ଶ୍ରୀମନ୍ଦିର ସହ ସମ୍ପର୍କିତ ଦୁଇ ଶବ୍ଦ ଓ ଗୋଟିଏ ଲୋଗୋକୁ ମିଳିଲା ପାଟେଣ୍ଟ

ଶ୍ରୀମନ୍ଦିର ସମ୍ପର୍କିତ ଦୁଇଟି ଶବ୍ଦ ଓ ଗୋଟିଏ ଲୋଗୋ ପାଟେଣ୍ଟ ଅନ୍ତର୍ଭୁକ୍ତ । ଆନନ୍ଦ ବଜାର, ଶ୍ରୀପତିତପାବନ ଦୁଇ ଶବ୍ଦାବଳୀ ଓ ଶ୍ରୀଜଗନ୍ନାଥ ଟେମ୍ପୁଲ ଆଡମିନିଷ୍ଟ୍ରେସନ୍‌ ବା ଏସ୍‌ଜେଟିଏ ଲୋଗୋକୁ ମିଳିଛି ଆଇପି ଇଣ୍ଡିଆର ଅନୁମୋଦନ । ଖୁବ୍‌ଶୀଘ୍ର ଆଉ ୨୬ଟି ନାମକୁ ନେଇ ରହିଥିବା ଆବେଦନପତ୍ରକୁ ମିଳିବ ଅନୁମୋଦନ । ଏନେଇ ଅଧିକ ତଥ୍ୟ ମାଗିଛି ଆଇପି ଇଣ୍ଡିଆ ବା ଇଣ୍ଡିଆନ୍‌ ପାଟେଣ୍ଟ ଅଫିସ୍‌ । ପାଟେଣ୍ଟ ନିୟମ ଅନୁଯାୟୀ କୌଣସି ଜିନିଷ, ଦ୍ରବ୍ୟ କିମ୍ବା […]

ଭୁବନେଶ୍ବରରେ ଦୁଇ ଟ୍ରେନ୍ ମଧ୍ୟରେ ଧକ୍କା । ଗୋଟିଏ ଟ୍ରାକରେ ଦୁଇ ଟ୍ରେନ ମୁହାଁମୁହିଁ

ପୁଣି ରେଳ ବିଭାଗର ବଡ଼ ତ୍ରୁଟି ଅଭିଯୋଗ । ଭୁବନେଶ୍ବରରେ ଦୁଇ ଟ୍ରେନ୍ ମଧ୍ୟରେ ଧକ୍କା । ଝାରପଡ଼ା ବ୍ରିଜ୍ ନିକଟରେ ଟ୍ରେନ୍ ମଧ୍ୟରେ ଧକ୍କା । ଟ୍ରାକରେ ଗୋଟିଏ ଟ୍ରେନ ଠିଆ ହୋଇଥିବାବେଳେ ସାମ୍ନାପଟୁ ଆସିଲା ଆଉ ଏକ ଟ୍ରେନ । ବେଗ କମ୍ ଥିବାରୁ ଟଳିଗଲା ବଡ଼ ଦୁର୍ଘଟଣା । ଭୟରେ ଟ୍ରେନରୁ ଓହ୍ଲାଇ ପଡିଥିଲେ ଯାତ୍ରୀ । ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡ଼ିଛି । ସିଗନାଲ୍ ତ୍ରୁଟି ପାଇଁ ଗୋଟିଏ ଟ୍ରାକରେ […]

ଓଡ଼ିଶାର ଶାନ୍ତିପ୍ରିୟ ପରିବେଶକୁ ନଷ୍ଟ କରିବାକୁ ହୀନ ପ୍ରୟାସ କରୁଛି କଂଗ୍ରେସ: ମନ୍ତ୍ରୀ ରବି ନାଏକ

କଂଗ୍ରେସ ଯୁବନେତା କହ୍ନେୟା କୁମାରଙ୍କ ସମ୍ବଲପୁରରେ ରଣହୁଙ୍କାର l ସମ୍ବଲପୁରରେ NSUI ପକ୍ଷରୁ ଆୟୋଜିତ ଏକ ଜନ ଆକ୍ରୋଶ ରାଲି ଓ ସମାବେଶରେ ଯୋଗ ଦେବାକୁ ଆସି ନିଟ ପ୍ରଶ୍ନ ପତ୍ର ଲିକ ଘଟଣାରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପରେ ବର୍ଷିଛନ୍ତି କହ୍ନେୟା l ତେବେ ପଞ୍ଚାୟତିରାଜ, ଗ୍ରାମୀଣ ବିକାଶ ଓ ପାନୀୟ ଜଳ ମନ୍ତ୍ରୀ ରବି ନାଏକ ଏହାକୁ ପ୍ରତିକ୍ରିୟା ଦେଇଛନ୍ତି ଯେ  ଓଡ଼ିଶା ଭଳି ସ୍ୱାଧୀନତା ସଂଗ୍ରାମର ପବିତ୍ର ମାଟିରେ ଦେଶ […]

ପଞ୍ଚାୟତ ନିର୍ବାଚନ ପାଇଁ ଆଗୁଆ ପ୍ରସ୍ତୁତି; ୱାଟରମାର୍କ ବାଲଟ ପେପର କ୍ରୟ ଲାଗି ଅର୍ଥ ମାଗିଲା ମୁଦ୍ରଣ, ଲିଖନ ଏବଂ ପ୍ରକାଶନ ନିର୍ଦ୍ଦେଶାଳୟ

ପାଖେଇ ଆସୁଛି ପଞ୍ଚାୟତ ନିର୍ବାଚନ । ଏଥିପାଇଁ ଏବେ ଠାରୁ ଅଣ୍ଟା ଭିଡ଼ିଲାଣି ନିର୍ବାଚନ ଆୟୋଗ ।ନିର୍ବାଚନୀ ବାଲଟ ପେପରରେ ମୁଦ୍ରଣ ନିମନ୍ତେ ଆବଶ୍ୟକ ୱାଟରମାର୍କ କାଗଜ କ୍ରୟ ପାଇଁ ମୁଦ୍ରଣ, ଲିଖନ ଏବଂ ପ୍ରକାଶନ ନିର୍ଦ୍ଦେଶାଳୟ, ରାଜ୍ୟ ନିର୍ବାଚନ ଆୟୋଗଙ୍କ ନିକଟରେ ଆବଶ୍ୟକ ଅର୍ଥ ବରାଦ ପାଇଁ ଅନୁରୋଧ କରିଛି ।ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ (ବୈଷୟିକ) ଏ ସମ୍ପର୍କରେ ରାଜ୍ୟ ନିର୍ବାଚନ ଆୟୋଗର ସଚିବଙ୍କୁ ପତ୍ର ଲେଖିଛନ୍ତି । ଏହା ସହିତ ବାଲଟ ପେପରରେ ବ୍ୟବହୃତ ହେବାକୁ […]

ପୁଣି ମୈଦାନକୁ ଓହ୍ଲାଇବାକୁ ଘୋଷଣା କରିଛନ୍ତି ନବୀନ

ପୁଣି ମୈଦାନକୁ ଓହ୍ଲାଇବାକୁ ଘୋଷଣା କରିଛନ୍ତି ନବୀନ ପଟ୍ଟନାୟକ । ଏନେଇ ସେ ଜିଲ୍ଲାକୁ ଜିଲ୍ଲା ବୁଲି ପୁଣି ଦଳୀୟ ସଂଗଠନକୁ ମଜବୁତ କରିବାକୁ ନେତା ଓ କର୍ମୀଙ୍କୁ ନବୀନ ନିର୍ଦ୍ଦେଶ ଦେଇଛନ୍ତି ।ହେଲେ ଜିଲ୍ଲା ଗସ୍ତ ପୂର୍ବରୁ ନବୀନ ପଟ୍ଟନାୟକ ୧୦୦ ଟି ବିଧାନସଭା ମଣ୍ଡଳୀର ନେତାଙ୍କ ସହ ଆଲୋଚନା କରିବା ଓ ସେମାନଙ୍କ ଠାରୁ ପରାମର୍ଶ ମଧ୍ୟ ନେଇଛନ୍ତି । ଏଥିରେ ନବୀନ ଦଳୀୟ ନେତାଙ୍କୁ କହିଛନ୍ତି କି, ୨ ବର୍ଷ ମଧ୍ୟରେ ରାଜ୍ୟ […]

ଉଡ଼ାଣ ଭରିବା ସମୟରେ କ୍ରାଶ ହେଲା ହେଲିକପ୍ଟର, ଯବାନ ମୃତ!

ପାକିସ୍ତାନରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଏକ ପାକିସ୍ତାନ ସେନା ଆଭିଏସନ୍ Mi-17 ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ଯାହା ଫଳରେ ଏଥିରେ ଥିବା ସମସ୍ତ ଯାତ୍ରୀଙ୍କର ମୃତ୍ୟୁ ହୋଇଛି ।ସେନା ପକ୍ଷରୁ ବୟାନ ଜାରି କରି କୁହାଯାଇଛି କି, ହେଲିକପ୍ଟର କୌଣସି ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଦୁର୍ଘଟଣାର ଶିକାର ହୋଇଛି । ଦୁର୍ଘଟଣା ପରେ ରେସକ୍ୟୁ ଟିମ୍ ଏବଂ ରିକଭରୀ ଟିମ୍ ଦୁର୍ଘଟଣା ସ୍ଥଳରେ ପହଞ୍ଚିଛି । ତେବେ ମୃତକଙ୍କ ସଂଖ୍ୟା ଏଯାଏଁ […]

କାଳ ହେଲା କାଳ ବୈଶାଖୀ,ଉଡ଼ିଗଲା ଛତୁଆ ଟି ଏଚ ଅର୍ ୟୁନିଟ୍ ର ଛାତ

ରାୟଗଡା ତା ୧୦/୦୬ (ନିପ୍ର) କାଳ ହେଲା କାଳ ବୈଶାଖୀ । କାଳ ବୈଶାଖୀର ତାଣ୍ଡବରେ ଉଡ଼ିଗଲା ମାଁ ଭଗବତୀ ଗ୍ରୁପ୍ ଦ୍ୱାରା ପରିଚାଳିତ ଛତୁଆ ଟି ଏଚ ଅର୍ ୟୁନିଟ୍ ର ଛାତ। ସୂଚନା ମୁତାବକ ରାୟଗଡ଼ା ଜିଲ୍ଳା କାଶୀପୁର ବ୍ଲକରେ ଜିଲ୍ଲାର ସର୍ବ ବୃହତ୍ ଛତୁଆ ଟି ଏଚ ଅର୍ ୟୁନିଟ୍ ରହିଥିବା ବେଳେ ଏହାକୁ କାଶୀପୁର ସଦର ସ୍ଥିତ ମାଁ ଭଗବତୀ ଗ୍ରୁପ୍ ଦ୍ୱାରା ପରିଚାଳନା କରାଯାଉଛି । ଆଜି ଅପରାହ୍ନ ପ୍ରାୟ […]

ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ ମିସାଇଲର ସଫଳ ପରୀକ୍ଷଣ

 ବାଲେଶ୍ଵର ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ରରୁ  ଲଞ୍ଚ ପ୍ୟାଡ-୩ରୁ ଏକ ଗୁରୁତ୍ୱପୂର୍ଣ୍ଣ ମିସାଇଲ ପରୀକ୍ଷଣ ହୋଇଛି । ଆଜି ଅପରାହ୍ନ ୩.୫୦ରେ ଉତକ୍ଷେପଣ ହୋଇଛି ମିସାଇଲ । ମିସାଇଲ ପରୀକ୍ଷଣ ପାଇଁ ଲଞ୍ଚ ପ୍ୟାଡ଼ରୁ ୧ରୁ ୩.୫ କିଲୋମିଟର ମଧ୍ୟରେ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲା । ପ୍ରାୟ ୧୧ ହଜାର ୪୪୨ଜଣଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥାନାନ୍ତର କରାଯାଇଥିଲା ।  ଏଥିପାଇଁ ପୋଲିସ ପ୍ରଶାସନ ପକ୍ଷରୁ ମଧ୍ୟ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା ।

ଦୀର୍ଘ ଦିନର ବିବାଦରେ ପଡିଲା ପୂର୍ଣ୍ଣଚ୍ଛେଦ, ଦୀଘା ଜଗନ୍ନାଥ ମନ୍ଦିରରୁ ହଟିଲା ‘ଧାମ’ ଶବ୍ଦ

ଦୀଘା ଜଗନ୍ନାଥ ମନ୍ଦିରରୁ ‘ଧାମ’ ଶବ୍ଦ ହଟିବା ନେଇ ମଙ୍ଗଳବାର ବଡ଼ ଘୋଷଣା କରିଥିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ । ‘ଧାମ’ ଶବ୍ଦ ହଟାଯାଇ ଲାଗିଲା ଜଗନ୍ନାଥ ମନ୍ଦିର ସୂଚନା ଫଳକ । ସ୍ଥାନୀୟ ବିଧାୟକ ଚନ୍ଦ୍ର ଶେଖର ମଣ୍ତଳ ଏବଂ ମନ୍ଦିର ଟ୍ରଷ୍ଟ ବୋର୍ଡର ମୁଖ୍ୟ ରାଧାମୋହନ ଦାସଙ୍କ ଉପସ୍ଥିତିରେ ଏହି ‘ଧାମ’ ଶବ୍ଦ ହଟାଯାଇଛି । ଏ ନେଇ ପୂର୍ବରୁ ବହୁ ଦାବି ହୋଇଥିବା ବେଳେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କୁ ଚିଠି […]

ସୋମବାର ଦିନ ଖୋଲା ରହିବ ‘ନନ୍ଦନକାନନ’

ସୋମବାର ଦିନ ଖୋଲା ରହିବ ‘ନନ୍ଦନକାନନ’। ଏଥର ରଜ ପର୍ବ ଉପଲକ୍ଷେ ସୋମବାରରେ ଖୋଲା ରହିବ ‘ନନ୍ଦନକାନନ’ ପ୍ରାଣୀ ଉଦ୍ୟାନ ଓ ରାଜ୍ୟ ଉଦ୍ଭିଦ ଉଦ୍ୟାନ।ଅନ୍ୟ ଦିନମାନଙ୍କରେ ସୋମବାର ନନ୍ଦନକାନନ ବନ୍ଦ ରହିଥାଏ। ମାତ୍ର ଏବର୍ଷ ‘ରଜ’ର ୨ୟ ଦିନ ସୋମବାର ପଡୁଥିବାରୁ ଏହି ଦିନ ପର୍ଯ୍ୟଟକମାନଙ୍କ ପାଇଁ ନନ୍ଦନକାନନ ଖୋଲା ରହିବ। ଏନେଇ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି। ମାତ୍ର ତା’ପର ଦିନ ଅର୍ଥାତ୍ ୧୬.୦୬.୨୬ (ମଙ୍ଗଳବାର) ଦିନ ନନ୍ଦନକାନନ ବନ୍ଦ ରହିବ।

ସୋମବାର ଦିନ ଖୋଲା ରହିବ ‘ନନ୍ଦନକାନନ’

ସୋମବାର ଦିନ ଖୋଲା ରହିବ ‘ନନ୍ଦନକାନନ’। ଏଥର ରଜ ପର୍ବ ଉପଲକ୍ଷେ ସୋମବାରରେ ଖୋଲା ରହିବ ‘ନନ୍ଦନକାନନ’ ପ୍ରାଣୀ ଉଦ୍ୟାନ ଓ ରାଜ୍ୟ ଉଦ୍ଭିଦ ଉଦ୍ୟାନ।ଅନ୍ୟ ଦିନମାନଙ୍କରେ ସୋମବାର ନନ୍ଦନକାନନ ବନ୍ଦ ରହିଥାଏ। ମାତ୍ର ଏବର୍ଷ ‘ରଜ’ର ୨ୟ ଦିନ ସୋମବାର ପଡୁଥିବାରୁ ଏହି ଦିନ ପର୍ଯ୍ୟଟକମାନଙ୍କ ପାଇଁ ନନ୍ଦନକାନନ ଖୋଲା ରହିବ। ଏନେଇ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି। ମାତ୍ର ତା’ପର ଦିନ ଅର୍ଥାତ୍ ୧୬.୦୬.୨୬ (ମଙ୍ଗଳବାର) ଦିନ ନନ୍ଦନକାନନ ବନ୍ଦ ରହିବ।

ଯୁଦ୍ଧ ଯୋଗୁ ସୁନା-ରୁପା  ଦରରେ ବହୁତ ବଡ଼ ହ୍ରାସ

ଆଜି ଅନ୍ତର୍ଜାତୀୟ ଏବଂ ଘରୋଇ ସୁନା ବଜାରରେ ସୁନା ଏବଂ ରୂପା ମୂଲ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ହ୍ରାସ ପରିଲକ୍ଷିତ ହେଉଛି । ପଶ୍ଚିମ ଏସିଆରେ ଇରାନ ଏବଂ ଆମେରିକା ମଧ୍ୟରେ ପୁନଃ ସାମରିକ ଉତ୍ତେଜନା ଏବଂ ଆମେରିକୀୟ ଡଲାର ସୁଦୃଢ଼ ହେବା ଯୋଗୁଁ ଉଭୟ ମୂଲ୍ୟବାନ ଧାତୁ ୧-୩% ହ୍ରାସ ପାଇଛି ।ଇଣ୍ଡିଆ ବୁଲିୟନ୍ ଆଣ୍ଡ୍ ଜୁଏଲର୍ସ ଆସୋସିଏସନ୍ (IBJA) ଅନୁଯାୟୀ ଜୁନ ୧୦ ତାରିଖରେ (ବୁଧବାର), ୨୪ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟରେ ₹୪,୦୯୦ […]