ଛତିଶଗଡ଼ର ବିଜାପୁରର କାରେଗୁଟ୍ଟା ପାହାଡ଼ ଅଞ୍ଚଳରେ ନକ୍ସଲମାନେ ଏକାଧିକ ଆଇଇଡି ବିସ୍ଫୋରଣ କରିଛନ୍ତି । ଏହି ବିସ୍ଫୋରଣ ଯୋଗୁଁ ଅତି କମରେ ୧୧ ଜଣ ସୁରକ୍ଷାକର୍ମୀ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ତୁରନ୍ତ ଚିକିତ୍ସା ପାଇଁ ରାୟପୁର ଏୟାରଲିଫ୍ଟ କରାଯାଇଛି । ଆହତ କର୍ମଚାରୀଙ୍କ ମଧ୍ୟରୁ ୧୦ ଜଣ ଛତିଶଗଡ଼ ପୁଲିସ ୟୁନିଟର ଡିଷ୍ଟ୍ରିକ୍ଟ ରିଜର୍ଭ ଗାର୍ଡଥିଲେ। ସେଭଳି ଜଣେ ସେଣ୍ଟ୍ରାଲ ରିଜର୍ଭ ପୁଲିସ ଫୋର୍ସର କମାଣ୍ଡ ବାଟାଲିଅନ୍ ଫର ଫର୍ ରିଜୋଲ୍ୟୁଟ୍ ଆକ୍ସନ୍ ବା […]
ବଲିଉଡ ଫିଲ୍ମ ଧୁରନ୍ଧରରେ ନଜର ଆସିଥିବା ନଦୀମ ଖାନଙ୍କୁ ଗିରଫ କଲା ପୋଲିସ । ୧୦ ବର୍ଷ ଧରି ଜଣେ ଘରୋଇ ସହାୟିକାଙ୍କୁ ବିବାହ ପ୍ରତିଶୃତି ଦେଇ ତାଙ୍କୁ ଠକି ଦେଇଥିବା ଅଭିଯୋଗ ହୋଇଛି । ଦୁଷ୍କର୍ମ ଏବଂ ଯୌନ ନିର୍ଯାତନା ଦେବା ଅଭିଯୋଗରେ ମୁମ୍ବାଇ ପୋଲିସ ତାଙ୍କୁ ଗିରଫ କରିଛି ।୪୧ ବର୍ଷୀୟ ମହିଳା ଜଣକଙ୍କ ମାଲାଓ୍ବାନୀ ପୋଲିସ ଷ୍ଟେସେନରେ ଅଭିଯୋଗ କରିବା ପରେ ନଦୀମ ଗିରଫ ହୋଇଛନ୍ତି ।ପୀଡ଼ିତା ମହିଳାଙ୍କ ଅଭିଯୋଗ ଅନୁସାରେ, ୧୦ […]
ରାଜ୍ୟର ଆଭ୍ୟନ୍ତର ଓ ପଶ୍ଚିମ ଓଡ଼ିଶାର କିଛି କିଛି ଅଞ୍ଚଳରେ ଥଣ୍ଡାର ପ୍ରକୋପ ବହୁ ମାତ୍ରାରେ ଜାରି ରହିଛି । ହେଲେ ଉପକୂଳ ଓଡ଼ିଶାରେ ରାତି ତାପମାତ୍ରା ବଢ଼ିଛି । ଆସନ୍ତାକାଲି ସକାଳୁ ରାଜଧାନୀ ଓ ଏହାର ଆଖପାଖ ଅଞ୍ଚଳରେ ଘନ କୁହୁଡ଼ି ରହିବ । ଦିନର ସର୍ବୋଚ୍ଚ ତାପମାତ୍ରା ୩୨ ଡିଗ୍ରି ଓ ସର୍ବନିମ୍ନ ରାତି ତାପମାତ୍ରା ୧୪ ଡିଗ୍ରି ମଧ୍ୟରେ ରହିବ ।ସୋମବାର ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଅନୁଗୋଳ, ଢେଙ୍କାନାଳ, […]
ବାଲିଘର ହାତୀ ମୃତ୍ୟୁ ଘଟଣାରେ ହେବ କାର୍ଯ୍ୟାନୁଷ୍ଠାନ । ଏନେଇ ସୂଚନା ଦେଇଛନ୍ତି ଜଙ୍ଗଲ ପରିବେଶ ସୁରକ୍ଷା ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ । ମନ୍ତ୍ରୀ କହିଛନ୍ତି ଯେ ବର୍ତ୍ତମାନ ହାତୀ ମୃତ୍ୟୁ ଘଟଣାର ତଦନ୍ତ ଚାଲିଛି । ତଦନ୍ତ ପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ । ସେ କହିଛନ୍ତି, ଘଟଣାକୁ ନେଇ ତତ୍ପର ରହିଛି ବନ ବିଭାଗ। ଯେତେ ଦୋଷୀ ଅଛନ୍ତି ସମସ୍ତଙ୍କୁ ଧରାଯିବ। କାହାରିକୁ ଛଡା ଯିବନି ବୋଲି କହିଥିଲେ।ସୂଚନାଯୋଗ୍ୟ ଗତକାଲି ଏହି ଘଟଣାରେ […]
ପୁରୀ ସର୍ବୋଦୟ ନଗରର ମୃତ୍ୟୁଞ୍ଜୟ ତ୍ରିପାଠୀ ଏଭଳି ସାଇବର ଠକାମୀର ଶିକାର ହୋଇଛନ୍ତି । ତାଙ୍କ ମୋବାଇଲକୁ ହ୍ବାଟ୍ସଆପ୍ ଯୋଗେ ଏକ ମେସେଜ ଆସିଥିଲା । ମେସେଜ ଯୋଗେ ଆସିଥିବା ଆପ୍ ଖୋଲିବାରୁ ତାଙ୍କ ଫୋନ୍ ଓ ବ୍ୟାଙ୍କର ସମସ୍ତ ବିବରଣୀ ସାଇବର ଠକ ପାଖକୁ ପଳାଇଥିଲା । ଗତ ବର୍ଷ ଡିସେମ୍ବର ୧୩ ତାରିଖରେ ତାଙ୍କ ବ୍ୟାଙ୍କ୍ ଆକାଉଣ୍ଟରୁ ୧,୬୨,୦୦୦ ଟଙ୍କା ଗାଏବ ହୋଇଯାଇଥିଲା । ଏନେଇ ତୁରନ୍ତ ଜାତୀୟ ସାଇବର କ୍ରାଇମ୍ ହେଲ୍ପ ଲାଇନ […]
ଦେବଗଡ଼ର ବାରକୋଟ ଥାନା ଅଂଚଳରେ୫ ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ। ଗତକାଲି ରାତିରେ ଜଣେ ନାବାଳିକା ନାମଯଜ୍ଞ ଦେଖିବାକୁ ଯାଇଥିବା ବେଳେ ଦୁଷ୍କର୍ମର ଶିକାର ହୋଇଛନ୍ତି । ଉଦିତ ପାତ୍ର ନାମକ ଯୁବକ ଶିଶୁଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଶିଶୁକନ୍ୟା ଚିତ୍କାର କରିବାରୁ ଅଭିଯୁକ୍ତକୁ ଧରି ନିସ୍ତୁକ ମାଡ଼ ମାରିଥିଲେ ଗ୍ରାମବାସୀ। ଗ୍ରାମବାସୀଙ୍କ ମାଡରେ ଉଦିତଙ୍କ ମୁଣ୍ଡ ସମେତ ଶରୀରର ବିଭିନ୍ନ ସ୍ଥାନରେ ଆଘାତ ଲାଗିଛି। ଘଟଣାସ୍ଥଳରୁ ଉଦ୍ଧାର କରି ଅଭିଯୁକ୍ତକୁ ଦେବଗଡ ଡାକ୍ତରଖାନାରେ ଭର୍ତ୍ତି […]
ସାଧାରଣତନ୍ତ୍ର ଦିବସ ଅବସରରେ ଦିଲ୍ଲୀ କର୍ତ୍ତବ୍ୟ ପଥରେ ଭବ୍ୟ ପରେଡ୍ର ଆୟୋଜନ କରାଯାଇଛି। ଏଥିରେ ଭାଗ ନେଇଛନ୍ତି ୟୁରୋପୀୟ ୟୁନିଅନ କଣ୍ଟିଜେଣ୍ଟ। ଶକ୍ତି, ଶୌର୍ଯ୍ୟ ଓ ପରାକ୍ରମ ପ୍ରଦର୍ଶନ କରିଛନ୍ତି ଭାରତୀୟ ସେନା। ତେବେ କର୍ତ୍ତବ୍ୟ ପଥରେ ଗଡ଼ିଲା ଓଡ଼ିଶାର ପ୍ରଜ୍ଞାପନ ମେଢ଼ । ଥିମ ଥିଲା ସଏଲ ଟୁ ସିଲିକନ, ରୁଟେଡ୍ ଇନ୍ ଟ୍ରାଡିସନ। ଆତ୍ମନିର୍ଭର ଭାରତରେ ଓଡ଼ିଶାର ଯୋଗଦାନକୁ ପ୍ରଦର୍ଶିତ କରାଯାଇଥିଲା । ଦେଖିବାକୁ ମିଳିଥିଲା ମହିଳାଙ୍କ ନେତୃତ୍ବ, ସେମି କଣ୍ଡକ୍ଟର ଚିପ୍, କୋରାପୁଟ […]
ଭୁବନେଶ୍ବରରେ ୭୭ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଛି। ଜାତୀୟ ପତାକା ଉତ୍ତୋଳନ କରିଛନ୍ତି ରାଜ୍ୟପାଳ ହରିବାବୁ କମ୍ଭମପାଟି । ଗାନ୍ଧୀମାର୍ଗରେ ଭବ୍ୟ ପରେଡ୍ ସମାରୋହ ହୋଇଛି। ୨୦୨୫ ପାଇଁ ଗୃହ ବିଭାଗ ପକ୍ଷରୁ ଘୋଷଣା ହୋଇଥିଲା ରାଜ୍ୟପାଳ ପଦକ । ଆଜି ଏହି ଅବସରରେ ମୋଟ୍ ୨୦ ଜଣଙ୍କୁ ମିଳିଛି ରାଜ୍ୟପାଳ ପଦକ । ଆଇଜି ନୀତି ଶେଖର, ସତ୍ୟଜିତ ନାୟକଙ୍କୁ ମିଳିଛି ରାଜ୍ୟପାଳ ପଦକ । ପୁରୀ ଏସପି ପ୍ରତୀକ ସିଂ, ଭିଜିଲାନ୍ସ ଏଏସପି ଅନୁପମା […]
ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର (ଆଇଏସ୍ଏସ୍)କୁ ପ୍ରଥମ ଭାରତୀୟ ଭାବେ ଯାତ୍ରା କରି ଇତିହାସ ରଚିଥିବା ଶୁଭାଂଶୁ ଶୁକ୍ଳାଙ୍କୁ ଦେଶର ସର୍ବୋଚ୍ଚ ଶାନ୍ତିକାଳୀନ ବୀରତ୍ୱ ପୁରସ୍କାର ପ୍ରଦାନ କରାଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁଭାଂଶୁଙ୍କୁ ଅଶୋକ ଚକ୍ର ସମ୍ମାନରେ ସମ୍ମାନିତ କରିଛନ୍ତି।ଅଶୋକ ଚକ୍ର ଭାରତର ସର୍ବୋଚ୍ଚ ଶାନ୍ତିକାଳୀନ ସାମରିକ ସମ୍ମାନ । ଗ୍ରୁପ୍ କ୍ୟାପଟେନ ଶୁଭାଂଶୁ ଶୁକ୍ଳାଙ୍କୁ ଶାନ୍ତିକାଳୀନ ସର୍ବୋଚ୍ଚ ବୀରତା ସମ୍ମାନ ଅଶୋକ ଚକ୍ର ପ୍ରଦାନ କରାଯାଇଛି । ୨୦୨୫ ଜୁନ ୨୫ରେ ଐତିହାସିକ ଆକ୍ସିଅମ ମିଶନ-୪ରେ […]
ଆଜି ହେଉଛି ୭୭ ତମ ସାଧାରଣତନ୍ତ୍ର ଦିବସ । ୧୯୫୦ ମସିହା ଆଜିର ଦିନରେ ସ୍ବାଧୀନ ଭାରତର ନୂତନ ସମ୍ବିଧାନ କାର୍ଯ୍ୟକାରୀ ହୋଇଥିଲା । ୧୯୫୧ ମସିହା ଜାନୁଆରୀ ୨୬ ରେ ଦେଶ ପାଳିଥିଲା ପ୍ରଥମ ଗଣତନ୍ତ୍ର ଦିବସ । ଏହି ଦିନକୁ ଭାରତବାସୀ ଆନନ୍ଦ ଉଲ୍ଲାସରେ ପାଳନ କରିଆସୁଛନ୍ତି । ପ୍ରତିବର୍ଷ ଆଜିର ଦିନରେ ଦିଲ୍ଲୀଠୁ ପଲ୍ଲୀ ସବୁଠି ଫର୍ ଫର୍ ଉଡେ ତ୍ରିରଙ୍ଗା । ନୂଆଦିଲ୍ଲୀରେ ପ୍ରତିବର୍ଷ ଭବ୍ୟ କାର୍ଯ୍ୟକ୍ରମ ପାଳିତ ହୋଇଆସୁଛି । […]
ଆଜି ସାରା ଦେଶରେ ୭୭ତମ ସାଧାରଣତନ୍ତ୍ର ଦିବସ ଅତ୍ୟନ୍ତ ଉତ୍ସାହର ସହିତ ପାଳନ କରାଯାଉଛି। ଦେଶର ରାଜଧାନୀ ଦିଲ୍ଲୀର କର୍ତ୍ତବ୍ୟ ପଥରେ ପତାକା ଉତ୍ତୋଳନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହି ଅବସରରେ ସାମରିକ ଶକ୍ତି, ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ବାୟୁସେନାର ଅଭୂତପୂର୍ବ ଫ୍ଲାଇପାଷ୍ଟ ଦେଶର ଗର୍ବ, ପ୍ରଗତି ଓ ଏକତାର ପ୍ରତୀକ ସାଜିଛି । ଏହି ପରେଡ ଦେଖି ପ୍ରତ୍ୟେକ ଭାରତୀୟଙ୍କ ହୃଦୟ ଗର୍ବରେ ଭରିଯାଇଛି । ସାମରିକ ପରେଡ ସହିତ ରାଜ୍ୟ ଏବଂ […]
ଆଜି ସାରା ଦେଶରେ ୭୭ତମ ସାଧାରଣତନ୍ତ୍ର ଦିବସ ଅତ୍ୟନ୍ତ ଉତ୍ସାହର ସହିତ ପାଳନ କରାଯାଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବାରବାଟୀ ଷ୍ଟାଡିୟମରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସମ୍ବିଧାନ ଆମ ଜୀବନର ମାନଦଣ୍ଡ । ଆମ ସମ୍ବିଧାନ ଆମକୁ ଭାତୃଭାବରେ ବାନ୍ଧି ରଖିଛି । ମହାପୁରୁଶଙ୍କୁ ମୋର ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜଣାଉଛି । ଏହାସହ ବୀର ସଂଗ୍ରାମୀମାନଙ୍କୁ ମୋର ପ୍ରଣାମ । ଦେଶ ସ୍ବାଧୀନ ପରେ ୨ଟି ଚ୍ୟାଲେଞ୍ଜର […]
