ଉତ୍କଳ ଆଲୁମିନା ପକ୍ଷରୁ କିଶୋରୀମାନଙ୍କ ପାଇଁ ୯୦ ଦିନିଆ ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଶୁଭାରମ୍ଭ

ରାୟଗଡା, ୨୮/୧୦: ରାୟଗଡ଼ା ଜିଲ୍ଲା ଟିକିରି ଅନ୍ତର୍ଗତ ଦୋରାଗୁଡ଼ା ସ୍ଥିତ ଉତ୍କଳ ଆଲୁମିନା, ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ ଆଦିତ୍ୟ ବିର୍ଲା ଗ୍ରୁପ୍‌ର ସହଯୋଗୀ କମ୍ପାନୀ ପକ୍ଷରୁ ସରକାରୀ ବିଦ୍ୟାଳୟର କିଶୋରୀମାନଙ୍କ ପାଇଁ ୯୦ ଦିନିଆ ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିରର ଶୁଭାରମ୍ଭ ହୋଇଯାଇଛି। ସ୍ଥାନୀୟ କିଶୋରୀମାନଙ୍କ ସୁରକ୍ଷା ଓ ଆତ୍ମବିଶ୍ୱାସ ଗଢି ତୋଳିବା ଉଦ୍ଦେଶ୍ୟ ନେଇ ଉତ୍କଳ ଆଲୁମିନା ସିଏସଆର୍ ତରଫରୁ ଏହି ପ୍ରୟାସ ଆରମ୍ଭ ହୋଇଛି । ପ୍ରାରମ୍ଭିକ ପର୍ଯ୍ୟାୟରେ ଏହି ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଟିକିରି ସରକାରୀ […]

କାଲି ବନ୍ଦ ରହିବ ନନ୍ଦନକାନନ ପ୍ରାଣୀ ଉଦ୍ୟାନ

ବାତ୍ୟା ମୋନ୍ଥାକୁ ଦୃଷ୍ଟିରେ ରଖି କାଲି ବନ୍ଦ ରହିବ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ।ଦକ୍ଷିଣ -ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଗଭୀର ଅବପାତ ହୋଇ ବଳ ଗୋଟାଇ ମଙ୍ଗଳବାର ଭୟଙ୍କର ବାତ୍ୟାର ରୂପନେଇ ସ୍ଥଳଭାଗ ଅଭିମୁଖେ ମାଡି ଆସୁଛି । ଆଉ କିଛି ଘଣ୍ଟା ମଧ୍ୟ୍ୟରେ ଆନ୍ଦ୍ରପ୍ରଦେଶ କାକିନାଡ଼ା ପାଖପାଖି ଅତିକ୍ରମ କରି ସ୍ଥଳଭାଗ ଛୁଇଁବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଗୋପାଳପୁର ଠାରୁ ଦକ୍ଷିଣ ଦକ୍ଷିଣ -ପଶ୍ଚିମ ଦିଗରେ ୫୩୦ କିମି […]

ନଭେମ୍ବର ୧ରୁ ପୁରୀରେ ମାଛଧରା କଟକଣା

ଆସନ୍ତା ନଭେମ୍ବର ୧ ତାରିଖରୁ ୨୦୨୬ ମେ ମାସ ୩୧ ତାରିଖ ଯାଏ ପୁରୀ ସମୁଦ୍ର ଉପକୂଳରେ ମାଛ ଧରା ନେଇ କଟକଣା ଲାଗୁ ହେବ।୬ ମେ ମାସ ୩୧ ତାରିଖ ଯାଏ ପୁରୀ ସମୁଦ୍ର ଉପକୂଳରେ ମାଛ ଧରା ନେଇ କଟକଣା ଲାଗୁ ହେବ।ବିରଳ ଅଲିଭ ରିଡ଼ଲେ କଇଁଛଙ୍କ ସୁରକ୍ଷା ପାଇଁ ଏହି କଟକଣା ୭ ମାସ ଧରି ଲାଗୁ ହେବ। କାରଣ ନଭେମ୍ବର ମାସରୁ ବିରଳ ଅଲିଭ ରିଡ଼ଲେ କଇଁଛ ବଙ୍ଗୋପସାଗରକୁ ଆସି ସମାଗମ […]

ଦୁର୍ନୀତି ନିବାରଣ ସଚେତନତା ସପ୍ତାହ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ କ୍ଷୋଭ

ଆଜି ଲୋକସେବା ଭବନ କନ୍‌ଭେନ୍‌ସନ୍‌ ସେଣ୍ଟର ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମ ଦୁର୍ନୀତି ନିବାରଣ ପାଇଁ କେବଳ ଏକ ପ୍ରତିକାତ୍ମକ କାର୍ଯ୍ୟକ୍ରମ ନୁହେଁ, ଏହା ଦୁର୍ନୀତିଖୋର୍ ଅଧିକାରୀଙ୍କୁ ଏବଂ ଦୁର୍ନୀତିରେ ଲିପ୍ତ ସିଷ୍ଟମକୁ ଦୁର୍ନୀତି ପ୍ରତି ଆମ ସରକାର ଶୂନ୍ୟ ସହନଶୀଳ କଠୋର ବାର୍ତ୍ତା ଦେବା ପାଇଁ ଉଦ୍ଦିଷ୍ଟ କାର୍ଯ୍ୟକ୍ରମ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ରାଜ୍ୟ ସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା କାର୍ଯ୍ୟକ୍ରମ ଅବସରରେ ଉଦ୍‌ବୋଧନ ଦେଇ କହିଛନ୍ତି।ସେ ପୁଣି କହିଥିଲେ […]

ବାତ୍ୟା ମୋନ୍ଥାର ପ୍ରଭାବ:ରେଡ୍‌ ଆଲର୍ଟରେ ଏହି ଜିଲ୍ଲା, ପ୍ରବଳ ଛେଚିବ

ବାତ୍ୟା ଯେତେ ପାଖେଇ ଆସୁଛି ତାର ପ୍ରଭାବ ସେତେ ଅଧିକ ଦେଖିବାକୁ ମିଳୁଛି । ରାଜଧାନୀ ଭୁବନେଶ୍ୱରରେ ବି ବାତ୍ୟାର ପ୍ରଭାବରେ ସକାଳୁ ଅଳ୍ପ ବହୁତ ବର୍ଷା ଲାଗି ରହିଥିଲା । ଏହାପରେ ଅଚାନକ ଅପରାହ୍ଣରେ ରାଜଧାନୀକୁ ଢାଙ୍କି ଦେଇ କଳା ବାଦଲ । କଳା ମେଖ ବାଦଲରେ ଅନ୍ଧାର ହୋଇଛି ପୂରା ଭୁବନେଶ୍ୱର । ବାତ୍ୟା ମୋନ୍ଥା ପ୍ରଭାବରେ କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେଉଛି | ମୋନ୍ଥା କୋପରେ ରାଜ୍ୟରେ ଦୁଇ […]

କେନ୍ଦ୍ର କର୍ମଚାରୀଙ୍କୁ ସରକାରଙ୍କ ଉପହାର, ଅଷ୍ଟମ ବେତନ ଆୟୋଗକୁ ମଞ୍ଜୁରି

୧ କୋଟିରୁ ଅଧିକ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ଅଛି। କେନ୍ଦ୍ର ସରକାର ମଙ୍ଗଳବାର ଦିନ ଅଷ୍ଟମ ବେତନ କମିଶନ ଗଠନକୁ ଆନୁଷ୍ଠାନିକ ଭାବରେ ଅନୁମୋଦନ କରିଛନ୍ତି। କମିଶନ ଆଗାମୀ ୧୮ ମାସ ମଧ୍ୟରେ ସରକାରଙ୍କୁ ତାଙ୍କର ସୁପାରିଶ ଦାଖଲ କରିବେ, ଯାହା ପରେ ୨୦୨୭ରୁ ଦରମା ଏବଂ ପେନସନ ବୃଦ୍ଧି ଲାଗୁ କରାଯାଇପାରିବ।କ୍ୟାବିନେଟର ସୂଚନା ମୁତାବକ ଅଷ୍ଟମ ବେତନ କମିସନ ପାଇଁ ଏକ ଅସ୍ଥାୟୀ କମିଟି ହେବ । […]

ପଞ୍ଚୁକରେ ଶୃଙ୍ଖଳିତ ଦର୍ଶନ ପାଇଁ କେବଳ ସିଂହଦ୍ୱାରରେ ପ୍ରବେଶ କରିବେ ଶ୍ରଦ୍ଧାଳୁ

ପଞ୍ଚୁକରେ ଶ୍ରଦ୍ଧାଳୁଙ୍କ ଭିଡ଼ ନିୟନ୍ତ୍ରଣ, ଦର୍ଶନ ଶୃଙ୍ଖଳା ଓ ନିର୍ଦ୍ଧାରିତ ସମୟରେ ମହାପ୍ରସାଦ ବ୍ୟବସ୍ଥା ନିମନ୍ତେ ସଅଳ ନୀତି ଆରମ୍ଭ କରିବାକୁ ଶ୍ରୀମନ୍ଦିର ପ୍ରଶାସନ ପ୍ରାକ୍‌ ପ୍ରସ୍ତୁତି କରିଛି ।ଭିଡ଼କୁ ନିୟନ୍ତ୍ରଣ ନିମନ୍ତେ ଏବେଠାରୁ ଶ୍ରୀମନ୍ଦିର ବାହାରେ ମରିଚିକୋଟ ଛକ ପର୍ଯ୍ୟନ୍ତ ଲୁହା ବ୍ୟାରିକେଡ୍‌ ନିର୍ମାଣ ଆରମ୍ଭ ହୋଇଛି । ଭିଡ଼କୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ଦର୍ଶନ ସୁବିଧା, ଆବଶ୍ୟକ ପରିମାଣର ମହାପ୍ରସାଦ ବ୍ୟବସ୍ଥା, ବାହାରେ ସୂଚନା କେନ୍ଦ୍ର, ସହରରେ ଟ୍ରାଫିକ ନିୟନ୍ତ୍ରଣ, ଆଶୁ ଚିକିତ୍ସା କେନ୍ଦ୍ର […]

ପୁରୀ ବେଳାଭୁମିରେ ପର୍ଯ୍ୟଟକଙ୍କ ଆକ୍ରମଣରେ ଲାଇଫଗାର୍ଡ ଆହତ

ପୁରୀ ବେଳାଭୁମିରେ ପର୍ଯ୍ୟଟକଙ୍କ ଆକ୍ରମଣରେ ଲାଇଫଗାର୍ଡ ଆହତ ହୋଇଛି ।  ୪ ନଂ ସେକ୍ଟରରେ ଜଣେ ପର୍ଯ୍ୟଟକ ତାଙ୍କ ଧର୍ମପତ୍ନୀଙ୍କୁ  ସମୁଦ୍ର ବାରଣ କରିବାରୁ ଲାଇଫଗାର୍ଡଙ୍କୁ ଉଭୟ ସ୍ୱାମୀ ସ୍ତ୍ରୀ ଚପଲରେ  ମାଡ ମାରିଥିବା ଅଭିଯୋଗ ହୋଇଛି ।ବାତ୍ୟାପ୍ରଭାବରେ ସମୁଦ୍ର ଅଶାନ୍ତ ରହିବା ଆଶଙ୍କା କରି ଏବଂ ସମସ୍ତ ପର୍ଯ୍ୟଟକଙ୍କ ଜୀବନକୁ ମୁଲ୍ୟବାନ ଭାବି ଗତକାଲି ଆଜି ଓ ଆସନ୍ତାକାଲି ସମୁଦ୍ର ସ୍ନାନ ଉପରେ କଟକଣା ଲଗାଇଛନ୍ତି ସରକାର । ଯାହାକୁ ଅନେକ ପର୍ଯ୍ୟଟକ ସ୍ୱାଗତ କରିଛନ୍ତି […]

ଜିରୋ କାଜୁଆଲିଟି ଲକ୍ଷ୍ୟରେ କାର୍ଯ୍ୟ କରାଯାଉଛି: ମୁଖ୍ୟମନ୍ତ୍ରୀ

ବାତ୍ୟା ମୋନ୍ଥାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବସିଛି ସମୀକ୍ଷା ବୈଠକ ।ବାତ୍ୟା ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ,ମୁକାବିଲା ପାଇଁ ସରକାର ସବୁ ପ୍ରକାର ବ୍ୟବସ୍ଥା କରିଛନ୍ତି । ଜିରୋ କାଜୁଆଲିଟି ଲକ୍ଷ୍ୟରେ କାର୍ଯ୍ୟ କରାଯାଉଛି । ଦକ୍ଷିଣ ଓଡିଶାରେ ବର୍ଷା ଆରମ୍ଭ ହୋଇ ସାରିଛି । ବିଶେଷକରି ୮ଟି ଜିଲ୍ଲା ଆଜି ଓ କାଲି ପ୍ରଭାବିତ ହେବ । ବର୍ତ୍ତମାନ ସୁଦ୍ଧା […]

ବାତ୍ୟା ‘ମୋନ୍ଥା’କୁ ନେଇ ନବୀନ ପଟ୍ଟନାୟକ ଲୋକଙ୍କୁ ସତର୍କ ରହିବାକୁ କହିଛନ୍ତି

ଭୟଙ୍କର ରୂପ ନେଇଛି ବାତ୍ୟା । ଧୀରେ ଧୀରେ ବଳଶାଳୀ ହେବାସହ ଉପକୂଳ ଛୁଇଁବା ପାଇଁ ଦ୍ରୁତ ବେଗରେ ମାଡ଼ିଆସୁଛି ‘ମୋନ୍ଥା’ । ବାତ୍ୟା ଉତ୍ତର-ଉତ୍ତରପଶ୍ଚିମ ଆଡକୁ ଗତି କରୁଛି । ତେବେ ବାତ୍ୟା ‘ମୋନ୍ଥା’କୁ ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଲୋକଙ୍କୁ ସତର୍କ ରହିବାକୁ କହିଛନ୍ତି । ସେ କହିଛନ୍ତି ଆପଣ ଜାଣନ୍ତି ବାତ୍ୟା ମୋନ୍ଥା ଆସୁଛି । ଆଗରୁ ଆମେ ଅନେକ ବାତ୍ୟାର ସଫଳ ମୁକାବିଲା କରିଛେ । ତେଣୁ ଭୟ […]

ବାତ୍ୟାକୁ ଦୃଷ୍ଟିରେ ରଖି ବିଭିନ୍ନ ବନ୍ଦର ପାଇଁ ବିପଦ ସଂକେତ ଜାରି

ଭୀଷଣ ବାତ୍ୟା ମୋନ୍ଥା ପ୍ରଭାବରେ ରାଜ୍ୟର ଅଧିକାଂଶ ଅଞ୍ଚଳରେ କଳାବାଦଲ ଢାଙ୍କି ରଖିଛି । ପୂର୍ବରୁ ଆଲର୍ଟ ଜାରି ହୋଇଥିବା ଜିଲ୍ଲାଗୁଡ଼ିକରେ ତୁହାକୁ ତୁହା ବର୍ଷା ଲାଗି ରହିଛି । ବାତ୍ୟା ‘ମୋନ୍ଥା’ର ଗତି ଏବଂ ଅବସ୍ଥିତି ସଂପର୍କରେ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶକ ମନୋରମା ମହାନ୍ତି ସୂଚନା ଦେଇଛନ୍ତି। ସେ କହିଛନ୍ତି, ମୋନ୍ଥା ଗତ ୬ ଘଣ୍ଟାରେ ୧୫ କିଲୋମିଟର ପ୍ରତିଘଣ୍ଟା ବେଗରେ ଗତି କରି ଆଜି ସକାଳ ୫.୩୦ ରେ ଭୀଷଣ ବାତ୍ୟାରେ […]

Amazon; ଏବେ ୩୦ ହଜାର କର୍ମଚାରୀଙ୍କୁ କରିବ ବିଦା

ବହୁ ସଂଖ୍ୟକ କର୍ମଚାରୀଙ୍କୁ ଛଟେଇ କରିବାକୁ ଯୋଜନା କରୁଛି ଇ-କମର୍ସ କମ୍ପାନି ଆମାଜନ୍‌। ଏକ ରିପୋର୍ଟ ଅନୁସାରେ, ୩ ଲକ୍ଷ ୫୦ ହଜାର କର୍ପୋରେଟ୍ କର୍ମଚାରୀଙ୍କ ମଧ୍ୟରୁ ଆମାଜନ ୧୦ ପ୍ରତିଶତଙ୍କୁ କମ୍ପାନୀରୁ ବାହାର କରିପାରେ । ଏହାଦ୍ଵାରା ପ୍ରାୟ ୩୦ ହଜାର କର୍ପୋରେଟ୍ କର୍ମଚାରୀ ପ୍ରଭାବିତ ହେବେ ।ଆମାଜନ ଏତେ ସଂଖ୍ୟକ କର୍ମଚାରୀଙ୍କୁ ଛଟେଇ କରିବାକୁ ଯାଉଥିବା ଜଣାପଡ଼ିବା ପରେ ସୋସିଆଲ୍ ମିଡିଆରେ ଯୁଦ୍ଧ ଆରମ୍ଭ ହୋଇ ଯାଇଛି । ରୟଟର୍ସର ରିପୋର୍ଟରେ କୁହାଯାଇଛି, କୋରନା […]