ଅଫେରା ରାଇଜରେ ବଲିଉଡର ଓଡ଼ିଆ ସାଉଣ୍ଡ ଇଞ୍ଜିନିୟର ସମୀର ପାତ୍ର

ବଲିଉଡ ହରାଇଲା ଓଡ଼ିଆ ସାଉଣ୍ଡ ଇଞ୍ଜିନିୟର । ଭେଟେରାନ୍ ସାଉଣ୍ଡ ଇଞ୍ଜିନିୟର ସମୀର କୁମାର ପାତ୍ରଙ୍କ ପରଲୋକ । ୫୦ ବର୍ଷ ବୟସରେ ସମୀରଙ୍କ ଦେହାନ୍ତ । ୭୫ରୁ ଅଧିକ ସିନେମାରେ କାମ କରି ନିଜ ଯାଦୁଗରୀ କାମର ଛାପ ଛାଡ଼ି ଯାଇଥିବା ସମୀର ପାତ୍ରଙ୍କ ଅକାଳ ବିୟୋଗ ସିନେ ଜଗତରେ ଏକ ଅପୂରଣୀୟ କ୍ଷତ ସୃଷ୍ଟି କରିଥିବା ବେଳେ ତାଙ୍କ ଦେହାନ୍ତ ଖବର ଶୋକର ଛାୟା ଖେଳାଇ ଦେଇଛି ।ଓଡ଼ିଆ ପେଶାଦାରଙ୍କ ମଧ୍ୟରୁ ସେ ଅନ୍ୟତମ […]

K9 କୁକୁର ଜରିଆରେ ଗଞ୍ଜେଇ ଠାବ କଲା ଆରପିଏଫ୍ ଟିମ୍

 ହରିୟାଣାର ଗଞ୍ଜେଇ ବେପାରୀଙ୍କୁ ଧରିଲା ଆରପିଏଫ୍ ।  K9 କୁକୁର ଜରିଆରେ ଗଞ୍ଜେଇ ଠାବ କଲା ଆରପିଏଫ୍ ଟିମ୍ ।  ୧୫ କେଜିରୁ ଅଧିକ ଗଞ୍ଜେଇ ଜବତ ସହ ଦୁଇଜଣଙ୍କୁ ଗିରଫ କରାଯାଇଛି ।  ଗିରଫ ଦୁଇଜଣ ହେଲେ ହରିୟାଣା ପାନିପଥ ଅଞ୍ଚଳର ସାହାଜାଦ ଓ ମହଶିନ ।  ଦିଲ୍ଲୀ ଯିବା ପାଇଁ ଅପେକ୍ଷା କରିଥିବାବେଳେ ମାଡି ବସିଲା RPF  ।

UGC ବିବାଦ ଉପରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କ ବୟାନ

ଦେଶରେ ଉଚ୍ଚଶିକ୍ଷା ବ୍ୟବସ୍ଥା ସହ ସମ୍ପର୍କିତ ନୂଆ ନିୟମ ଲାଗୁ ହୋଇଛି । ଏହାକୁ ନେଇ ଏବେ ରାଜନୈତିକ ବୟାନବାଜି ଆରମ୍ଭ ହୋଇଯାଇଛି । ଶିକ୍ଷାନୁଷ୍ଠାନଗୁଡ଼ିକରେ ଜାତିଗତ ଭେଦଭାବ ରୋକିବା ଓ ସମାନତାକୁ ପ୍ରତ୍ସୋହନ ଦେବା ଉଦ୍ଦେଶ୍ୟରେ ଅଣାଯାଇଥିବା ନୂଆ ନିୟମକୁ ନେଇ ତୀବ୍ର ଆଲୋଚନା ହେଉଛି । ନୂଆଦିଲ୍ଲୀସ୍ଥିତ ୟୁଜିସି ମୁଖ୍ୟାଳୟ ବାହାରେ ସୁରକ୍ଷା ବୃଦ୍ଧି କରାଯାଇଛି। ବିକ୍ଷୋଭକାରୀଙ୍କୁ କ୍ୟାମ୍ପସ ଭିତରକୁ ନ ଛାଡ଼ିବା ପାଇଁ ବହୁ ସଂଖ୍ୟକ ବ୍ୟାରିକେଡ୍ ଲଗାଯାଇଛି।ଲକ୍ଷ୍ନୌ, ରାୟବରେଲି, ବାରାଣସୀ, ମେରଠ, […]

ରତ୍ନଭଣ୍ଡାର ମାମଲା: ପକ୍ଷ ରଖିଲା ପ୍ରଶାସନ

ହାଇକୋର୍ଟରେ ରତ୍ନଭଣ୍ଡାର ଗଣତିମଣତି ସଂପର୍କିତ ମାମଲା । ହାଇକୋର୍ଟରେ ପକ୍ଷ ରଖିଲା ମନ୍ଦିର ପ୍ରଶାସନ । ମନ୍ଦିର ପ୍ରଶାସନ କହିଛି ରତ୍ନ ଗଣତି ମଣତି ପାଇଁ ଏସଓପି ପ୍ରସ୍ତୁତ ହୋଇ ସାରିଛି । ରାଜ୍ୟ ସରକାରଙ୍କ ଅନୁମୋଦନ ମିଳିଲେ ହେବ ଗଣତି ମଣତି । ୧୯୭୮ ମସିହା ଗଣତି ମୁତାବକ ରତ୍ନ ଅଛିକି ନାହିଁ, ତାହା ଉପରେ ସ୍ପଷ୍ଟ ସୂଚନା ଲୋଡିଲେ ଆବେଦନକାରୀ ।ଅଳଙ୍କାର ଓଜନ କମିଲେ ଗୁରୁତର ସହ ଗ୍ରହଣ କରାଯିବ| ରତ୍ନଭଣ୍ଡାର ଚାବି ହଜିବା […]

ଆସନ୍ତାକାଲିଠାରୁ ସଂସଦର ବଜେଟ ଅଧିବେଶନ

ଆସନ୍ତାକାଲିଠାରୁ ସଂସଦର ବଜେଟ ଅଧିବେଶନ। ତା ପୂର୍ବରୁ ଆଜି ବସିଛି ସର୍ବଦଳୀୟ ବୈଠକ। ସଂସଦ ଅଧିବେଶନକୁ ସୁରୁଖୁରୁରେ ଚଳାଇବା ଲାଗି ସମସ୍ତ ଦଳଙ୍କ ସହଯୋଗ ଲୋଡ଼ିଛନ୍ତି କେନ୍ଦ୍ର ସରକାର। ବଜେଟ ଅଧିବେଶନରେ ଯେପରି ଉଭୟ ଲୋକସଭା ଓ ରାଜ୍ୟସଭାରେ ଗୃହକାର୍ଯ୍ୟ ସୁରୁଖୁରୁରେ ଚାଲିବ ସେଥିଲାଗି ବିରୋଧୀଙ୍କ ସହଯୋଗ କାମନା କରିଛନ୍ତି ସରକାର। ଚଳିତ ଅଧିବେଶନରେ କିଛି ବିଲ୍ ଆଗତ ହେବା ସମ୍ଭାବନା ରହିଛି।ତେବେ ଏଥର ଖୁବ୍‌ ହଙ୍ଗାମା ହେବାର ଆଶଙ୍କା କରାଯାଉଛି। କଂଗ୍ରେସ ଓ ଆଉ କିଛି […]

ଏଆଇ ବେସଡ୍ ହେବ ଅଙ୍ଗନବାଡି କେନ୍ଦ୍ର: ଉପମୁଖ୍ୟମନ୍ତ୍ରୀ

ଅପପୁଷ୍ଟି ମୁକ୍ତ ଓଡିଶା ସରକାରଙ୍କ ଲକ୍ଷ୍ୟ । ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ସେ କହିଛନ୍ତି ଯେ ଅପପୁଷ୍ଟିର କାରଣ ଖୋଜିବାକୁ ବିଭାଗ ତତ୍ପର । ଅପପୁଷ୍ଟି ପିଲା ନଥିବା ଅଙ୍ଗନବାଡିକୁ ପୁରସ୍କାର ମିଳିବ । ଅପପୁଷ୍ଟି ମୁକ୍ତ ନେଇ କ୍ୟାମ୍ପେନ୍ କରାଯିବ ।ଖାଲି ଏତିକି ନୁହେଁ ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ସବୁ ଜାଗାରେ ଅଙ୍ଗନବାଡି କେନ୍ଦ୍ର କରିବାକୁ ପ୍ରଥମେ ଆମେ ସୁନିଶ୍ଚିତ କରିବୁ । ଏଥିପାଇଁ ଅର୍ଥର ବ୍ୟୟବରାଦ ମଧ୍ୟ କରାଯାଇଛି । […]

ଏଣିକି ଚାଲାଣ କଟିଥିଲେ ମଧ୍ୟ PUCC ସାର୍ଟିଫିକେଟ ମିଳିବ

ଏଣିକି ଚାଲାଣ କଟିଥିଲେ ମଧ୍ୟ PUCC ସାର୍ଟିଫିକେଟ ମିଳିବ । ଗାଡ଼ିରେ ଚାଲାଣ ଥିଲେ ବି ମିଳିବ ପ୍ରଦୂଷଣ ସାର୍ଟିଫିକେଟ। ରାଜ୍ୟ ସରକାରଙ୍କ ଆବେଦନକୁ ଖାରଜ କଲେ ହାଇକୋର୍ଟ । ଏ ନେଇ ବାହାନ ପୋର୍ଟାଲ ସଂଶୋଧନ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ । ସଂଶୋଧନ କରି ସତ୍ୟପାଠ ଦାଖଲ କରିବାକୁ ପରିବହନ କମିଶନରଙ୍କୁ ନିର୍ଦ୍ଦେଶ । ଆସନ୍ତା ସପ୍ତାହରେ ମାମଲାର ପରବର୍ତ୍ତୀ ଶୁଣାଣି । PUCC ନଥିଲେ ପେଟ୍ରୋଲ ମନା ନିର୍ଦ୍ଦେଶ ପ୍ରତ୍ୟାହୃତ । ପ୍ରତ୍ୟାହୃତ ହୋଇଥିବା […]

ବୁଧବାର ୪ ଘଣ୍ଟା ଶ୍ରୀଜିଉଙ୍କ ଦର୍ଶନ ବନ୍ଦ

ବୁଧବାର ପବିତ୍ର ମାଘ ଶୁକ୍ଲ ଦଶମୀ ତିଥି। ମାଘ ଶୁକ୍ଲ ଦଶମୀ ତିଥି ଅବସରରେ ଶ୍ରୀଜିଉଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏନେଇ ପ୍ରଶାସନ ପକ୍ଷରୁ ବିଧିବ୍ୟବସ୍ଥା ଗ୍ରହଣ କରାଯାଇଛି। ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବା ପରେ ବୁଧବାର ୪ ଘଣ୍ଟା ଶ୍ରୀଜିଉଙ୍କ ଦର୍ଶନ ବନ୍ଦ ରହିବ। ଆପାତତଃ ସନ୍ଧ୍ୟା ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ସୂଚନା ଦିଆଯାଇଛି।

ଜିଲା ସ୍ତରୀୟ 77 ତମ ସାଧାରଣତନ୍ତ୍ର ଦିବସ, ରାୟଗଡାରେ ପତାକା ଉତ୍ତୋଳନ କଲେ ଗଣଶିକ୍ଷା ମନ୍ତ୍ରୀ ନିତ୍ଯାନନ୍ଦ ଗଣ୍ଡ।

ରାୟଗଡ଼ା ତା ୨୬/୦୧ (ନିପ୍ର) ମାଓପ୍ରବଣ ରାୟଗଡ଼ା ଜିଲାରେ ଜିଲ୍ଲାସ୍ତରୀୟ ୭୭ତମ ସାଧାରଣତନ୍ତ୍ର ଦିବସ କଡା ସୁରକ୍ଷା ବଳୟ ମଧ୍ୟରେ ଶାନ୍ତିପୂର୍ଣ୍ଣ ଭାବେ ପାଳନ ହୋଇଯାଇଛି । ସ୍ଥାନୀୟ ଜି.ସି.ଡି ଉଚ୍ଚବିଦ୍ୟାଳୟ ଖେଳ ପଡିଆ ରେ ପତାକା ଉତ୍ତୋଳନ କରିବା ପରେ ଗଣଶିକ୍ଷା ମନ୍ତ୍ରୀ ନିତ୍ଯାନନ୍ଦ ଗଣ୍ଡ ଅଭିବାଦନ ଗ୍ରହଣ କରିଥିଲେ । ସ୍ବାଧୀନତା ସଂଗ୍ରାମରେ ସମାଜ ପାଇଁ ନିଜକୁ ବଳିଦାନ ଦେଇଥିବା ବୀର ପୁରୁଷଙ୍କ ଅବଦାନ ଅତୁଳନୀୟ ବୋଲି ମନ୍ତ୍ରୀ ଗଣ୍ଡ ଅବିଭାଷଣରେ କହିଥିଲେ।ଆଇନ୍ ଶୃଙ୍ଖଳା […]

ବଢ଼ିଲା ଅଙ୍ଗନବାଡି ଶିଶୁଙ୍କ ପୋଷାକର ସରକାରୀ ମୂଲ୍ୟ

ଅଙ୍ଗନବାଡି ଶିଶୁଙ୍କ ପୋଷାକର ସରକାରୀ ମୂଲ୍ୟରେ ବୃଦ୍ଧି । ସ୍କୁଲର ପୋଷାକ ଓ ଜୋତା ପାଇଁ ବଢିବ ସରକାରୀ ଖର୍ଚ୍ଚ । ଅଙ୍ଗନବାଡି ପିଲା ପିନ୍ଧିବେ ଉଚ୍ଚମାନର ୟୁନିଫର୍ମ । ଛାତ୍ରଙ୍କ ପୋଷାକ ମୂଲ୍ୟ ୧୦୦ରୁ ବଢି ୧୭୫ ଟଙ୍କା ହେଲା । ଛାତ୍ରୀଙ୍କ ପୋଷାକ ମୂଲ୍ୟ ୧୫୦ରୁ ବଢି ୨୫୦ ଟଙ୍କା ହେଲା । ଜୋତା ଖର୍ଚ୍ଚ ୧୦୦ରୁ ୧୫୦ ଟଙ୍କାକୁ ବୃଦ୍ଧି ପାଇଛି ।

ଟ୍ରାଭେଲ୍‌ ସଂସ୍ଥା ଉପରେ ପୋଲିସର ଚଢାଉ, ପର୍ଯ୍ୟଟକଙ୍କୁ ଠକୁଥିଲେ !

ପୁରୀରେ ପୋଲିସର ବଡ଼ ଧରଣର ଚଢାଉ । ବେଳାଭୂମିର ସମସ୍ତ ଟୁର ଓ ଟ୍ରାଭେଲ କାର୍ଯ୍ୟାଳୟ ଚଢ଼ାଉ କରିଛି ପୋଲିସ । ପୁରୀର ବିଭିନ୍ନ ସ୍ଥାନରେ ଏକାସାଙ୍ଗେ ପୋଲିସ ପକ୍ଷରୁ ଚାଲିଛି ଚଢାଉ । ଖବର ଅନୁଯାୟୀ, ବେଆଇନ୍‌ ଟୁର ଆଣ୍ଡ ଟ୍ରାଭେଲ୍ସ ପରିଚାଳନା କରୁଥିବାର ଅଭିଯୋଗ ଆସିଥିଲା । ଏପିରିକି ପୁରୀ ଆସୁଥିବା ପର୍ଯ୍ୟଟକଙ୍କୁ ବିଭିନ୍ନ କ୍ଷେତ୍ରରେ ହଇରାଣ ଓ ଠକେଇ କରୁଥିବାର ଅଭିଯୋଗ ଆସିଥିଲା । ଏହାପରେ ତୁରନ୍ତ ଆକ୍ସନକୁ ଆସିଥିଲା ପୁରୀ ପୋଲିସ […]

ଆସନ୍ତାକାଲି ଓଡିଶା ବନ୍ଦ ଡାକରାକୁ କଂଗ୍ରେସର ସମର୍ଥନ ! ବିଜେଡି ମତ ପ୍ରକାଶ କରିନି

ଆସନ୍ତାକାଲି ଓଡିଶା ବନ୍ଦ ଡାକରା । ନବନିର୍ମାଣ କୃଷକ ସଂଘଠନ ପକ୍ଷରୁ ଦିଆଯାଇଥିବା ବନ୍ଦ ଡାକରାକୁ ସମର୍ଥନ କରିବ କଂଗ୍ରେସ । ଏନେଇ ସୂଚନା ଦେଇଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ । ତେବେ ସ୍କୁଲ, ଅଫିସ ଓ ବିଭିନ୍ନ ବ୍ୟବସାୟ ସମେତ ଅନେକ ଜିନିଷ ସିଧାସଳଖ ପ୍ରଭାବିତ ହେବାର ସମ୍ଭାବନା ଅଛି।ଏହି ସମୟ ମଧ୍ୟରେ, ଅତ୍ୟାବଶ୍ୟକୀୟ ଜିନିଷ ଓ ସୁବିଧାଗୁଡ଼ିକୁ କାର୍ଯ୍ୟକ୍ଷମ ରହିବ। ଯେପରିକି ମେଡିକାଲ ଦୋକାନ, ବିମାନବନ୍ଦର, ହସ୍ପିଟାଲ, ଡିପାର୍ଟମେଣ୍ଟାଲ ଷ୍ଟୋର ଓ […]