ରବିବାର ଇସ୍ରୋ ଲଞ୍ଚ କରିବ ଭାରତର ସବୁଠୁ ଭାରି ଯୋଗାଯୋଗ ଉପଗ୍ରହ CMS-03

ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) ରବିବାର (ନଭେମ୍ବର 2) ଦେଶର ସବୁଠାରୁ ଭାରି ଯୋଗାଯୋଗ ଉପଗ୍ରହ CMS-03କୁ ଉତକ୍ଷେପଣ କରିବାକୁ ପ୍ରସ୍ତୁତ ହେଉଛି ।ଏହି ଉପଗ୍ରହକୁ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସ୍ଥିତ ସତୀଶ ଧୱନ ସ୍ପେଶ ଷ୍ଟେସନରୁ ଲଞ୍ଚ କରାଯିବ । CMS-03 ଉପଗ୍ରହକୁ ଏକ LVM3 ରକେଟ୍ ଦ୍ବାରା କକ୍ଷପଥରେ ସ୍ଥାପିତ କରାଯିବ । ଏହା LVM3ର ପଞ୍ଚମ କାର୍ଯ୍ୟକ୍ଷମ ଉଡ଼ାଣ ହେବ । ଏହି ମିଶନକୁ ମହାକାଶରୁ ଭାରତର ଡିଜିଟାଲ୍ ସଂଯୋଗକୁ ସୁଦୃଢ଼ ​​କରିବା […]

ରାଫେଲରେ ଉଡ଼ିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ହରିୟାଣାର ଅମ୍ବାଲା ଏୟାରବେସରୁ ରାଫେଲ ଯୁଦ୍ଧବିମାନରେ ଉଡ଼ିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବୁଧବାର ଦିନ ଅମ୍ବାଲା ବାୟୁସେନା ଷ୍ଟେସନରୁ ଏକ ରାଫେଲ ଯୁଦ୍ଧ ବିମାନରେ ଉଡ଼ାଣ ଭରିଛନ୍ତି । ରାଷ୍ଟ୍ରପତି ମୁର୍ମୁ ରାଫେଲ ଲଢ଼ୁଆ ବିମାନରେ ଉଡ଼ିବାର ପ୍ରଥମ ରାଷ୍ଟ୍ରପତି ହୋଇଛନ୍ତି ।ପୂର୍ବରୁ, ସେ ୮ ଏପ୍ରିଲ୍, ୨୦୨୩ରେ ଆସାମର ତେଜପୁର ବାୟୁସେନା ଷ୍ଟେସନରେ ଏକ ସୁଖୋଇ-୩୦ MKI ଯୁଦ୍ଧ ବିମାନ ଉଡ଼ାଇଥିଲେ। ପୂର୍ବତନ ରାଷ୍ଟ୍ରପତି ଏ.ପି.ଜେ. ଅବଦୁଲ କଲାମ ଏବଂ […]

ଏସ୍‌ଆଇ ସ୍କାମ୍‌: ୧୧୪ ପରୀକ୍ଷାର୍ଥୀଙ୍କୁ ମିଳିଲା ଜାମିନ୍‌

ଏସ୍‌ଆଇ ପରୀକ୍ଷା ସ୍କାମ୍‌ରେ ଆସିଲା ବଡ ଅପଡେଟ୍ । ଗିରଫ ୧୧୪ ଏସ୍‌ଆଇ ପରୀକ୍ଷାର୍ଥୀଙ୍କୁ ଜାମିନ୍ ମିଳିଯାଇଛି । ୫୦ ହଜାର ଟଙ୍କା ଓ ୨ ଜାମିନଦାରଙ୍କ ମୁଚାଲିକାରେ ମିଳିଲା ଜାମିନ୍ । ପରୀକ୍ଷାର୍ଥୀଙ୍କୁ ଜାମିନ୍ ପ୍ରଦାନ କଲେ ବ୍ରହ୍ମପୁର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ । ତେବେ ଓଡ଼ିଶାରୁ ବିଜୟୱାଡା ଯିବାବେଳେ ସମସ୍ତଙ୍କୁ ଗିରଫ କରିଥିଲା ବ୍ରହ୍ମପୁର ପୋଲିସ । ମୁଖ୍ୟ ଅଭିଯୁକ୍ତ ମୁନ୍ନା ମହାନ୍ତିଙ୍କ ସମେତ ୯ ଅଭିଯୁକ୍ତଙ୍କ ଜାମିନ ଆବେଦନ ଖାରଜ ହୋଇଥିବା ସୂଚନା […]

ଲୋକସେବା ଭବନରେ ନିଆଁ; ଆୟତ୍ତ କଲେ ଅଗ୍ନିଶମ ବାହିନୀ

ଲୋକସେବା ଭବନରେ ଅଗ୍ନିକାଣ୍ଡ । ସଟ୍ ସର୍ଟିକରୁ ନିଆଁ ଲାଗିଥିବା କୁହାଯାଉଛି । ଅଳ୍ପ ସମୟ ଭିତରେ ନିଆଁକୁ ଆୟତ୍ତ କରାଯାଇଥିଲା ।ଗୃହ ବିଭାଗ ପ୍ରକୋଷ୍ଠରେ ନିଆଁ ଲାଗିଥିଲା । ସୂଚନାନୁଯାୟୀ, ବୁଧବାର ସକାଳ ପ୍ରାୟ ୯ଟା ବେଳେ ଲୋକସେବା ଭବନରେ ଛୋଟ ଧରଣର ଅଗ୍ନିକାଣ୍ଡ ଘଟିଛି। ଏକ ଇଲେକ୍ଟ୍ରି ବୋର୍ଡରୁ ସର୍ଟ ସର୍କିଟ୍‌ରୁ ନିଆଁ ଲାଗିଯାଇଥିଲା। ନିଆଁ ଲାଗିବା ପରେ ଫାୟାର ଆଲାରାମ୍ ବାଜିଥିଲା। ଅଗ୍ନିକାଣ୍ଡ ବେଳେ କୌଣସି କର୍ମଚାରୀ ନଥିଲେ। ସଫେଇ କରୁଥିବା ଲୋକମାନେ […]

ପୁଅ ମୃତ୍ୟୁ ଖବର ଶୁଣି ମା’ ର ଆତ୍ମହତ୍ୟା, ଭଉଣୀ ଗୁରୁତର

ପୁଅର ମୃତ୍ୟୁ ଖବରକୁ ଶୁଣି ମାଆ କଲେ ଆତ୍ମହତ୍ୟା , ଭଉଣୀ ମଧ୍ୟ ଗୁରୁତର । ଏମିତି ହୃଦୟ ବିଦାରକ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଧାମନଗର ଥାନା ଅଧୀନ ଦୋବଲ ସ୍ଥିତ କୋରକୋଦା ଗାଁ ରେ ।ଶ୍ରୀଧର ତ୍ରିପାଠୀଙ୍କ ପୁଅ ସତ୍ୟରଞ୍ଜନ ତ୍ରିପାଠୀ (୩୫) ଦୀର୍ଘଦିନ ଧରି କିଡନୀ ରୋଗରେ ପୀଡିତ ଥିଲେ। ଜୀବନ ଓ ମୃତ୍ୟୁ ମଧ୍ୟରେ ଲଢ଼ୁଥିବା ପୁଅ ପାଇଁ ମାଆ ମୀରା ତ୍ରିପାଠୀ ନିଜର ଗୋଟିଏ କିଡନୀ ଦେଇଥିଲେ। ଗ୍ରାମବାସୀ ଓ […]

ଜଗା ଦର୍ଶନ କରିବା ପୂର୍ବରୁ ଚାଲିଗଲା ଜଣେ ଭକ୍ତଙ୍କ ଜୀବନ

ସାତ ପାହାଚରେ ଟଳି ପଡିଲେ ଭକ୍ତ । ନୂଆଦିଲ୍ଲୀର ୭୬ବର୍ଷୀୟ ମୁଲ ଚାନ୍ଦ ଗୁପ୍ତା ସପରିବାର ମହାପ୍ରଭୁଙ୍କ ଦର୍ଶନ କରିବାକୁ ଆସିଥିଲେ । ମହାପ୍ରଭୁଙ୍କ ଦର୍ଶନ ପାଇଁ ସାତପାହାଚ ଦେଇ ଯାଉଥିବା ସମୟରେ ଟଳି ପଡିଥିଲେ ମୁଲ ଚାନ୍ଦ ଗୁପ୍ତା । ପରିବାର ଲୋକେ ସଙ୍ଗେ ସଙ୍ଗେ ପୁରୀ ସଦର ମୁଖ୍ୟ ଚିକିର୍ସାଳୟରେ ଭର୍ତ୍ତି କରାଇଥିଲେ । ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଦିଲ୍ଲୀର କୃତ୍ରିମ ବର୍ଷା ପାଇଁ କ୍ଲାଉଡ୍ ସିଡିଂ

ଧୂଆଁକୁହୁଡ଼ିର ମୁକାବିଲା ପାଇଁ ମଙ୍ଗଳବାର ଦିଲ୍ଲୀ ସହରର ବିଭିନ୍ନ ସ୍ଥାନରେ କ୍ଲାଉଡ୍ ସିଡିଂ କରାଯାଇଛି। ଫଳରେ ଖୁବ୍‌ଶୀଘ୍ର କୃତ୍ରିମ ବର୍ଷା ରାଜଧାନୀକୁ ଆଚ୍ଛାଦିତ କରିଥିବା ବିଷାକ୍ତ ବାୟୁକୁ ଧୋଇ ଦେଇପାରେ ବୋଲି ଆଶା କରାଯାଉଛି। ତେବେ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ବର୍ଷା ହୋଇନଥିବାରୁ ଏହାର ସଫଳତା ଉପରେ ପ୍ରଶ୍ନଚିହ୍ନ ଲାଗିଛି। କ୍ଲାଉଡ ସିଡିଂକୁ କେନ୍ଦ୍ର ପରିବେଶ, ପ୍ରତିରକ୍ଷା, ଗୃହ ମନ୍ତ୍ରଣାଳୟ, ଉତ୍ତର ପ୍ରଦେଶ ସରକାର, ଭାରତୀୟ ବିମାନବନ୍ଦର ପ୍ରାଧିକରଣ, ବେସାମରିକ ବିମାନ ଚଳାଚଳ ସୁରକ୍ଷା ବ୍ୟୁରୋରୁ ମଧ୍ୟ […]

୧୯୯୯ ମହାବାତ୍ୟା: ଦିନ ସିନା ଚାଲିଯାଇଛି, ମନରୁ ଲିଭିନି ଚିହ୍ନ

ଓଡ଼ିଶାର ଉପକୂଳରେ ୧୯୯୯ ମସିହା ଅକ୍ଟୋବର ୨୮, ୨୯ ଓ ୩୦ ତିନି ଦିନ ଧରି ପ୍ରଳୟଙ୍କରୀ ମହାବାତ୍ୟା ଏରସମା, କୁଜଙ୍ଗ, ପାରାଦ୍ୱୀପ, ତିର୍ତ୍ତୋଲ ଓ ବାଲିକୁଦା ଅଞ୍ଚଳରେ ଯେଉଁ ମୃତ୍ୟୁର ତାଣ୍ଡବଲୀଳା ସୃଷ୍ଟି କରିଥିଲା ତାହା ଭାବିଲେ ଏବେ ବି ମନ ମଧ୍ୟରେ ଭୟ ଓ ଆଶଙ୍କା ସୃଷ୍ଟି ହୋଇଥାଏ। ଜଗତସିଂହପୁର ଜିଲାର ଏରସମା ଓ ପାରାଦ୍ୱୀପ ଅଞ୍ଚଳ ବିଶେଷ ଭାବେ ମହାବାତ୍ୟା ଯୋଗୁଁ ପ୍ରଭାବିତ ହୋଇଥିଲା। ମହାବାତ୍ୟାର କରାଳ ଗ୍ରାସ ରେ ଉକ୍ତ ଅଞ୍ଚଳରୁ […]

ବାତ୍ୟା ‘ମୋନ୍ଥା’ ପାଇଁ ଶିମିଳିପାଳ ବନ୍ଦ

ଆସନ୍ତାକାଲି ଠାରୁ ବାତ୍ୟା ମୋନ୍ଥା ପାଇଁ ବନ୍ଦ ରହିବ ଶିମିଳିପାଳ।ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ବିଭାଗ ପକ୍ଷରୁ ମୟୂରଭଞ୍ଜ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଙ୍ଗ ଜାରି କରିବା ପରେ ଶିମିଳିପାଳ କର୍ତ୍ତୃପକ୍ଷ ଏହି ନିଷ୍ପତି ନେଇଛନ୍ତି। ଅନ୍ୟପଟେ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଏବଂ ରାଜ୍ୟ ଉଦ୍ଭିଦ ଉଦ୍ୟାନ ବନ୍ଦ ରହିବ । ବାତ୍ୟା “ମୋନ୍ଥା” କୁ ଦୃଷ୍ଟିରେ ରଖି ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଉପନିର୍ଦ୍ଦେଶକଙ୍କ ଦ୍ୱାରା ବିଜ୍ଞପ୍ତି ଜାରି କରାଯାଇଛି ।

ଭୁବନେଶ୍ୱର: ୨୦୨୪ର ଭିଜିଲାନ୍ସ ଆୱାର୍ଡ ଘୋଷଣା

୧. ୨୦୨୪ରେ ବେଷ୍ଟ  ଭିଜିଲାନ୍ସ ଡିଭିଜନ- କଟକ ଡିଭିଜନ୨. ବେଷ୍ଟ ଭିଜିଲାନ୍ସ ୟୁନିଟ ଫର ଦ ଇଅର ୨୦୨୪- ସୁବର୍ଣ୍ଣପୁର ଭିଜିଲାନ୍ସ୩. ରାଜ୍ୟ ଭିଜିଲାନ୍ସର ବେଷ୍ଟ ମେଲ ଆଇଓ ୨୦୨୪- ମନୋରଞ୍ଜନ ପାଇକରାୟ, ଡିଏସପି, ଭିଜିଲାନ୍ସ, ସେଲ ଡିଭିଜନ୪. ରାଜ୍ୟ ଭିଜିଲାନ୍ସର ବେଷ୍ଟ ୱିମେନ ଆଇଓ ୨୦୨୪- ପ୍ରଣିତା ରାୟ, ଡିଏସପି, ଭିଜିଲାନ୍ସ ସେଲ୫. ରାଜ୍ୟ ଭିଜିଲାନ୍ସର ବେଷ୍ଟ ପବ୍ଲିକ ପ୍ରୋସେକ୍ୟୁଟର ୨୦୨୪- ସୁରେନ୍ଦ୍ର ପଣ୍ଡା, ଭିଜିଲାନ୍ସ ବ୍ରହ୍ମପୁର

ଆରମ୍ଭ ହେଲା ‘ମୋନ୍ଥା’ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା

ଆରମ୍ଭ ହେଲା ସିଭିୟର ସାଇକ୍ଲୋନ ମୋନ୍ଥାର ଲ୍ୟାଣ୍ଡଫଲ ପ୍ରକ୍ରିୟା । ପ୍ରାୟ ୩ରୁ ୪ ଘଣ୍ଟା ଧରି ଚାଲିବ ଲ୍ୟାଣ୍ଡଫଲ ପ୍ରକ୍ରିୟା । ପାଣିପାଗ ବିଭାଗର ଆକଳନ ଅନୁସାରେ ଏହା କାକିନାଡ଼ା ଏବଂ ମଚ୍ଛଲିପଟ୍ଟନମ୍‌ ମଝିରେ ଏହା ସ୍ଥଳଭାଗ ଛୁଇଁବ। ଏମିତିରେ ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହୋଇଥିବାରୁ ସେଠାରେ ପ୍ରବଳ ବର୍ଷା ସହ ପବନ ବହିବା ଆରମ୍ଭ ହୋଇଯାଇଛି। ଆକଳନ ଅନୁସାରେ ବାତ୍ୟା ମୋନ୍ଥାର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ପ୍ରାୟ ୪ ଘଣ୍ଟା ଧରି ଚାଲିବ। ଅବଶ୍ୟ ଲ୍ୟାଣ୍ଡଫଲ […]

ଉତ୍କଳ ଆଲୁମିନା ପକ୍ଷରୁ କିଶୋରୀମାନଙ୍କ ପାଇଁ ୯୦ ଦିନିଆ ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଶୁଭାରମ୍ଭ

ରାୟଗଡା, ୨୮/୧୦: ରାୟଗଡ଼ା ଜିଲ୍ଲା ଟିକିରି ଅନ୍ତର୍ଗତ ଦୋରାଗୁଡ଼ା ସ୍ଥିତ ଉତ୍କଳ ଆଲୁମିନା, ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ ଆଦିତ୍ୟ ବିର୍ଲା ଗ୍ରୁପ୍‌ର ସହଯୋଗୀ କମ୍ପାନୀ ପକ୍ଷରୁ ସରକାରୀ ବିଦ୍ୟାଳୟର କିଶୋରୀମାନଙ୍କ ପାଇଁ ୯୦ ଦିନିଆ ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିରର ଶୁଭାରମ୍ଭ ହୋଇଯାଇଛି। ସ୍ଥାନୀୟ କିଶୋରୀମାନଙ୍କ ସୁରକ୍ଷା ଓ ଆତ୍ମବିଶ୍ୱାସ ଗଢି ତୋଳିବା ଉଦ୍ଦେଶ୍ୟ ନେଇ ଉତ୍କଳ ଆଲୁମିନା ସିଏସଆର୍ ତରଫରୁ ଏହି ପ୍ରୟାସ ଆରମ୍ଭ ହୋଇଛି । ପ୍ରାରମ୍ଭିକ ପର୍ଯ୍ୟାୟରେ ଏହି ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଟିକିରି ସରକାରୀ […]