୨ ବର୍ଷରେ ରାଜ୍ୟ ସରକାରଙ୍କ ୧୨ ବିଫଳତା ବଖାଣିଲେ ରଣେନ୍ଦ୍ର

୨୪ ମାସରେ ରାଜ୍ୟ ସରକାରଙ୍କ ୧୨ ବିଫଳତା ବଖାଣିଲା ବିଜେଡି।ସରକାରଙ୍କୁ ଘେରିଲେ ବିଜେଡିର ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ।ଭତ୍ତା ପାଉନାହାନ୍ତି ହିତାଧିକାରୀ । ସଂକଳ୍ପ ପତ୍ରରେ କହିଥିଲେ ସମସ୍ତ ହିତାଧିକାରୀଙ୍କୁ ଭତ୍ତା ୩୫୦୦ ଟଙ୍କା ଦିଆଯିବ, ହେଲେ ଦେଉନାହାନ୍ତି । ନବୀନ ବାବୁ ଯେଉଁ ୧୦୦୦ ଟଙ୍କା ଦେଉଥିଲେ ତାକୁ ବି ୩ ମାସ ହେଲା ଦେଉନାହାନ୍ତି ହିତାଧିକାରୀ ମାନଙ୍କୁ ।ବିଜେପି କହିଥିଲା ଚାଷୀଙ୍କୁ ୮୦୦ ଟଙ୍କା ଇନପୁଟ୍ ସବସିଡି ଦେବେ, ଚଳିତ ଖରିଫରେ […]

ଶାଶୁ ଓ ଶ୍ବଶୁରଙ୍କୁ ନିଆଁ ଲଗାଇଦେଲା ଜ୍ୱାଇଁ

ନାଉପଦ ଗାଁରେ ଏକ ଭୟଙ୍କର ପାରିବାରିକ ହିଂସା ଘଟଣା ସାମ୍ନାକୁ ଆସିଛି । ଜ୍ୱାଇଁ ନିଜ ଶାଶୁ ଓ ଶ୍ୱଶୁରଙ୍କୁ ପେଟ୍ରୋଲ ଢାଳି ନିଆଁ ଲଗାଇ ହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ, ପାରିବାରିକ କଳହକୁ କେନ୍ଦ୍ର କରି ଏହି ଘଟଣା ଘଟିଛି । ହଠାତ ଆକ୍ରମଣରେ ଜ୍ୱାଇଁ ଶାଶୁ ଓ ଶ୍ୱଶୁରଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ । ଏହି ଘଟଣାରେ ଦୁହେଁ ଗୁରୁତର ଭାବେ ଆହତ ହୋଇଛନ୍ତି […]

ବନ୍ୟା ଋତୁ ପାଇଁ କଟକଣା, ଜଳସମ୍ପଦ ବିଭାଗ ଛୁଟି ଉପରେ ଲାଗିଲା ରୋକ୍

ବନ୍ୟା ଋତୁ ଏବଂ ମୌସୁମୀ ସମୟରେ ଜଳସମ୍ପଦ ବିଭାଗ ଅଧିକାରୀଙ୍କ ଛୁଟି ଉପରେ କଟକଣା ଲଗାଯାଇଛି । ବିନା ଅନୁମତିରେ ସେମାନେ ମୁଖ୍ୟାଳୟ ଛାଡ଼ିପାରିବେ ନାହିଁ । ଜରୁରୀ ପରିସ୍ଥିତି ଏବଂ ବନ୍ୟା ମୁକାବିଲା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି । ଜଳ ସମ୍ପଦ ବିଭାଗର ଅଧିକାରୀଙ୍କ ପାଇଁ କଟକଣା ଲାଗୁ କରିଛନ୍ତି ସରକାର ।ଜଳସମ୍ପଦ ବିଭାଗର ପ୍ରମୁଖ ସଚିବଙ୍କ ଅଧ୍ୟକ୍ଷତାରେ ବନ୍ୟା ଋତୁ ପୂର୍ବ ପ୍ରସ୍ତୁତି ସମୀକ୍ଷା ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ବୈଠକରେ […]

ରଜରେ ସାରା ଓଡ଼ିଶାକୁ ଭିଜେଇବ ମୌସୁମୀ, ଆସନ୍ତା ୪ରୁ ୫ ଦିନ ମଧ୍ୟରେ ଓଡ଼ିଶା ଛୁଇଁବ ମୌସୁମୀ

ଆଗାମୀ ୨-୩ ଦିନରେ ମୌସୁମୀ ଓଡ଼ିଶା ଛୁଇଁବା ନେଇ ପାଣିପାଗ ବିଭାଗ ଆକଳନ କରିଥିଲା। ହେଲେ ଏ ଅପେକ୍ଷା ସାମାନ୍ୟ ଲମ୍ବିପାରେ। ପାଣିପାଗ ବିଭାଗର ତାଜା ପୂର୍ବାନୁମାନ କହୁଛି, ମୌସୁମୀ ଓଡ଼ିଶା ଛୁଇଁବାକୁ ଆହୁରି ୪-୫ ଦିନ ସମୟ ଲାଗିପାରେ। ତେବେ ଆସନ୍ତା ୩ ଦିନ ଯାଏଁ ରାଜ୍ୟରେ ଦିନ ତାପମାତ୍ରାରେ ସେଭଳି କୌଣସି ବଡ଼ ପରିବର୍ତ୍ତନ ହେବନି। ଏହାପରେ ତାପମାତ୍ରା ସାମାନ୍ୟ ଖସିବା ସହ ଅସହ୍ୟ ଗରମରୁ କିଛିଟା ଆଶ୍ୱସ୍ତି ମିଳିପାରେ। ତେବେ ଆଜି ସମ୍ଭାବ୍ୟ […]

ଟିଏମସିକୁ ପୁଣି ବଡ଼ ଝଟକା, ପାର୍ଟିରୁ ଇସ୍ତଫା ଦେଲେ ସାଂସଦ ସୁସ୍ମିତା ଦେବ

ମମତା ବାନାର୍ଜୀଙ୍କୁ ଗୋଟିଏ ପରେ ଗୋଟିଏ ଝଟକା ଲାଗିବାରେ ଲାଗିଛି ।ମମତା ବାନାର୍ଜୀଙ୍କ ଅତି ଘନିଷ୍ଠ ତଥା ତୃଣମୂଳ କଂଗ୍ରେସ ନେତ୍ରୀ ସୁସ୍ମିତା ଦେବ ପାର୍ଟିରୁ ଇସ୍ତଫା ଦେଇଛନ୍ତି । ୨୦୨୧ରେ ଟିଏମସିରେ ସାମିଲ ହୋଇଥିଲେ ସୁସ୍ମିତା ଦେବ । ଟିଏମସିରେ ଯୋଗ ଦେବା ପୂର୍ବରୁ ସୁସ୍ମିତା କଂଗ୍ରେସରେ ରହିଥିଲେ । ସୁସ୍ମିତାଙ୍କ ଇସ୍ତଫା ପଛର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ହାରିବା ପରେ ଟିଏମସିର ସଙ୍କଟ ବଢିବାରେ ଲାଗିଛି । […]

ଶଙ୍ଖ ଭବନରେ ନବୀନଙ୍କ ‘ମାନସମନ୍ଥନ’, ହାରିଥିବା ପ୍ରାର୍ଥୀଙ୍କ ସହ ଗୁରୁତ୍ୱପୂର୍ଣ୍ଣ ବୈଠକ

ଶଙ୍ଖ ଭବନରେ ନବୀନଙ୍କ ‘ମାନସମନ୍ଥନ’ । ହାରିଥିବା ପ୍ରାର୍ଥୀଙ୍କ ସହ ଗୁରୁତ୍ୱପୂର୍ଣ୍ଣ ବୈଠକ । ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତ ହେବ ବ୍ଲୁ-ପ୍ରିଣ୍ଟ । ଆଜି ଅପରାହ୍ନ ୪ଟାରେ ଏହି ବୈଠକ ହେବ ବୋଲି ଜଣାପଡ଼ିଛି। ଏହା ସହିତ SIR ପ୍ରକ୍ରିୟା, ଦଳରେ କିପରି ଅଧିକରୁ ଅଧିକ ଲୋକ ସାମିଲ ହେବେ, ସଂଗଠନକୁ କିପରି ଅଧିକ ମଜଭୁତ କରାଯିବ, ସେ ନେଇ ମଧ୍ୟ ଆଲୋଚନା କରାଯିବ ବୋଲି ଜଣାପଡ଼ିଛି। ୨୪ ବର୍ଷ ବନାମ ୨୪ ମାସ କାର୍ଯ୍ୟକ୍ରମ […]

ମଧ୍ୟପ୍ରାଚ୍ୟରେ ମହାଯୁଦ୍ଧ ! ଆମେରିକାର ଆକ୍ରମଣ ପରେ ଇରାନର ପାଲଟା ଆକ୍ରମଣ

ଆମେରିକା ଓ ଇରାନ ଭିତରେ ଭାଙ୍ଗିଲା ଯୁଦ୍ଧବିରାମ। ହୋର୍ମୁଜରେ ଘମାଘୋଟ ଯୁଦ୍ଧ। ଇରାନର ଏୟାର ଡିଫେନ୍ସ, ଗ୍ରାଉଣ୍ଡ କଣ୍ଟ୍ରୋଲ ଷ୍ଟେସନ ଏବଂ ରାଡାର ସାଇଟସ୍ ଉପରେ ବମ୍ ବର୍ଷା କଲା ଆମେରିକା। ୟୁଏସ୍‌ ର ସୈନ୍ୟ ହେଲିକପ୍ଟରକୁ ତେହରାନ୍ ଟାର୍ଗେଟ୍ କରିବା ପରେ ଟ୍ରମ୍ପ ଭଡକିଯାଇଛନ୍ତି। ଇରାନ ଉପରେ ଜବାବମୂଳକ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି।ହ୍ୱାଇଟ୍ ହାଉସ କହିଛି ଯେ, ଆମେରିକାର ସେଣ୍ଟ୍ରାଲ୍ କମାଣ୍ଡ ଖୁବ୍ ଶୀଘ୍ର ଇରାନ ଉପରେ ସୈନ୍ୟ କାରବାର ଆରମ୍ଭ କରିଦେଇଛନ୍ତି । ନିଜର ସୁରକ୍ଷା […]

ପୋଲିସର ଦାଦାଗିରି, ଆହତଙ୍କୁ ମେଡିକାଲ ନେବା ବଦଳରେ ମାଗୁଛି ଟଙ୍କା

କୁକୁଡ଼ା ଗାଡ଼ିଠାରୁ ବଟି ନେବାକୁ ପୁଲିସ ବାୟା ହୋଇଥିଲା । ଏପରିକି ମାନବିକତା ଭୁଲି ଦୁର୍ଘଟଣାରେ ଆହତ ଜଣେ ଯୁବକଙ୍କୁ ପିସିଆର୍‌ରେ ନେବାକୁ ମନା କରିଦେଇଥିଲା । କେବଳ ମନା କରିନଥିଲା ଓଲଟି ଆହତ ଯୁବକଙ୍କୁ ମାଡ଼ ମାରିବାକୁ ଧମକ ଦେବା ସହ ତାଙ୍କଠାରୁ ପଇସା ଆଦାୟ କରିଥିବା ଜଣାପଡ଼ିଛି । ପୋଲିସ ଅଧିକାରୀ ଜଣକ ହେଉଛନ୍ତି ଭଦ୍ରକ ପାଟ୍ରୋଲିଂ ଦାୟିତ୍ୱରେ ରହିଥିବା ସ୍ପେସିଆଲ ପୋଲିସ ଅଫିସର ।ସୂଚନା ମୁତାବକ ଏକ କୁକୁଡ଼ା ଗାଡ଼ିଠାରୁ ବଟି ନେବାକୁ […]

୧୫ IPS ଅଫିସରଙ୍କୁ ୧୭ଟି ଜିଲ୍ଲାର ସ୍ୱତନ୍ତ୍ର ନିରୀକ୍ଷଣ ଓ ତଦାରଖ ଦାୟିତ୍ୱ

ରାଜ୍ୟରେ ଆଇନଶୃଙ୍ଖଳା ସଜାଡ଼ିବା ପାଇଁ ରାଜ୍ୟ ପୋଲିସ ମୁଖ୍ୟାଳୟର ବଡ଼ ପଦକ୍ଷେପ । ଅପରାଧ ପ୍ରବଣ ଚିହ୍ନଟ ହୋଇଥିବା ୧୭ଟି ଜିଲ୍ଲା ଜଗିବେ୧୫ଆଇପିଏସ ଅଫିସର ।ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ଜଗତସିଂହପୁର , ରେଳବାଇ ଏଡିଜି ଅରୁଣ ବୋଥ୍ରାଙ୍କୁ ଅନଗୋଳ, ଆଇନ ଓ ଶୃଙ୍ଖଳା ଏଡିଜି ସଞ୍ଜୟ କୁମାରଙ୍କୁ ସମ୍ବଲପୁର , ଏଡିଜି ରାଜେଶ କୁମାରଙ୍କୁ ନୟାଗଡ଼, ଏଡିଜି ପ୍ରତୀକ ମହାନ୍ତିଙ୍କୁ ଯାଜପୁର, ଏଡିଜି ଯତୀନ୍ଦ୍ର କୋଏଲଙ୍କୁ କଳାହାଣ୍ଡି, ଏଡିଜି ଏସ. ସାଇନିଙ୍କୁ ବଲାଙ୍ଗୀର , ଆଇଜି ଏସ.ପ୍ରବୀଣ […]

ନେହେରୁଙ୍କ ରେକର୍ଡ ଭାଙ୍ଗିଲେ ପ୍ରଧାନମନ୍ତ୍ରୀ ମୋଦୀ : ସାରା ବିଶ୍ୱର ନେତା କରୁଛନ୍ତି ପ୍ରଶଂସା 

ସ୍ୱାଧୀନ ଭାରତରେ ସବୁଠୁ ଦୀର୍ଘ ସମୟ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଭାବେ ଜବାହରଲାଲ ନେହରୁଙ୍କ ରେକର୍ଡ ଭାଙ୍ଗିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ ଦେଶର ସବୁଠୁ ଲମ୍ବା କାର୍ଯ୍ୟକାଳ ପର୍ଯ୍ୟନ୍ତ ନିର୍ବାଚିତ ପ୍ରଧାନମନ୍ତ୍ରୀ ବିବେଚିତ ହୋଇଛନ୍ତି । ଜୁନ୍ ୧୦ ତାରିଖରେ ଲଗାତାର ଭାରତର ସର୍ବାଧିକ ଦିନ ପ୍ରଧାନମନ୍ତ୍ରୀ ପଦରେ ଥିବା ବ୍ୟକ୍ତିଙ୍କ ତାଲିକାର ମୋଦୀ ସର୍ବାଗ୍ରେ ପହଞ୍ଚିଛନ୍ତି । ଲଗାତାର ୪ ହଜାର ୩୯୯ ଦିନ ପ୍ରଧାନମନ୍ତ୍ରୀ ପଦରେ ରହି ଆଜି ଏକ ନୂଆ ଇତିହାସ ଲେଖିଛନ୍ତି […]

ଗୃହରକ୍ଷୀଙ୍କ ଦୈନିକ ଭତ୍ତା ୬୩୯ ଟଙ୍କାରୁ ୬୫୦ ଟଙ୍କାକୁ ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ

ବଢିଲା ଗୃହରକ୍ଷୀଙ୍କ ଦୈନିକ ଭତ୍ତା । ଗୃହରକ୍ଷୀଙ୍କ ଦୈନିକ ଭତ୍ତାକୁ ୬୩୯ ଟଙ୍କାରୁ ୬୫୦ ଟଙ୍କାକୁ ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।  ଏହି ବର୍ଦ୍ଧିତ ଭତ୍ତା ୨୦୨୬ ଜାନୁଆରୀ ୧ ତାରିଖରୁ ପିଛିଲା ଭାବେ ଲାଗୁ ହେବ। ସୂଚନାଯୋଗ୍ୟ ଯେ, ୨୦୨୫ ଜୁଲାଇ ପହିଲାରେ ଗୃହରକ୍ଷୀଙ୍କ ଦୈନିକ ଭତ୍ତା ୬୨୩ରୁ ୬୩୯ ଟଙ୍କାକୁ ବୃଦ୍ଧି କରାଯାଇଥିଲା । ଇତିମଧ୍ୟରେ ରାଜ୍ୟ ସରକାରଙ୍କ ନିୟମିତ କର୍ମଚାରୀମାନଙ୍କ ପାଇଁ ୨ ପ୍ରତିଶତ ଅତିରିକ୍ତ ମହଙ୍ଗା ଭତ୍ତା […]

ଓଡିଆ ଚଳଚ୍ଚିତ୍ର ‘ମେହେର ମୁଣ୍ଡା’କୁ କରମୁକ୍ତ କଲେ ମୁଖ୍ୟମନ୍ତ୍ରୀ

ଚଳଚ୍ଚିତ୍ର ନିର୍ଦ୍ଦେଶକ ଶ୍ରୀ ନିକୁଞ୍ଜ ହୋତାଙ୍କ ଦ୍ୱାରା ନିର୍ଦ୍ଦେଶିତ ଓଡିଆ ଚଳଚ୍ଚିତ୍ର ‘ମେହେର ମୁଣ୍ଡା’କୁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କରମୁକ୍ତ ଘୋଷଣା କରିଛନ୍ତି। ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଆଜି ଅନୁମୋଦନ କରିଛନ୍ତି । ସୂଚନାଯୋଗ୍ୟ ଯେ ଓଡିଶାର ହସ୍ତତନ୍ତ ବୁଣାକାର ସଂପ୍ରଦାୟଙ୍କ ଜୀବନ, ସଂଘର୍ଷ, ସହନଶୀଳତା ଓ ସଫଳତା ଉପରେ ଆଧାରିତ ଏହି ଚଳଚ୍ଚିତ୍ର ୨୦୨୬ ମେ ୧୫ ତାରିଖରେ ମୁକ୍ତିଲାଭ କରିଛି। ଓଡିଶାର ମହାନ ପାରମ୍ପରିକ ଐତିହ୍ୟ ଓ କାରିଗରୀ କୌଶଳକୁ […]