ଭୁବନେଶ୍ୱରରେ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ଏବଂ ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂହ ଚୌହାନ । ଏୟାରପୋର୍ଟରେ କେନ୍ଦ୍ରମନ୍ତ୍ରୀଙ୍କୁ ଭବ୍ୟ ସ୍ବାଗତ କରିଥିଲେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂ ଦେଓ |ରାଜ୍ୟରେ ଆୟୋଜିତ ମାଣ୍ଡିଆ ଦିବସ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଆସିଛନ୍ତି ।ସେ ମାଣ୍ଡିଆର ପ୍ରଚାରପ୍ରସାରକୁ ନେଇ କହିଛନ୍ତି ଯେ, ମାଣ୍ଡିଆ ଗୋଟେ ସଂପୂର୍ଣ୍ଣ ଅନ୍ନ । ଏହା ପୋଷଣତତ୍ୱରେ ଭରପୁର । ଏହା ଶରୀରକୁ ପୋଷଣ ଦେବା ସହ ପାଟି ପାଇଁ ସ୍ୱାଦ […]
୨୦୨୭ ଜନଗଣନା ପାଇଁ ଆଜିଠୁ ପରୀକ୍ଷାମୂଳକ ଭାବେ ଆରମ୍ଭ ହେବ ଡିଜିଟାଲ ଜନଗଣନା । ରାଜଧାନୀ ଭୁବନେଶ୍ୱର ସମେତ କଟକ, ମୟୁରଭଞ୍ଜ ଏବଂ ନବରଙ୍ଗପୁରରେ ୩୦ ତାରିଖ ଯାଏ ଚାଲିବ ଗଣନା ।ଭୁବନେଶ୍ୱର ମହାନଗର ନିଗମର ୨୨ ନମ୍ବର ୱାର୍ଡ, କଟକର ୧୭ ନମ୍ବର ୱାର୍ଡ, ନବରଙ୍ଗପୁରର ତେନ୍ତୁଲିଖୁଣ୍ଟି ଏବଂ ମୟୂରଭଞ୍ଜର ଠାକୁର ମୁଣ୍ଡାରେ ହେବ ପ୍ରାକ୍ ଡିଜିଟାଲ ଜନଗଣନା ।ଜିଲ୍ଲା ଜନଗଣନା ତଥ୍ୟ ସମନ୍ବିତ ପୁସ୍ତକରେ ରହିବ ଗ୍ରାମ/ ସହର, ଜିଲ୍ଲାର ସମସ୍ତ ଭିଭିଭୂମି ଓ […]
ଅନଲାଇନରେ ମହାପ୍ରସାଦ ବିକ୍ରି ବିଜ୍ଞାପନ ଦେଇ ବନ୍ଧାହେଲେ ବିଲ୍ଡର। ଗିରଫ ବିଲଡର୍ ହେଲେ ଜଗତସିଂହପୁର ଅଞ୍ଚଳର ଡିସପୋଜ୍ ପଟ୍ଟନାୟକ । ତାଙ୍କୁ ଭୁବନେଶ୍ବର ରସୁଲଗଡ଼ରୁ ଗିରଫ କରିଛି ସାଇବର ପୋଲିସ । SHREE PRASAD.ORG ନାମକ ୱେବସାଇଟରେ ଅନଲାଇନ ମହାପ୍ରସାଦ ଅର୍ଡର ନେଇ ଦିଆଯାଇଥିଲା ବିଜ୍ଞାପନ। ଶ୍ରୀମନ୍ଦିର ସୁରକ୍ଷା ପ୍ରଶାସକ ଏନେଇ ସିଂହଦ୍ଵାର ଥାନାରେ ଏତଲା ଦେଇଥିଲେ । ୱେବସାଇଟରେ ଦିଆଯାଇଥିଲା ମୋବାଇଲ ନମ୍ବର। ୱେବସାଇଟରେ ଏଭଳି କାର୍ଯ୍ୟକଳାପ ମନ୍ଦିରର ପ୍ରତିଛବି ଏବଂ ପବିତ୍ରତାକୁ ବାଧା ଦେବାସହ […]
ପ୍ରାୟ ସାତ ବର୍ଷ ପୂର୍ବେ ଏକ ଆମେରିକୀୟ ଦମ୍ପତିଙ୍କ ଦ୍ୱାରା ପାଳିତ ଓଡ଼ିଶାର ଜଣେ ଯୁବତୀ ଓଡ଼ିଶା ଫେରିବାକୁ ଚାହୁଁଛନ୍ତି। ଏନେଇ ଏକ ଭିଡିଓ ବାର୍ତ୍ତା ଜାରି କରିଛନ୍ତି ପୀଡ଼ିତା ବାଲେଶ୍ବରର ମୂଳ ବାସିନ୍ଦା ପୂଜା ଓରଫ ସେଜଲ। ସେ ଏକ ଭାବପ୍ରବଣ ଭିଡିଓ ବାର୍ତ୍ତାରେ ସେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ନିବେଦନ କରିଛନ୍ତି, “ଦୟାକରି ମୋତେ ଘରକୁ ଫେରାଇ ଆଣନ୍ତୁ। ମୁଁ ବହୁତ ଯନ୍ତ୍ରଣା ପାଉଛି।”ସେଜଲ୍ଙ୍କର ବାଲେଶ୍ୱର ଉପକଣ୍ଠ ଖାନନଗର ନିକଟସ୍ଥ ଆଳଦା ଅଞ୍ଚଳର […]
କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟପ୍ରଦେଶର ପଚମାଢ଼ିରେ ଏକ କଂଗ୍ରେସ ତାଲିମ ଶିବିରରେ ଦୁଇ ମିନିଟ ବିଳମ୍ବରେ ପହଞ୍ଚିଥିଲେ। ଏହି ବିଳମ୍ବ ପାଇଁ ତାଙ୍କୁ ଦଣ୍ଡ ଦିଆଯାଇଥିଲା। ସେ ଦଣ୍ଡ ଗ୍ରହଣ କରିଥିଲେ। ଜଣେ ଦଳୀୟ କର୍ମୀଙ୍କ ଅନୁଯାୟୀ, ସେ ଦଶଟି ପୁସ-ଅପ ‘ଦଣ୍ଡ’ ପୂରଣ କରିଥିଲେ। ଏହି ଦଣ୍ଡ ବାବଦରେ କଂଗ୍ରେସ ଟ୍ରେନିଂ ବିଭାଗର ମୁଖ୍ୟ ସଚିନ ରାଓ ସୂଚନା ଦେଇଛନ୍ତି । ତାଙ୍କ କହିବା ଅନୁସାରେ ପ୍ରଶିକ୍ଷଣ ଶିବିରରେ ଅନୁଶାସନ ପାଳନ ନକଲେ ଦଣ୍ଡ […]
ନୂଆପଡ଼ା ଉପନିର୍ବାଚନ ଲାଗି ଚାଲିଥିବା ପ୍ରଚାର ରବିବାର ସନ୍ଧ୍ୟା ୬ଟାରେ ଶେଷ ହୋଇଛି। ମଙ୍ଗଳବାର ସକାଳେ ମତଦାନ ଆରମ୍ଭ ହେବାକୁ ଥିବାରୁ ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ଲଗାଯାଇଥିବା କଟକଣା ମୁତାବକ ସବୁ ଦଳ ସେମାନଙ୍କ ପ୍ରଚାର ବନ୍ଦ କରିଛନ୍ତି। ଏଥର ନୂଆପଡ଼ା ୨୮ ବର୍ଷ ପରେ ପୁଣି ଉପନିର୍ବାଚନ ଦେଖୁଛି । ନିର୍ବାଚନରେ ଘମାଘୋଟ୍ ଭୋଟ୍ ଲଢ଼େଇ ଚାଲିଛି । ଅନ୍ୟପଟେ ନିର୍ବାଚନକୁ ସ୍ୱଚ୍ଛ ଓ ନିର୍ମଳ କରିବାକୁ ଜିଲ୍ଲା ଓ ପୁଲିସ ପ୍ରଶାସନ ଉଦ୍ୟମ […]
ଗଜପତି ଜ଼ିଲ୍ଲା ମୋହନା ବ୍ଲକର ଖାରୀଗୁଡା ପଞ୍ଚାୟତ ଅନ୍ତର୍ଗତ ବନ୍ଦ୍ରିଗାଁ ର ଜଣେ ମହିଳା ଏକାଥରରେ ୩ଟି ସନ୍ତାନ ପ୍ରସବ କରିଛନ୍ତି । ଗ୍ରାମର ଜିତେନ୍ଦ୍ର ମାଝୀଙ୍କ ସ୍ତ୍ରୀ ପୁଲିନା ଗର୍ଭବତୀ ଥିଲେ। ତାଙ୍କ ପ୍ରସବ ଯନ୍ତ୍ରଣା ଆରମ୍ଭ ହେବାରୁ ପରିବାର ଲୋକେ ଏକ ଅଟୋରେ ପୁଲିନାଙ୍କୁ ବିରିକୋଟ ଉପସ୍ବାସ୍ଥ୍ୟକେନ୍ଦ୍ରକୁ ନେବା ସମୟରେ ଜଙ୍ଗଲ ରାସ୍ତାରେ ପୁଲିନା ଏକ କନ୍ୟା ସନ୍ତାନକୁ ଅଟୋରେ ଜନ୍ମ ଦେଇଥିଲେ। ପରେ ବିରିକୋଟ ସ୍ବାସ୍ଥ୍ୟକେନ୍ଦ୍ର ଫାଟକ ନିକଟରେ ଆଉ ଏକ କନ୍ୟା […]
ରାଜ୍ୟରେ ଶୀତର ଲହରୀ । ୧୫ଡିଗ୍ରୀ ତଳେ ରହିଛି ୯ ସହରର ପାରଦ । ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ରାତି ତାପମାତ୍ରା ହ୍ରାସ ପାଇବା ସହ ଥଣ୍ଡା ବଢୁଛି । ଦାରିଙ୍ଗବାଡିଠାରେ ସର୍ବନିମ୍ନ ତାପମାତ୍ରା ୧୧ ଡିଗ୍ରୀ ଛୁଇଁଥିବାବେଳେ ଝାରସୁଗୁଡା ୧୧.୭ ଡିଗ୍ରୀ, ଫୁଲବାଣୀ ୧୨ଡିଗ୍ରୀ, ରାଉରକେଲା ୧୩.୨ଡିଗ୍ରୀ, ଭଦ୍ରକ ୧୪ଡିଗ୍ରୀ ଏବଂ କୋରାପୁଟ, କେନ୍ଦୁଝରଗଡ଼ ଓ ଅନୁଗୋଳରେ ୧୪.୬ ଡିଗ୍ରୀ ରେକର୍ଡ କରାଯାଇଛି। ସେହିପରି ଆଗାମୀ ୨୪ ଘଣ୍ଟା ପାଇଁ ଭୁବନେଶ୍ୱର ଓ ଏହାର ଆଖପାଖ […]
ଦଶପଲ୍ଲା,(ଓଡ଼ିଶା ଦର୍ପଣ): ସଙ୍ଗୀତଧାରା, ନୟାଗଡ଼ ପକ୍ଷରୁ ଆୟୋଜିତ ସିଜିନ-୩ ଭକ୍ତି ସଙ୍ଗୀତ ପ୍ରତିଯୋଗିତାର ଦଶପଲ୍ଲା ବ୍ଲକ ଅଡିସନ ଆସନ୍ତା ୧୬ ତାରିଖ ରବିବାର ଦିନ ଦଶପଲ୍ଲା ସରକାରୀ ହାଇସ୍କୁଲ ପରିସରରେ ଅନୁଷ୍ଠିତ ହେବ। ଦଶପଲ୍ଲା ସ୍ବପ୍ନ ମହାବୀର ମନ୍ଦିର ଠାରେ ସଙ୍ଗୀତଧାରା ସମ୍ପାଦକ କଣ୍ଠଶିଳ୍ପୀ ପ୍ରଶାନ୍ତ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ପ୍ରତିଯୋଗିତାର ଆଭିମୁଖ୍ୟ ଏବଂ କାର୍ଯ୍ୟକ୍ରମ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା । ପ୍ରସ୍ତୁତି ବୈଠକରେ ସଂଗୀତଧାରା ସହ ସମ୍ପାଦକ ପ୍ରଶାନ୍ତ […]
ନୟାଗଡ଼ ର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ରୋଟାରୀ କ୍ଲବ ନୟାଗଡ଼ ତାର ୩୬ତମ ପ୍ରତିଷ୍ଠା ଦିବସ ପାଳନ କରିଛି । ରୋଟାରୀ କ୍ଲବ, ନୟାଗଡ଼ ୩୬ ବର୍ଷ ଧରି ସମାଜ ସେବାରେ ନିଜକୁ ଉତ୍ସର୍ଗୀକୃତ କରିଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପାନୀୟ ଜଳ ବ୍ୟବସ୍ଥା, ସ୍ବଳ୍ପ ମୂଲ୍ୟରେ ଆମ୍ବୁଲାନ୍ସ ସେବା, ନୟାଗଡ଼ ଡ଼ାକ୍ତରଖାନାରେ ଗରମ ପାଣିର ବ୍ୟବସ୍ଥା, ବୃକ୍ଷ ରୋପଣ, ରକ୍ତଦାନ ଶିବିର, ଚିକିତ୍ସା ଶିବିର, ମାଗଣା ଚଷମା ବଣ୍ଟନ, କୃତ୍ରିମ ଅଙ୍ଗ ପ୍ରତିରୋପଣ, ମାଗଣା ଶ୍ରବଣ […]
ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଳକ ଅନ୍ତର୍ଗତ ପଙ୍କୁଆ ପ୍ରାଥମିକ ବିଦ୍ୟାଳୟରେ ମାତାଲ୍ ପ୍ରଧାନ ଶିକ୍ଷକଙ୍କୁ ତାଲା ପକାଇଲେ ଶତାଧିକ ଅଭିଭାବକ । ପ୍ରଧାନ ଶିକ୍ଷକଙ୍କୁ ଉଦ୍ଧାର କଲା ପୁଲିସ । ବିଦ୍ୟାଳୟରୁ ପ୍ରଧାନ ଶିକ୍ଷକ ନଯିବା ପର୍ଯ୍ୟନ୍ତ ପିଲାମାନଙ୍କୁ ବିଦ୍ୟାଳୟକୁ ଛାଡ଼ିବୁ ନାହିଁ ବୋଲି କହିଲେ ଅଭିଭାବକ ।ଏ ସମ୍ପର୍କରେ ସଂପୃକ୍ତ ପ୍ରଧାନଶିକ୍ଷକଙ୍କୁ ପଚାରିବାରୁ ସବୁ କଥା ସ୍ୱୀକାର କରିବା ସହ ଭୋଜି ହୋଇଥିଲା ମୁଁ ପିଇଛି ବୋଲି କହିଥିଲେ। ମୋତେ ଯଦି ନିଲମ୍ବନ କରାଯାଏ, ତାହାହେଲେ […]
ସମ୍ବଲପୁରଜିଲ୍ଲା ଯୁଯୁମୁରା ଥାନା ଅଞ୍ଚଳରେ ଜଣେ ୧୫ ବର୍ଷୀୟା ନାବାଳିକାଙ୍କ ସହ ତାଙ୍କ ନିଜ ବାପା ଦ୍ୱାରା ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଏନେଇ ପୀଡ଼ିତା ଗତକାଲି ଯୁଯୁମୁରା ଥାନାରେ ଲିଖିତ ଅଭିଯୋଗ ଦାଖଲ କରିଛନ୍ତି। ପୁଲିସ ଅଭିଯୋଗ ଆଧାରରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଘଟଣା ସହ ପୋସ୍କୋ ଆଇନ ଅଧୀନରେ ମାମଲା ଚାଲିଛି। ଅନ୍ୟପକ୍ଷରେ, ଅଭିଯୁକ୍ତ ବାପା ବର୍ତ୍ତମାନ ଫେରାର ଅଛନ୍ତି।
