ନିଛାଟିଆ କୂଅରୁ ଜଣେ ଜୀବନ୍ତ ବ୍ୟକ୍ତି ଉଦ୍ଧାର । ୪ ଦିନ ପରେ କୂଅ ଭିତରୁ ଜୀବନ୍ତ ବ୍ୟକ୍ତି ଉଦ୍ଧାର ହୋଇଛନ୍ତି । ବିଜେପୁର ସମଲାଇପଦର ନର୍ସରୀରେ ଥିବା ନିଛାଟିଆ କୂଅରୁ ଉଦ୍ଧାର ହୋଇଛନ୍ତି । ଉଦ୍ଧାର ହୋଇଥିବା ବ୍ୟକ୍ତିଙ୍କ କହିବା ଅନୁସାରେ, ଗତ ରବିବାର ପ୍ରଭାତ ପ୍ରାୟ ୩ଟା ସମୟରେ ପାଞ୍ଚଜଣ ବ୍ୟକ୍ତି ତାଙ୍କୁ ଆକ୍ରମଣ କରିଥିଲେ । ପରେ ସେ ମୃତ ବୋଲି ଭାବି ତାଙ୍କୁ କୂଅ ଭିତରକୁ ଫିଙ୍ଗି ଦେଇ ପଳାଇ ଯାଇଥିବା […]
CMOରୁ ଫାଇଲ୍ ଗାଏବ ଘଟଣାରେ ଗୁରୁତର ଅଭିଯୋଗ ଆଣିଲେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟା ଘଟଣାରେ ନାଇଡୁ କମିଶନଙ୍କ ରିପୋର୍ଟ ଓ ସମ୍ ହସ୍ପିଟାଲ ଅଗ୍ନିକାଣ୍ଡ ରିପୋର୍ଟର ତଥ୍ୟ ରଖିଛନ୍ତି ରାଜସ୍ୱ ମନ୍ତ୍ରୀ । ଉଭୟ ରିପୋର୍ଟ ଗୃହ ବିଭାଗରୁ ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରକୁ ଯାଇଛି । ତତ୍କାଳୀନ ମୁଖ୍ୟ ସଚିବଙ୍କ ଜରିଆରେ ଯିବାର ପ୍ରମାଣ ରହିଛି । ମାତ୍ର ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରକୁ ଆଉ ଫେରି ନାହିଁ । […]
ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୧,୪୫,୬୪୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ ସୁନା ଦର ୧,୩୩,୫୦୦ ଟଙ୍କା ଛୁଇଁଛି ।୧୮ କ୍ୟାରେଟ ୧୦ ଗ୍ରାମ୍ ସୁନା ଦାମ୍ ୧,୦୯,୨୩୦ ଟଙ୍କା ରହିଛି। ଏଥିରେ ୧,୬୦୦ ଟଙ୍କା ହ୍ରାସ ହୋଇଛି।କିଛି ଦିନ ପରେ ଲଗାତାର ୨ୟ ଦିନ ପାଇଁ ସୁନା ଦାମ୍ କମ୍ ହୋଇଛି। ଦୁଇ ଦିନରେ ୨୨ କ୍ୟାରେଟ୍ ସୁନା ଦାମ୍ ପ୍ରାୟ ୬ ହଜାର ଟଙ୍କା କମିଛି। ୨୪ କ୍ୟାରେଟ୍ […]
ଦୁର୍ଘଟଣାରେ ଯେତେବେଳେ କୌଣସି ବ୍ୟକ୍ତିଙ୍କର ମୃତ୍ୟୁ ହୁଏ, ସେତେବେଳେ ତାଙ୍କର ରୋଜଗାର କିମ୍ୱା ଦରମା ହିସାବରେ କ୍ଷତିପୂରଣ ସ୍ଥିର କରାଯାଏ। କିନ୍ତୁ ହୋମ ମେକର୍ (ଗୃହିଣୀ) ମହିଳାମାନଙ୍କ ସହ ଜଡ଼ିତ ମାମଲାରେ ଏହି ବିଷୟଟି ଜଟିଳ ହୋଇଯାଏ, କାରଣ ଗୃହିଣୀମାନଙ୍କର କୌଣସି ର୍ନିଦ୍ଦିଷ୍ଟ ରୋଜଗାର ନଥାଏ। ଏବେ ସୁପ୍ରିମକୋର୍ଟ ଗୃହିଣୀମାନଙ୍କ କ୍ଷତିପୂରଣକୁ ନେଇ ଏକ ବଡ଼ ନିଷ୍ପତ୍ତି ଶୁଣାଇଛନ୍ତି।କୋର୍ଟ କହିଛନ୍ତି ଯେ, ସେମାନେ ମାଗଣାରେ କରୁଥିବା ଘରକାମର ମୂଲ୍ୟ ଅତିକମରେ ମାସିକ ୩୦ ହଜାର ଟଙ୍କା ହିସାବରେ […]
ରାଜ୍ୟସଭାକୁ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହେଲେ ଦେବାଶିଷ ସାମନ୍ତରାୟ। ବିଜେପି ପ୍ରାର୍ଥୀ ଭାବେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହେଲେ ଦେବାଶିଷ। କିନ୍ତୁ ସେ ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କରିଥିବାରୁ ଏହି ଉପନିର୍ବାଚନ ପାଇଁ ଆଉ ଭୋଟିଂର ଆବଶ୍ୟକତା ପଡ଼ିଲା ନାହିଁ। ଫଳରେ ସେ ନିର୍ଦ୍ୱନ୍ଦ୍ୱରେ ବିଜୟୀ ହୋଇଥିବା ନେଇ ଗୁରୁବାର ଘୋଷଣା କରାଯାଇଛି।କିଛି ଦିନ ତଳେ ଦେବାଶିଷ ବିଜେଡି (ବିଜୁ ଜନତା ଦଳ)ରୁ ଇସ୍ତଫା ଦେବା ପରେ ଏହି ଆସନଟି ଖାଲି ପଡ଼ିଥିଲା ଏବଂ ଏଥିପାଇଁ ଉପନିର୍ବାଚନ […]
ସିଏମଓରୁ ଦୁଇ ଫାଇଲ ହଜିବା ଘଟଣାରେ ପୋଲିସର ତଦନ୍ତ ଆରମ୍ଭ । କ୍ୟାପିଟାଲ ଥାନା ଅଧିକାରୀ ଲୋକସେବା ଭବନରେ ଗୃହ ବିଭାଗର ଯୁଗ୍ମ ସଚିବ ଶରତ ଚନ୍ଦ୍ର ମାରାଣ୍ଡିଙ୍କ ଠାରୁ ତଥ୍ଯ ନେଇଛନ୍ତି । କ୍ୟାପିଟାଲ ଥାନାରେ FIR ପରେ ଖୋଳତାଡ଼ ଆରମ୍ଭ ।ବିଜେପିକୁ ଦାୟୀ କଲା ବିଜେଡି । ଦୁଇ ବର୍ଷ ହେଲା ସରକାର କାହିଁକି ଚୁପ ବସିଥିଲେ ବୋଲି ପ୍ରଶ୍ନ କରିଛି ଦଳ । ହଜିଛି ନା ବି ବିଜେପି ତାକୁ ହଜାଇ ଦେଇଛି […]
ସ୍ୱାମୀ ଲକ୍ଷ୍ମଣାନନ୍ଦ ହତ୍ୟା ଘଟଣା ନାଇଡୁ କମିସନ୍ ରିପୋର୍ଟ ହଜିବା ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ଜଷ୍ଟିସ ଏ.ଏସ୍ ନାଇଡୁ। ଏହା ଏକ ଦୁର୍ଭାଗ୍ୟ ଜନକ ଘଟଣା ବୋଲି କହିଛନ୍ତି। ଦେଢ଼ ହଜାର ପୃଷ୍ଠାର ରିପୋର୍ଟ ପ୍ରସ୍ତୁତ ହୋଇ ସରକାରଙ୍କୁ ଦିଆ ଯାଇଥିଲା। ଏହା ଚୋରି ହେବା ସହଜ କଥା ନୁହେଁ। ରିପୋର୍ଟର ଦ୍ବିତୀୟ କପି ନାହିଁ। ଅନ୍ୟପଟେ ଲକ୍ଷ୍ଣାନନ୍ଦ ସରସ୍ୱତୀ ହତ୍ୟା ମାମଲାରେ ତଦନ୍ତ ମାମଲାର ତଦନ୍ତ ରିପୋର୍ଟ ନେଇ ଟାର୍ଗେଟ କରିଛି ବିଜେପି। ପ୍ରେସମିଟ କରି […]
ହ୍ୱାଟ୍ସଆପରେ ପୋଷ୍ଟ କରୁଥିବା ଏବଂ ଷ୍ଟାଟସ୍ ଦେଖୁଥିବା ଲୋକଙ୍କ ପାଇଁ ଖୁସି ଖବର। ଏବେ 24 ଘଣ୍ଟା ପରେ ଷ୍ଟାଟସ୍ ଅଦୃଶ୍ୟ ହୋଇଯିବ, କିନ୍ତୁ ସେଗୁଡ଼ିକୁ ଡିଲିଟ୍ ହେବ ନାହିଁ। ହ୍ୱାଟ୍ସଆପରେ ଅଭିଲେଖାଗାରକୁ ଯାଇ, ଆପଣ ପୁରୁଣା ଷ୍ଟାଟସ୍ ଦେଖିପାରିବେ ଏବଂ ଯେକୌଣସିକୁ ପୁରୁଣା ପୋଷ୍ଟକୁ ପୁନଃପୋଷ୍ଟ କରିପାରିବେ। ଏହି ବୈଶିଷ୍ଟ୍ୟ ଖୁବ୍ ଶୀଘ୍ର ସମସ୍ତ ଉପଭୋକ୍ତାଙ୍କ ଫୋନରେ ଉପଲବ୍ଧ ହେବ।WhatsApp ର ଷ୍ଟାଟସ୍ ଆର୍କାଇଭ୍ ଫିଚର ଏବେ ରୋଲଆଉଟ୍ ପାଇଁ ପ୍ରସ୍ତୁତ। ରିପୋର୍ଟ ଅନୁଯାୟୀ, ଏହି […]
ବହୁ ଚର୍ଚ୍ଚିତ ବାଲିଅନ୍ତା ସୌମ୍ୟ ମୃତ୍ୟୁ ଘଟଣାରେ ବଡ ରହସ୍ୟ ସାମ୍ନାକୁ ଆସିଛି। ସୌମ୍ୟଙ୍କ ମୁଣ୍ଡରେ ଶକ୍ତ ଆଘାତ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିଲା । ଶରୀରର ୨୧ଟି ଜାଗାରେ ଲାଗିଥିଲା ଗଭୀର ଆଘାତ । ମୁଣ୍ଡର ଆଗ, ପଛ ଓ ମଝିରେ ଶକ୍ତ ଆଘାତ ଯୋଗୁଁ ରକ୍ତ ଜମାଟ ବାନ୍ଧି ଫୁଲି ଯାଇଥିଲା । ଫୁସଫୁସରେ ମଧ୍ୟ ରକ୍ତ ଜମାଟ ବାନ୍ଧିଥିଲା । ନିଶା ଦ୍ରବ୍ୟ ସେବନ କରିଥିଲେ କି ନାହିଁ ତାହା ଜାଣିବାକୁ ନମୂନା […]
କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗର ଅଞ୍ଚଳର ଯୁବକ ବିନୋଦ କୁମାର ଦାସଙ୍କୁ ଅବକାରୀ ବିଭାଗ ପକ୍ଷରୁ ଥାର୍ଡ ଡିଗ୍ରୀ ଦିଆଯାଇଥିବା ଘଟଣାରେ SI ଓ ASIଙ୍କୁ ସସ୍ପେଣ୍ଡ କଲେ ଅବକାରୀ କମିଶନର।ଅବକାରୀ SI ଛାୟାକାନ୍ତ ନାୟକ ଓ ASI ପ୍ରଦୀପ ମଲ୍ଲିକ ସସ୍ପେଣ୍ଡ ହୋଇଛନ୍ତି। ପୂର୍ବରୁ ଛାୟାକାନ୍ତଙ୍କୁ ଜିଲ୍ଲା ଅବକାରୀ ମୁଖ୍ୟାଳୟକୁ ବଦଳି କରାଯାଇଥିଲା। ସେହିପରି ଘଟଣାରେ ଜଡ଼ିତ ASI ପ୍ରଦୀପ କୁମାରଙ୍କୁ ଆଳି ଏକ୍ସସାଇଜ ଷ୍ଟେସନକୁ ବଦଳି କରାଯାଇଥିଲା।ସୂଚନା ଅନୁଯାୟୀ, ମେ ୨୮ ତାରିଖରେ ରାଜନଗର ବାରଦିଆରେ […]
ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମଙ୍କ ମୃତ୍ୟୁ ଘଟଣାରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି | ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମଙ୍କ ମୃତ୍ୟୁର ଆସିଲା ପୋଷ୍ଟମର୍ଟମ ରିପୋର୍ଟ। ପାଣିରେ ବୁଡ଼ି ଅଣନିଶ୍ବାସୀ ହେବାରୁ ଚନ୍ଦ୍ରିକାଙ୍କ ମୃତ୍ୟୁ ହୋଇଥିବା ପୋଷ୍ଟମର୍ଟମ ରିପୋର୍ଟ ଦର୍ଶାଯାଇଛି । ତେବେ ଚନ୍ଦ୍ରିକାଙ୍କୁ ହତ୍ୟା କରାଯାଇଥିବା ନେଇ ଯେଉଁ ଚର୍ଚ୍ଚା ହେଉଥିଲା, ତାର କୌଣସି ସତ୍ୟତା ନାହିଁ । କାରଣ ହତ୍ୟା କରାଯାଇଥିବା ନେଇ ପୋଷ୍ଟ ମର୍ଟମ ରିପୋର୍ଟରେ କିଛି ଉଲ୍ଲେଖ କରାଯାଇ ନାହିଁ […]
ଶ୍ରୀମନ୍ଦିର ସମ୍ପର୍କିତ ଦୁଇଟି ଶବ୍ଦ ଓ ଗୋଟିଏ ଲୋଗୋ ପାଟେଣ୍ଟ ଅନ୍ତର୍ଭୁକ୍ତ । ଆନନ୍ଦ ବଜାର, ଶ୍ରୀପତିତପାବନ ଦୁଇ ଶବ୍ଦାବଳୀ ଓ ଶ୍ରୀଜଗନ୍ନାଥ ଟେମ୍ପୁଲ ଆଡମିନିଷ୍ଟ୍ରେସନ୍ ବା ଏସ୍ଜେଟିଏ ଲୋଗୋକୁ ମିଳିଛି ଆଇପି ଇଣ୍ଡିଆର ଅନୁମୋଦନ । ଖୁବ୍ଶୀଘ୍ର ଆଉ ୨୬ଟି ନାମକୁ ନେଇ ରହିଥିବା ଆବେଦନପତ୍ରକୁ ମିଳିବ ଅନୁମୋଦନ । ଏନେଇ ଅଧିକ ତଥ୍ୟ ମାଗିଛି ଆଇପି ଇଣ୍ଡିଆ ବା ଇଣ୍ଡିଆନ୍ ପାଟେଣ୍ଟ ଅଫିସ୍ । ପାଟେଣ୍ଟ ନିୟମ ଅନୁଯାୟୀ କୌଣସି ଜିନିଷ, ଦ୍ରବ୍ୟ କିମ୍ବା […]
