ଫ୍ରାନ୍ସରେ ଶାମୋଣ୍ଡା ଭାଇରସ୍କୁ ନେଇ ଚିନ୍ତା ବଢ଼ିଛି । ପୂର୍ବରୁ ମୁଖ୍ୟତଃ ପ୍ରାଣୀଙ୍କୁ ସଂକ୍ରମିତ କରୁଥିବା ଏହି ଭାଇରସ୍ ପ୍ରଥମ ଥର ପାଇଁ ଜଣେ ମଣିଷଙ୍କଠାରେ ଚିହ୍ନଟ ହୋଇଛି । ସଂକ୍ରମିତ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ଫରାସୀ ସ୍ୱାସ୍ଥ୍ୟ ଅଧିକାରୀଙ୍କ ସୂଚନାକୁ ଆଧାର କରି ରିପୋର୍ଟ ପ୍ରକାଶ ପାଇଛି । ତେବେ ଅଧିକାରୀଙ୍କ କହିବା ଅନୁସାରେ, ବର୍ତ୍ତମାନ ଏହି ଭାଇରସ୍ ଦ୍ବାରା ସାଧାରଣ ଳୋକଙ୍କୁ କୌଣସି ବିପଦ ନାହିଁ। ଶାମୋଣ୍ଡା ହେଉଛି ଏଭଳି ଭାଇରସ୍, ଯାହାକି କୀଟପତଙ୍ଗ […]
ଆଦିବାସୀ ଅଧ୍ୟୁତିସ ଅଞ୍ଚଳରେ ଚିକିତ୍ସା କ୍ଷେତ୍ରରେ ବଡ଼ ସଫଳତା। ମାଲକାନଗିରି ମେଡିକାଲରେ ଦେଖିବାକୁ ମିଳିଲା ଚମତ୍କାର। ନାବାଳିକାଙ୍କ ପେଟରୁ ବାହାରିଲା ୨୦ କିଲୋ ଓଜନର ବିରାଟ ଟ୍ୟୁମର। ଡାକ୍ତର ସପନ କୁମାର ଦିଣ୍ଡାଙ୍କ ନେତୃତ୍ୱରେ ଏହି ବିରଳ ଅସ୍ତ୍ରୋପଚାର ସଫଳତାର ସହ ଶେଷ ହୋଇଛି। ଏବେ ନାବାଳିକା ଜଣଙ୍କ ସଂପୂର୍ଣ୍ଣ ସୁସ୍ଥ ରହିଥିବା ଜଣାପଡ଼ିଛି।ମାଲକାନଗିରି ସୀମାନ୍ତ ଛତିଶଗଡ଼ର କାଙ୍କେର ଜିଲ୍ଲାର ବାଙ୍ଗାବାଡ଼ି ଗାଁର ତୁଳସୀ ଦୀର୍ଘଦିନ ଧରି ପେଟ ଯନ୍ତ୍ରଣାର ସାମ୍ନା କରୁଥିଲେ। ତାଙ୍କ ପେଟ ସବୁ […]
ଆଜି ଆଶ୍ବୀନ ମାସ ଶୁକ୍ଳପକ୍ଷ ଏକାଦଶୀ ତିଥି । ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ମହାପ୍ରଭୁଙ୍କ କାର୍ତ୍ତିକ ନୀତି । କାର୍ତ୍ତିକ ମାସ ଶୁକ୍ଳ ଦଶମୀ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ଏହି ନୀତି ଚାଲିବ । ଆଜି ରାଧା ଦାମୋଦର ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମହାପ୍ରଭୁ । ଏକ ମାସ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସ୍ବତନ୍ତ୍ର ବାଳଭୋଗ ସହ ରାଧା ଦାମୋଦର ବେଶ କରାଯିବ ।ଏହି ବେଶରେ ମହାପ୍ରଭୁଙ୍କୁ ଏକ ବିଶେଷ ଭୋଗ ଲାଗିଥାଏ ଯାହା ବାଳଧୂପ ନାମରେ ପରିଚିତ […]
ଆସନ୍ତା ୨୫ ତାରିଖରେ ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଓଡ଼ିଶାରେ ଆରବିଆଇ ଡାଟା ସେଣ୍ଟର ଉଦଘାଟନ କାର୍ଯ୍ୟକ୍ରମରେ ଯୋଗ ଦେବେ । ୧୭୦ କୋଟି ବ୍ୟୟରେ ଜଟଣୀ ଠାରେ ନିର୍ମାଣ ହୋଇଥିବା ଡାଟା ସେଣ୍ଟରକୁ ଉଦଘାଟନ କରିବେ । ସମସ୍ତ ଭାରତୀୟଙ୍କ ତଥ୍ୟ କିଭଳି ସୁରକ୍ଷିତ ରହିବ ସେଥିପାଇଁ ଓଡ଼ିଶାରେ ଦେଶର ଦ୍ଵିତୀୟ ଡାଟା ସେଣ୍ଟର ନିର୍ମାଣ ହୋଇଛି।ପ୍ରଧାନମନ୍ତ୍ରୀ ନିଜେ ଏହି ପ୍ରକଳ୍ପ ପାଇଁ ଓଡ଼ିଶାକୁ ବାଛିଥିଲେ । ଏହା ଓଡ଼ିଶାର ଡିଜିଟାଲ ବିକାଶକୁ ଆଗକୁ […]
ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଅଞ୍ଚଳରୁ ଆସିଛି ଏକ ଚାଞ୍ଚଲ୍ୟକର ଖବର । ଜଙ୍ଗଲରୁ ଜଣେ ନାବାଳିକାଙ୍କ ମୃତଦେହ ଉଦ୍ଧାରକୁ ନେଇ ସାରା ଅଞ୍ଚଳରେ ଖେଳିଯାଇଛି ଚାଞ୍ଚଲ୍ୟ । ମୃତ ନାବାଳିକା ହେଉଛନ୍ତି ଦେବକୁମାର ଗ୍ରାମର ଅରୁଣ ଜେନାଙ୍କ ଝିଅ ଦୀପିକା ଜେନା । ପୀଡ଼ିତାଙ୍କ ମୁହଁ, ଛାତି ଓ ପେଟ ଜଳିଯାଇଛି । ଘଟଣାସ୍ଥଳରେ ପୁଲିସ ପହଞ୍ଚି ଦରପୋଡ଼ା ଶବ ଉଦ୍ଧାର କରିଛି । ସୂଚନା ଅନୁଯାୟୀ, ଜଳେଶ୍ୱର ଥାନା ପଶ୍ଚିମବାଡ଼ ପଞ୍ଚାୟତର ଜଣେ ୧୪ ବର୍ଷୀୟା […]
ଇନଷ୍ଟାଗ୍ରାମରେ ପ୍ରଥମ ଥର ପାଇଁ ଆକାଉଣ୍ଟ ଖୋଲିଲେ ସୋନିଆ ଗାନ୍ଧୀ । ଆତ୍ମଜୀବନୀ ପୁସ୍ତକର ପ୍ରଥମ ପୋଷ୍ଟ ଇନଷ୍ଟାରେ ସେୟାର କରିଛନ୍ତି କଂଗ୍ରେସ ସଂସଦୀୟ ଦଳର ଅଧ୍ୟକ୍ଷା ସୋନିଆ ।ଏହି ପୁସ୍ତକ ଆସନ୍ତା ନଭେମ୍ବର ୧୦ ତାରିଖରେ ପ୍ରକାଶ ପାଇବ । ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ ନିଜର ପ୍ରଥମ ପୋଷ୍ଟରେ ପାଠକଙ୍କ ସହ ସେୟାର କରି ନିଜର କୃତଜ୍ଞତା ପ୍ରକାଶ କରିଛନ୍ତି। ନିଜ ପୋଷ୍ଟରେ ଉଲ୍ଲେଖ କରିଛନ୍ତି, ସମସ୍ତଙ୍କୁ ନମସ୍କାର । ‘Belonging: A Journey of […]
ପୁଣି ଆଖି ଦେଖାଇଲାଣି ସ୍କ୍ରବ୍ ଟାଇଫସ୍ । କଣିହାଁରେ ସ୍କ୍ରବ୍ ଟାଇଫସ୍ ନେଲା ଜୀବନ। କଟକ ଶିଶୁଭବନରେ ଚିକିତ୍ସାଧୀନ ଅବସ୍ଥାରେ ୧୧ ବର୍ଷୀୟ ନାବାଳକର ମୃତ୍ୟୁ ଘଟିଛି । ସୂଚନା ଅନୁଯାୟୀ,ନାବାଳ ଅଶ୍ୱିନଙ୍କୁ ଜ୍ୱର ହେବାରୁ ପ୍ରଥମେ ସ୍ଥାନୀୟ ଡାକ୍ତରଖାନାରେ ଚିକିତ୍ସା କରାଯାଇଥିଲା । ପରେ ତାଙ୍କୁ ଅନୁଗୋଳ ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରୁ ଅଧିକ ଚିକିତ୍ସା ପାଇଁ କଟକ ଶିଶୁଭବନକୁ ସ୍ଥାନାନ୍ତର କରାଯାଇଥିଲା । ଏକ ମାସରୁ ଊର୍ଦ୍ଧ୍ୱ ସମୟ ଧରି ଚିକିତ୍ସା […]
ଓଡ଼ିଶାର ନନ୍ଦନକାନନରେ ଥିବା ୫ଟି ଓରାଙ୍ଗଉଟାନ୍ଙ୍କୁ ଇଣ୍ଡୋନେସିଆ ଫେରାଇ ନେବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଏନେଇ ଇଣ୍ଡୋନେସିଆର ଜଙ୍ଗଲ ମନ୍ତ୍ରଣାଳୟର ବନ୍ୟପ୍ରାଣୀ ବିଶେଷଜ୍ଞଙ୍କ ଏକ ଟିମ୍ ନଭେମ୍ବର ୨୦୨୬ ରେ ଭାରତ ଆସିବାର କାର୍ଯ୍ୟକ୍ରମ ରହିଛି । ସେମାନଙ୍କୁ ୨୦୨୬ ସେପ୍ଟେମ୍ବରରେ ଓଡ଼ିଶାରୁ ଉଦ୍ଧାର କରାଯାଇଥିଲା । ବର୍ତ୍ତମାନ ଏହି ୫ଟି ଓରାଙ୍ଗଉଟାନ୍ ଭୁବନେଶ୍ୱରସ୍ଥିତ ନନ୍ଦନକାନନ ଜାତୀୟ ଉଦ୍ୟାନରେ ରହିଛନ୍ତି । ସେଠାରେ ସେମାନଙ୍କୁ ଆବଶ୍ୟକୀୟ ପ୍ରାଣୀ ଚିକିତ୍ସା ସେବା ଓ ସୁରକ୍ଷା ଯୋଗାଇ […]
ଦୁର୍ଘଟଣାରେ ଦୁଇ ଓଡ଼ିଆ ସ୍ପ୍ରିଣ୍ଟରଙ୍କ ମୃତ୍ୟୁ । ଗତକାଲି ରାତିରେ ଓଡ଼ିଆ ସ୍ପ୍ରିଣ୍ଟର ଜୟରାମ ଦଣ୍ଡପାଟ ଏବଂ ମଳୟ ବାରିକ ମୃତ୍ୟୁ ହୋଇଛି ।ଏହି ଦୁଃଖଦ ଘଟଣା ସମଗ୍ର କ୍ରୀଡ଼ା ଜଗତକୁ ସ୍ତବ୍ଧ କରିଦେଇଥିବା ବେଳେ ଉଭୟଙ୍କ ପରିବାର ଓ ପରିଜନଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଶୋକବ୍ୟକ୍ତ କରିଛନ୍ତି ।ଖବର ଅନୁଯାୟୀ, ଉଭୟ ଆଥଲେଟ୍ ଏକ ବୁଲେଟ୍ ମୋଟର ସାଇକେଲ୍ରେ ଯାଉଥିବା ବେଳେ ଭାରସାମ୍ୟ ହରାଇ ଡିଭାଇଡର୍ରେ […]
କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗରରେ ଦୁର୍ଗାପୂଜା ଉତ୍ସାହ ଉଦ୍ଦିପନାର ସହ ଶେଷ ହୋଇଛି । ପରମ୍ପରା ଅନୁଯାୟୀ ଗୋପାଳ ସଂପ୍ରଦାୟର ଲୋକେ ମା’ଙ୍କୁ କାନ୍ଧରେ ବୋହି ରାଜନଗର ବଜାର ପରିକ୍ରମା କରି ହଂସୁଆ ନଦୀ କୂଳରେ ପହଁଚାଇଥିଲେ । ଘଂଟଘଂଟା ଓ ପାରମ୍ପାରିକ ବାଦ୍ୟ ସହିତ ହରିବୋଲ ହୁଳହୁଳି ଧ୍ୱନୀରେ ମା’ଙ୍କୁ ମେଲାଣି ଦିଆଯାଇଛି । ହଂସୁଆ ନଦୀରେ ଥିବା ସୁସଜ୍ଜିତ ନୌକାରେ ମା’ ବସି ସାତ ଘେରା ଚାପ ଖେଳିଥିଲେ ।ମାଆ ନଦୀରେ ସାତ ଘେରା ଚାପ […]
ପର୍ଯ୍ୟଟକ ଓ ମନୋରଞ୍ଜନପ୍ରେମୀଙ୍କ ପାଇଁ ଖୁସି ଖବର। ଖୋଲିଛି କଳିଙ୍ଗ ଷ୍ଟୁଡିଓ। ଏଠାକୁ ବୁଲିବାକୁ ଯୋଜନା କରୁଥିବା ଲୋକଙ୍କ ପାଇଁ ଷ୍ଟୁଡିଓର ପ୍ରବେଶ ଟିକେଟ୍ ସହ ବିଭିନ୍ନ ମନୋରଞ୍ଜନମୂଳକ ଆକର୍ଷଣର ଟିକେଟ୍ ଦର ଓ ସମୟସୂଚୀ ସମ୍ପର୍କିତ ସୂଚନା ସାମ୍ନାକୁ ଆସିଛି।ଖାସ୍ କଥା ହେଉଛି, ମାତ୍ର ୨୦ ଟଙ୍କାରେ ଷ୍ଟୁଡିଓ କ୍ୟାମ୍ପସ୍କୁ ପ୍ରବେଶ କରିପାରିବେ ପର୍ଯ୍ୟଟକ। ତେବେ ଭିତରେ ଥିବା ବିଭିନ୍ନ ମନୋରଞ୍ଜନମୂଳକ ଆକର୍ଷଣ ପାଇଁ ଦେବାକୁ ପଡ଼ିବ ଅଲଗା ଟିକେଟ୍।କଳିଙ୍ଗ ଷ୍ଟୁଡିଓରେ ମନୋରଞ୍ଜନର ଭିନ୍ନ ଭିନ୍ନ […]
ଆଣ୍ଡାମାନ ସାଗରରେ ଏକ ସଦୃଶ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଫଳରେ ଅକ୍ଟୋବର ୨୩ରେ (ଆସନ୍ତାକାଲି ଶୁକ୍ରବାର) ଏକ ଲଘୁଚାପ ବଳୟ ସୃଷ୍ଟି ହେବାର ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପୂବାନୁମାନ କରିଛି । ଥାଇଲାଣ୍ଡ ଉପସାଗର ଓ ତା’ର ପାର୍ଶ୍ୱବର୍ତ୍ତୀ ଥାଇଲାଣ୍ଡ ଓ ମିଆଁମାର ଉପରେ ସକ୍ରିୟ ଥିବା ଏହି ଘୂର୍ଣ୍ଣିବଳୟ କେନ୍ଦ୍ରୀୟ ଉତ୍ତର ଆଣ୍ଡାମାନ ସାଗରରେ ପ୍ରବେଶ କରିଛି । ଆଗାମୀ କିଛି ଘଣ୍ଟା ମଧ୍ୟରେ ଏହି ସିଷ୍ଟମ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରିବାର […]
