ଓଡ଼ିଆ ଝିଅ ପ୍ରଥମ ମହିଳା ଭାବେ ଝାଡ଼ଖଣ୍ଡ ଡିଜିପି

ଓଡ଼ିଶାରେ ଜନ୍ମିତ ବରିଷ୍ଠ ଆଇପିଏସ୍ ଅଧିକାରୀ ତାଦାଶା ମିଶ୍ର ଝାଡ଼ଖଣ୍ଡର କାର୍ଯ୍ୟକାରୀ ପୋଲିସ ମହାନିର୍ଦ୍ଦେଶକ (DGP) ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହି ପଦବୀରେ ଅବସ୍ଥାପିତ ହେବାରେ ସେ ହେଉଛନ୍ତି ଝାଡ଼ଖଣ୍ଡ ପୁଲିସ୍ ଫୋର୍ସର ପ୍ରଥମ ମହିଳା ମୁଖ୍ୟ।ସେ ବର୍ତ୍ତମାନ ଗୃହ, କାରାଗାର ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗର ସ୍ୱତନ୍ତ୍ର ସଚିବ ଭାବରେ କାର୍ଯ୍ୟରତ ଅଛନ୍ତି ଓ ତାଙ୍କୁ ନଭେମ୍ବର ୬ ତାରିଖରେ ଝାଡ଼ଖଣ୍ଡର କାର୍ଯ୍ୟକାରୀ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ଭାବରେ ନିଯୁକ୍ତି ଦିଆଯାଇଛି। ତେବେ ଅନୁରାଗ […]

ପିତବାସ ପଣ୍ଡା ହତ୍ୟା ମାମଲା: ବିକ୍ରମଙ୍କ ବିପକ୍ଷରେ ୨୦୯ ଓକିଲ

ଆଇନଜୀବୀ ପିତବାସ ପଣ୍ଡା ହତ୍ୟା ମାମଲା, ଅଭିଯୁକ୍ତ ବିକ୍ରମ ପଣ୍ଡାଙ୍କ ବିପକ୍ଷରେ ୱକାଲତନାମା ଦାଖଲ କଲେ ୨୦୯ଜଣ ଓକିଲ। ପୂର୍ବରୁ ବିକ୍ରମଙ୍କ ସପକ୍ଷରେ ୪୦ରୁ ଉର୍ଦ୍ଧ୍ବ ଓକିଲ ୱକାଲତନାମା ଦାଖଲ କରିଥିଲେ । ଗୁରୁବାର ବିକ୍ରମଙ୍କ ଓକିଲ ଏକ ପିଟିସନ ବ୍ରହ୍ମପୁର ଏସ ଡିଜେଏମଙ୍କ କୋର୍ଟରେ ଦାଖଲ କରିଥିଲେ। ପୀତବାସ ହତ୍ୟା ମାମଲାରେ ବିକ୍ରମ ଙ୍କ ସଂପୃକ୍ତି ନାହିଁ ବୋଲି ଦାବି କରି ତାଙ୍କୁ ମାମଲାରୁ ମୁକ୍ତ ପାଇଁ ଏହି ପିଟିସନ ଦାଖଲ କରାଯାଇଥିଲା। ଆଜି ବିପକ୍ଷରେ […]

ଏସଆଇ ପରୀକ୍ଷା ଘୋଟାଲା ମାମଲା; ଶଙ୍କର ପୃଷ୍ଟିର ହେବ ଲାଏ ଡିଟେକ୍ସନ ଟେଷ୍ଟ

ପୋଲିସ ଏସଆଇ ପରୀକ୍ଷା କେଳେଙ୍କାରୀ ମାମଲାରେ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଘଟଣାର ମୁଖ୍ୟ ଅଭିଯୁକ୍ତ ଶଙ୍କର ପୃଷ୍ଟି ଏବଂ ସିଲିକନ୍ ଟେକ୍ ମାଲିକ ସୁରେଶ ନାୟକଙ୍କୁ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ପଚରାଯାଇଥିଲେ ମଧ୍ୟ ସେମାନେ କେହି ସନ୍ତୋଷଜନକ ଉତ୍ତର ଦେଉନାହାନ୍ତି । ଯାହାକୁ ନେଇ ଏବେ ସେମାନଙ୍କର ଲାଏ ଡିଟେକ୍ସନ୍‌ ଟେଷ୍ଟ ବା ମିଛ ଧରା ପରୀକ୍ଷା କରାଯିବ ବୋଲି କ୍ରାଇମ୍‌ବ୍ରାଞ୍ଚ ଅଧିକାରୀ ସୂଚନା ଦେଇଛନ୍ତି ।ଶଙ୍କର ପୃଷ୍ଟି ଓ ଦଲାଲ ଅରବିନ୍ଦ ଦାସକୁ […]

ଉତ୍ତରାଖଣ୍ଡରେ ଓଡ଼ିଶା ଝିଅକୁ ବୀଭତ୍ସ ହତ୍ୟା

ଉତ୍ତରାଖଣ୍ଡରେ ଓଡ଼ିଶା ଝିଅକୁ ବୀଭତ୍ସ ହତ୍ୟା । ରାୟଗଡା ଜିଲ୍ଲା ଜେକେପୁର ଅଞ୍ଚଳର ୨୩ ବର୍ଷିୟ ଝିଅ ସୃଷ୍ଟି ଶର୍ମାଙ୍କୁ ଉତ୍ତରାଖଣ୍ଡର ଲାଲପୁରରେ ବୀଭତ୍ସ ହତ୍ୟା କରାଯାଇଛି । ସୃଷ୍ଟି ରହୁଥିବା ଭଡ଼ା ଘର ମାଲିକଙ୍କ ପୁଅ ହତ୍ୟା କରିଥିବା ସ୍ପଷ୍ଟ କରିଛି ଲାଲପୁର ପୋଲିସ । ହତ୍ୟା କରି ଇଟା ଓ ପଥର ବାନ୍ଧି ସ୍ଥାନୀୟ ବାଡୋର ନଦୀରେ ମୃତଦେହ ଫିଙ୍ଗି ଦେଇଥିଲା ଘର ମାଲିକ ପୁଅ। ନଦୀରୁ ମୃତଦେହ ଉଦ୍ଧାର କଲା ପୋଲିସ। ଗତ […]

ଖରିଆରରେ ନବୀନଙ୍କ ରୋଡ ସୋ

ନୂଆପଡାରେ ପହଞ୍ଚିଛନ୍ତି ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ । ନୂଆପଡଶରେ ପହଞ୍ଚିବା ପରେ ଦଳୀୟ କର୍ମୀ ଓ ଲୋକମାନେ ତାଙ୍କୁ ସ୍ୱାଗତ କରିଥିଲେ । ଖରିଆରରେ ନବୀନ ରୋଡ କରୁଛନ୍ତି ।ରୋଡ୍‌ ସୋ’ରେ ନୂଆପଡ଼ାରେ ପହଞ୍ଚି ସୂର୍ଯ୍ୟନଗର ଛକ, ଗାୟତ୍ରୀମନ୍ଦିର ଛକ ଓ ଏକତା ଛକରେ ଜନତାଙ୍କୁ ଉଦ୍‌ବୋଧନ ଦେବେ। ଦିନ ୩ଟାରେ ନୂଆପଡ଼ାର ପାରକୋଡ଼ରେ ଏକ ବିଶାଳ ସାଧାରଣ ସଭାକୁ ସମ୍ୱୋଧିତ କରିବାର କାର୍ଯ୍ୟକ୍ରମ ରହିଛି ବୋଲି ବିଜେଡି ଉପସଭାପତି […]

ରୋଡ୍ସ କଂଗ୍ରେସ ସମାବେଶ ଉଦଘାଟନ କଲେ ନୀତିନ ଗଡକରୀ

ଭୁବନେଶ୍ୱର ସ୍ଥିତ ଜନତା ମୈଦାନରେ ୮୪ତମ ରୋଡ କଂଗ୍ରେସ ସମାବେଶ ଶୁକ୍ରବାର ଉଦ୍‌ଘାଟିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ କେନ୍ଦ୍ର ପରିବହନ ମନ୍ତ୍ରୀ ନିତିନ ଗଡ଼କରୀ ଯୋଗଦେଇ ଏହାର ଶୁଭାରମ୍ଭ କରିଛନ୍ତି।ନଭେମ୍ବର ୧୦ ଯାଏଁ ସଡକ ପରିବହନ ଉପରେ ଆଲୋଚନା ହେବ । ୮୪ ତମ ଅଧିବେଶନରେ ଅଂଶଗ୍ରହଣ କରିବେ ୩ ହଜାରରୁ ଅଧିକ ପ୍ରତିନିଧି ।ଏହାପୂର୍ବରୁ ଜନତା ମୈଦାନରେ ଆୟୋଜିତ ହୋଇଥିବା ଟେକ୍ନିକାଲ ସେସନକୁ ଉଦଘାଟନ କରିଥିଲେ ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ୧୦ ବର୍ଷ […]

ଚଷମାରେ ହିଡେନ୍‌ କ୍ୟାମେରା ଲଗାଇ ମନ୍ଦିର ଭିତର ପ୍ରବେଶ କରିଲେ ଅମାନିଆ

ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାରେ ପୁଣି ତ୍ରୁଟି । ଚଷମାରେ ହିଡେନ୍‌ କ୍ୟାମେରା ଲଗାଇ ମନ୍ଦିର ଭିତର ପ୍ରବେଶ କରିଲେ ଅମାନିଆ। ତାଙ୍କୁ ଜଗମୋହନ ନିକଟରେ ଧରିଛନ୍ତି ଜେଟିପି । ଶ୍ରଦ୍ଧାଳୁ ଜଣଙ୍କ ଅହମ୍ମଦାବାଦର ଭରତ ପାଣ୍ଡିଆ ବୋଲି ସୂଚନାରୁ ଜଣାପଡ଼ିଛି। ଶ୍ରଦ୍ଧାଳୁ ଜଣଙ୍କୁ ଅଟକ ରଖି ପୋଲିସ ପଚରାଉଚରା କରୁଛି।ସେହିଭଳି ଯାଜପୁରର ଶାନ୍ତନୁ ମିଶ୍ର ସେବାୟତ ବେଶରେ ଗର୍ଭଗୃହ ଭିତରକୁ ଯିବା ସମୟରେ ବେହରଣ ଦ୍ୱାର ନିକଟରେ ଜେଟିପି ଧରି ଗାରଦରେ ଅଟକ ରଖିଛନ୍ତି।ପୂର୍ବରୁ ମଧ୍ୟ କ୍ୟାମେରା […]

‘ବନ୍ଦେ ମାତରମ୍‌’ର ୧୫୦ ବର୍ଷ ପୂର୍ତ୍ତି ଅବସରରେ ଉତ୍ସବ ପାଳୁଛି ଭାରତ

ରାଷ୍ଟ୍ର ଆରାଧନା ଓ ଦେଶପ୍ରୀତିର ଗାଥା କହୁଥିବା ଜାତୀୟ ସଙ୍ଗୀତ ‘ବନ୍ଦେ ମାତରମ୍‌’କୁ ୧୫୦ ବର୍ଷ ପୂରିଛି । ୧୮୭୬ଠାରୁ ଭାରତୀୟଙ୍କ ମଧ୍ୟରେ ‘ବନ୍ଦେ ମାତରମ୍‌’ ଦେଶପ୍ରେମ ଓ ଜାତୀୟ ଚେତନା ସୃଷ୍ଟି କରି ଆସୁଛି । ‘ବନ୍ଦେ ମାତରମ୍‌’କୁ ୧୫୦ ବର୍ଷ ପୂର୍ତ୍ତି ଅବସରରେ ଉତ୍ସବ ପାଳୁଛି ଭାରତ ।ଆଜି ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଇଣ୍ଡୋର ଷ୍ଟାଡିୟମରେ ପ୍ରଧାନମନ୍ତ୍ରୀ ମୋଦୀ ଏହି ଅବସରରେ ଏକ ସ୍ମାରକୀ ଡାକଟିକଟ ଏବଂ ମୁଦ୍ରା ଉନ୍ମୋଚନ କରିଛନ୍ତି । ଏହି […]

ଆଜିଠାରୁ ଇଣ୍ଡିଆନ୍ ରୋଡସ୍ କଂଗ୍ରେସ

ଓଡ଼ିଶାରେ ଅନୁଷ୍ଠିତ ହେଉଛି ୮୪ତମ ଇଣ୍ଡିଆନ ରୋଡ୍ସ କଂଗ୍ରେସ ବା ଆଇଆର୍‌ସି ମହାକୁମ୍ଭ । ୧୯୩୪ ମସିହାରୁ ଆଇଆର୍‌ସି ଗଠନ ହୋଇଥିବା ବେଳେ ଏଯାବତ୍ ଓଡ଼ିଶାରେ ଆଇଆର୍‌ସିର ୫ଟି ବାର୍ଷିକ ସମ୍ମିଳନୀ ଆୟୋଜିତ ହୋଇଛି । ପୁଣି ଥରେ ୬ଷ୍ଠ ଥର ପାଇଁ ଆୟୋଜନ କରିବାର ସୁଯୋଗ ପାଇଛି ଓଡ଼ିଶା । ଏହି ମହାକୁମ୍ଭକୁ ଉଦ୍‌ଘାଟନ କରି ସମ୍ବୋଧିତ କରିବେ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନିତିନ ଗଡ଼କରୀ । ୨୦୧୫ ପରେ ପୁଣି […]

ବଲିଉଡ ଅଭିନେତ୍ରୀ ଓ ଗାୟିକା ସୁଲକ୍ଷଣା ପଣ୍ଡିତଙ୍କର ପରଲୋକ

ଆଉ ନାହାନ୍ତି ବର୍ଷୀୟାନ ବଲିଉଡ୍‌ ଅଭିନେତ୍ରୀ ତଥା ଗାୟିକା ସୁଲକ୍ଷଣା ପଣ୍ଡିତ । ଗୁରୁବାର ତାଙ୍କର ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୧ ବର୍ଷ ହୋଇଥିଲା । ସେ ଦୀର୍ଘଦିନ ଧରି ରୋଗଗ୍ରସ୍ତ ଥିଲେ । ସୁଲକ୍ଷଣା କେବଳ ଜଣେ ଅଭିନେତ୍ରୀ ନ ଥିଲେ, ତାଙ୍କର କଣ୍ଠର ଯାଦୁ ମଧ୍ୟ ଅନେକ ସିନେମାରେ ଦେଖିବାକୁ ମିଳିଛି । ୭୦- ୮୦ ଦଶକରେ ଚଳଚ୍ଚିତ୍ର ଉଲଝନ, ସଂକୋଚ, ଅପନାପନ , ହେରାଫେରି ସିନେମାରେ ଅଭିନୟ କରିଥିଲି […]

ଆଜି ଜାତୀୟ କ୍ୟାନସର ସଚେତନତା ଦିବସ

ଆଜି ଜାତୀୟ କ୍ୟାନସର ସଚେତନତା ଦିବସ । ବିଶ୍ୱ ସ୍ତରରେ କ୍ୟାନ୍ସର ଏକ ଗମ୍ଭୀର ରୋଗ ଭାବେ ଉଭା ହୋଇଛି । ଏହି ରୋଗରେ ଆକ୍ରାନ୍ତ ରୋଗୀ ଏବଂ ମୃତ୍ୟୁ ସଂଖ୍ୟା ପ୍ରତି ବର୍ଷ ବୃଦ୍ଧି ପାଇବାରେ ଲାଗିଛି । ଭାରତରେ ମଧ୍ୟ କିଛି ବର୍ଷ ମଧ୍ୟରେ ଏହି ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ପିଲାଙ୍କ ଠାରୁ ବୃଦ୍ଧ ପର୍ଯ୍ୟନ୍ତ ସମସ୍ତ ବୟସର ଲୋକମାନେ କର୍କଟ ରୋଗରେ ଆକ୍ରାନ୍ତ ହେଉଛନ୍ତି । ତେବେ ଜୀବନଶୈଳୀରେ ପରିବର୍ତ୍ତନ […]

ଆଜି ନୂଆପଡା ଯିବେ ନବୀନ, କରିବେ ରୋଡ ସୋ

ଆସନ୍ତା ରବିବାର ସନ୍ଧ୍ୟାରେ ସରିବ ନୂଆପଡ଼ା ଉପନିର୍ବାଚନ ପ୍ରଚାର । ତେଣୁ ଦ୍ୱିତୀୟ ଥର ପାଇଁ ଶୁକ୍ରବାର ନବୀନଙ୍କର ମାରାଥନ୍‌ ପ୍ରଚାର କାର୍ଯ୍ୟକ୍ରମ ରହିଛି । ଗତ ୩ ତାରିଖରେ ନବୀନ ପ୍ରଥମ ପର୍ଯ୍ୟାୟ ପ୍ରଚାରରେ ଯାଇ ନୂଆପଡ଼ାର କୋମନା ବ୍ଲକରେ ସାଧାରଣ ସଭାରେ ଦଳୀୟ ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ଭୋଟ୍‌ ଦେବାକୁ କହିଥିଲେ । ଆଜି ମଧ୍ୟ ନବୀନ ନୂଆପଡ଼ାରେ ମାରାଥନ୍ ପ୍ରଚାର କରିବେ। ଅନ୍ୟପଟେ ଗତକାଲି ନୂଆପଡା ନିର୍ବାଚନ ପ୍ରଚାରରେ ଯାଇଥିବା ଦୁଇ ମୁଖ୍ୟମନ୍ତ୍ରୀଙ୍କ […]