ଫିଲିପାଇନ୍ସରେ ବିମାନ ଦୁର୍ଘଟଣା : ଚାରି ପାଇଲଟଙ୍କ ମୃତ୍ୟୁ

ଫିଲିପାଇନ୍ସ ବାୟୁସେନାର ଦୁଇଟି ବିମାନ ଧକ୍କା ହୋଇଛି। ବାଟାଙ୍ଗାସ୍ ପ୍ରଦେଶର ଫର୍ଣ୍ଣାଣ୍ଡୋ ବାୟୁସେନା ଘାଟିରେ ଏକ ତାଲିମ ଉଡ଼ାଣ ସମୟରେ ଦୁଇଟି ଏସଏଫ-୨୬୦ ବିମାନ ମଧ୍ୟରେ ହୋଇଥିବା ଧକ୍କାରେ ଚାରି ଜଣ ପାଇଲଟଙ୍କ ମୃତ୍ୟୁ ଘଟିଛି।ଫିଲିପାଇନ୍ସର ବାଟାଙ୍ଗାସ୍ ପ୍ରଦେଶର ଲିପା ସହରସ୍ଥିତ ଫର୍ନାଣ୍ଡୋ ଏୟାର ବେସରେ ଘଟିଛି ଦୁର୍ଘଟଣା ।ବାୟୁସେନାର ୨ଟି SF-260 ଟ୍ରେନର୍ ବିମାନ ନିୟମିତ ପ୍ରଶିକ୍ଷଣ ଉଡ଼ାଣରେ ଥିବାବେଳେ ସ୍ଥାନୀୟ ସମୟ ଅପରାହ୍ଣ ପ୍ରାୟ ୩ଟା ୫୧ ମିନିଟରେ ପରସ୍ପର ସହ ଧକ୍କା ହୋଇଥିଲା । ଧକ୍କା ପରେ ଉଭୟ ବିମାନ ଏୟାର ବେସ୍ ପରିସରରେ ଖସିପଡ଼ିଥିଲା । ଦୁଇଟି ବିମାନରେ ମୋଟ ୪ ଜଣ ପାଇଲଟ୍ ଥିଲେ । ଦୁର୍ଘଟଣା ପରେ ତୁରନ୍ତ ଜରୁରୀକାଳୀନ ଉଦ୍ଧାରକାରୀ ଦଳକୁ ଘଟଣାସ୍ଥଳକୁ ପଠାଯାଇଥିଲା ।ଫିଲିପାଇନ୍ସ ବାୟୁସେନା ଅନୁଯାୟୀ, ଦୁର୍ଘଟଣାର କାରଣ ତଦନ୍ତ ସମାପ୍ତ ନହେବା ପର୍ଯ୍ୟନ୍ତ ବାୟୁସେନା ଏହାର ସମସ୍ତ ଏସଏଫ-୨୬୦ ତାଲିମ ବିମାନକୁ ଅସ୍ଥାୟୀ ଭାବରେ ଗ୍ରାଉଣ୍ଡ କରିଛି।

ଅଧିକ ପଢନ୍ତୁ