ସପ୍ତଋଷିଙ୍କ ପୂଜାର୍ଚ୍ଚନା ପାଇଁ ପାହାଡ଼ ଉପରକୁ ଯାଇଥିବା ଜଣେ ମହିଳା ଆଜି ଅଭାବନୀୟ ଘଟଣାର ଶିକାର ହୋଇଛନ୍ତି। ସୁଡ଼ଙ୍ଗ ଦେଇ ଆଗକୁ ଯାଉଥିବା ବେଳେ ମହିଳା ଶ୍ରଦ୍ଧାଳୁ ଫସିଯାଇଛନ୍ତି। ଦୀର୍ଘ ସମୟ ପରେ ତାଙ୍କୁ ଉଦ୍ଧାର କରାଯାଇଛି।ଡୁମୁରିର ଏକ ପାହାଡ଼ରେ ବହୁ ପୁରାତନ ସୁଡ଼ଙ୍ଗ ରହିଛି। ଏହି ପାହାଡ଼ରେ ସପ୍ତଋଷି ଓ ଭଣ୍ଡାରଘରିଆଣୀ ଦେବୀଙ୍କୁ ପୂଜାର୍ଚ୍ଚନା କରାଯାଉଛି। ଏହି ସୁଡ଼ଙ୍ଗ ସମ୍ପର୍କରେ ଏନେକ କିମ୍ବଦନ୍ତୀ ରହିଛି। କୁହାଯାଇଥାଏ ଯେ, ସୁଡ଼ଙ୍ଗର ଗୋଟିଏ ପାର୍ଶ୍ୱରୁ ପଶି ଅନ୍ୟ ପାର୍ଶ୍ୱରୁ […]
କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଐତିହାସିକ କଟକ ବାଲିଯାତ୍ରା ବୁଧବାର ଉଦଘାଟିତ ହୋଇଯାଇଛି। ଏ ନେଇ ଆୟୋଜିତ ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟଅତିଥି ଭାବେ ଯୋଗଦେଇ ବାଲିଯାତ୍ରାକୁ ଉଦଘାଟନ କରିଛନ୍ତି। ଉଦ୍ଘାଟନୀ ଉତ୍ସବରେ ମୁଖ୍ୟମନ୍ତ୍ରୀଙ୍କ ସହ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ସାଂସଦ ଭର୍ତ୍ତୃହରି ମହତାବ, ବିଧାୟିକା ସୋଫିଆ ଫିର୍ଦ୍ଦୋସ ଏବଂ ବିଧାୟକ ପ୍ରକାଶ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ।
୨୦୦ଫୁଟ ଲମ୍ବର ବୋଇତ ଭସାଇଲେ ଶ୍ରଦ୍ଧାଳୁ । ହଜାର ହଜାର ଲୋକଙ୍କ ସମାଗମ । ବାଲେଶ୍ଵର ଜିଲ୍ଲା ସୋର ବ୍ଲକ ମାଣିତ୍ରୀ ଗ୍ରାମର ମଦନମୋହନ ଜୀୟୁ କମିଟି ପକ୍ଷରୁ ୨୦୦ଫୁଟ ଲମ୍ବର ଏକ ବିଶାଳ ଡଙ୍ଗା ସ୍ଥାନୀୟ ପୋଖରୀରେ ଭସାଇ କାର୍ତ୍ତିକ ପୂର୍ଣ୍ଣିମା ପାଳିଲେ ଲୋକେ ।ମାଣିତ୍ରୀ ଗ୍ରାମର ମଦନ ମୋହନ ଜୀଉ କମିଟି ପକ୍ଷରୁ ୨୨ ବର୍ଷ ଧରି ଏମିତି ଡଙ୍ଗା ତିଆରି କରି ପାଖ ପୋଖରୀରେ ଭସାଇଥାନ୍ତି । ଏହି ଡଙ୍ଗା ଭସାଇବା ଦ୍ଵାରା […]
ଭାରତୀୟମାନଙ୍କର ବେହିସାବ ଜୀବନ ଶୈଳୀ ଓ ସରକାରଙ୍କର ବିଫଳତା ଯୋଗୁ ବର୍ତ୍ତମାନ ରାଜଧାନୀ ଦିଲ୍ଲୀ ବିଷାକ୍ତ ଧୂଆଁରେ ଅଣନିଶ୍ୱାସୀ ହୋଇପଡ଼ିଛି। ଏକ ସର୍ଭେ ଅନୁସାରେ ଦିଲ୍ଲୀରେ ରହୁଥିବା ୭୫ % ଜନତା ବର୍ତ୍ତମାନ ରୋଗଗ୍ରସ୍ତ ହୋଇପଡ଼ିଛନ୍ତି। ସଂକ୍ରମଣ ଜନିତ କାଶ, ଥଣ୍ଡା ଲାଗି ରହିଛି।ସବିଶେଷ ରିପୋର୍ଟ ଅନୁଯାୟୀ ତାମିଲନାଡୁର ପ୍ରଦର୍ଶନ ବିଶେଷ ଚିନ୍ତାଜନକ ରହିଛି। ତାଲିକାରେ ମାଦୁରାଇ ୪,୮୨୩ ସ୍କୋର ସହ ଅପରିଷ୍କାର ସହର ମଧ୍ୟରେ ସର୍ବପ୍ରଥମ ସ୍ଥାନରେ ରହିଛି। ରାଜ୍ୟ ରାଜଧାନୀ ଚେନ୍ନାଇ ମଧ୍ୟ ୬,୮୨୨ […]
ଘରୋଇ ହସ୍ପିଟାଲରୁ ଆସିଲା ଯୌନ ନିର୍ଯାତନା ଅଭିଯୋଗ । ରାଜଧାନୀର ମୈତ୍ରି ବିହାର ଅଧୀନରେ ଥିବା ଏକ ଘରୋଇ ହସ୍ପିଟାଲର ଲ୍ୟାବ ଟେକ୍ନିସିଆନ ଓ ହସ୍ପିଟାଲ ମ୍ୟାନେଜମେଣ୍ଟ ବିରୁଦ୍ଧରେ ସାଙ୍ଘାତିର ଅଭିଯୋଗ ଆଣିଛନ୍ତି ଜଣେ ଯୁବତୀ । ପୀଡିତାଙ୍କର କହିବା ମୁତାବକ କିଛି ଦିନ ତଳେ ହସ୍ପିଟାଲରେ ଚାଲିଥିବା ଅନିୟମିତତା ସଂପର୍କରେ ମୁହଁ ଖୋଲିବାରୁ ଲ୍ୟାବ ଟେକ୍ନିସିଆନ ଜଣକ ପ୍ରତିକ୍ରିୟାଶୀଳ ହେବ ସହିତ ଦୁବ୍ୟବହାର ଏବଂ ଅସଦାଚରଣ କରିଥିଲେ । ଏହା ସହିତ ତାଙ୍କର କିଛି ଆପତ୍ତିଜନକ […]
ଟିମ୍ ଇଣ୍ଡିଆର ଚେଜ୍ ମାଷ୍ଟର ବିରାଟ କୋହଲି ୩୭ ବର୍ଷରେ ପଦାର୍ପଣ କରିଛନ୍ତି । ୫ ନଭେମ୍ବର ୧୯୮୮ରେ ଜନ୍ମ । ପରିବାର ସହିତ ତାଙ୍କର ୩୭ତମ ଜନ୍ମଦିନ ପାଳନ କରୁଛନ୍ତି । ଦିଲ୍ଲୀରେ ଜନ୍ମିତ କୋହଲିଙ୍କୁ ବିଶ୍ୱ କ୍ରିକେଟର ମହାନ ବ୍ୟାଟସମ୍ୟାନ ଭାବେ ଗଣାଯାଏ । ତିନି ଫର୍ମାଟରେ ସେ ବେଷ୍ଟ । ୧୮ ବର୍ଷର ଲମ୍ବା କ୍ୟାରିୟରରେ ଗୋଟିଏ ପରେ ଗୋଟିଏ ରେକର୍ଡ କରିଥିବା ବିରାଟ ଯଦିଓ ଟି-୨୦ ଓ ଟେଷ୍ଟ କ୍ରିକେଟରୁ ସନ୍ନ୍ୟାସ […]
ଏକତରଫା ପ୍ରେମରୁ ଛୁରାମାଡ଼ । ନାବାଳିକାଙ୍କ ବାପାର ବେକ କାଟିଦେଲା ପ୍ରେମିକ । ଗୁରୁତର ଅବସ୍ଥାରେ ରାଜେନ୍ଦ୍ର ରାଉତଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି। ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ଆରୁହା ପଞ୍ଚାୟତ କୁଞ୍ଛାଗଡ଼ିଆ ଗାଁରୁ ଆସିଛି ଏପରି ଅଭାବନୀୟ ଘଟଣା । ସୂଚନାମୁତାବକ ଏକତରଫା ପ୍ରେମ କରୁଥିବା ବେଳେ ନାବାଳିକାଙ୍କ ବାପା ଏହାକୁ ବିରୋଧ କରିବାରୁ ବୁଧବାର ପୂର୍ବାହ୍ନରେ ଏକ ଧାରୁଆ ଛୁରିରେ ଯୁବକ ଜଣକ ରାଜେନ୍ଦ୍ରଙ୍କ ବେକକୁ କାଟି ଦେଇଥିଲେ। ପ୍ରବଳ ରକ୍ତସ୍ରାବ ହେବାରୁ […]
ବିଜେଡି ସଭାପତି ଏବଂ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ନଭେମ୍ବର ୭ରେ ନୂଆପଡା ଗସ୍ତ କରିବା ନେଇ ଘୋଷଣା କରିଛନ୍ତି । ଏହା ସହ କୋମନା ସାଧାରଣ ସଭାରେ ନୂଆପଡାବାସୀଙ୍କ ବିପୁଳ ପ୍ରତିକ୍ରିୟା ଏବଂ ବିପୁଳ ଅଂଶଗ୍ରହଣ ପାଇଁ ହୃଦୟର ସହିତ କୃତଜ୍ଞତା ପ୍ରକାଶ କରିଛନ୍ତି । ଆଜି ଏକ ଭିଡିଓ ବାର୍ତ୍ତାରେ ନବୀନ ପଟ୍ଟନାୟକ ନୂଆପଡାର ଲୋକମାନଙ୍କୁ “ଜୁହାର” କହି ତାଙ୍କର ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତି ଏବଂ ତାଙ୍କର ସମ୍ପ୍ରତି କୋମନା ଗସ୍ତ ସମୟରେ […]
ପାରାଦୀପରେ ହେବ ଗ୍ରୀନ ହାଇଡ୍ରୋଜେନ ହବ୍ । ପାରାଦୀପ ବୋଇତ ବନ୍ଦାଣ ଉତ୍ସବରେ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ଉଦବୋଧନ ଦେଇଛନ୍ତି । କହିଛନ୍ତି, ରାଜ୍ୟ ପ୍ରଗତିର ମୁଖଶାଳା ହେଉଛି ପାରାଦୀପ ବନ୍ଦର । ପାରାଦୀପ ବନ୍ଦରଗୁଡିକୁ କାର୍ଯ୍ୟକ୍ଷମ କରାଯିବ । ବନ୍ଦର ଭିତ୍ତିକ ବିକାଶକୁ ଗୁରୁତ୍ୱ ଦିଆଯାଉଛି କହିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ୪୦ ହଜାର କୋଟି ନିବେଶରେ ହେବ ଗ୍ରୀନ୍ ହାଇଡ୍ରୋଜେନ୍ ହବ୍ । ଖାଲି ବାଣିଜ୍ୟ ବ୍ୟବସାୟ ନୁହେଁ, ପର୍ଯ୍ୟଟନ ଶିଳ୍ପକୁ ବିକଶିତ କରାଯିବ […]
ଉତ୍ତରପ୍ରଦେଶର ମିର୍ଜାପୁର ଜିଲାରେ ବୁଧବାର ଏକ ବଡ଼ ଟ୍ରେନ୍ ଦୁର୍ଘଟଣା ଘଟିଛି। ଚୁନାର ରେଳ ଷ୍ଟେଶନରେ ପ୍ରାୟ ୫ ଜଣ ଲୋକ ଟ୍ରେନ୍ରେ ଚାପି ହୋଇ ମୃତ୍ୟୁବରଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ଜଣାଇଛନ୍ତି।ଏହି ଘଟଣା ପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସବିଶେଷ ସୂଚନା ନେବା ସହ ମୃତକଙ୍କ ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ଜଣାଇଛନ୍ତି ।ଏହା ସହ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅଧିକାରୀମାନଙ୍କୁ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ରିଲିଫ୍ କାର୍ଯ୍ୟ […]
ଚାଷୀଙ୍କ ପାଇଁ ଖୁସି ଖବର ।ଚଳିତ ଖରିଫ ଋତୁରେ ଧାନ କ୍ୱିଣ୍ଟାଲ ପିଛା ଆଉ ୬୯ ଟଙ୍କା ଅଧିକ ପାଇବେ ଚାଷୀ । ବର୍ଦ୍ଧିତ ଏମଏସପି ଅନୁଯାୟୀ ଚାଷୀଙ୍କୁ ଅଧିକ ୬୯ ଟଙ୍କା ଦେବେ ସରକାର । ଗ୍ରେଡ- ଏ ଧାନ କ୍ୱିଣ୍ଟାଲ ପିଛା ମିଳିବ ୩୧୮୯ ଟଙ୍କା । ଏନେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଧାନ କ୍ୱିଣ୍ଟାଲ ପିଛା ବର୍ଦ୍ଧିତ ଏମଏସପି ୨୩୬୯ ଟଙ୍କା […]
ବ୍ରହ୍ମପୁର ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା। ଦୁଇ ଦିନିଆ ପୋଲିସ ରିମାଣ୍ଡରେ ମୁଖ୍ୟ ଅଭିଯୁକ୍ତ ଉମା ବିଷୋୟୀ ଓ କୁରୁପତି ଭୂୟାଁ । ଉଭୟଙ୍କୁ ପୋଲିସ ୪ ଦିନିଆ ରିମାଣ୍ଡ ପାଇଁ ଆବେଦନ କରିଥିବା ବେଳେ କୋର୍ଟ ଦୁଇଦିନ ରିମାଣ୍ଡର ଅନୁମତି ଦେଇଛନ୍ତି। ତେବେ ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ତଥା ମାଷ୍ଟର ମାଇଣ୍ଡ ଉମା ବିଷୋୟୀ ଓ ସାର୍ପ ସୁଟର କୁରୁପତି ଭୂୟାଁଙ୍କୁ ରିମାଣ୍ଡରେ ନେଇ ମାରାଥନ ଜେରା କରୁଛି […]
