କଟକରେ ଆଜି ରାବଣ ପୋଡ଼ି ଉତ୍ସବ, ବାଲିଯାତ୍ରା ପଡ଼ିଆରେ ୮୦ ଫୁଟ୍ ର ରାବଣ ଦହନ

ଦୁର୍ଗା ପୂଜାକୁ ନେଇ ଉତ୍ସବ ମୁଖର ଥିବା ଭୁବନେଶ୍ୱରରେ କମିଶନରେଟ୍ ପୋଲିସ୍ ପକ୍ଷରୁ ବ୍ୟାପକ ସୁରକ୍ଷା, ନିରାପତ୍ତା ଏବଂ ଭିଡ଼ ପରିଚାଳନା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଆଜି ନଅଟି ଭିନ୍ନ ସ୍ଥାନରେଆୟୋଜକଙ୍କ ଦ୍ୱାରା ‘ରାବଣ ପୋଡ଼ି’ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଉତ୍ସବକୁ ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ କରିବା ପାଇଁ ପୋଲିସ ଓ ଅଗ୍ନିଶମ ବିଭାଗ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ରଖି ପୂଜା କମିଟି ଓ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା କରାଯାଇଛି । ସେହିଭଳି ଆଜି ତଳ ବାଲିଯାତ୍ରା ପଡ଼ିଆରେ ଆୟୋଜିତ ହେବ ୩୬ତମ ରାବଣ ପୋଡ଼ି ଉତ୍ସବ । ବାରବାଟୀ ସର୍ବଧର୍ମ ସାଂସ୍କୃତିକ ପରିଷଦ ପକ୍ଷରୁ ହେବାକୁ ଥିବା ଏହି ଉତ୍ସବ ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି ।ରାତି ୧୨ଟାରେ ପ୍ରାୟ ୮୦ ଫୁଟ୍ ଉଚ୍ଚତାର ରାବଣର ପ୍ରତିକୃତିରେ ଅଗ୍ନି ସଂଯୋଗ କରାଯିବ। ଉତ୍ସବରେ ପ୍ରାୟ ୧୦ ହଜାର ଲୋକଙ୍କ ବସିବା ପାଇଁ ବ୍ୟବସ୍ଥା ହୋଇଛି।

ଅଧିକ ପଢନ୍ତୁ