ଫେବ୍ରୁଆରୀ ୮ରେ ସିଟିଇଟି ପରୀକ୍ଷା

ଫେବ୍ରୁଆରୀ ୮ରେ ସିଟିଇଟି ପରୀକ୍ଷା। ଆସନ୍ତା ୨୦୨୬ ଫେବ୍ରୁଆରୀ ୮ରେ ଅନୁଷ୍ଠିତ ହେବ କେନ୍ଦ୍ରୀୟ ଶିକ୍ଷକ ଯୋଗ୍ୟତା ପରୀକ୍ଷା (ସିଟିଇଟି)। ଏନେଇ କେନ୍ଦ୍ରୀୟ ମାଧ୍ୟମି ଶିକ୍ଷା ପରିଷଦ (ସିବିଏସ୍‌ଇ )ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ପରୀକ୍ଷା, ସିଲାବସ୍‌, ଯୋଗ୍ୟତା, ପରୀକ୍ଷା ଫି, ପରୀକ୍ଷା କେନ୍ଦ୍ର ସମ୍ପର୍କିତ ସମସ୍ତ ସୂଚନା ସିଟିଇଟି ଅଫିସିଆଲ୍‌ ୱେବ୍‌ସାଇଟ୍‌ https://ctet.nic.inରେ ଖୁବ୍‌ ଶୀଘ୍ର ପ୍ରକାଶ ପାଇବ । ଦୁଇଟି ପେପରରେ ପରୀକ୍ଷା ହେବ। ପ୍ରଥମ ପେପର ପ୍ରଥମରୁ ପଞ୍ଚମ ଶ୍ରେଣୀ ଓ ଦ୍ୱିତୀୟ […]

ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତି ହେବେ ଜଷ୍ଟିସ ସୂର୍ଯ୍ୟକାନ୍ତ

ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତି ହେବେ ଜଷ୍ଟିସ ସୂର୍ଯ୍ୟକାନ୍ତ। ଉତ୍ତରାଧିକାରୀ ଭାବେ ଜଷ୍ଟିସ୍ ସୂର୍ଯ୍ୟକାନ୍ତଙ୍କ ନାଁ ସୁପାରିସ୍ କଲେ CJI ଗଭାଇ। ନଭେମ୍ବର ୨୪ରେ ସେ ପ୍ରଧାନ ବିଚାରପତି ଭାବେ ଶପଥ ନେବେ। ଆସନ୍ତା ନଭେମ୍ବର ୨୩ ତାରିଖରେ ପ୍ରଧାନ ବିଚାରପତି ବି.ଆର. ଗଭାଇ ଅବସର ନେଉଛନ୍ତି । ଜଷ୍ଟିସ ସୂର୍ଯ୍ୟକାନ୍ତ ଭାରତର ୫୩ତମ ମୁଖ୍ୟ ବିଚାରପତି ହେବେ । ତାଙ୍କର କାର୍ଯ୍ୟକାଳ ପ୍ରାୟ ୧୪ ମାସ ରହିବ । ସେ ୨୦୨୭ ଫେବୃଆରୀ ୯ରେ ଅବସର […]

ବାତ୍ୟା ଓଡିଶାରେ ପହଞ୍ଚିଲା ବେଳେ ଦୁର୍ବଳ ହୋଇ ଯିବ: ମୃତ୍ୟୁଞ୍ଜୟ

ଓଡିଶାରେ ପହଞ୍ଚିଲା ବେଳକୁ ବାତ୍ୟା ଦୁର୍ବଳ ହୋଇଥିବ । ଏନେଇ ଏଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି । ଲ୍ୟାଣ୍ଡଫଲ ବେଳେ ଭୀଷଣ ବାତ୍ୟା, ଓଡିଶାରେ ପହଞ୍ଚିଲା ବେଳେ ଦୁର୍ବଳ ହୋଇଯିବ । ଦକ୍ଷିଣ ଓଡିଶା ଦେଇ ଛତିଶଗଡ ମୁହାଁ ହେବ ବାତ୍ୟା । ମାଲକାନଗିରି, ଗଞ୍ଜାମ, ଗଜପତି,  ରାୟଗଡାରେ ପ୍ରଭାବ ପଡିବ । କନ୍ଧମାଳ , କଳାହାଣ୍ଡି ଓ ନବରଙ୍ଗପୁରରେ ମଧ୍ୟ ପ୍ରଭାବ ପଡିବ । ଓଡିଶାରେ ବାତ୍ୟା ଦୁର୍ବଳ ହେଉଥିବାରୁ ୬୦ରୁ ୭୦ […]

ଗର୍ଭବତୀ ହେଲେ ବିଶ୍ୱର ପ୍ରଥମ AI ମନ୍ତ୍ରୀ, ୮୩ ପିଲାଙ୍କୁ ଦେବେ ଜନ୍ମ

ଆଲବାନିଆର ପ୍ରଧାନମନ୍ତ୍ରୀ ଏଡି ରାମା ସମ୍ପ୍ରତି ଏକ ଆଶ୍ଚର୍ଯ୍ୟଜନକ ଘୋଷଣା କରିଛନ୍ତି। ପିଏମ ଘୋଷଣା କରିଛି ଯେ ଦେଶର ପ୍ରଥମ ଏଆଇ ସରକାରଙ୍କ ମନ୍ତ୍ରୀ, ଡିଏଲା ଗର୍ଭବତୀ ଅଛନ୍ତି। ମନ୍ତ୍ରୀ କେବଳ ଗୋଟିଏ କିମ୍ବା ଦୁଇଟି ନୁହେଁ, ବରଂ ୮୩ ଟି ଏଆଇ ପିଲାଙ୍କୁ ଜନ୍ମ ଦେବେ। ଜର୍ମାନୀର ବର୍ଲିନ ଠାରେ ଗ୍ଲୋବାଲ ଡାଏଲଗ କାର୍ଯ୍ୟକ୍ରମରେ ଯୋଗ ଦେଇ ଆଲବାନିଆ ପ୍ରଧାନମନ୍ତ୍ରୀ ଏପରି ମନ୍ତବ୍ୟ ଦେଇଛନ୍ତି । ଏହି ସନ୍ତାନ ବା ସହକାରୀମାନେ ସଂସଦୀୟ କାର୍ଯ୍ୟକଳାପର ବିବରଣୀ […]

ବାତ୍ୟା ମୋନ୍ଥା ! ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି କହିଲେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ

ମୋନ୍ଥାର ପ୍ରଭାବ ପାଇଁ ଆସନ୍ତା ୩୦ ପର୍ଯ୍ୟନ୍ତ ୮ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା କରାଯାଇଛି।ମଙ୍ଗଳବାରଠୁ ୩୦ ତାରିଖ ଯାଏଁ ସ୍କୁଲ ସହ ଅଙ୍ଗନବାଡି କେନ୍ଦ୍ର ଗୁଡିକୁ ଛୁଟି ଘୋଷଣା କରାଯାଇଛି। ବାତ୍ୟାର ଗତି ବଢୁଛି , ଯେତେ ବଢିବ ତାର ପ୍ରଭାବ ସେତେ କମିବ। ଏ ନେଇ ସୂଚନା ଦେଇଛନ୍ତି ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ। ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି , ଯାହା ପରାମର୍ଶ ଦିଆଯାଇଛି ମାନନ୍ତୁ। ମାଲକାନଗିରି , ଗଜପତି […]

ହସ୍ପିଟାଲରେ ରକ୍ତ ନେବା ପରେ HIV ପଜିଟିଭ ହେଲେ ଶିଶୁ

ହସ୍ପିଟାଲରେ ରକ୍ତ ନେଇ HIV ସଂକ୍ରମିତ ହେଲେ ଥାଲାସେମିଆ ରୋଗରେ ପୀଡିତ ଶିଶୁ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଝାଡଖଣ୍ଡର ଚାଇବାସା ଅଞ୍ଚଳରେ ।ଚାଇବାସା ସଦର ହସ୍ପିଟାଲରେ ଥାଲାସେମିଆ ରୋଗରେ ପୀଡିତ ଶିଶୁମାନଙ୍କୁ ରକ୍ତ ଦିଆଯାଇଥିଲା । କିନ୍ତୁ ସେହି ଶିଶୁମାନେ ପରବର୍ତ୍ତୀ ସମୟରେ HIV ସଂକ୍ରମିତ ହୋଇଥିବା ଜଣାପଡିଛି । ଏହି ମାମଲା ସାମ୍ନାକୁ ଆସିବା ପରେ ରବିବାର ଦିନ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । […]

ବତ୍ୟା ନ ଆସୁଣୁ ବଜାରରୁ ଆଳୁ-ପିଆଜ ଗାୟବ

ବତ୍ୟା ନ ଆସୁଣୁ ବଜାରରୁ ଆଳୁ ଗାୟବ ହୋଇଯାଇଥିବା ଦେଖିବାକୁ ମିଳିଛି । ଶନିବାର ସକାଳୁ ନେଇ ବର୍ତ୍ତମାନ ସୁଦ୍ଧା କୋଲକାତାରୁ ଭୁବନେଶ୍ୱରକୁ କୌଣସି ଆଳୁ ଗାଡ଼ି ଆସିନି । ଫଳରେ ଆଳୁର ଅଭାବ ଚିନ୍ତା ସମସ୍ତଙ୍କୁ ଘାରିଛି ।କେବଳ ସେତିକି ନୁହେଁ, ରବିବାର କିଛି ହାଟରେ ଆଳୁ କିଲୋ ପ୍ରତି ୨୫ ଟଙ୍କା ଓ ପିଆଜ ୩୦ ଟଙ୍କାରେ ବିକ୍ରି ହୋଇଛି । ଦିନକପୂର୍ବରୁ ଯେଉଁ ଆଳୁ ୨୦ ଓ ପିଆଜ ୨୫ଟଙ୍କାରେ ମିଳୁଥିଲା ତାହା […]

ହରିହର ବେଶରେ ଦର୍ଶନ ଦେବେ ମହାବାହୁ

ଆଜି ବଡ଼ ଠାକୁରଙ୍କ ହରିହର ବେଶ। ଶ୍ରୀମନ୍ଦିରରେ ଅବକାଶ ନୀତି ପରେ ବଡ଼ଠାକୁରଙ୍କୁ ହରିହର ବେଶରେ ସଜିତ କରାଯିବ। ବଡ଼ଠାକୁରଙ୍କୁ ହର ବା ଶିବ ବୋଲି ବିବେଚନା କରାଯାଏ। ଏହି ବେଶରେ ହରି (ବିଷ୍ଣୁ) ଓ ହର (ଶିବ)ଙ୍କ ଆତ୍ମୀୟତା ପ୍ରସ୍ଫୁଟିତ ହେବ |ଏହି ବେଶରେ ବଡ଼ଠାକୁର ଅର୍ଦ୍ଧେକ ଧଳା ଓ ଅର୍ଦ୍ଧେକ କଳା ବସ୍ତ୍ରରେ ଦର୍ଶନ ଦେବା ସହ ବିଭିନ୍ନ ପ୍ରକାରର ସୁବର୍ଣ୍ଣ ଅଳଙ୍କାର ପରିଧାନ କରିବେ। ତେବେ କାର୍ତ୍ତିକ ମାସର ଦୀପାବଳି ଅମାବାସ୍ୟା ଠାରୁ […]

ଟ୍ରେନରେ ମଧୁମେହ ରୋଗୀଙ୍କୁ ମିଳିବ ସ୍ୱତନ୍ତ୍ର ଖାଦ୍ୟ, ଅର୍ଡର କରିବା ପାଇଁ..

ଦେଶରେ ମଧୁମେହ ରୋଗର ବୃଦ୍ଧିକୁ ଦୃଷ୍ଟିରେ ରଖି ରେଳ ବୋର୍ଡ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ବନ୍ଦେ ଭାରତ ଏକ୍ସପ୍ରେସ, ରାଜଧାନୀ ଏକ୍ସପ୍ରେସ, ଶତାବ୍ଦୀ ଏକ୍ସପ୍ରେସ ଏବଂ ଦୂରନ୍ତ ଏକ୍ସପ୍ରେସ ଭଳି ପ୍ରିମିୟମ୍ ଟ୍ରେନଗୁଡ଼ିକ ଏବେ ମଧୁମେହ ରୋଗୀଙ୍କ ପାଇଁ ସ୍ୱତନ୍ତ୍ର ଖାଦ୍ୟ ବିକଳ୍ପ ପ୍ରଦାନ କରିବ। ରେଳବାଇ ବୋର୍ଡ କହିଛି ଯେ ଏହି ନିଷ୍ପତ୍ତିର ଉଦ୍ଦେଶ୍ୟ ହେଉଛି ସେହି ଯାତ୍ରୀମାନଙ୍କୁ ସୁବିଧା ଯୋଗାଇବା ଯେଉଁମାନେ ମଧୁମେହ ଭଳି ରୋଗରେ ପୀଡିତ ଏବଂ ଯାତ୍ରା ସମୟରେ ସୁସ୍ଥ […]

ବାତ୍ୟା ମୋନ୍ଥା: ୨୮ ତାରିଖ ସଂଧ୍ଯାରୁ ରାତି ମଧ୍ୟରେ ଲ୍ୟାଣ୍ଡଫଲ କରିବ

ଏସ୍‌ଆରସି ପକ୍ଷରୁ କୁହାଯାଇଛି ଯେ, ଅରେଞ୍ଜ ଏବଂ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଥିବା ଜିଲ୍ଲାଗୁଡ଼ିକୁ ଅଧିକ ସତର୍କ ରହିବାକୁ ହେବ । ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ପ୍ରସ୍ତୁତ ହେବାକୁ ପଡ଼ିବ ।  କୁଆପଥର ମାଡ଼ ଓ ବଜ୍ରପାତରୁ ନିଜକୁ ସୁରକ୍ଷା କରିବା ପାଇଁ ସୁରକ୍ଷିତ ସ୍ଥାନକୁ ଆଶ୍ରୟସ୍ଥଳୀ ଭାବେ ବାଛନ୍ତୁ । ସୁଚନା ମୁତାବକ ବାତ୍ୟା ମୋନ୍ଥା ଗୋପାଳପୁରର ଠାରୁ ୮୫୦ କିଲୋମିଟର ଏବଂ କାକିନଡ଼ା ଠାରୁ ୬୮୦ କିଲୋମିଟର ଦୂରରେ ରହିଛି ।  ଘଣ୍ଟା […]

ପ୍ରଥମ ପର୍ଯ୍ୟାୟରେ ଏସବୁ ରାଜ୍ୟରେ ହେବ ନିର୍ବାଚନ ତାଲିକା ସଂଶୋଧନ

ନିର୍ବାଚନ ଆୟୋଗ (EC) ସୋମବାର ଅକ୍ଟୋବର ୨୭ ତାରିଖରେ ଦେଶର ବିଭିନ୍ନ ରାଜ୍ୟ ପାଇଁ ସ୍ୱତନ୍ତ୍ର (Special Intensive Revision – SIR) ଭୋଟର୍ ସଂଶୋଧନ ତାଲିକାର କାର୍ଯ୍ୟସୂଚୀ ଘୋଷଣା କରିବେ। ତେବେ ନିର୍ବାଚନ ଆୟୋଗ SIR ର ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୧୦ ରୁ ୧୫ ଟି ରାଜ୍ୟର ତାଲିକା ଉନ୍ମୋଚନ କରିବାର ସମ୍ଭାବନା ରହିଛି। ଏହି ରାଜ୍ୟଗୁଡ଼ିକ ମଧ୍ୟରେ ୨୦୨୬ ରେ ବିଧାନସଭା ନିର୍ବାଚନ ହେବାକୁ ଥିବା ତାମିଲନାଡୁ, ପଶ୍ଚିମବଙ୍ଗ, କେରଳ, ଆସାମ ଏବଂ […]

ଦାରିଙ୍ଗବାଡ଼ିରେ ନଭେମ୍ବର ୧୫ ରୁ ଖୋଲିବ ଇକୋ ରିଟ୍ରିଟ୍‌

ବର୍ତ୍ତମାନ କନ୍ଧମାଳିଆ ଶୀତ ଓ କୁହୁଡି ଆରମ୍ଭ ହୋଇଗଲାଣି, ତେବେ ମଝିରେ ମଝିରେ ଲଘୁଚାପ ଜନିତ ବର୍ଷା ଯୋଗୁ କୁହୁଡି ଓ ଶୀତ ଛୁଇଁବାରେ ବିଳମ୍ବ ହୋଇଛି। ଶୀତର ମଜା ନେବାକୁ ଆସୁଥିବା ପର୍ଯ୍ୟଟକ ମାନେ ପ୍ରକୃତ ଶୀତକୁ ଅନୁଭବ କରି ନ ପାରି ନିରାଶ ହେଉଥିବା ଦେଖିବାକୁ ମିଳୁଛି । କିନ୍ତୁ ଆଗାମୀ ଦିନରେ ପ୍ରବଳ ଶୀତ ସହ ଘନ କୁହୁଡି ହେବାର ଆଶା କରାଯାଉଛି l ଓଡିଶାର କାଶ୍ମୀର ଓ କନ୍ଧମାଳ ପର୍ଯ୍ୟଟନ ର […]