ସାମ୍ନାକୁ ଆସିଲା ‘କିଙ୍ଗ୍‌’ର ଧମାକାଦାର୍‌ ପୋଷ୍ଟର! ଡିସେମ୍ବର ୨୪ରେ ହେବ ରିଲିଜ୍

ବଲିଉଡର କିଙ୍ଗ୍ ଖାନ୍ ଶାହରୁଖ ଖାନ୍ ପୁଣିଥରେ ବଡ଼ ପରଦାରେ ଧମାକା କରିବାକୁ ପ୍ରସ୍ତୁତ ରହିଛନ୍ତି । ୨୦୨୩ରେ ପଠାନ୍ ଓ ଯବାନ୍ ଭଳି ବ୍ଲକ୍ବଷ୍ଟର ଫିଲ୍ମ ଦେଇ ବକ୍ସ ଅଫିସକୁ ଶାହରୁଖ ଏବେ ନିଜର ଆଗାମୀ ଫିଲ୍ମ କିଙ୍ଗକୁ ନେଇ ଚର୍ଚ୍ଚାରେ ରହିଛନ୍ତି । । ପୋଷ୍ଟରରେ ଶାହରୁଖଙ୍କ ଦମ୍‌ଦାର ଲୁକ୍‌, ତୀକ୍ଷ୍ଣ ଚାହାଣି ଓ ଓଠରେ ଗୋଲାପ ତାଙ୍କ ଚରିତ୍ରକୁ ଆହୁରି ଆକର୍ଷଣୀୟ କରିଛି। ଆକ୍ସନ୍‌ ସହ ରୋମାନ୍ସର ଝଲକ ଦେଉଥିବା ଏହି ପୋଷ୍ଟର […]

ମାଇକ୍ରୋସଫ୍ଟର ବଡ଼ ନିଷ୍ପତ୍ତି: ୬୦ ହଜାର କର୍ମଚାରୀଙ୍କୁ ସ୍ୱେଚ୍ଛାକୃତ ଅବସର ପାଇଁ ପ୍ରସ୍ତାବ

ଟେକ୍ ଦିଗ୍ଗଜ ମାଇକ୍ରୋସଫ୍ଟ ନିଜର ସଂସ୍ଥାଗତ ପୁନର୍ଗଠନ ଓ ବ୍ୟୟ ନିୟନ୍ତ୍ରଣ ପାଇଁ ଏକ ବଡ଼ ନିଷ୍ପତ୍ତି ଗ୍ରହଣ କରିଛି। କମ୍ପାନୀ ତାର ସମୁଦାୟ ୨,୨୩,୦୦୦ କର୍ମଚାରୀଙ୍କ ମଧ୍ୟରୁ ପ୍ରାୟ ୨୭ ପ୍ରତିଶତ ଅର୍ଥାତ୍ ୬୦,୦୦୦ କର୍ମଚାରୀଙ୍କୁ ସ୍ୱେଚ୍ଛାକୃତ ଅବସର ବା ‘ଭୋଲୁଣ୍ଟାରୀ ରିଟାୟର୍ଡ’ ପ୍ରସ୍ତାବ ଦେଇଛି। ‘ ରିପୋର୍ଟ ଅନୁସାରେ, ଆମେରିକା, ଭାରତ, କାନାଡା ଏବଂ ବ୍ରିଟେନରେ କାର୍ଯ୍ୟରତ ଲେଭଲ-୭୦ କିମ୍ବା ତା’ଠାରୁ କମ୍ ପଦବୀରେ ଥିବା ସାଧାରଣ ମ୍ୟାନେଜର ଓ ଜେନେରାଲ କର୍ମଚାରୀମାନେ ଏହି […]

ରାଷ୍ଟ୍ରୀୟ ଏକତା ଦିବସ ଉପଲକ୍ଷେ ସ୍ୱତନ୍ତ୍ର ଟ୍ରେନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଆସନ୍ତା ଅକ୍ଟୋବର ୩୧ ତାରିଖରେ ଲୌହମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୫୧ତମ ଜନ୍ମବାର୍ଷିକୀ ତଥା ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଗୁଜରାଟର ଏକତା ନଗରସ୍ଥିତ ‘ଷ୍ଟାଚ୍ୟୁ ଅଫ୍ ୟୁନିଟି’ ନିକଟରେ ଅନୁଷ୍ଠିତ ହେବାକୁଥିବା ଜାତୀୟ ପ୍ୟାରେଡ୍‌ରେ ଯୋଗଦେବା ପାଇଁ ଆଜି ଭୁବନେଶ୍ୱର ନୂଆ ରେଳ ଷ୍ଟେସନରୁ ଏକ ସ୍ୱତନ୍ତ୍ର ଟ୍ରେନ୍‌କୁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି।ରାଜ୍ୟର ୧୯ଟି ନକ୍ସଲମୁକ୍ତ ଜିଲ୍ଲାରୁ ପ୍ରାୟ ଏକ ହଜାର ଜଣ ପ୍ରତିନିଧି ଏହି […]

ରାଜ୍ୟ ପ୍ରଶାସନିକ ସ୍ତରରେ ଅଦଳବଦଳ

ରାଜ୍ୟ ପ୍ରଶାସନିକ ସ୍ତରରେ ଅଦଳବଦଳ କରାଯାଇଛି । ୮ ଜଣ ଆଇଏଏସ୍ ଅଧିକାରୀଙ୍କୁ ବଦଳି ସହ ନୂଆ ଦାୟିତ୍ୱ ଦିଆଯାଇଛି।କେତେକ ଅଧିକାରୀଙ୍କୁ ନୂଆ ପଦବୀରେ ନିଯୁକ୍ତ କରାଯାଇଥିବା ବେଳେ ଅନ୍ୟ କେତେକଙ୍କୁ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି ।ଜାରି ବିଜ୍ଞପ୍ତି ଅନୁସାରେ… ୧. ପୋମା ଟୁଡୁ ହେଲେ କୃଷି ବିଭାଗ ନିର୍ଦ୍ଦେଶକ । ଏଥିସହ  କାଜୁ ଉନ୍ନୟନ ନିଗମ ଏମଡି ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ୨. ସଂଗ୍ରାମ କେଶରୀ ମହାପାତ୍ର ହେଲେ ଉତ୍ତରାଞ୍ଚଳ ରେଞ୍ଜ ଆରଡିସି […]

କୋଟିଆକୁ ନେଇ ନବୀନ ପଟ୍ଟନାୟକଙ୍କ ଚିଠିର ଉତ୍ତର ଏମିତି ଦେଲେ ମୁଖ୍ୟମନ୍ତ୍ରୀ

କୋରାପୁଟ ଜିଲାର କୋଟିଆ ନେଇ ଦୀର୍ଘଦିନ ଧରି ଆନ୍ତଃରାଜ୍ୟ ସୀମା ବିବାଦ ଲାଗି ରହିଛି । ଏହି ପ୍ରସଙ୍ଗରେ ଅକ୍ଟୋବର ୧୯ ତାରିଖରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଲେଖିଥିବା ଚିଠିର ଜବାବ ଅକ୍ଟୋବର ୨୭ ତାରିଖରେ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଚିଠିରେ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ, ୧୯୩୬ ମସିହାରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ହେବାଠାରୁ କୋଟିଆ ଗ୍ରାମପୁଞ୍ଜ ଓଡ଼ିଶାର ଅବିଚ୍ଛେଦ୍ୟ ଅଂଶ ହୋଇ ରହିଆସିଛି । ରାଜ୍ୟର […]

ବାତ୍ୟା ପ୍ରଭାବରେ ଅଧିକ ବର୍ଷା ସମ୍ଭାବନା, ନୟାଗଡ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା

ବାତ୍ୟା ଅର୍ଣ୍ଣବକୁ ନେଇ ଚିନ୍ତା ବଢ଼ୁଥିବାବେଳେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହୋଇଛି ।ଦକ୍ଷିଣ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ମଧ୍ୟ ବର୍ଷା ଆରମ୍ଭ ହୋଇଛି । ବ୍ରହ୍ମପୁର, କୋରାପୁଟ ଓ ନବରଙ୍ଗପୁରରେ ବର୍ଷା ଜାରି ରହିଛି । ବାତ୍ୟା ପ୍ରଭାବକୁ ଦୃଷ୍ଟିରେ ରଖି ୧୦ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା କରାଯାଇଛି । ଗଞ୍ଜାମ, ଗଜପତି, କୋରାପୁଟ, ରାୟଗଡ଼ା, ମାଲକାନଗିରି, ନବରଙ୍ଗପୁର, ପୁରୀ, ନୟାଗଡ଼, ଖୋର୍ଦ୍ଧା ଓ ଜଗତସିଂହପୁରରେ ସବୁ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି । […]

କୋଟିଆକୁ ନେଇ ତତ୍ପର ସରକାର, ଆଜି ବସିବ ୧୬ ଜଣିଆ କମିଟି ବୈଠକ

କୋଟିଆ ପ୍ରସଙ୍ଗରେ ମୁହାଁମୁହିଁ ହୋଇଛନ୍ତି ପୂର୍ବତନ ଓ ବର୍ତ୍ତମାନର ରାଜସ୍ୱ ମନ୍ତ୍ରୀ । କୋଟିଆର ବିକାଶ ସେମାନଙ୍କ ସରକାର କରିଛନ୍ତି ବୋଲି ଦାବି କରିଛନ୍ତି ପୂର୍ବତନ ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ ଓ ବର୍ତ୍ତମାନର ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡାକିବାକୁ ପ୍ରମିଳା ଦାବି କରିଥିବାବେଳେ କୋଟିଆ ପାଇଁ ସରକାରଙ୍କ ପକ୍ଷରୁ ଗଠନ ହୋଇଥିବା ୧୬ ଜଣିଆ କମିଟିର ବୈଠକ ଆଜି ଅନୁଷ୍ଠିତ ହେବ । ବର୍ତ୍ତମାନ ସୁଦ୍ଧା କୋଟିଆରେ ବିକାଶମୂଳକ […]

ମୀକା ସିଂହଙ୍କ ଦାବିକୁ ଖଣ୍ଡନ କଲେ ମନ୍ତ୍ରୀ, ଦଲେରଙ୍କୁ କ୍ଷମା ମାଗିବାର ପ୍ରଶ୍ନ ଉଠୁନି

ଉତ୍ତରାଖଣ୍ଡର କୁଞ୍ଜାପୁରୀ ମେଳାରେ ଦଲେର ମେହେନ୍ଦିଙ୍କ ସଙ୍ଗୀତ ପରିବେଷଣକୁ ନେଇ ଆରମ୍ଭ ହୋଇଥିବା ବିବାଦ ଏବେ ନୂଆ ମୋଡ଼ ନେଇଛି। ଦଲେର ମେହେନ୍ଦିଙ୍କୁ ମନ୍ତ୍ରୀ ସୁବୋଧ ଉନିୟାଲ କ୍ଷମା ମାଗିଥିବା ନେଇ ମୀକା ସିଂହଙ୍କ ଟିମ୍ ଦାବି କରିଥିଲା । ହେଲେ ଏହି ଦାବିକୁ ଖଣ୍ଡନ କରିଛନ୍ତି ନିଜେ ମନ୍ତ୍ରୀ ।ଏକ ସାକ୍ଷାତକାରରେ ଦଲେର ମେହେନ୍ଦିଙ୍କୁ କ୍ଷମା ମାଗିଛନ୍ତି କି ବୋଲି ପଚରାଯିବାରୁ ସୁବୋଧ ଉନିୟାଲ କହିଥିଲେ, କ୍ଷମା ମାଗିବାର ପ୍ରଶ୍ନ ହିଁ ଉଠୁନାହିଁ । ସେ […]

ବାତ୍ୟା ପାଇଁ ରେଳସେବା ପ୍ରଭାବିତ; ୮ ଟ୍ରେନ୍ ବାତିଲ, ୨ଟି ରୁଟ ପରିବର୍ତ୍ତନ

‘ଅର୍ଣ୍ଣବ’ (Arnab) ନାମକ ବାତ୍ୟାକୁ ନେଇ କେନ୍ଦ୍ର ସରକାର ଚାରିଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀ ପାଇଁ ସତର୍କ ସୂଚନା ଜାରି କରିଛନ୍ତି। ବଙ୍ଗୋପସାଗରରେ ଅଧିକ ଘନୀଭୂତ ହେବା ପରେ, ଏହି ବାତ୍ୟା ବର୍ତ୍ତମାନ ଆନ୍ଧ୍ରପ୍ରଦେଶ ଆଡ଼କୁ ଗତି କରୁଛି। ଫଳରେ, ଆନ୍ଧ୍ରପ୍ରଦେଶ, ଓଡ଼ିଶା, ତେଲଙ୍ଗାନା, ଛତିଶଗଡ଼ ଏବଂ ପୁଡୁଚେରୀକୁ ସତର୍କ ଅବସ୍ଥାରେ ରଖାଯାଇଛି।ଏବେ ସୁଦ୍ଧା ୮ ଟ୍ରେନ୍ ବାତିଲ ସହ ୨ଟି ରୁଟ୍ ପରିବର୍ତ୍ତନ କରାଯାଇଛି। ବିଶାଖାପାଟଣା-କିରଣ୍ଡୁଲ୍ ନାଇଟ୍ ଏକ୍ସପ୍ରେସ୍ ୨୯ରୁ ୪ ଯାଏଁ […]

ତାମିଲନାଡୁର ଥେନି ଜେଲରୁ ୧୭ କଏଦୀ ଫେରାର

ତାମିଲନାଡୁର ଥେନି ଜିଲ୍ଲାରେ ଥିବା ଏକ ଜେଲରୁ ୧୭ ଜଣ କଏଦୀ ଫେରାର ହୋଇଯାଇଛନ୍ତି। ଜେଲ୍ କର୍ମଚାରୀଙ୍କ ଉପରେ ଆକ୍ରମଣ କରି କଏଦୀମାନେ ଖସିଯାଇଥିବା ଜଣାପଡ଼ିଛି।ଘଟଣା ସମ୍ପର୍କରେ ଜାଣିବା ପରେ ପୁଲିସ ଏକ ବ୍ୟାପକ ତଲାସୀ ଅଭିଯାନ ଆରମ୍ଭ କରିଛି। ପୁଲିସ ଅଧିକାରୀଙ୍କ ଅନୁଯାୟୀ, ଏପର୍ଯ୍ୟନ୍ତ ସମ୍ପୃକ୍ତ କଏଦୀଙ୍କ ମଧ୍ୟରୁ ୪ ଜଣଙ୍କୁ ଗିରଫ କରାଯାଇଛି ଏବଂ ବାକି କଏଦୀଙ୍କ ସନ୍ଧାନ ଜାରି ରହିଛି। ଧରାପଡ଼ିଥିବା କଏଦୀଙ୍କୁ ପ୍ରବୀଣ କୁମାର, ସିଲାମ୍ବରସନ, ରାଜକୁମାର ଏବଂ ରାଜା ସିକନ୍ଦର […]

ଅତି ଭୀଷଣ ବାତ୍ୟାରେ ପରିଣତ ଅର୍ଣ୍ଣବ,୫ ଜିଲ୍ଲାକୁ ରେଡ ଆଲର୍ଟ

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ଅର୍ଣ୍ଣବ’ ଅଧିକ ଘନୀଭୂତ ହୋଇ ଅତି ଭୀଷଣ ସାମୁଦ୍ରିକ ବାତ୍ୟା Very Severe Cyclonic Stormରେ ପରିଣତ ହୋଇଛି। ଏହା ଗୋପାଳପୁରଠାରୁ ଦକ୍ଷିଣରେ ୩୮୦କିମି ଏବଂ ବିଶାଖାପାଟଣା ଠାରୁ ଦକ୍ଷିଣପୂର୍ବ ଦିଗରେ ୩୦୦କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି । ବର୍ତ୍ତମାନ ସମୁଦ୍ର ମଧ୍ୟରେ ପବନର ବେଗ ୧୨୫ ରୁ ୧୩୫ କିମି ଝଟକା ୧୫୦ କିମି ଯାଏଁ ରହୁଛି ।ବାତ୍ୟା ଅର୍ଣ୍ଣବ ପ୍ରଭାବରେ ରାଜ୍ୟରେ ତିନି ଦିନ ପ୍ରବଳ ବର୍ଷା ଆଶଙ୍କା […]

ବାତ୍ୟାକୁ ନେଇ ଭୁଲ୍ ଖବର ପ୍ରସାରଣ ନକରିବାକୁ ଗଣମାଧ୍ୟମକୁ ଅନୁରୋଧ କଲେ IMD ନିର୍ଦ୍ଦେଶିକା

ବାତ୍ୟାକୁ ନେଇ କିଛି ଗଣମାଧ୍ୟମରେ ଭୁଲ୍ ତଥ୍ୟ ପ୍ରସାରଣ ହେଉଥିବାରୁ ଏହା ଜନସାଧାରଣଙ୍କ ମଧ୍ୟରେ ବିଭ୍ରାନ୍ତି ସୃଷ୍ଟି କରୁଛି। ଏଭଳି ଭୁଲ୍ ଖବର ଓ ଅପପ୍ରଚାରରୁ ନିବୃତ୍ତ ରହିବାକୁ ଗଣମାଧ୍ୟମକୁ ଅନୁରୋଧ କରିଛନ୍ତି ଭାରତୀୟ ପାଣିପାଗ ବିଭାଗ (IMD)ର ନିର୍ଦ୍ଦେଶିକା ମନୋରମା ମହାନ୍ତି । ବାତ୍ୟା ଭଳି ଏକ ଗୁରୁତ୍ୱପୂର୍ଣ୍ଣ ଓ ସମ୍ବେଦନଶୀଳ ସମୟରେ ଗଣମାଧ୍ୟମର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।ତେଣୁ ବାତ୍ୟାର ଗତିପଥ, ତୀବ୍ରତା, ସ୍ଥଳଭାଗ ଛୁଇଁବାର ସମ୍ଭାବ୍ୟ ସମୟ ଓ ପ୍ରଭାବକୁ ନେଇ କୌଣସି […]