ୱାଟର ମେସିନ ଅଚଳ, ପିଇବାକୁ ମିଳୁନି ଲୋକଙ୍କୁ ପାଣି, ଶୋଷରେ ଲୋକେ ଡହଳ ବିକଳ। ଖରାଦିନ ୪୨°ତାପମାତ୍ରାରେ ଲୋକେ ସିଝୁ ଥିବା ବେଳେ ଅସହ୍ୟ ଗରମରେ କଲବଳ ହେଇ ଶୋଷ ମେଂଟେଇବା ପାଇଁ ଜଳପାନ କରିଥାଆନ୍ତି। କିନ୍ତୁ ରାୟଗଡା ପୌରପାଳିକା ପକ୍ଷରୁ ସହର ର କେତେକ ଜନ ଗହଳି ପୂର୍ଣ୍ଣ ସ୍ଥାନ ମାନଙ୍କରେ ଲୋକଙ୍କ ସୁବିଧା ପାଇଁ ସ୍ଥାପନ କରାଯାଇଛି ୱାଟର ମେସିନ, ହେଲେ ଅଧିକାଂଶ ସ୍ଥାନରେ ଏହି ସ୍ଥାପନ କରାଯାଇଥିବା ୱାଟର ମେସିନ ବା ଏହାର […]
ପୂର୍ବତନ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍ ମାର୍କଣ୍ଡେୟ କାଟଜୁ ଏକ ନୂତନ ଦଳ ଗଠନ କରିବା ନେଇ ଘୋଷଣା କରିଛନ୍ତି । ଏହି ନୂଆ ଦଳର ନାମ ସେ ‘ଇସ୍କ କରୋ ପାର୍ଟି’ ରଖିଛନ୍ତି । କାଟଜୁଙ୍କ ଅନୁସାରେ, ‘ଇସ୍କ କରୋ ପାର୍ଟି’ (IKP) ଭାରତ ସାମ୍ନା କରୁଥିବା ଗମ୍ଭୀର ସମସ୍ୟାର ସମାଧାନ ପାଇଁ ଗମ୍ଭୀର ପ୍ରୟାସ କରିବ। ଏହା ବ୍ୟତୀତ, କାଟଜୁ ତାଙ୍କ ନୂତନ ଦଳରେ ଯୋଗଦେବା ପାଇଁ TMC ସାଂସଦ ମହୁଆ ମୋଇତ୍ରାଙ୍କୁ ନିମନ୍ତ୍ରଣ କରିଛନ୍ତି।ଏକ […]
ଆସନ୍ତା ୨ରୁ ୩ ଦିନରେ ଓଡ଼ିଶାରେ ପହଞ୍ଚିବ ମୌସୁମୀ । ରାଜ୍ୟକୁ ଅଗ୍ରସର ହେବାକୁ ପାଗ ଅନୁକୂଳ ଅଛି । ୧୧ ତାରିଖ ସୁଦ୍ଧା ଓଡ଼ିଶା ସମେତ ଛତିଶଗଡ଼, ପଶ୍ଚିମବଙ୍ଗ ଓ ସିକିମରେ ମୌସୁମୀ ପହଞ୍ଚିପାରେ ବୋଲି ଭାରତୀୟ ପାଣିପାଗ ବିଭାଗ(ଆଇଏମ୍ଡି ) ଆକଳନ କରିଛି । ଭାରତୀୟ ପାଣିପାଗ ବିଭାଗ (IMD) ଅନୁଯାୟୀ, ମୌସୁମୀ ବାୟୁ ଆରବ ସାଗରର ଅନେକ ଅତିରିକ୍ତ ଅଂଶ, ମହାରାଷ୍ଟ୍ର, କର୍ନାଟକ, ଆନ୍ଧ୍ର ପ୍ରଦେଶ ଏବଂ ତେଲଙ୍ଗାନାକୁ ଆଚ୍ଛାଦିତ କରିଛି। ଆଗାମୀ […]
ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ବାରା H-1Bଭିସା ଉପରେ ୧ ଲକ୍ଷର ଏକ ଭାରି ଶୁଳ୍କ ଯୋଜନାକୁ ଆମେରିକା କୋର୍ଟ ବାତିଲ କରିଛନ୍ତି । ଆମେରିକା କୋର୍ଟର ଏହି ନିଷ୍ପତ୍ତି କେବଳ ଭାରତୀୟ ଆଇଟି ପ୍ରଫେସନାଲ ଏବଂ ଛାତ୍ରଛାତ୍ରୀଙ୍କୁ ଆଶ୍ବସ୍ତି ପ୍ରଦାନ କରିବ ନାହିଁ ବରଂ ଯେଉଁ କମ୍ପାନୀ ବିଦେଶୀ ସ୍କିଲ୍ କର୍ମଚାରୀଙ୍କୁ ନିଯୁକ୍ତ କରନ୍ତି ସେମାନଙ୍କୁ ମଧ୍ୟ ଲାଭ ପ୍ରଦାନ କରିବ ।। ପୂର୍ବରୁ ଏହି ନୀତି ଅନୁସାରେ H-1B ଭିସା ପାଇଁ ଉଚ୍ଚ ଶୁଳ୍କ […]
ଚର୍ଚ୍ଚାରେ ଥିବା ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକାଙ୍କ ମୃତ୍ୟୁ ମାମଲାରେ ଏକ ବଡ଼ ତଥ୍ୟ ସାମ୍ନାକୁ ଆସିଛି। ଯେଉଁ ଡାଏରୀରେ “DIE DIE DIE” ବୋଲି ଲେଖାଯାଇଥିଲା, ତାହା ଚନ୍ଦ୍ରିକାଙ୍କର ‘ନିଖୋଜ ଡାଏରୀ’ ନୁହେଁ। ଏହା ଚନ୍ଦ୍ରିକାଙ୍କ ସେହି ଡାଏରୀ ନୁହେଁ ଯେଉଁଥିରେ ସେ ତାଙ୍କ ଜୀବନର ଅନେକ କଥା ଲେଖୁଥିଲେ । ଏହା ଚନ୍ଦ୍ରିକାଙ୍କ ମାମୁଁ ଝିଅ ଭଉଣୀ ରଶ୍ମିତା କହିଛନ୍ତି। ତେବେ ଯାହାକି ଘଟଣା ଦିନ ବ୍ୟାଗ ଜବତ ପରେ ପୋଲିସ ତାହା ସମ୍ପର୍କୀୟଙ୍କୁ ଦେଖାଇଥିଲା […]
ଭାରତରେ, ଯଦି ଜଣେ ମହିଳା କିମ୍ବା ପୁରୁଷ ବିବାହ ପୂର୍ବରୁ ଶାରୀରିକ ସମ୍ପର୍କରେ ଲିପ୍ତ ହୁଅନ୍ତି, ତେବେ ସମାଜରେ ତାଙ୍କୁ ଖରାପ ନଜରରେ ଦେଖାଯାଏ । ତଥାପି, ସୁପ୍ରିମକୋର୍ଟ କହିଛନ୍ତି ଯେ ସହମତିରେ ବିବାହ ପୂର୍ବରୁ ଯୌନ ସମ୍ପର୍କକୁ ଜଣେ ବ୍ୟକ୍ତିଙ୍କ ଚରିତ୍ରରେ ଏକ କଳଙ୍କ ଭାବରେ ବିବେଚନା କରାଯାଇପାରିବ ନାହିଁ, କିମ୍ବା ଏପରି ସମ୍ପର୍କକୁ ଖରାପ ନୈତିକ ଚରିତ୍ରର ପ୍ରମାଣ ଭାବରେ ବିବେଚନା କରାଯାଇପାରିବ ନାହିଁ।ଜଷ୍ଟିସ ମନୋଜ ମିଶ୍ର ଏବଂ ଜଷ୍ଟିସ ମନମୋହନଙ୍କୁ ନେଇ ଗଠିତ […]
ରେଳ ଯାତ୍ରୀଙ୍କ ପାଇଁ ବଡ଼ ଖବର। ଭାରତୀୟ ରେଳବାଇ ଚାରି ଦଶନ୍ଧି ପୁରୁଣା ଟିକେଟ୍ ବୁକିଂ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ କରିବାକୁ ଯାଉଛି। ଆସନ୍ତା ଅଗଷ୍ଟ ମାସରୁ ଅତ୍ୟାଧୁନିକ ପ୍ୟାସେଞ୍ଜର ରିଜର୍ଭେସନ ସିଷ୍ଟମ ଲାଗୁ ହେବ।ଅନେକ ସମୟରେ ପର୍ବପର୍ବାଣୀ କିମ୍ବା ‘ତତ୍କାଳ’ ଟିକେଟ୍ ବୁକିଂ ସମୟରେ ୱେବସାଇଟ୍ ଧିମା ହୋଇଯାଏ କିମ୍ବା ସର୍ଭର କ୍ରାସ୍ କରେ । ନୂଆ ସିଷ୍ଟମ ଏହି ସମସ୍ୟାର ସମାଧାନ କରିବ। ଏହା ଅତ୍ୟାଧୁନିକ କ୍ଲାଉଡ୍ ଟେକ୍ନୋଲୋଜି ଉପରେ ଆଧାରିତ, ଯାହା ଏକାସାଙ୍ଗରେ […]
ଉଜ୍ଜଳା ହିତାଧିକାରୀଙ୍କୁ ବଡ଼ ଝଟ୍କା। ସବ୍ସିଡି ସିଲିଣ୍ଡର ସଂଖ୍ୟା ୯ରୁ ୪କୁ ଖସିଲା। ଏହାର ଅର୍ଥ ହେଉଛି ଉଜ୍ଜ୍ୱଳା ଯୋଜନା ଅଧୀନରେ ଆସୁଥିବା ପରିବାରଗୁଡ଼ିକୁ ବର୍ଷକୁ କେବଳ ୪ଟି ସିଲିଣ୍ଡର ଉପରେ ହିଁ ଅତିରିକ୍ତ ସବ୍ସିଡିର ଲାଭ ମିଳିପାରିବ। ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା (PMUY)ରେ ୯ ସବ୍ସିଡି ସିଲିଣ୍ଡର ମିଳୁଥିଲା। ସାଂପ୍ରତିକ ଗ୍ୟାସ ସଙ୍କଟ ଭିତରେ ସବ୍ସିଡି ସିଲିଣ୍ଡର ସଂଖ୍ୟା କମାଯାଇଛି। ଦେଶରେ ମେ ୨୦୧୬ରେ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା (ପିଏମୟୁୱାଇ) ଆରମ୍ଭ ହୋଇଥିଲା। ଯୋଜନାରେ ଗରିବ […]
ପ୍ରକାଶ ପାଇଲା ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (OJEE) ୨୦୨୬ ରେଜଲ୍ଟ। ସୋମବାର ରେଜଲ୍ଟ ପୁସ୍ତିକା ଉନ୍ମୋଚନ କରିଛନ୍ତି ବୈଷୟିକ ଶିକ୍ଷା ମନ୍ତ୍ରୀ। ଚଳିତ ବର୍ଷ ମୋଟ ୧ ଲକ୍ଷ୍ୟ ୦୩ ହଜାର ୪୩୪ ଜଣ ପରୀକ୍ଷାର୍ଥୀ ପଞ୍ଜୀକୃତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୯୨ ହଜାର ୬୨୮ ଜଣ ପରୀକ୍ଷା ଦେଇଛନ୍ତି । ମୋଟ ୮୯.୫୫ ପ୍ରତିଶତ ପରୀକ୍ଷାର୍ଥୀ କମ୍ପ୍ୟୁଟର ଭିତ୍ତିକ ପରୀକ୍ଷାରେ ଅଂଶଗ୍ରହଣ କରିଥିଲେ ।ରାଜ୍ୟର ୩୦ ଜିଲ୍ଲାର ୯୩ ସେଣ୍ଟରରେ ହୋଇଥିଲା ପରୀକ୍ଷା। […]
ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ପଡିଛନ୍ତି ଜଣେ ମହିଳା କର୍ମଚାରୀ। ମହିଳା କର୍ମଚାରୀ ଜଣକ ହେଲେ ଭବାନୀପାଟଣା ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ବିଭାଗର ଭିବିଜି-ରାମଜି ଆସିଷ୍ଟାଣ୍ଟ ପ୍ରିୟଙ୍କା ଜେନା । ଫାର୍ମ ପଣ୍ଡ ବା ପୋଖରୀ କାମର ବିଲ୍ କରାଇଦେବା ନାଁରେ ଲାଞ୍ଚ ନେଉଥିବା ବେଳେ ରଙ୍ଗେହାତ ଧରାପଡ଼ିଛନ୍ତି ଭିବିଜି-ରମଜି ଆସିଷ୍ଟାଣ୍ଟ ପ୍ରିୟଙ୍କା ଜେନା। ଅଭିଯୋଗ ଅନୁଯାୟୀ, ଏକ ଫାର୍ମ ପଣ୍ଡ କାମ ଶେଷ ହେବା ପରେ ତାର ବିଲ୍ କରାଇଦେବା ପରେ […]
ଜରୁରୀ ଅବତରଣ କଲା ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର । ମୟୂରଭଞ୍ଜରୁ ଭୁବନେଶ୍ବର ଫେରୁଥିଲେ ମୁଖ୍ୟମନ୍ତ୍ରୀ । ଝଡବର୍ଷା ଯୋଗୁଁ ଭୁବନେଶ୍ବରରେ ହେଲିକପ୍ଟର କରିବପାରିଲାନି ଅବତରଣ । ତେଣୁ ପୁରୀ ସମଙ୍ଗ ଅସ୍ଥାୟୀ ବସ୍ଷ୍ଟାଣ୍ଡରେ ଜରୁରୀ ଅବତରଣ କରିଛି ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ।ସମଙ୍ଗ ଅସ୍ଥାୟୀ ବସ ଷ୍ଟାଣ୍ଡରେ ଅବତରଣ କଲା ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର । ସୁଚନା ମୁତାବକ ଗତ କିଛି ଦିନ ଧରି ରାଜ୍ୟର ଅନେକ ସ୍ଥାନ ସହ କଟକ-ଭୁବନେଶ୍ୱରରେ କାଳବୈଶାଖୀ ବର୍ଷାରେ ଗଛ ଉପୁଡି ପ୍ରବଳ ବର୍ଷା,ପବନ ସହ […]
ସୋନପୁର ଉପଜିଲ୍ଲାପାଳ ଅଂଶୁଘାତରେ ଆକ୍ରାନ୍ତ। ଉପଜିଲ୍ଲାପାଳ ଡ. ସୌମ୍ୟରୂପା ରଥ ଅଂଶୁଘାତରେ ଆକ୍ରାନ୍ତ ଜିଲ୍ଲା ମୁଖ୍ୟ ଡ଼ାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।ସୋମବାର ଦିନ ସୋନପୁର ଜିଲ୍ଲା ବିଶିମୁଣ୍ଡା ଗାଁ ପଞ୍ଚାୟତ ଠାରେ ଏକ ଅଭିଯୋଗ ଶୁଣାଣିର ଶିବିର ଚାଲିଥିଲା । ଉପଜିଲ୍ଲାପାଳ ସୌମ୍ୟାରୁପା ରଥ ସେଠାରେ ଉପସ୍ଥିତ ରହିଥିଲେ । ହଠାତ୍ ଏହି ସମୟରେ ସେ ଅସୁସ୍ଥ ହୋଇପଡିଥିଲେ । ଏହାପରେ ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ତୁରନ୍ତ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି […]
