼ାରେ ସାଇଲେନ୍ସ ପିରିୟଡ ବା ନୀରବ କାଳ ଜାରି ରହିଛି। ଏହି ସମୟ ମଧ୍ୟରେ ବାହାର ଅଞ୍ଚଳର କୌଣସି ନେତା କିମ୍ବା କର୍ମୀ ନିର୍ବାଚନମଣ୍ଡଳୀରେ ରହିବା ଅନୁଚିତ। ହେଲେ ବିଜେପିର ବାହାର ନେତା ଏବଂ କର୍ମୀ […]
ଧୀରେ ଧୀରେ ସୁସ୍ଥ ହେଉଛନ୍ତି ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ୍ ମଜୁମଦାର । କିଛି ଦିନ ଧରି ଭୁବନେଶ୍ବର ଏମ୍ସର ଭେଣ୍ଟିଲେଟରରେ ଚିକିତ୍ସିତ ହେବା ପରେ ସୋମବାର ସେ ଭେଣ୍ଟିଲେଟରରୁ ବାହାରିଛନ୍ତି । ସେ ମେଡିସିନ୍ ଓ୍ବାର୍ଡକୁ ସ୍ଥାନାନ୍ତର ହୋଇଛନ୍ତି । ତେବେ ବର୍ତ୍ତମାନ ଅଭିଜିତ୍ ମଜୁମଦାରଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ଭୁବନେଶ୍ୱର ଏମ୍ସ ପକ୍ଷରୁ ସୂଚନା ଦିଆଯାଇଛି ।ସୂଚନାଯୋଗ୍ୟ, ଅଗଷ୍ଟ ୩୧ ତାରିଖରେ କଟକ ସିଡିଏ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ତାଙ୍କୁ କଟକରେ ଭର୍ତ୍ତି କରାଯାଇଥିଲା। […]
ନଭେମ୍ବର ୨୭ ତାରିଖରେ ବିଧାନସଭା ଶୀତକାଳୀନ ଅଧିବଶନ ଆରମ୍ଭ ହୋଇପାରୋ ଅତିରିକ୍ତ ବଜେଟ ଉପସ୍ଥାପିତ ହେବା ସମ୍ଭାବନା ରହିଛି। ନୂଆପଡା ଉପନିର୍ବାଚନ ଫଳାଫଳ ଆସିବା ପରେ ବିଧାନସଭା ବସିପାରୋ ବିଭିନ୍ନ ପ୍ରସଙ୍ଗକୁ ନେଇ ବେଶ ସରଗରମ ହୋଇପାରେ ବିଧାନସଭା ଅଧିବେଶନ । ତେବେ ବିଧାନସଭା ଶୀତ ଅଧିବେଶନକୁ ଆସିପାରନ୍ତି ରାଷ୍ଟ୍ରପତି । ସୂଚନା ଦେଲେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା’ । ପୂରା କାର୍ଯ୍ୟକ୍ରମ ଆସିନାହିଁ, ଆସିବାର ସମ୍ଭାବନା […]
