ଆଜି ମଧ୍ୟାହ୍ନରେ ପୁଲିସ ଅଧିକାରୀଙ୍କ ସହ ସିଏମ୍ ଙ୍କ ବଡ଼ ବୈଠକ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ହେବ ମିଟିଂ । ମୁଖ୍ୟ ଶାସନ ସଚିବ, ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପୁଲିସ ଡିଜି, ଗୁଇନ୍ଦା ବିଭାଗ ନିର୍ଦ୍ଦେଶକ, ଟ୍ଵିନସିଟି ପୁଲିସ କମିଶନର ପ୍ରମୁଖ ଉପସ୍ଥିତ ରହିବେ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ଏହି ବୈଠକକୁ ନେଇ ପ୍ରଶାସନିକ ମହଲରେ ଗୁରୁତ୍ୱ ବଢ଼ିଛି। ତେବେ ବୈଠକର ନିର୍ଦ୍ଦିଷ୍ଟ ଏଜେଣ୍ଡା ସମ୍ପର୍କରେ ଏପର୍ଯ୍ୟନ୍ତ ସ୍ପଷ୍ଟ ସୂଚନା ମିଳିନାହିଁ। କେଉଁ ପ୍ରସଙ୍ଗକୁ ନେଇ ମୁଖ୍ୟମନ୍ତ୍ରୀ ଶୀର୍ଷ ଅଧିକାରୀଙ୍କ ସହ ଆଲୋଚନା କରିବେ, ତାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି।
