ଟେକ୍ନୋଲୋଜିରେ ପାରଦର୍ଶିତା ଲାଭ କରିବେ ମିଶନ ଶକ୍ତି ମହିଳା

ଟେକ୍ନୋଲୋଜିରେ ପାରଦର୍ଶିତା ଲାଭ କରିବେ ମିଶନ ଶକ୍ତି ମହିଳା। ସେମାନଙ୍କୁ ଟ୍ରେନିଂ ଦେବ ଆଇଆଇଟି ପ୍ରଫେସର। ଏଥିପାଇଁ ଓଡ଼ିଶା ଜୀବିକା ମିଶନ ଓ ଭୁବନେଶ୍ୱର ଆଇଆଇଟି ମଧ୍ୟରେ ବୁଝାମଣା ପତ୍ର ସ୍ଵାକ୍ଷରିତ ହୋଇଛି।ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି।୩ ବର୍ଷ ମଧ୍ୟରେ ରାଜ୍ୟର ୧୫୦ ଲକ୍ଷପତି ଦିଦିଙ୍କୁ କୋଟିପତି କରିବା ଲକ୍ଷ୍ୟ ରଖାଯାଇଛି। ତେବେ ଏଥି ପାଇଁ ଓଡ଼ିଶା ଜୀବିକା ମିଶନ ନିର୍ଦ୍ଦେଶିକା ମୋନିକା ପ୍ରିୟଦର୍ଶିନୀ ଓ ଆଇଆଇଟି ନିର୍ଦେଶକ ଶ୍ରୀପଦ କରମାକରଙ୍କ ମଧ୍ୟରେ ବୁଝାମଣା […]

ଶ୍ରୀମନ୍ଦିର ଓ ମହାପ୍ରଭୁଙ୍କ ସହ ଜଡିତ ଶବ୍ଦାବଳୀର ‘କପି ରାଇଟ୍ସ’ ଆବେଦନ କଲା ଶ୍ରୀମନ୍ଦିର ପ୍ରଶାସନ

ଶ୍ରୀମନ୍ଦିର ବ୍ୟତୀତ ଅନ୍ୟ କେହି ମହାପ୍ରସାଦ ନାମ ନେଇ ବିକ୍ରି କରିପାରିବେ ନାହିଁ । ଏହା ଉପରେ ରୋକ୍ ଲାଗିବ । ଶ୍ରୀମନ୍ଦିର ଓ ମହାପ୍ରଭୁଙ୍କ ସହ ଜଡ଼ିତ ଶବ୍ଦାବଳୀର ପେଟେଣ୍ଟ ବା କପି ରାଇଟ୍ସ ପାଇଁ ଆଇପି ଇଣ୍ଡିଆରେ ଆବେଦନ କରିଛି ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ।ଇଣ୍ଡିଆନ ପେଟେଣ୍ଟ ଅଫିସର୍ କଣ୍ଟ୍ରୋଲର ଜେନେରାଲଙ୍କୁ ଗତ ଜୁନ୍ ୧ ତାରିଖରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ନିଜେ ପତ୍ର ଲେଖି ଯଥାଶୀଘ୍ର ଏନେଇ ପଦକ୍ଷେପ ନେବାକୁ […]

ଭତ୍ତା ସମସ୍ୟା ନେଇ ବଡ଼ ଖବର , ସପ୍ତାହେ ଭିତରେ ସମାଧାନର ଆଶ୍ୱାସନା

ଏକ ସପ୍ତାହ ଭିତରେ ଭତ୍ତା ସମସ୍ୟାର ସମାଧାନ ହେବ। ଏହା କେବଳ ଓଡ଼ିଶାର ସମସ୍ୟା ନୁହେଁ, ଏହା ସବୁ ରାଜ୍ୟର ସମସ୍ୟା । ବର୍ତ୍ତମାନ ଭତ୍ତା ବ୍ୟବସ୍ଥା ସହ ଜଡିତ ସଫ୍ଟୱେରରେ ଆବଶ୍ୟକ ପରିବର୍ତ୍ତନ ଓ ଉନ୍ନତିକରଣ କାମ ଚାଲିଛି ।ଏନେଇ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି। ଏହି ପ୍ରକ୍ରିୟା ପ୍ରାୟ ଶେଷ ପର୍ଯ୍ୟାୟରେ ଥିବା ବେଳେ ଆସନ୍ତା ଏକ ସପ୍ତାହ ମଧ୍ୟରେ ସମସ୍ୟାର ସମାଧାନ ହୋଇଯିବ […]

ଏଣିକି ସ୍କୁଲରେ ୧୯୦ ଦିନ ପାଠପଢ଼ା, ପିଲାଙ୍କ ଉପରୁ କମିବ ଚାପ

ବର୍ଷକୁ ୧୦ ଦିନ ବିନା ବ୍ୟାଗ୍ ରେ ସ୍କୁଲ୍ ଆସିବେ ପିଲା। ଜାତୀୟ ଶିକ୍ଷା ନୀତି-୨୦୨୦କୁ ସ୍କୁଲ୍ ସ୍ତରରେ ଲାଗୁ କରିବାକୁ ନିଷ୍ପତ୍ତି ହୋଇଛି। ଏନ୍ ଇପି-୨୦୨୦ ଅନୁଯାୟୀ ପାଠ୍ୟକ୍ରମ ରୂପରେଖରେ ପରିବର୍ତ୍ତନ ହୋଇଛି। ଏଣିକି ଏନଇପି ଆଧାରରେ ସ୍କୁଲରେ ହେବ ପାଠପଢ଼ା। ସମସ୍ତ ଶ୍ରେଣୀର ପିଲାଙ୍କ ଉପରୁ ବିଷୟବସ୍ତୁର ଭାର ହ୍ରାସ କରାଯିବ । ଗୋଟିଏ ଶିକ୍ଷାବର୍ଷରେ ୨୩୦ଦିନ ସ୍କୁଲ ଖୋଲାଯିବ । ଏଥିରୁ ୨୦ଦିନ ବିଭିନ୍ନ ଗଠନମୂଳକ ମାନ ନିର୍ଦ୍ଧାରଣ, ସମାପ୍ତି ସୂଚକ ମାନ […]

ଜୁନ୍ ୧୦ରେ ବିଜେଡିର ଗୁରୁତ୍ବପୂର୍ଣ୍ଣ ବୈଠକ

ଆସନ୍ତା ୧୦ ତାରିଖରେ ବିଜେଡିର ବଡ଼ ବୈଠକ ବସିବାକୁ ଯାଉଛି ।ଉପସଭାପତି ଦେବୀପ୍ରସାଦ ମିଶ୍ର ଏକ ପ୍ରେସ ରିଲିଜ ଜାରି କରି ବୈଠକ ଡ଼ାକିଛନ୍ତି । ଏହି ବୈଠକରେ ସମସ୍ତ ନେତାଙ୍କୁ ଉପସ୍ଥିତ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।ବିଜେଡି ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତିରେ କୁହାଯାଇଛି ଯେ, ଆସନ୍ତା ୧୦ ତାରିଖ ଅପରାହ୍ନ ୪ଟା ସମୟରେ ରାଜ୍ୟ ବିଜେଡି କାର୍ଯ୍ୟାଳୟ ଶଙ୍ଖଭବନରେ ଏକ ବୈଠକ ବସିବାକୁ ଯାଉଛି । ଯେଉଁଥିରେ ଗତ ସାଧାରଣ ନିର୍ବାଚନରେ ଦଳୀୟ […]

ପୁଣି ରାଜଧାନୀରେ ଲଜ୍ଜା । ହଷ୍ଟେଲରୁ ନେଇ ହୋଟେଲରେ ବଳାତ୍କାର କଲେ ପୁରୁଷବନ୍ଧୁ!

ପୁଣି ରାଜଧାନୀରେ ଲଜ୍ଜା । ଧଉଳି ଅଞ୍ଚଳରେ ଯୁବତୀଙ୍କୁ ଦୁଷ୍କର୍ମ ହୋଇଥିବା ନେଇ ସୋମବାର ଅଭିଯୋଗ ହୋଇଛି। ଖବର ଅନୁଯାୟୀ, ହଷ୍ଟେଲରେ ରହୁଥିଲା ଯୁବତୀ । ରବିବାର କୌଣସି କାରଣକୁ ନେଇ ହୋଟେଲ୍‌କୁ ଡାକିଥିଲେ ଯୁବତୀଙ୍କ ପୁରୁଷ ବନ୍ଧୁ । ସେଠାରେ ହଠାତ୍‌ ପୁରୁଷ ବନ୍ଧୁ ଜଣଙ୍କ ଯୁବତୀଙ୍କ ଦୁଷ୍କର୍ମ କରିବା ପାଇଁ ଉଦ୍ୟମ କରିଥିଲେ । କିନ୍ତୁ ଯୁବତୀ ଜଣଙ୍କ ଏହାକୁ ବିରୋଧ କରିଥିଲେ । କିନ୍ତୁ ପୁରୁଷ ବନ୍ଧୁ ଜଣଙ୍କ ଜୋରଜବରଦସ୍ତ ଦୁଷ୍କର୍ମ କରିଥିବା […]

ଆଜି ଓ ଆସନ୍ତା କାଲି ସନ୍ଧ୍ୟାରେ ଆକାଶରେ ଚମକିବେ ବୃହସ୍ପତି ଓ ଶୁକ୍ର

ଆଜି ଓ ଆସନ୍ତା କାଲି ସନ୍ଧ୍ୟାରେ ଆକାଶରେ ଚମକିବେ ବୃହସ୍ପତି ଓ ଶୁକ୍ର। ଯାହାକୁ ଖାଲି ଆଖିରେ ଦେଖିବେ ଲୋକେ। ଏଭଳି ସଂଯୋଗ ୨ବର୍ଷକୁ ଥରେ ଦୃଶ୍ୟମାନ ହେଉଥିବା ବେଳେ ଜ୍ୟୋତିର୍ବିଦମାନେ ଏହାକୁ “ଗ୍ରହ ସଂଯୋଗ” ବା ପ୍ଲାନେଟାରି କଞ୍ଜଙ୍କସନ୍ କହୁଛନ୍ତି। ଦିନକୁ ଦିନ ଗ୍ରହ ଦୁଇଟି ପରସ୍ପରର ନିକଟତର ହେବେ ଓ ୮-୯ ତାରିଖ ରାତିରେ ପୂରା ପାଖାପାଖି ଦେଖାଯିବେ । ତା’ପରେ ଶୁକ୍ର ଗ୍ରହ ଉପରକୁ ଉପରକୁ ଉଠି ବୃହସ୍ପତି ଠାରୁ ଦୂରରେ ଦେଖାଯିବ […]

ଜରୁରୀ ଅବତରଣ ବେଳେ ବିମାନ କ୍ରାସ୍ , ୨ ପାଇଲଟଙ୍କ ମୃତ୍ୟୁ

ଡୋମିନିକାନ୍ ରିପବ୍ଲିକ୍ ର ‘ଲା ରୋମାନା ଆନ୍ତର୍ଜାତୀୟ ବିମାନବନ୍ଦର’ ରେ ବିମାନ ଦୁର୍ଘଟଣା । ଏକ ‘ଗଲ୍ଫଷ୍ଟ୍ରିମ୍ G200’ ପ୍ରାଇଭେଟ୍ ଜେଟ୍ ରନୱେରେ ପିଟି ହେଲା । ଏହାପରେ ବିସ୍ଫୋରଣ ଯୋଗୁଁ ଜଳିପୋଡି ଛାରଖାର ହେଲା । ଏଥିରେ ୨ ପାଇଲଟଙ୍କ ମୃତ୍ୟୁ ହୋଇଛି। ବିମାନଟି ଲା ରୋମାନାରୁ ଆମେରିକାର ଟେକ୍ସାସ୍ ସହର ଅଭିମୁଖେ ଯାତ୍ରା କରୁଥିଲା । ଦୁର୍ଘଟଣାରେ ପାଇଲଟ୍ ଏବଂ କୋ-ପାଇଲଟ୍ ଉଭୟଙ୍କ ମୃତ୍ୟୁ ହୋଇଥିବା ଜାତୀୟ ବିମାନ ଚଳାଚଳ କର୍ତ୍ତୃପକ୍ଷ କହିଛନ୍ତି । […]

OPSC ପରୀକ୍ଷାରେ କପି କରି ଛାତ୍ର ଗିରଫ, ଅନ୍ତଃବସ୍ତ୍ର ଭିତରୁ ବାହାରିଲା ମୋବାଇଲ୍

କଟକ ସିଡିଏରେ ଏକ ଘରୋଇ କଲେଜରେ ଓସିଏସ୍‌ ପ୍ରିଲିମ୍‌ସ ପରୀକ୍ଷା ଚାଲୁଥିବାବେଳେ ଜଣେ ପ୍ରାର୍ଥୀଙ୍କ ଚଞ୍ଚକତା ଧରାପଡ଼ିଛି । ମୋବାଇଲ୍‌ ଲୁଚାଇ ଆଣିବା ସହିତ ଇଅର୍‌ଫୋନ୍ ବ୍ୟବହାର କରୁଥିବାବେଳେ ପ୍ରାର୍ଥୀଙ୍କୁ ପରୀକ୍ଷାକେନ୍ଦ୍ରରେ ଧରାଯାଇଛି । ଅନ୍ତଃବସ୍ତ୍ର ଭିତରେ ଥିଲା ଫୋନ୍‌ । ଲମ୍ବା ଚୁଟି ଭିତରେ ଲୁଚେଇ ରଖାଯାଇଥିଲା ଇୟର୍‌ବଡ୍‌ । ଫୋନ୍‌ କଲ୍‌ରେ ଡକାଯାଉଥିଲା ପ୍ରଶ୍ନ । ପ୍ରଶ୍ନ ଶୁଣି ଗୁଗୁଲ୍‌ ସର୍ଚ୍ଚ କରି ଜଣେ ଯୁବକ ଦେଉଥିଲେ ଉତ୍ତର ।ହଠାତ୍‌ ସ୍କ୍ୱାଡ୍‌ ପଶି ଯାଞ୍ଚ୍‌ […]

ଆଜି ବିଶ୍ୱ ମହାସାଗର ଦିବସ

ପ୍ରତିବର୍ଷ ଜୁନ୍ ୮ ତାରିଖ କୁ ବିଶ୍ୱବ୍ୟାପୀ ବିଶ୍ୱ ମହାସାଗର ଦିବସ (World Oceans Day) ଭାବେ ପାଳନ କରାଯାଏ । ମହାସାଗର ଆମ ପୃଥିବୀର ପ୍ରାୟ ୭୧ ପ୍ରତିଶତ ଭୂଭାଗକୁ ଆଚ୍ଛାଦିତ କରି ରଖିଥିବା ବେଳେ, ଜୀବଜଗତ ପାଇଁ ଏହାର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।ଅଧିକ ଖାଦ୍ୟ, ଅଧିକ ନିଯୁକ୍ତି ଏବଂ ଅଧିକ ଶକ୍ତି ଯୋଗାଇବା ପାଇଁ ଆମକୁ ମହାସାଗର ଆବଶ୍ୟକ ରହିଛି । ଜଳବାୟୁକୁ ନିୟନ୍ତ୍ରଣ କରିବା ଏବଂ ଜୈବ ବିବିଧତାକୁ ସମର୍ଥନ କରିବା […]

ଆଜିଠୁ ମାଗଣା ସିଭିଲ ସର୍ଭିସ କୋଚିଂର ଆବେଦନ ପ୍ରକ୍ରିୟା ଆରମ୍ଭ ହେବ

ଆଜିଠୁ ମାଗଣା ଆଇଏଏସ କୋଚିଂ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ । ଉଚ୍ଚଶିକ୍ଷା ବିଭାଗ ଅଧୀନରେ 200 ଜଣ ଆଶାୟୀଙ୍କୁ ମାଗଣାରେ UPSC ପାଇଁ ପ୍ରଶିକ୍ଷଣ ପ୍ରଦାନ କରାଯିବ । ଏନେଇ ଅନଲାଇନ୍ ମାଧ୍ୟମରେ ଆବେଦନ କରିପାରିବେ ଛାତ୍ରଛାତ୍ରୀ ।୨୦୧୯ ମସିହାରୁ ରାଜ୍ୟ ସରକାରଙ୍କ ତରଫରୁ ମାଗଣା ସିଭିଲ ସର୍ଭିସ ପାଇଁ କୋଚିଂ ଦିଆଯାଉଛି । ତେବେ 28 ତାରିଖଠାରୁ 19 ଜୁନ୍ ପର୍ଯ୍ୟନ୍ତ ଇଚ୍ଛୁକ ଥିବା ଛାତ୍ରଛାତ୍ରୀମାନେ ଏଥିପାଇଁ ଆବେଦନ କରିପାରିବେ । 24 ତାରିଖରେ […]

ବରିଷ୍ଠ ସାମ୍ବାଦିକ ରଶ୍ମିରଞ୍ଜନ ଦୋରାଙ୍କ ମାତୃ ବିୟୋଗ

ରାୟଗଡ଼ା ଜିଲ୍ଲାର ବରିଷ୍ଠ ସାମ୍ବାଦିକ ତଥା ବଡ଼ଖବର ଏବଂ ସମାଲୋଚନା ପତ୍ରିକାର ପ୍ରତିନିଧି ରଶ୍ମିରଞ୍ଜନ ଦୋରାଙ୍କ ମାତା ମନୋରମା ଦୋରାଙ୍କର ରାୟଗଡ଼ା ପିଏଚ୍‌ଡି କଲୋନୀସ୍ଥିତ ସରକାରୀ ବାସଭବନରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ବୟସ ହୋଇଥିଲା। ତାଙ୍କ ବିୟୋଗରେ ପରିବାରବର୍ଗ, ଆତ୍ମୀୟ ସ୍ୱଜନ ଏବଂ ଶୁଭେଚ୍ଛୁମାନଙ୍କ ମଧ୍ୟରେ ଗଭୀର ଶୋକର ଛାୟା ଖେଳିଯାଇଛି। ମୃତ୍ୟୁ ସମୟରେ ତାଙ୍କ ବଡ଼ପୁଅ ଜଗଦୀଶ ଚନ୍ଦ୍ର ଦୋରା, ସାନପୁଅ ରଶ୍ମିରଞ୍ଜନ ଦୋରା, ଦୁଇ ବୋହୂ, ନାତି ନାତୁଣୀ […]