ଆଜି ଭୁବନେଶ୍ୱର ସ୍ଥିତ ପୋଲିସ ଭବନଠାରେ ଓଡିଶା ପୋଲିସ ରେଳବାଇ ଓ ଉପକୂଳ ସୁରକ୍ଷା ଆନୁକୂଲ୍ୟରେ ପୋଲିସ ଅଧିକାରୀମାନଙ୍କ ପାଇଁ ଏକ ଦିନିଆ ଦକ୍ଷତା ବୃଦ୍ଧି କର୍ମଶାଳା ଅନୁଷ୍ଠିତ ହୋଇ ଯାଇଛି। ଅଧିକାରୀମାନଙ୍କ ବୃତ୍ତିଗତ ଦକ୍ଷତା ଓ କାର୍ଯ୍ୟକୁଶଳତା ବୃଦ୍ଧି କରିବା, ରେଳବାଇ ଓ ଉପକୂଳ ସୁରକ୍ଷା ବିଷୟରେ ସଚେତନତା ଓ ଅପରାଧ ତଦନ୍ତରେ ବୈଷୟିକ ଜ୍ଞାନର ଭୂମିକା, ସାଇବର ଅପରାଧ, ଆଧୁନିକ ପ୍ରଣାଳୀରେ ତଦନ୍ତ, ଜାତୀୟ ଏବଂ ଅନ୍ତର୍ଜାତୀୟ ସାମୁଦ୍ରିକ ଆଇନ୍ ଭଳି ବିଭିନ୍ନ ଆଇନଗତ […]
ମାର୍ଗଶିର ମାସ ପ୍ରଥମ ପାଳି ଗୁରୁବାର । ଏହି ପର୍ବରେ ମହାଲକ୍ଷ୍ମୀଙ୍କୁ ପୂଜା କରାଯାଏ। ମାଣବସା ଓଷାକୁ ମହାଲକ୍ଷ୍ମୀପୂଜା ମଧ୍ୟ କୁହାଯାଏ। ପ୍ରତି ବିବାହିତ ମହିଳା ଏହି ପର୍ବ ପାଳିଥାନ୍ତି । ଏବେ ଚାଉଳ କୁଟିବା ଲାଗି ଢିଙ୍କି ଯୁଗ ନାହିଁ ନହେଲେ ବୋଧହୁଏ ଆଜି ସକାଳୁ ସକାଳୁ ଅରୁଆ ଚାଉଳର ଢିଙ୍କି କୁଟା ଚାଉଳ ଚୂନା ନିଶ୍ଚେ ମାଣ ପାଇଁ ଲାଗି ହୋଇଥାନ୍ତା । ଏହି ଓଷାକୁ ଓଡ଼ିଶାର ସମସ୍ତ ଜାତିର ଲୋକେ ପାଳନ କରିଥାନ୍ତି। […]
ରାସ୍ତାରେ ପାଠ ପଢ଼ିଛନ୍ତି ରେଭେନ୍ଶା ବିଶ୍ବବିଦ୍ୟାଳୟ ଛାତ୍ରୀଛାତ୍ର। ବିଶ୍ୱବିଦ୍ୟାଳୟରେ କ୍ଲାସ ରୁମ୍ ଅସୁରକ୍ଷିତ ଦର୍ଶାଇ ପ୍ରତିବାଦ କରିଛନ୍ତି। ଯୁକ୍ତ ୩ କଳାର ୨ୟ ବର୍ଷର ଛାତ୍ରୀଛାତ୍ର ରାସ୍ତାରେ ବସି ପଢ଼ିଛନ୍ତି। ସୂଚନାନୁଯାୟୀ, କିଛି ଦିନ ତଳେ ରେଭେନ୍ସା ବିଶ୍ଵବିଦ୍ୟାଳୟର ଓଡ଼ିଆ ବିଭାଗରେ କ୍ଲାସରୁମ୍ ସିଲିଂ ଖସି ପଡିବାରୁ ଛାତ୍ରଛାତ୍ରୀମାନେ ମରାମତି ପାଇଁ ରେଜିଷ୍ଟ୍ରାରଙ୍କୁ ଜଣାଇଥିଲେ। ହେଲେ ରେଜିଷ୍ଟ୍ରାର କୌଣସି ପଦକ୍ଷେପ ନେଇନଥିଲେ। ଆଜି ଓଡ଼ିଆ ବିଭାଗର ଦ୍ବିତୀୟ ବର୍ଷର ଛାତ୍ରଛାତ୍ରୀମାନେ ଅଧ୍ଯାପକଙ୍କ ସହ କୁଳପତିଙ୍କ କାର୍ଯ୍ୟାଳୟ ଆଗରେ […]
ଭିଜିଲାନ୍ସ ଜାଲରେ କେନ୍ଦୁଝର ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ । ଫୋନ ପେ’ରେ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛି। କେନ୍ଦୁଝର ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଜଣକ ହେଉଛନ୍ତି ବିପ୍ଳବ କେଶରୀ ସାମନ୍ତରାୟ ।ଭିଜିଲାନ୍ସ ଏକ ବିବୃତ୍ତିରେ କହିଛି ଯେ ସରକାରଙ୍କ ସାମାଜିକ ସୁରକ୍ଷା ଯୋଜନା ଅଧୀନରେ ଏନଜିଓଗୁଡ଼ିକୁ ଚୁକ୍ତିନାମା କାର୍ଯ୍ୟକାରୀ କରିବା, ସହାୟତା ପ୍ରଦାନ/ବିଲ୍ ପ୍ରଦାନ କରିବା ସମ୍ପର୍କରେ ଏନଜିଓ ଏବଂ ବ୍ୟକ୍ତିଙ୍କଠାରୁ ଲାଞ୍ଚ ଆଦାୟ କରିବା ସମ୍ପର୍କରେ […]
ବ୍ରହ୍ମପୁରରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଚଢ଼ାଉ। ଚିଟ୍ଫଣ୍ଡ କମ୍ପାନି ଗ୍ରୀନ୍ ଇଣ୍ଡିଆ କର୍ତ୍ତୃପକ୍ଷ ଘରେ ରେଡ୍ କରାଯାଇଛି। ଅଯୋଧ୍ୟା ନଗର ଅଞ୍ଚଳରେ ଥିବା ଗ୍ରୀନ୍ ଇଣ୍ଡିଆ ସଂସ୍ଥାର ମୁଖ୍ୟ ପ୍ରଦୀପ ସିଂଙ୍କ ଘରେ ଇଡି ତନାଘନା ଚଳାଇଛି। ଲୋକଙ୍କଠୁ ପାଖାପାଖି ୫୦୦ କୋଟି ଠକେଇ ଅଭିଯୋଗ ହୋଇଥିଲା।ପୂର୍ବରୁ ୨୦୧୩ ମସିହାରେ ଚିଟଫଣ୍ଡ ଦୁର୍ନୀତି ମାମଲାରେ ପ୍ରଦୀପ ସିଂଙ୍କ ଘରେ ଚଢାଉ କରିଥିଲା କ୍ରାଇମବ୍ରାଞ୍ଚ। ପରେ ପ୍ରଦୀପ ସିଂ ଓ ଅନ୍ୟ ଅଧିକାରୀଙ୍କୁ ଗିରଫ କରାଯାଇଥିଲା। ପରେ ସମସ୍ତ ମାମଲାର […]
ଚନ୍ଦ୍ରଶେଖରପୁର ଥାନା ହୋମଗାର୍ଡଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି । ହାଉସିଂବୋର୍ଡ କଲୋନୀ ସରକାରୀ କ୍ବାଟରରୁ ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି । ମୃତକ ହେଲେ ସୁଜାତା ରାଣି କର । ଦୁଇ ମାସ ହେବ ସେ ଚନ୍ଦ୍ରଶେଖରପୁର ଥାନାରେ ନିଯୁକ୍ତ ହୋଇଥିଲେ ।ଗତକାଲି ବିଷପିଇ ଜାବନ ହାରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ୬ ମାସ ତଳେ ସ୍ୱାମୀଙ୍କ ଦେହାନ୍ତ ହୋଇଥିଲା । ତାଙ୍କପ ୨ ଟି ଛୁଆ ଅଛନ୍ତି । ମାତ୍ର ୩ ମାସ […]
ରାୟଗଡା ଜିଲ୍ଲା ଗୁଣପୁରର ଭିମପୁର ନିକଟ ମାଛଡିଆ ନଦୀରେ ଗୋଟିଏ ପଥର ଖଣ୍ଡ ଭାସି ଆସି ଏକ ବାଲି ଶଯ୍ୟା ଉପରେ ଥିବା ଦେଖିବାକୁ ମିଳିଥିଲା । ଯାହାର ଓଜନ ପ୍ରାୟ ୮ ରୁ ୯ କେଜି ହେବ । ତେବେ ଗତ ଗୁରୁବାର ଦିନ ଭିମପୁର ଗମାଙ୍ଗୋ ସାହିର ଇଶ୍ଵର ଶବରଙ୍କୁ ସ୍ଵପ୍ନାଦେଶ ହୋଇଥିଲା । ଇଶ୍ଵର ଶବରଙ୍କୁ ଜଣେ ଋଷି କହିଥିଲେ ଯେ ମହେନ୍ଦ୍ର ତନୟାରେ ଗୋଟିଏ ପଥର ଅଛି ସେଠାକୁ ଯିବା ପାଇଁ […]
ମୁକ୍ତାକାଶ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆସନ୍ତା ଡିସେମ୍ବର ମାସ ୨୪ତାରିଖରେ ଆରମ୍ଭ ହେବ।ତେବେ ଏଥର କଂସ ସମେତ ଅନ୍ୟ ପ୍ରମୁଖ ଚରିତ୍ର ପାଇଁ କଳାକାର ଚୟନ ପ୍ରକ୍ରିୟା ହେଉଛି। ଗତ ୧ତାରିଖ ଆଶାୟୀଙ୍କ ଆବେଦନ ସରିଯାଇଛି। ତେବେ ଏପର୍ଯ୍ୟନ୍ତ ଚୟନ ତାରିଖ ତ ଘୋଷଣା ହେବା ଦୂରର କଥା, ଆବେଦନ ଫର୍ମର ଯାଞ୍ଚ ସରି ନାହିଁ। ତାହା ଯାଞ୍ଚ ହେବା ପରେ ଚୟନ ପ୍ରକ୍ରିୟାରେ ଭାଗ ନେବା ପାଇଁ ଯୋଗ୍ୟ କଳାକାରଙ୍କ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବ।ତେବେ […]
ଆଜି ଛାଡ଼ଖାଇ । କାର୍ତ୍ତିକ ମାସରେ ଲୋକେ ଆମିଷ ଛାଡ଼ି କାର୍ତ୍ତିକ ବ୍ରତ ପାଳିଥିଲେ । ତେଣୁ ମାସକ ପରେ ପାଟିରେ ବାଜିବ ଆମିଷର ସ୍ୱାଦ । ସାଧାରଣତଃ ଛାଡ଼ଖାଇରେ ଆମିଷର ଚାହିଦା ଅନ୍ୟଦିନ ଅପେକ୍ଷା ଅଧିକ ରହିଥାଏ । ତେବେ ଗୁରୁବାର ଛାଡଖାଇ ପଡୁଥିବାରୁ ଏହା ପୁଣି ଦିନେ ଘୁଞ୍ଚିଛି । ଶୁକ୍ରବାର ପାଳିବେ ଛାଡଖାଇ । ହେଲେ ଏଥରକ ଆମିଷ ବଜାର ଉପରେ ଚଡ଼କ ପଡିବ । ଗୋଟିଏ ପଟେ ଆନ୍ଧ୍ରପ୍ରଦେଶରେ ବାତ୍ୟା ମୋନ୍ଥା […]
ଆରଆଇ ପରୀକ୍ଷାରେ ସର୍ଭର ଡାଉନ ଅଭିଯୋଗ । ସକାଳ ୭.୩୦ରେ ପ୍ରବେଶ ସମୟ ଥିଲା । ୮.୪୫ରେ ଭିତରକୁ ଗଲେ ପରୀକ୍ଷାର୍ଥୀ । ରାଜ୍ୟର ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ସର୍ଭର ଡାଉନ ଅଭିଯୋଗ ହୋଇଛି । ବ୍ରହ୍ମପୁର, କାକଟପୁର ଘରୋଇ ପରୀକ୍ଷା ସେଣ୍ଟରରେ ସମସ୍ୟା ଦେଖାଦେଇଛି । ନୟାପଲ୍ଲୀ, ମଞ୍ଚେଶ୍ୱର, ପଟିଆ ଆଦି ସ୍ଥାନରେ ଥିବା ପରୀକ୍ଷା କେନ୍ଦ୍ରରେ ସମସ୍ୟା ଦେଖାଦେଇଛି । ଏଭଳି ସର୍ଭର ଡାଉନ ପରିସ୍ଥିତିକୁ ନେଇ ପରୀକ୍ଷାର୍ଥୀ ଅସନ୍ତୋଷ ପ୍ରକାଶ କରିଛନ୍ତି ।
ରାଜ୍ୟରେ ପହିଲି ଶୀତ । ଗତ ୩ ଦିନ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ପ୍ରାୟ ୫ ଡିଗ୍ରୀ ହ୍ରାସ ହୋଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଅନେକ ସ୍ଥାନରେ ପାରଦ ପ୍ରାୟ ୩ ଡିଗ୍ରୀ କମିଛି । ଏକାଧିକ ସ୍ଥାନରେ ତାପମାତ୍ରା ୧୫ ଡିଗ୍ରୀ ତଳକୁ ଖସିଛି ।ପାଣିପାଗ ବୈଜ୍ଞାନୀ ଡ.ରାଜଶ୍ରୀ କହିଛନ୍ତି,” ଗତ 24 ଘଣ୍ଟାରେ ଓଡ଼ିଶା ରାଜ୍ୟରେ ପାଗ ଶୁଖିଲା ରହିଛି । କନ୍ଧମାଳ ଜିଲ୍ଲାର ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା […]
ବିହାର ବିଧାନସଭାର ନିର୍ବାଚନର ଆଜି ପ୍ରଥମ ପର୍ଯ୍ୟାୟ ଭୋଟ। ଭୋଟ ଦେଇ ନେତା ବାଛିବେ ଜନତା । ପ୍ରଥମ ପର୍ଯ୍ୟାୟରେ ୧୨୧ଟି ଆସନରେ ମତଦାନ ଗ୍ରହଣ ହେବ । ଭୋଟିଂ ସକାଳ ୭ଟାରୁ ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ ।ଏହି ପର୍ଯ୍ୟାୟରେ କିଛି ହେଭିୱେଟ୍ ଲଢ଼ୁଛନ୍ତି । ସେମାନଙ୍କ ମଧ୍ୟରେ ତାରାପୁର ଆସନରୁ ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ, ଲଖୀସରାୟରୁ ଉପମୁଖ୍ୟମନ୍ତ୍ରୀ ବିଜୟ କୁମାର ସିହ୍ନା ଏବଂ ରାଘୋପୁରରୁ ମହାମେଣ୍ଟର ମୁଖ୍ୟମନ୍ତ୍ରୀ ଚେହେରା ତଥା […]
