ଜ୍ଞାନେଶ କୁମାରଙ୍କ ବହିଷ୍କାର ଦାବିରେ ଶ୍ରମିକ-କୃଷକ ବିକ୍ଷୋଭ

ନୟାଗଡ଼,(ଓଡ଼ିଶା ଦର୍ପଣ):ଭୋଟ ଜାଲିଆତିର ପ୍ରମୁଖ ଜ୍ଞାନେଶକୁମାରଙ୍କ ବହିଷ୍କାର , ଉଦ୍ଦେଶ୍ୟମୂଳକ ଭାବେ ତାଲିକାରୁ କଟିଥିବା ଭୋଟରଙ୍କୁ ନ୍ୟାୟ ପ୍ରଦାନ,  ନିର୍ବାଚନ କମିସନ ଗଢିବାର ପଦ୍ଧତି ସଂଶୋଧନ ଓ ପ୍ରଗତିଶୀଳ ନିର୍ବାଚନ ସଂସ୍କାର ଦାବିରେ ସିଆଇଟିୟୁ, କୃଷକ ସଭା, କ୍ଷେତମୂଲିଆ ୟୁନିଅନ, ଗଣତାନ୍ତ୍ରିକ ମହିଳା ସମିତି, ଯୁବ ଫେଡେରେସନ ପକ୍ଷରୁ ନୟାଗଡ଼ ଠାରେ ବରିଷ୍ଠ ଶ୍ରମିକ ନେତା ବିଶ୍ଵନାଥ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଦିନ ଏକ ପଟୁଆର ଓ ବିକ୍ଷୋଭ ସଭା ଅନୁଷ୍ଠିତ ହୋଇଯାଇଛି ।‌ମୋଦି ସରକାର ଦେଶକୁ ଅବାଧରେ ଶୋଷଣ କରିବା ପାଇଁ ଆଦାନୀ ଅମ୍ବାନୀଙ୍କୁ ନିରଙ୍କୁଶ କରିବା ଲକ୍ଷ୍ୟରେ ଭୋଟର ତାଲିକାରୁ ସରକାର-ବିରୋଧୀ ଭୋଟରଙ୍କୁ ବାଦ ଦେବା ଲକ୍ଷ୍ୟରେ ବଚସ୍କର ଜ୍ଞାନେଶକୁମାରଙ୍କୁ ବ୍ୟବହାର କରି ଯେଭଳି ଦେଶର ତେର କୋଟି ଭୋଟରଙ୍କୁ ବାଦ ଦିଆଯାଇଛି, ତାହା ରାଷ୍ଟ୍ରର ଗଣତାନ୍ତ୍ରିକ ବିଧିବିଧାନ ପ୍ରତି ଚ୍ୟାଲେଞ୍ଜ ସୃଷ୍ଟି କରିଛି ବୋଲି ବିକ୍ଷୋଭକାରୀ ନେତାମାନେ ମତବ୍ୟକ୍ତ କରିଥିଲେ। ଏହି ବିକ୍ଷୋଭରେ ସିଟୁ ଜିଲ୍ଲା ଆବାହକ ଶରତଚନ୍ଦ୍ର ବେହେରା, କୃଷକ ସଭା ସମ୍ପାଦକ ପବିତ୍ର ଇନ୍ଦ୍ରଜିତ, ଯୁବଫେଡେରେସନ ରାଜ୍ୟ ନେତା ସରୋଜ ନାୟକ, ମହିଳା ସମିତି ନେତ୍ରୀ ଜ୍ୟୋତିପ୍ରଭା ଜେନା,‌ଆଶା ଜିଲ୍ଲା ସଭାପତି ଚାପଧାରୀ ରାଉତ, ପାଚିକା ଜିଲ୍ଲା ନେତ୍ରୀ ଜୟନ୍ତୀ ଦାଶ, ଯୁବନେତା ବିପିନକୁମାର ବାଜୁ ପ୍ରମୁଖ ଉଦ୍ ବୋଧନ ଦେଇଥିଲେ।

ଅଧିକ ପଢନ୍ତୁ