ଆଜିକାଲି ଦିନକୁ ଦିନ ଷ୍ଟ୍ରୋକ୍ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଛି। ରକ୍ତଚାପ, ମଧୁମେହ, ଉଚ୍ଚ ରକ୍ତଚାପ ଭଳି ରୋଗରେ ପୀଡିତ ରୋଗୀ ଏବଂ ଧୂମପାନକାରୀଙ୍କ କ୍ଷେତ୍ରରେ ଏହି ରୋଗର ମାତ୍ରା ଅଧିକ ଦେଖାଯାଉଛି । ତେଣୁ ଏପରି ଏକ ସମସ୍ୟାକୁ ବିନାଶ କରିବା ଏବଂ ଲୋକଙ୍କୁ ସଚେତନତା କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଆଜିର ଦିନ(ଅକ୍ଟୋବର ୨୯)କୁ ‘ବିଶ୍ୱ ଷ୍ଟ୍ରୋକ୍ ଡେ'(World Stroke Day) ଭାବେ ପାଳନ କରାଯାଉଛି।‘ୱାର୍ଲ୍ଡ ଷ୍ଟ୍ରୋକ୍ ଅର୍ଗାନାଇଜେସନ’ର ସୂଚନା ଅନୁଯାୟୀ ପ୍ରତିବର୍ଷ ପୃଥିବୀରେ ୭୦ […]
ଗଭୀର ଅବପାତରେ ପରିଣତ ହୋଇ କ୍ରମଶଃ ଦୁର୍ବଳ ହେଉଛି ବାତ୍ୟା ‘ମୋନ୍ଥା ‘। ତେବେ ଆଗାମୀ ୬ ଘଣ୍ଟା ମଧ୍ୟରେ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି । ଅନ୍ୟପଟେ ଟ୍ରାକ ବଦଳାଇ ଥିବାରୁ ଓଡ଼ିଶା ଉପରେ ଏହାର ବିଶେଷ ପ୍ରଭାବ ଦେଖାଯାଇନାହିଁ । କିନ୍ତୁ ଆଗାମୀ 3 ଦିନ ପର୍ଯ୍ୟନ୍ତ କିଛି ଅଞ୍ଚଳରେ ବର୍ଷା ଲାଗି ରହିବ ।ଉପକୂଳ ଜିଲ୍ଲା ଗୁଡିକ ସମେତ ଉତ୍ତର ଓଡିଶା ଓ ଆଭ୍ୟନ୍ତରୀଣ ସମସ୍ତ ଜିଲ୍ଲାଗୁଡିକରେ ବିଜୁଳି ଘଡଘଡି ସହ […]
ଭୁବନେଶ୍ୱରରେ ଥିବା ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ଆଜି ସ୍ୱାଭାବିକ ଭାବରେ କାର୍ଯ୍ୟ କରୁଛି। ବାତ୍ୟା ମୋନ୍ଥା ଯୋଗୁଁ ଆଜି କୌଣସି ବିମାନ ଉଡ଼ାଣ ବାତିଲ ହୋଇନାହିଁ। ସୂଚନା ଅନୁଯାୟୀ, ଘୂର୍ଣ୍ଣିଝଡ଼ ମୋନ୍ଥା ସ୍ଥଳଭାଗ ଛୁଇଁବା ପରେ ଦୁର୍ବଳ ହୋଇଯାଇଛି। ତେଣୁ, ଧୀରେ ଧୀରେ ପରିସ୍ଥିତି ସ୍ୱାଭାବିକ ହେବାରେ ଲାଗିଛି ଯଦିଓ ଓଡ଼ିଶାର କିଛି ଜିଲ୍ଲାରେ ପ୍ରବଳ ବର୍ଷା ପାଇଁ ସତର୍କ ସୂଚନା ଜାରି କରାଯାଇଛି। ପୂର୍ବରୁ, ଘୂର୍ଣ୍ଣିଝଡ଼ ସମୟରେ ପ୍ରବଳ ବର୍ଷା ଏବଂ କମ୍ ଦୃଶ୍ୟତା […]
ଗୁଜରାଟର ସୁରଟ୍ ସିଭିଲ୍ ହସ୍ପିଟାଲରେ ଏକ ଚମତ୍କାର ଘଟଣା ଘଟିଛି । ଯେଉଁଠାରେ ଡାକ୍ତରମାନେ ଅଙ୍କଲେଶ୍ୱରର ବାସିନ୍ଦା ରାଜେଶ ପଟେଲଙ୍କୁ ମୃତ ଘୋଷଣା କରିଥିଲେ, ଇସିଜିରେ ଷ୍ଟାଟ ଲାଇନ ଦେଖାଯିବାର ୧୫ ମିନିଟ୍ ମଧ୍ୟରେ ତାଙ୍କ ହୃଦୟ ହଠାତ୍ ଧଡ଼ଧଡ଼ କରିବାକୁ ଲାଗିଲା। ଡାକ୍ତରମାନେ ତୁରନ୍ତ ତାଙ୍କୁ ଆଇସିୟୁରେ ଭର୍ତ୍ତି କରିଥିଲେ। ତାଙ୍କ ଅବସ୍ଥା ବର୍ତ୍ତମାନ ସ୍ଥିର ଥିବା ଜଣାପଡ଼ିଛି। ଏହା ଚିକିତ୍ସା ବିଜ୍ଞାନ ଏବଂ ସାଧାରଣ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି।ଅଙ୍କଲେଶ୍ୱରର ବାସିନ୍ଦା ୪୫ ବର୍ଷୀୟ ରାଜେଶ […]
ସମସ୍ତ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ପେନସନଭୋଗୀମାନଙ୍କୁ ନଭେମ୍ବର ୧ ରୁ ନଭେମ୍ବର ୩୦, ୨୦୨୫ ମଧ୍ୟରେ ସେମାନଙ୍କର ଜୀବନ ପ୍ରମାଣପତ୍ର ଦାଖଲ କରିବାକୁ ପଡିବ, ଯାହା ଦ୍ୱାରା ସେମାନଙ୍କର ପେନସନ ବାଧାପ୍ରାପ୍ତ ନହୁଏ। ସରକାର ୮୦ ବର୍ଷରୁ ଅଧିକ ବୟସର ପେନସନଭୋଗୀଙ୍କ ପାଇଁ ଜୀବନ ପ୍ରମାଣପତ୍ର ଦାଖଲର ଶେଷ ତାରିଖକୁ ଅକ୍ଟୋବର ୧ ରୁ ବୃଦ୍ଧି କରିଛନ୍ତି। ସରକାର ସମସ୍ତ ବ୍ୟାଙ୍କକୁ ନିର୍ଦ୍ଦେଶ ଦେଇଛନ୍ତି ଯେ ଡାକ୍ତରଖାନାରେ ଗୁରୁତର ରୋଗରେ ପୀଡିତ ପେନସନଭୋଗୀ ଏବଂ ଶାଖାକୁ […]
ବାଙ୍କୀ ଉପଜଲାପାଳଙ୍କ ସରକାରୀ ନାଲିବତୀ ଗାଡ଼ି ଡ୍ରାଇଭରଙ୍କ ଦବଙ୍ଗଗିରି ଦେଖିବାକୁ ମିଳିଛି। ଏଭଳି ଘଟଣାକୁ ନେଇ କଟକ ଜିଲ୍ଲାରେ ଚର୍ଚ୍ଚା ଲାଗିରହିଛି।ଉପଜିଲ୍ଲାପାଳଙ୍କ ଗାଡ଼ି ନେଇ ରାତିରେ ବାଲି ଟ୍ରକ୍ରୁ ଚାନ୍ଦା ଆଦାୟ ଅଭିଯୋଗ ହୋଇଛି। ହାତରେ ପାଇପ୍ ଧରି ଧମକାଇବା ସହ କାଗଜପତ୍ର ମାଗି ଚାନ୍ଦା ଆଦାୟ କରୁଥିବା ଜଣାପଡ଼ିଛି। ଉପଜିଲାପାଳ ସରକାରୀ କାର୍ଯ୍ୟରେ ବ୍ୟସ୍ତ ବେଳେ ଏପରି କରିଥିବା ସୂଚନା ମିଳିଛି। ଅନ୍ୟପକ୍ଷରେ ଘଟଣା ପରେ ଅଭିଯୁକ୍ତ ଡ୍ରାଇଭରଙ୍କୁ ବିଦା କରାଯାଇଛି ବୋଲି କହିଛନ୍ତି ଉପଜିଲାପାଳ।
ବାତ୍ୟା କ୍ଷୟକ୍ଷତି ନେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି।ଆସନ୍ତାକାଲି ଠାରୁ କ୍ଷୟକ୍ଷତି ଆକଳନ ପାଇଁ ଜିଲ୍ଲପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି| କ୍ଷତି ହୋଇଥିବା ଶସ୍ୟ ଠିକ ଆକଳନ କରିବେ ଅଧିକାରୀ | ୭୨ ଘଣ୍ଟା ରେ ଦେବେ ରିପୋର୍ଟ | ଅଧିକ ସରକାରୀ କର୍ମଚାରୀ ଆବଶ୍ୟକ ହେଲେ ଅନ୍ୟ ଜିଲ୍ଲାରୁ କର୍ମଚାରୀଙ୍କୁ ଅଣାଯିବ | ବହୁ ଜାଗାରେ ଘର କାନ୍ଥ ପଡିଛି ସେମାନଙ୍କୁ ପଲିଥିନ ଦିଆଯାଇଛି | ଘର କ୍ଷତି ହୋଇଥିଲେ ଆକଳନ […]
ନୂଆପଡ଼ାର ଉପନିର୍ବାଚନ ମଇଦାନକୁ ଓହ୍ଲାଇବେ ବିଜେଡି ସଭାପତି ନବୀନ ପଟ୍ଟନାୟକ। ନଭେମ୍ବର ପ୍ରଥମ ଓ ଦ୍ୱିତୀୟ ସପ୍ତାହରେ ନବୀନ ନୂଆପଡ଼ା ଯାଇ ବିଜେଡିର ପ୍ରଚାର ମଙ୍ଗ ଧରିବେ । ଦଳୀୟ ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ପାଇଁ ସେ ୩ରେ ଭୋଟ୍ ଭିକ୍ଷା କରିବେ। ଦଳର ବରିଷ୍ଠ ଓ ଯୁବ ନେତାମାନେ ନୂଆପଡ଼ାରେ ଡେରା ପକାଇଛନ୍ତି । ନବୀନ ମଇଦାନକୁ ଓହ୍ଲାଇବା ପରେ କର୍ମୀଙ୍କ ଭିତରେ ଉତ୍ସାହ ଆହୁରି ବଢ଼ିବ ବୋଲି ଦଳୀୟ ନେତାମାନେ ଆଶା ବାନ୍ଧିଛନ୍ତି। ତେବେ […]
ବାତ୍ୟା ମୋନ୍ଥା ପାଇଁ +୨ ଫର୍ମ ପୂରଣ ଅବଧି ବୃଦ୍ଧି ହୋଇଛି । ନଭେମ୍ବର ୩ ତାରିଖ ପର୍ଯ୍ୟନ୍ତ ଫର୍ମ ପୂରଣ ଅବଧି କରାଯାଇଛି । ତେବେ ୨୦୨୬, +୨ ପରୀକ୍ଷା ପାଇଁ ଚାଲିଛି ଫର୍ମ ପୂରଣ ।ଖବର ଅନୁଯାୟୀ, ୨୦୨୬ ଯୁକ୍ତ ଦୁଇ ପରୀକ୍ଷା ଲାଗି ଫର୍ମ ପୂରଣ ଅକ୍ଟୋବର ୨୮ରେ ହେବାର ଥିଲା । ହେଲେ ବାତ୍ୟା ମୋନ୍ଥା ଲାଗି ଫର୍ମ ପୂରଣ ହୋଇପାରିନାହିଁ । ଯାହାକୁ ନେଇ ଅନେକ କଲେଜରେ ଫର୍ମ ପୂରଣ […]
ପୃଥିବୀରେ ବର୍ଷା ହେଲାପରି ସୂର୍ଯ୍ୟରେ ମଧ୍ୟ ବର୍ଷା ହୁଏ । ତଥାପି ଏହି ବର୍ଷାରେ ଆକାଶରୁ ପାଣି ବର୍ଷା ହୁଏ ନାହିଁ। ବାସ୍ତବରେ, ସୂର୍ଯ୍ୟ ଅତ୍ୟନ୍ତ ଗରମ ଏବଂ ନିଆଁର ଗୋଲା ହେବାରୁ ଏଠାରେ ହେଉଥିବା ବର୍ଷାରେ ପ୍ଲାଜମା ବର୍ଷା ହୁଏ। ଏହି ବର୍ଷାକୁ ବୈଜ୍ଞାନିକ ଭାଷାରେ ସୋଲାର ରେନ୍ କିମ୍ବା କୋରୋନାଲ ରେନ୍ କୁହାଯାଏ। ସୂର୍ଯ୍ୟର ବାହ୍ୟ ସ୍ତରକୁ କରୋନା କୁହାଯାଏ। ଏହି ବାହ୍ୟ ସ୍ତର ଅତ୍ୟନ୍ତ ଗରମ, ୭ ଲକ୍ଷ ଡିଗ୍ରୀ ସେଲସିୟସ୍ ପର୍ଯ୍ୟନ୍ତ […]
ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) ରବିବାର (ନଭେମ୍ବର 2) ଦେଶର ସବୁଠାରୁ ଭାରି ଯୋଗାଯୋଗ ଉପଗ୍ରହ CMS-03କୁ ଉତକ୍ଷେପଣ କରିବାକୁ ପ୍ରସ୍ତୁତ ହେଉଛି ।ଏହି ଉପଗ୍ରହକୁ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସ୍ଥିତ ସତୀଶ ଧୱନ ସ୍ପେଶ ଷ୍ଟେସନରୁ ଲଞ୍ଚ କରାଯିବ । CMS-03 ଉପଗ୍ରହକୁ ଏକ LVM3 ରକେଟ୍ ଦ୍ବାରା କକ୍ଷପଥରେ ସ୍ଥାପିତ କରାଯିବ । ଏହା LVM3ର ପଞ୍ଚମ କାର୍ଯ୍ୟକ୍ଷମ ଉଡ଼ାଣ ହେବ । ଏହି ମିଶନକୁ ମହାକାଶରୁ ଭାରତର ଡିଜିଟାଲ୍ ସଂଯୋଗକୁ ସୁଦୃଢ଼ କରିବା […]
ହରିୟାଣାର ଅମ୍ବାଲା ଏୟାରବେସରୁ ରାଫେଲ ଯୁଦ୍ଧବିମାନରେ ଉଡ଼ିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବୁଧବାର ଦିନ ଅମ୍ବାଲା ବାୟୁସେନା ଷ୍ଟେସନରୁ ଏକ ରାଫେଲ ଯୁଦ୍ଧ ବିମାନରେ ଉଡ଼ାଣ ଭରିଛନ୍ତି । ରାଷ୍ଟ୍ରପତି ମୁର୍ମୁ ରାଫେଲ ଲଢ଼ୁଆ ବିମାନରେ ଉଡ଼ିବାର ପ୍ରଥମ ରାଷ୍ଟ୍ରପତି ହୋଇଛନ୍ତି ।ପୂର୍ବରୁ, ସେ ୮ ଏପ୍ରିଲ୍, ୨୦୨୩ରେ ଆସାମର ତେଜପୁର ବାୟୁସେନା ଷ୍ଟେସନରେ ଏକ ସୁଖୋଇ-୩୦ MKI ଯୁଦ୍ଧ ବିମାନ ଉଡ଼ାଇଥିଲେ। ପୂର୍ବତନ ରାଷ୍ଟ୍ରପତି ଏ.ପି.ଜେ. ଅବଦୁଲ କଲାମ ଏବଂ […]
