ଭୋଜି ଖାଦ୍ୟ ଖାଇ ପୂର୍ବତନ ମନ୍ତ୍ରୀ ପଦ୍ମିନୀ ଦିଆନ ଗୁରୁତର

ଖାଦ୍ୟରେ ବିଷକ୍ରିୟା! ଏଥିଯୋଗୁ ଗୁରୁତର ଅସୁସ୍ଥ ହୋଇପଡ଼ିଛନ୍ତି ପୂର୍ବତନ ମନ୍ତ୍ରୀ ପଦ୍ମିନୀ ଦିଆନ୍‌ । ତାଙ୍କ ସମେତ ପରିବାରର ୪ଜଣ ଗୁରୁତର ହୋଇଥିଲେ । ସେମାନଙ୍କ ମଧ୍ୟରୁ ପଦ୍ମିନୀଙ୍କ ନଣନ୍ଦ ପାର୍ବତୀ ମାଝୀ(୨୮)ଙ୍କ ଚିକିତ୍ସାଧୀନ ଅବସ୍ଥାରେ ଜୟପୁରରେ ଥିବା ଜିଲ୍ଲା ହସ୍ପିଟାଲ୍‌ରେ ଦେହାନ୍ତ ହୋଇଯାଇଛି। ପଦ୍ମିନୀ ଏବଂ ଅନ୍ୟ ୨ଜଣ ମହିଳାଙ୍କୁ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ୍‌ କଲେଜ ଓ ହସ୍‌ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଛି । ରିପୋର୍ଟ ଅନୁସାରେ, ଜଗଦଲପୁରରୁ ଫେରିଥିବା ପରିବାର ସଦସ୍ୟମାନେ ପଦ୍ମିନୀ […]

୨ କୋଟିରୁ ଅଧିକ ଟଙ୍କା ବକେୟା, ଜାହାଜ ଗିରଫ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ପାରାଦୀପ ବନ୍ଦରରେ ଥିବା ଏକ ଜାହାଜ ଏମ୍‌.ଭି. ମ୍ୟାଗ୍‌ନେଟ୍‌ ଟିମ୍‌କୁ ଗିରଫ କରିବା ପାଇଁ ହାଇକୋର୍ଟ ସୋମବାର ନିର୍ଦ୍ଦେଶ ଦେଇଛନ୍ତି । ଏହି ଜାହାଜ ଉପରେ ୨କୋଟି ୧୧ଲକ୍ଷ ୮୨ ହଜାର ୬୫୬ଟଙ୍କା ବକେୟା ରହିଛି ।ସିଲକ ରୋଡ଼ ସିପିଂ ଆଣ୍ଡ ଚାଟରିଂ ଲିମିଟେଡ଼ ପକ୍ଷରୁ ଏମଭି ମାଗନେଟ ଟିମ ବରୋଧରେ ହାଇକୋର୍ଟରେ ଏହି ମାମଲା ହୋଇଛି। ଗିରଫ ନିର୍ଦ୍ଦେଶ ସହ ଏମଭି ମାଗନେଟ ଟିମକୁ ହାଇକୋର୍ଟ ଜବାବ ଦାଖଲ କରିବାକୁ ନୋଟିସ ଜାରି କରିଛନ୍ତି । […]

ଉପକୂଳ ଆନ୍ଧ୍ର ପ୍ରଦେଶ ରୁଟ୍ ରେ ୬୫ଟି ପାସେଞ୍ଜର ଏବଂ ଏକ୍ସପ୍ରେସ ଟ୍ରେନ୍ କ୍ୟାନସେଲ

ସମୁଦ୍ର ମଧ୍ୟରେ ଭୀଷଣ ବାତ୍ୟାର ରୂପ ନେଇଛି ‘ମୋନ୍ଥା’। ଘଣ୍ଟା ପ୍ରତି ୧୫ କିମି ବେଗରେ ଗତି କରି ନିକଟତର ହେଉଛି। ଏବେ ମଛଲିପଟନମ ଠାରୁ ୧୯୦, କାକିନାଡ଼ାଠାରୁ ୨୭୦ କିମି ଦୂରରେ ଅଛି ‘ମୋନ୍ଥା’। ସେହିପରି ଗୋପାଳପୁର ଠାରୁ ୫୭୦ କିମି ଦୂରରେ ଅଛି। ଆଜି ସଂଧ୍ୟା କିମ୍ବା ରାତିରେ ସ୍ଥଳଭାଗ ଛୁଇଁବ ‘ମୋନ୍ଥା’। ଏହା ଆନ୍ଧ୍ର ଉପକୂଳ କାକିନାଡ଼ା ଦେଇ ଅତିକ୍ରମ କରିବ । ତେବେ ଆନ୍ଧ୍ରରେ ବ୍ୟାପକ କ୍ଷୟକ୍ଷତି କରିବା ଆଶଂକା ରହିଛି […]

ଏଣିକି ବସ୍‌ରେ ଅଗ୍ନି ନିରାପତ୍ତା ବାଧ୍ୟତାମୂଳକ ।ଆଗାମୀ ଦିନରେ ଏହାର କଡ଼ାକଡ଼ି ଯାଞ୍ଚ ହେବ

ରାଜ୍ୟରେ ଅଧିକାଂଶ ବସରେ ନାହିଁ ଅଗ୍ନି ନିରାପତ୍ତା ବ୍ୟବସ୍ଥା ।ଅନ୍ୟପକ୍ଷରେ ଏବେ ବ୍ୟାଟେରି ଚାଳିତ ବସି ଚଳାଚଳ ଆରମ୍ଭ ହୋଇଛି । ଯେଉଁଥିରେ ଅଗ୍ନିକାଣ୍ଡ ଘଟିବାର ଅଧିକ ସମ୍ଭାବନା ରହୁଛି । ଏହାକୁ ଗୁରୁତର ସହ ନେଇଛି ପରିବହନ ଓ ଅଗ୍ନିଶମ ବିଭାଗ । ଅଗ୍ନି ନିରାପତ୍ତା ବ୍ୟବସ୍ଥା ରଖିବା ସହ ଏହାର ବ୍ୟବହାର ସମ୍ପର୍କରେ ମଧ୍ୟ କର୍ମଚାରୀଙ୍କୁ ପ୍ରଶିକ୍ଷଣ ଦେବାକୁ ହେବ । ବସ୍‌ରେ ଅଗ୍ନିକାଣ୍ଡ ଘଟିଲେ ଏହାକୁ କିଭଳି ନିୟନ୍ତ୍ରଣ କରାଯିବ? ବସ୍‌ର ପ୍ରତ୍ୟେକ୍‌ […]

ରାଉରକେଲାରେ ପୁଣି ସେକ୍ସ ରାକେଟ ଠାବ

ରାଉରକେଲାର ସିଭିଲଟାଉନସିପର ଏକ ଘରେ ସେକ୍ସ ରାକେଟ ଠାବ ହୋଇଛି l ରଘୁନାଥପାଲି ପୁଲିସ ଏଥିରେ ସଂଶ୍ଳିଷ୍ଟ ତିନି ଦେହଜୀବୀଙ୍କୁ ଧରିବା ସହ ଦୁଇ ଜଣ ଦଲାଲଙ୍କୁ ଗିରଫ କରିଛି l ଆରଜିଏଚରେ ତିନି ଦେହଜୀବୀଙ୍କ ଡାକ୍ତରୀ ମାଇନା କରିବା ପରେ ସେମାନଙ୍କୁ ଡାକ୍ତରଖାନା ପରିସରସ୍ଥ ସଖୀ କେନ୍ଦ୍ରରେ ରଖାଯାଇଛି। କିଛି ମାସ ପୂର୍ବରୁ ଛେଣ୍ଡ କଲୋନିରେ ବଡ଼ ଧରଣର ସେକ୍ସ ରାକେଟ ଠାବ ହୋଇଥିଲା l ସେମିତି ସେକ୍ଟର ୧୬ ଓ ଜଗଦା ଅଞ୍ଚଳରେ ମଧ୍ୟ […]

ସୌରଭଙ୍କ ମୃତ୍ୟୁର ଗୋଟିଏ ଦିନ ପରେ ଚାଲିଗଲେ ତାଙ୍କ ମାଆ

ବଲାଙ୍ଗିର ମହାଲକ୍ଷ୍ମୀ ନଗରର ୨୪ ବର୍ଷୀୟ ସୌରଭ ସମ୍ବିତ ତ୍ରିପାଠୀ। ଯିଏ କିଛି ଦିନ ପୂର୍ବରୁ ଚିପିଲିମା ପାଓ୍ବାର କେନାଲରୁ ମୃତଦେହ ଉଦ୍ଧାର ହୋଇଥିଲା | ସୌରଭଙ୍କ ମାଆ ଚାରୁପମା ମିଶ୍ର ବଲାଙ୍ଗିର ଋଷୁଡା କଲେଜରେ ଅଧ୍ୟାପିକା। ସେ କିଡନୀ ଜନିତ ରୋଗରେ ଆକ୍ରାନ୍ତ ହୋଇ ଭୀମସାରରେ ଚିକିତ୍ସିତ ହେଉଥିଲେ। ମାଆକୁ ଏକମାସ ହସ୍ପିଟାଲରେ ଜଗି ରହି ସେବା ସୁଶ୍ରୁସା କରିଚାଲିଥିଲେ ପୁଅ । କିନ୍ତୁ ମାଆ ଆଉ ସୁସ୍ଥ ହୋଇ ଫେରିବନି ବୋଲି ଆଶା ଛାଡି […]

ଆଇସିୟୁରେ ଭର୍ତ୍ତି ହେଲେ ଶ୍ରେୟସ

ଭାରତୀୟ ଦିନିକିଆ କ୍ରିକେଟ୍ ଟିମର ଉପ-ଅଧିନାୟକ ଶ୍ରେୟସ ଆୟରଙ୍କୁ ସିଡନୀର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କୁ ICUରେ ରଖାଯାଇଛି।ସୂଚନା ମିଳିଛି ଯେ, ଘଟଣା ଘଟିବା ପରେ ପଞ୍ଜରା ହାଡ଼ ଭିତରେ ରକ୍ତସ୍ରାବ ହେବାରୁ ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ୭ଦିନ ପର୍ଯ୍ୟନ୍ତ ଡାକ୍ତରଙ୍କ ପର୍ଯ୍ୟବେକ୍ଷଣରେ ରହିବେ |ଶ୍ରେୟସ ଆୟରଙ୍କୁ ସିଡନୀରେ ଖେଳାଯାଇଥିବା ଓ୍ୱାନଡେ ସିରିଜର ତୃତୀୟ ତଥା ଅନ୍ତିମ ମ୍ୟାଚ୍ ସମୟରେ ଆଣ୍ଠୁରେ ଆଘାତ ଲାଗିଥିଲା। ଏହି ଆଘାତ ଅଷ୍ଟ୍ରେଲିଆ ଇନିଂସର ୩୪ତମ ଓଭରରେ […]

ମୁଣ୍ଡରେ ବ୍ୟାଣ୍ଡେଜ୍, ହାତରେ Urine Bag ଧରି ମଦ ଆଣିବାକୁ ଗଲେ ଯୁବକ

ୟୁପିର ଶାହଜହାଁପୁରରେ ଘଟିଛି ଏକ ଆଶ୍ଚର୍ଯ୍ୟଜନକ ଘଟଣା। ନିଗୋହି ଅଞ୍ଚଳର ବାସିନ୍ଦା ବିପିନ ଦୁଇ ଦିନ ପୂର୍ବେ ଦୁର୍ଘଟଣାର ଶିକାର ହୋଇଥିଲେ। ଏହା ପରେ ତାଙ୍କୁ ସରକାରୀ ମେଡିକାଲ କଲେଜର ତୃତୀୟ ମହଲାରେ ଥିବା ୱାର୍ଡରେ ଭର୍ତ୍ତି କରାଯାଇଥିଲା। ଏହି ସମୟରେ ବିପିନ ୱାର୍ଡରେ ଥିବା କର୍ମଚାରୀ ଏବଂ ତାଙ୍କ ପରିବାରକୁ ଚକମା ଦେଇ ବାହାରକୁ ଯାଇ ମଦ ଦୋକାନରୁ ମଦ କିଣିଥିଲେ। ତା’ପରେ ସେ ନିକଟସ୍ଥ ହ୍ୟାଣ୍ଡପମ୍ପରୁ ପାଣି ନେଇ ମଦରେ ମିଶାଇ ପିଇଥିଲେ ଏବଂ […]

୧୨ ରାଜ୍ୟରେ ହେବ SIR ୨.୦: ଇସି

ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଦେଶବ୍ୟାପୀ SIR ଘୋଷଣା କରିଛନ୍ତି।ସୋମବାର ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର କହିଛନ୍ତି ଯେ ବିହାରରେ ଏସଆଇଆର ସଫଳ ଭାବରେ କାର୍ଯ୍ୟକାରୀ ହେବା ପରେ, ଏସଆଇଆରର ଦ୍ୱିତୀୟ ପର୍ଯ୍ୟାୟ ଏବେ ଦେଶର ଅନ୍ୟ ମନୋନୀତ ରାଜ୍ୟରେ କାର୍ଯ୍ୟକାରୀ ହେବ। ଦ୍ୱିତୀୟ ପର୍ଯ୍ୟାୟରେ, ଏହା ଦେଶର ୧୨ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ କାର୍ଯ୍ୟକାରୀ ହେବ। ଦ୍ୱିତୀୟ ପର୍ଯ୍ୟାୟ ଏସଆଇର […]

ବାତ୍ୟା ‘ମୋନ୍ଥା’ ପାଇଁ ୩୨ ଟ୍ରେନ ବାତିଲ

ବାତ୍ୟା ମୋନ୍ଥା ପାଇଁ ଗୋଟିଏ ଟ୍ରେନର ଗତିପଥ ପରିବର୍ତ୍ତନ କରାଯାଇଛି। ୨ଟି ଟ୍ରେନର ଗନ୍ତବ୍ୟସ୍ଥଳ ପରିବର୍ତ୍ତନ କରାଯାଇଛି। ୨୭ ଓ ୨୮ ଅକ୍ଟୋବର ପାଇଁ ଟ୍ରେନ ରଦ୍ଦ ହୋଇଛି। ବାତ୍ୟା ମୋନ୍ଥା ପାଇଁ ୩୨ଟି ଟ୍ରେନ ଚଳାଚଳ ବାତିଲ ଘୋଷଣା କଲା ପୂର୍ବତଟ ରେଲୱେ । ଗୋପାଳପୁରରେ ୩ ଦିନ ପାଇଁ ହୋଟେଲ ଆସିବା ମନା । ୨୭, ୨୮, ୨୯ର ସବୁ ବୁକିଂ ବାତିଲ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ବାତ୍ୟା ମୋନ୍ଥା ପ୍ରଭାବ ପାଇଁ […]

ଫେବ୍ରୁଆରୀ ୮ରେ ସିଟିଇଟି ପରୀକ୍ଷା

ଫେବ୍ରୁଆରୀ ୮ରେ ସିଟିଇଟି ପରୀକ୍ଷା। ଆସନ୍ତା ୨୦୨୬ ଫେବ୍ରୁଆରୀ ୮ରେ ଅନୁଷ୍ଠିତ ହେବ କେନ୍ଦ୍ରୀୟ ଶିକ୍ଷକ ଯୋଗ୍ୟତା ପରୀକ୍ଷା (ସିଟିଇଟି)। ଏନେଇ କେନ୍ଦ୍ରୀୟ ମାଧ୍ୟମି ଶିକ୍ଷା ପରିଷଦ (ସିବିଏସ୍‌ଇ )ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ପରୀକ୍ଷା, ସିଲାବସ୍‌, ଯୋଗ୍ୟତା, ପରୀକ୍ଷା ଫି, ପରୀକ୍ଷା କେନ୍ଦ୍ର ସମ୍ପର୍କିତ ସମସ୍ତ ସୂଚନା ସିଟିଇଟି ଅଫିସିଆଲ୍‌ ୱେବ୍‌ସାଇଟ୍‌ https://ctet.nic.inରେ ଖୁବ୍‌ ଶୀଘ୍ର ପ୍ରକାଶ ପାଇବ । ଦୁଇଟି ପେପରରେ ପରୀକ୍ଷା ହେବ। ପ୍ରଥମ ପେପର ପ୍ରଥମରୁ ପଞ୍ଚମ ଶ୍ରେଣୀ ଓ ଦ୍ୱିତୀୟ […]

ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତି ହେବେ ଜଷ୍ଟିସ ସୂର୍ଯ୍ୟକାନ୍ତ

ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତି ହେବେ ଜଷ୍ଟିସ ସୂର୍ଯ୍ୟକାନ୍ତ। ଉତ୍ତରାଧିକାରୀ ଭାବେ ଜଷ୍ଟିସ୍ ସୂର୍ଯ୍ୟକାନ୍ତଙ୍କ ନାଁ ସୁପାରିସ୍ କଲେ CJI ଗଭାଇ। ନଭେମ୍ବର ୨୪ରେ ସେ ପ୍ରଧାନ ବିଚାରପତି ଭାବେ ଶପଥ ନେବେ। ଆସନ୍ତା ନଭେମ୍ବର ୨୩ ତାରିଖରେ ପ୍ରଧାନ ବିଚାରପତି ବି.ଆର. ଗଭାଇ ଅବସର ନେଉଛନ୍ତି । ଜଷ୍ଟିସ ସୂର୍ଯ୍ୟକାନ୍ତ ଭାରତର ୫୩ତମ ମୁଖ୍ୟ ବିଚାରପତି ହେବେ । ତାଙ୍କର କାର୍ଯ୍ୟକାଳ ପ୍ରାୟ ୧୪ ମାସ ରହିବ । ସେ ୨୦୨୭ ଫେବୃଆରୀ ୯ରେ ଅବସର […]