ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ବାରା ପରିଚାଳିତ ମାଟ୍ରିକ ପରୀକ୍ଷା-୨୦୨୬ ପାଇଁ ଆସନ୍ତାକାଲି ଠାରୁ ଫର୍ମ ପୂରଣ ପ୍ରକ୍ରିୟା ଆରମ୍ଭ ହେବ। ଏହି ପ୍ରକ୍ରିୟା ନଭେମ୍ବର ୨୨ ତାରିଖ ପର୍ଯ୍ୟନ୍ତ ଜାରି ରହିବ। BSE, ଓଡ଼ିଶା ଅନୁସାରେ, ସମସ୍ତ ରେଗୁଲାର [ସ୍କୁଲ୍ ରେଜିଷ୍ଟ୍ରେସନ୍ (SR) ଏବଂ କ୍ୱାସି ରେଜିଷ୍ଟ୍ରେସନ୍], ଏକ୍ସ-ରେଗୁଲାର (ER), କରେସପଣ୍ଡେନ୍ସ କୋର୍ସ ରେଗୁଲାର (CR) ଏବଂ କରେସପଣ୍ଡେନ୍ସ କୋର୍ସ ଏକ୍ସ-ରେଗୁଲାର (CER) ପ୍ରାର୍ଥୀ ବାର୍ଷିକ ପରୀକ୍ଷା ପାଇଁ ସେମାନଙ୍କର ଫର୍ମ ପୂରଣ କରିପାରିବେ । […]
ଦର୍ଶକଙ୍କ ମନ ମୋହୁଛି ଐତିହାସିକ କଟକ ବାଲିଯାତ୍ରା ୨୦୨୫ । ଆଲୋକମାଳାରେ ଗଛ ଗୁଡିକୁ ସୁସଜ୍ଜିତ କରାଯାଇଛି । ପୁରା ମେଳାକୁ ବିଭିନ୍ନ ରଙ୍ଗ ଲାଇଟରେ ସଜାଯାଇଛି । ଜନସାମଗମରେ ଭର୍ତ୍ତି ଏହି ମେଳା । ଦୂର ଦୂରାନ୍ତରରୁ ଆସି ବୁଲି ଯାଉଛନ୍ତି ଲୋକେ । ବାଲିଯାତ୍ରାରେ ଡ୍ରାଗନ , ଡଙ୍ଗା ଦୋଳି ଭଳି ଭିନ୍ନ ଭିନ୍ନ ଦୋଳି ପଡିଛି । ଯେଉଁଠି ପିଲାଠୁ ବଡ ସମସ୍ତେ ମନଭରି ଦୋଳି ଖେଳିପାରିବେ । ବହୁ ସିନେରି, ଜଳପରୀ, […]
ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୧,୨୨,୦୨୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ ସୁନା ଦର ୧,୧୧,୮୫୦ ଟଙ୍କା ଛୁଇଁଛି । ସେହିପରି ରାଜଧାନୀ ଭୁବନେଶ୍ବରରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୧,୨୨,୦୨୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ହଜାର ୧,୧୧,୮୫୦ ଟଙ୍କାକୁ ପହଞ୍ଚିଛି । ୨୨କ୍ୟାରେଟ ସୁନାର ମୂଲ୍ୟ ୧,୧୧,୨୦୦ଟଙ୍କ ରହିଛି । ସେପଟେ ଆଜି ରୂପା ମୂଲ୍ୟ ଅପରିବର୍ତ୍ତିତ ରହିଛି । […]
ଇଣ୍ଡିଆନ ରୋଡ୍ସ କଂଗ୍ରେସରେ କେନ୍ଦ୍ରମନ୍ତ୍ରୀ ନିତିନ ଗଡ଼କରୀଙ୍କ ସମ୍ବୋଧନ । ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ବରେ ଦେଶରେ ସଡ଼କ ନିର୍ମାଣରେ ଦ୍ରୁତ ବିକାଶ ହୋଇଛି । ବିଭାଗ ପାଖରେ ୧୫ ଲକ୍ଷ କୋଟି ଟଙ୍କା ପଡ଼ିରହିଛି ବୋଲି ଗଡ଼କରୀ କହିଛନ୍ତି । ‘ଅର୍ଥର କୌଣସି ଅଭାବ ନାହିଁ, ମୁଖ୍ୟ ସମସ୍ୟା ହେଉଛି ଖର୍ଚ୍ଚ କରିବା’ । ଏହି ଅବସରରେ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ଓଡ଼ିଶା ପାଇଁ ୧୦୦୦ କୋଟି ଟଙ୍କାର କେନ୍ଦ୍ରୀୟ ସଡ଼କ ଭିତ୍ତିଭୂମି ପାଣ୍ଠି ଘୋଷଣା […]
ଅହମଦାବାଦରେ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ସୁପ୍ରିମକୋର୍ଟ ଏକ ନୋଟିସ ଜାରି କରିଛନ୍ତି। କୋର୍ଟ ପୁଷ୍କରରାଜ ସବରୱାଲଙ୍କ ଆବେଦନ ଉପରେ ଏହି ନିର୍ଦ୍ଦେଶ ଦେଇଛନ୍ତି, ଯାହାଙ୍କ ପୁଅ ସୁମିତ ବୋଇଂ 787 ଡ୍ରିମଲାଇନର ପାଇଲଟ-ଇନ-କମାଣ୍ଡ ଥିଲେ। କୋର୍ଟ କେନ୍ଦ୍ର ସରକାର ଏବଂ ସିଭିଲ ଏଭିଏସନ ନିୟାମକ (DGCA)କୁ ଏକ ନୋଟିସ ଜାରି କରିଛନ୍ତି, ଯେଉଁଥିରେ କୁହାଯାଇଛି ଯେ ଦୁର୍ଘଟଣା ପାଇଁ ପାଇଲଟ-ଇନ-କମାଣ୍ଡଙ୍କୁ ଦାୟୀ କରାଯାଇପାରିବ ନାହିଁ।ଏହି ଦୁର୍ଘଟଣାରେ ପାଇଲଟ୍, କ୍ରୁ ସଦସ୍ୟ ଏବଂ ଯାତ୍ରୀଙ୍କ ସମେତ ୨୪୧ […]
ମାସ ତମାମ ନିଷ୍ଠାର ସହ ନିରାମିଷ ଖାଦ୍ୟ ଖାଇବା ପରେ ଆଜି ପାଟିରେ ଟିକେ ଆମିଷ ବାଜିଛି । ସେପଟେ ଆମିଷ ବ୍ୟବସାୟ ମଧ୍ୟ ଭଲ ହୋଇଛି ।ଆଜି ରାଜଧାନୀରେ ମଟନ ବାବଦରେ ୧ କୋଟି ୨୭ ଲକ୍ଷ ୫୦ ହଜାର ଟଙ୍କା ବ୍ୟବସାୟ ହୋଇଥିବା ବେଳେ, ଚିକେନ ବାବଦରେ ୧ କୋଟି ୧୧ ଲକ୍ଷ୍ ୨୫ ହଜାର ଟଙ୍କା ବ୍ୟସାୟ ହୋଇଛି । ସେହିଭଳି ମାଛ ବାବଦରେ ୧ କୋଟି ୩୦ ଲକ୍ଷ ଏବଂ ଅଣ୍ଡା […]
ଆସୁଛି ଡବଲ୍ ଲଘୁଚାପ । ଗୋଟିଏ ଲୋପ୍ରେସର ୧୪ ତାରିଖରେ ଅନ୍ୟଟି ୧୯ ତାରିଖରେ ହେବା ସମ୍ଭାବନା ରହିଛି । ଏନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ବାତ୍ୟା ମୋନ୍ଥା ପ୍ରଭାବରେ ବର୍ତ୍ତମାନ ପୂର୍ବକେନ୍ଦ୍ରୀୟ ଏବଂ ତତସଲଗ୍ନ ଉତ୍ତରପୂର୍ବ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହା ୧୨ ତାରିଖରେ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ପହଞ୍ଚିବ । ତେବେ ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷା ହେବ କି ନାହିଁ ତାହା ଜଣାପଡିନି । ସେପଟେ ପାଣିପାଗ […]
ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଶୁକ୍ରବାର ଦିନିକିଆ ନୂଆପଡ଼ା ଗସ୍ତରେ ଯାଇ ପହଞ୍ଚିଛନ୍ତି। ନବୀନ ଦଳୀୟ ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ପାଇଁ ପ୍ରଚାର କରିଛନ୍ତି। ଏହି ଅବସରରେ ନବୀନ ଖରିଆର୍ ରୋଡ ଏନଏସି ଅଞ୍ଚଳର ଦାଗା, ବିଜୁ ପଟ୍ଟନାୟକ ଏବଂ ଲକ୍ଷ୍ମଣିଆ ପେଟ୍ରୋଲ ପମ୍ପ ଛକ ଦେଇ ରୋଡ ଶୋ କରିଛନ୍ତି।ତେବେ ନୂଆପଡାରେ ଶାସକ ଦଳକୁ ଶାଣିତ ଟାର୍ଗେଟ କରିଛନ୍ତି ନବୀନ । ସ୍ୱର୍ଗତ ରାଜୁ ଢୋଲକିଆଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଟାର୍ଗେଟ […]
ନିର୍ବାଚନରେ ସ୍ୱଚ୍ଛତା ବଜାୟ ରଖିବା ଏବଂ ମତଦାତାମାନଙ୍କ ପାଇଁ ମୁକ୍ତ, ଅବାଧ ଓ ଶାନ୍ତିପୂର୍ଣ୍ଣ ପରିବେଶ ସୁନିଶ୍ଚିତ କରିବା ପାଇଁ, ମୁଖ୍ୟ ନିର୍ବାଚନ ଅଧିକାରୀ, ଓଡିଶା ମତଦାନ ଶେଷ ହେବାର ୪୮ ଘଣ୍ଟା ପୂର୍ବ ଅବଧି, ଯାହାକୁ ସାଧାରଣତଃ ନୀରବ ଅବଧି ବୋଲି କୁହାଯାଇଥାଏ, ନିମନ୍ତେ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି ।ଆସନ୍ତା ୯ ତାରିଖ ଅପରାହ୍ନ ୪ଟା ସୁଦ୍ଧା ବାହାର ଲୋକଙ୍କୁ ନୂଆପଡ଼ା ଛାଡିବାକୁ ମୁଖ୍ୟ ନିର୍ବାଚନ ଅଧିକାରୀ ନିର୍ଦ୍ଦେଶ ଦେଇଛନ୍ତି । ବର୍ତ୍ତମାନ […]
ଓଡ଼ିଶାରେ ଜନ୍ମିତ ବରିଷ୍ଠ ଆଇପିଏସ୍ ଅଧିକାରୀ ତାଦାଶା ମିଶ୍ର ଝାଡ଼ଖଣ୍ଡର କାର୍ଯ୍ୟକାରୀ ପୋଲିସ ମହାନିର୍ଦ୍ଦେଶକ (DGP) ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହି ପଦବୀରେ ଅବସ୍ଥାପିତ ହେବାରେ ସେ ହେଉଛନ୍ତି ଝାଡ଼ଖଣ୍ଡ ପୁଲିସ୍ ଫୋର୍ସର ପ୍ରଥମ ମହିଳା ମୁଖ୍ୟ।ସେ ବର୍ତ୍ତମାନ ଗୃହ, କାରାଗାର ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗର ସ୍ୱତନ୍ତ୍ର ସଚିବ ଭାବରେ କାର୍ଯ୍ୟରତ ଅଛନ୍ତି ଓ ତାଙ୍କୁ ନଭେମ୍ବର ୬ ତାରିଖରେ ଝାଡ଼ଖଣ୍ଡର କାର୍ଯ୍ୟକାରୀ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ଭାବରେ ନିଯୁକ୍ତି ଦିଆଯାଇଛି। ତେବେ ଅନୁରାଗ […]
ଆଇନଜୀବୀ ପିତବାସ ପଣ୍ଡା ହତ୍ୟା ମାମଲା, ଅଭିଯୁକ୍ତ ବିକ୍ରମ ପଣ୍ଡାଙ୍କ ବିପକ୍ଷରେ ୱକାଲତନାମା ଦାଖଲ କଲେ ୨୦୯ଜଣ ଓକିଲ। ପୂର୍ବରୁ ବିକ୍ରମଙ୍କ ସପକ୍ଷରେ ୪୦ରୁ ଉର୍ଦ୍ଧ୍ବ ଓକିଲ ୱକାଲତନାମା ଦାଖଲ କରିଥିଲେ । ଗୁରୁବାର ବିକ୍ରମଙ୍କ ଓକିଲ ଏକ ପିଟିସନ ବ୍ରହ୍ମପୁର ଏସ ଡିଜେଏମଙ୍କ କୋର୍ଟରେ ଦାଖଲ କରିଥିଲେ। ପୀତବାସ ହତ୍ୟା ମାମଲାରେ ବିକ୍ରମ ଙ୍କ ସଂପୃକ୍ତି ନାହିଁ ବୋଲି ଦାବି କରି ତାଙ୍କୁ ମାମଲାରୁ ମୁକ୍ତ ପାଇଁ ଏହି ପିଟିସନ ଦାଖଲ କରାଯାଇଥିଲା। ଆଜି ବିପକ୍ଷରେ […]
ପୋଲିସ ଏସଆଇ ପରୀକ୍ଷା କେଳେଙ୍କାରୀ ମାମଲାରେ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଘଟଣାର ମୁଖ୍ୟ ଅଭିଯୁକ୍ତ ଶଙ୍କର ପୃଷ୍ଟି ଏବଂ ସିଲିକନ୍ ଟେକ୍ ମାଲିକ ସୁରେଶ ନାୟକଙ୍କୁ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ପଚରାଯାଇଥିଲେ ମଧ୍ୟ ସେମାନେ କେହି ସନ୍ତୋଷଜନକ ଉତ୍ତର ଦେଉନାହାନ୍ତି । ଯାହାକୁ ନେଇ ଏବେ ସେମାନଙ୍କର ଲାଏ ଡିଟେକ୍ସନ୍ ଟେଷ୍ଟ ବା ମିଛ ଧରା ପରୀକ୍ଷା କରାଯିବ ବୋଲି କ୍ରାଇମ୍ବ୍ରାଞ୍ଚ ଅଧିକାରୀ ସୂଚନା ଦେଇଛନ୍ତି ।ଶଙ୍କର ପୃଷ୍ଟି ଓ ଦଲାଲ ଅରବିନ୍ଦ ଦାସକୁ […]
