ଏକାମ୍ର କାନନ ରାସ୍ତା ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

୨ ବର୍ଷ ପୂର୍ତ୍ତି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବଡ ଭେଟି । ରାଜଧାନୀ ଭୁବନେଶ୍ୱରରେ ନୂଆ ରାସ୍ତାର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ବହୁ ପ୍ରତୀକ୍ଷତ ଏକାମ୍ର କାନନ ରାସ୍ତା ଉଦଘାଟିତ କରାଯାଇଛି । ବିଶେଷ କରି ସାଲିଆସାହି ଠାରୁ ହାତୀଆଶୁଣି ପର୍ଯ୍ୟନ୍ତ 800 ମିଟର ରାସ୍ତା ନିର୍ମାଣ ପାଇଁ ହଟହଟା ହୋଇଥିଲେ ସରକାର ।  ସାଲିଆସାହିର 556 ପରିବାରକୁ ସ୍ଥାନାନ୍ତର କରି ଥଇଥାନ ପରେ ଏବେ ଏହି ରାସ୍ତାଟି ଫିଟୁଛି ।  […]

ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାରେ ମିଳିବ ଅତିରିକ୍ତ ୫ କେଜି ଚାଉଳ

ଓଡିଶାରେ ବିଜେପି ସରକାରକୁ ଆଜି ଦୁଇ ବର୍ଷ ପୂରିଛି । ଏହି ଅବସରରେ ଆରମ୍ଭ ହୋଇଛି ଏକ ନୂତନ ଯୋଜନା ‘ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା’ । ଚଳିତ ଆର୍ଥିକ ବର୍ଷରୁ ରାଜ୍ୟ ସରକାର ଏହି ଯୋଜନା ଆରମ୍ଭ କରୁଥିବା ବେଳେ ଗତ ଏପ୍ରିଲ ୫ରେ ଅନୁଷ୍ଠିତ କ୍ୟାବିନେଟ ଏହାକୁ ମଞ୍ଜୁରୀ ଦେଇଥିଲା । ‘ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା’ରେ ପ୍ରତି ରାସନ କାର୍ଡ ଧାରୀଙ୍କୁ ମିଳିବ ଆଉ ୫ କେଜି ଚାଉଳ । ପୂର୍ବରୁ ପାଞ୍ଚ କେଜି ଚାଉଳ […]

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, କେଜିରୁ ପିଜି ଯାଏଁ ହେବ ଦେୟମୁକ୍ତ ଶିକ୍ଷା

ବିଜେପି ସରକାରକୁ ୨ ବର୍ଷ ପୂର୍ତ୍ତି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବଡ଼ ଘୋଷଣା। କେଜିରୁ ପିଜି ଯାଏଁ ହେବ ଦେୟମୁକ୍ତ ଶିକ୍ଷା। ଆର୍ଥିକ ଅନଗ୍ରସର ଛାତ୍ରଛାତ୍ରୀଙ୍କ ପାଇଁ ଏହା ସହାୟକ ହେବ। ଓଡ଼ିଶା ପ୍ରଥମ ରାଜ୍ୟ ଭାବେ ଏଭଳି ନିଷ୍ପତି ନେଇଛନ୍ତି।ପାଠପଢା ନିମନ୍ତେ ଖର୍ଚ୍ଚର ବୋଝ ଆଉ କାହା କାନ୍ଧରେ ପଡ଼ିବ ନାହିଁ। ସବୁ ଜିଲାରେ ଶିଳ୍ପ ପ୍ରତିଷ୍ଠା କରାଯିବ । ୨୦୩୬ ସୁଦ୍ଧ ସମୃଦ୍ଧ ଓଡ଼ିଶା ଲକ୍ଷ ହାସିଲ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି […]

ସଫେଇ କର୍ମଚାରୀଙ୍କୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗରେ କନଷ୍ଟେବଳ ଗିରଫ

ଖାକିରେ ଲାଗିଛି କଳଙ୍କ । ଜଣେ ପୁଲିସ କନ୍‌ଷ୍ଟେବଲ୍‌ଙ୍କ ନାଁରେ ଆସିଛି ଦୁଷ୍କର୍ମ ଅଭିଯୋଗ । ଜଣେ ମହିଳା ସଫେଇ କର୍ମଚାରୀଙ୍କୁ କନ୍‌ଷ୍ଟେବଲ୍‌ ଜଣକ ଦୁଷ୍କର୍ମ ଉଦ୍ୟମ କରିଛନ୍ତି । ଏଭଳି ଲଜ୍ଜା ଜନକ ଘଟଣା ଘଟିଛି କଟକ ବକ୍ସିବଜାର ପୋଲିସ ଲାଇନ୍‌ ଭିତରେ । ଏନେଇ ମହିଳା ସଫେଇ କର୍ମଚାରୀ କ୍ୟାଣ୍ଟନମେଣ୍ଟ ଥାନାରେ ଏତଲା ଦେବାପରେ ଅଭିଯୁକ୍ତକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ।। ଘଟଣାର ଗୁରୁତ୍ୱକୁ ଦେଖି କନ୍‌ଷ୍ଟେବଲ୍‌ ପରେଶକୁ କଟକ ଗ୍ରାମାଞ୍ଚଳ […]

ନିଟ୍ (ୟୁଜି) ପରୀକ୍ଷା ସମୟ ଅବଧି ବୃଦ୍ଧି; ପରୀକ୍ଷାର୍ଥୀଙ୍କୁ ମିଳିବ ଅତିରିକ୍ତ ୧୫ ମିନିଟ୍

ନିଟ୍‌-ୟୁଜି ପରୀକ୍ଷାର୍ଥୀମାନଙ୍କ ପାଇଁ ଖୁସିର ଖବର। ଶୁକ୍ରବାର ନିଟ୍‌-ୟୁଜି ପରୀକ୍ଷା ସମୟ ଅବଧି ବୃଦ୍ଧି। ଏ ନେଇ ବଡ ଘୋଷଣା କରିଛି ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସୀ (ଏନଟିଏ)।ନିଟ୍ ପରୀକ୍ଷାର୍ଥୀଙ୍କୁ ମିଳିବ ଅତିରିକ୍ତ ୧୫ ମିନିଟ୍ ସମୟ । ପିଲାଙ୍କୁ ୧୮୦ ମିନିଟ୍ ବଦଳରେ ୧୯୫ ମିନିଟ୍ ମିଳିବ ।ଆସନ୍ତା ୨୧ ତାରିଖରେ ପରୀକ୍ଷା ଅପରାହ୍ନ ୨ଟାରୁ ୫ଟା ୧୫ ମିନିଟ୍ ଯାଏଁ ଚାଲିବ ।ପୁନଃ ପରୀକ୍ଷାର ପ୍ରଶ୍ନପତ୍ରକୁ ସୁରକ୍ଷିତ ରଖିବା ଲାଗି ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) […]

ସରକାରୀ କାର୍ଯ୍ୟାଳୟରେ ଲାଞ୍ଚ କାରବାର, ଡିଡବ୍ଲୁଓର କିରାଣି ଟଙ୍କା ନେଉଥିବା ଭିଡିଓ ଭାଇରାଲ

ସମ୍ବଲପୁର ଜିଲ୍ଲା ମଙ୍ଗଳ କାର୍ଯ୍ୟାଳୟରେ ଲାଞ୍ଚ କାରବାର। ଯୁବକଙ୍କୁ ଜାତିଆଣ ଆକ୍ଷେପ ମାମଲାରେ ମିଳୁଥିବା ସହାୟତା ରାଶିରୁ ଅର୍ଥ(ଲାଞ୍ଚ) ଦାବି କରୁଥିଲେ ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟର କିରାଣୀ । ୭୫ ହଜାର ଟଙ୍କାର ସହାୟତା ପାଇଁ ୨୦ ହଜାର ଟଙ୍କା । କିନ୍ତୁ ସହାୟତା ରାଶି ଅଧିକ ଥିବାରୁ ଅଧିକ ଅର୍ଥ ବି ଦାବି କରୁଥିଲେ । ତୁରନ୍ତ ଟଙ୍କା ଦିଅ, ନେହେଲ ବଦଳି ହୋଇଗଲେ ଆଉ କେହି କରିବେନି । ଏମିତି ଧମକ ମଧ୍ୟ […]

ଭତ୍ତାଧାରୀଙ୍କ ପାଇଁ ଏକ ଖୁସି ଖବର! ଏକାଥରକେ ମିଳିବ ୩ ମାସର ଭତ୍ତା

ରାଜ୍ୟର ଲକ୍ଷ ଲକ୍ଷ ଭତ୍ତାଧାରୀଙ୍କ ପାଇଁ ଏକ ଖୁସି ଖବର ସାମ୍ନାକୁ ଆସିଛି । ସାଧାରଣତଃ ପ୍ରତିମାସରେ ଭତ୍ତା ପ୍ରଦାନ କରାଯାଉଥିବା ବେଳେ, କେତେକ ବୈଷୟିକ ତ୍ରୁଟି ଏବଂ ବଜେଟ୍ ବ୍ୟବସ୍ଥା ଯୋଗୁଁ ଗତ କିଛି ମାସର ଭତ୍ତା ବାକି ରହିଥିଲା । ଏହାକୁ ଦୃଷ୍ଟିରେ ରଖି ସରକାର ସମସ୍ତ ବକେୟା ରାଶିକୁ ଏକାସଙ୍ଗେ ମଞ୍ଜୁର କରିଛନ୍ତି । ଯେଉଁ ହିତାଧିକାରୀମାନେ ନିୟମିତ ଭାବେ ମଧୁବାବୁ ପେନସନ ଯୋଜନା କିମ୍ବା ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ (NSAP) […]

ସରକାରଙ୍କ ବଡ଼ ନିଷ୍ପତ୍ତି: ଏହି ଗ୍ରାହକଙ୍କୁ ମିଳିବନି ପେଟ୍ରୋଲ-ଡିଜେଲ

ଦେଶରେ ଇନ୍ଧନ ବିକ୍ରୟ ଏବଂ ବଣ୍ଟନ ସମ୍ପର୍କରେ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ସରକାରଙ୍କ ଦ୍ୱାରା ଜାରି ଏକ ନୂତନ ବିଜ୍ଞପ୍ତି ଅନୁଯାୟୀ, ଖୁଚୁରା ଦୋକାନରେ ମୋଟର ସ୍ପିରିଟ୍ ଏବଂ ହାଇ-ସ୍ପିଡ୍ ଡିଜେଲ (HSD) ବିକ୍ରୟ ଉପରେ ନୂତନ କଟକଣା ଲାଗୁ କରାଯାଇଛି । କୌଣସି ଯାନ କିମ୍ବା ଗ୍ରାହକ ଗୋଟିଏ ଦିନରେ ପେଟ୍ରୋଲ ପମ୍ପରୁ ୨୦୦ ଲିଟରରୁ ଅଧିକ ହାଇ-ସ୍ପିଡ୍ ଡିଜେଲ କିଣିପାରିବେ ନାହିଁ । ଏହା ସହିତ, ବାଣିଜ୍ୟିକ ଏବଂ ସଂସ୍ଥାଗତ ଗ୍ରାହକମାନଙ୍କୁ […]

ରାଜ୍ୟରେ ପ୍ରବେଶ କଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ

ଓଡ଼ିଶା ଛୁଇଁଲା ମୌସୁମୀ। ରାଜ୍ୟରେ ପ୍ରବେଶ କଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ରଜ ପୂର୍ବରୁ ଓଡ଼ିଶାକୁ ମୌସୁମୀ ଆଗମନ ହୋଇଛି। ଏନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ଗୁରୁବାର ଦିନର ସୂଚନାଥିଲା କି ଓଡ଼ିଶାରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆଗମନ ପାଇଁ ପାଗ ଅନୁକୂଳ ରହିଥିଲା । ଆଗାମୀ ୨ ରୁ ୩ ଦିନ ମଧ୍ୟରେ ମୌସୁମୀ ବାୟୁ ଓଡ଼ିଶାର କିଛି ଅଞ୍ଚଳକୁ ଅଗ୍ରସର ହେବାର ସମ୍ଭାବନା ରହିଥିଲା ବୋଲି କହିଛି ପାଣିପାଗ ବିଜ୍ଞାନ […]

ଋଷିଆନ୍ ଗ୍ରାଣ୍ଡ ସ୍ୟାଣ୍ଡ ମାଷ୍ଟର କପ୍-2026 ବିଜେତା ହୋଇଛନ୍ତି ସୁଦର୍ଶନ ପଟ୍ଟନାୟକ

ପ୍ରସିଦ୍ଧ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଇତିହାସ ରଚିଛନ୍ତି। ସେ ରୁଷିଆନ ଗ୍ରାଣ୍ଡ ସ୍ୟାଣ୍ଡ ମାଷ୍ଟର କପ-୨୦୨୬ ବିଜେତା ହୋଇଛନ୍ତି। ପ୍ରଥମ ଭାରତୀୟ ବାଲୁକା ଶିଳ୍ପୀ ଭାବେ ଏହି ଉପଲବ୍ଧି ହାସଲ କରିଛନ୍ତି। ବାଲୁକା କଳା କ୍ଷେତ୍ରରେ ଅତୁଳନୀୟ ଅବଦାନ ଓ ଗ୍ଲୋବାଲ ୱାମିଂକୁ ନେଇ ନିର୍ମାଣ କରିଥିବା ପ୍ରଭାବଶାଳୀ ବାଲୁକା କଳା ପାଇଁ ସୁଦର୍ଶନଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। INTERNATIONAL FESTIVAL OF SAND SCULPTUREରେ ୧୨ଟି ଦେଶ ସାମିଲ ହୋଇଥିଲେ।ନିଜ ସଫଳତାକୁ […]

ଲୋକପ୍ରିୟ ସୁଟର ଜସପାଲ ରାଣାଙ୍କ ଦେହାନ୍ତ

ପ୍ରସିଦ୍ଧ ଶୁଟର ତଥା ଭାରତୀୟ ଅଲିମ୍ପିକ ଷ୍ଟାର ମନୁ ଭାକରଙ୍କ କୋଚ ଜସପାଲ ରାଣାଙ୍କ ଦେହାନ୍ତ ହୋଇଛି। ମ୍ୟୁନିଚ୍‌ରେ ଅନୁଷ୍ଠିତ ଶୁଟିଂ ବିଶ୍ୱକପ ପରେ ଭାରତ ଫେରିବା ସମୟରେ ସେ ଅସୁସ୍ଥ ହୋଇପଡ଼ିଥିଲେ।ଶୁକ୍ରବାର ଦିଲ୍ଲୀ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ତାଙ୍କର ନିଧନ ହୋଇଛି । ମୃତ୍ୟୁ ବେଳଙ୍କୁ ତାଙ୍କୁ ୪୯ ବର୍ଷ ବୟସ ହୋଇଥିଲା । ଶୁଟିଂକୁ ଅଳବିଦା କରିବା ପରେ ଜଶପାଲ ଦୀର୍ଘଦିନ ଧରି ନୂଆ ଖେଳାଳିଙ୍କୁ କୋଚିଂ ଦେଉଥିଲେ ।ଭାରତ ପାଇଁ ସେ […]

ଆଖି ବୁଜିଲେ କନେଷ୍ଟବଳ ଆଶୁତୋଷ ମୃଦଙ୍ଗିଆ : ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ

ଜୀବନ ଯୁଦ୍ଧରେ ହାରିଗଲେ ଏମଭି କନେଷ୍ଟବଳ ଆଶୁତୋଷ ମୃଦଙ୍ଗିଆ । ଦୀର୍ଘ ୧ ସପ୍ତାହ ଧରି ଜୀବନ ମରଣ ସହ ସଂଗ୍ରାମ କରିବା ପରେ ଶେଷରେ ଆଖି ବୁଜିଛନ୍ତି ଆଶୁତୋଷ । ତାଙ୍କ ଶରୀରର ୮୦ ପ୍ରତିଶତ ପୋଡ଼ି ଯାଇଥିଲା । ଚିକିତ୍ସା ପାଇଁ ବ୍ରହ୍ମପୁରରୁ ଭୁବନେଶ୍ବର ଏମସକୁ ସ୍ଥାନାନ୍ତର କରାଯାଇଥିଲା । ଏମ୍ସର ବର୍ଣ୍ଣ ବିଭାଗରେ ଚାଲିଥିଲା ଚିକିତ୍ସା । ଦୁଇଦିନ ତଳେ ତାଙ୍କର ସ୍ୱାସ୍ଥ୍ୟ ବିଗିଡି ଥିବାରୁ ଭେଣ୍ଟିଲେଟର ରେ ରଖିଥିଲେ ଡାକ୍ତର । […]