ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଏକ ମୁକ୍ତ ବାଣିଜ୍ୟ ଚୁକ୍ତି (FTA) ୨୦ ଅକ୍ଟୋବର, ୨୦୨୬ ଠାରୁ କାର୍ଯ୍ୟକାରୀ ହୋଇଛି। ଏହି ଚୁକ୍ତିର ଉଦ୍ଦେଶ୍ୟ ହେଉଛି ଉଭୟ ଦେଶ ମଧ୍ୟରେ ବାଣିଜ୍ୟକୁ ପ୍ରୋତ୍ସାହିତ କରିବା ଏବଂ କମ୍ପାନୀଗୁଡ଼ିକୁ ନୂତନ ବଜାରରେ ପ୍ରବେଶ କରିବାର ସୁଯୋଗ ଯୋଗାଇ ଦେବା।କେନ୍ଦ୍ର ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋୟଲ ୨୧ ସେପ୍ଟେମ୍ବର ୨୦୨୬ରେ ଏହା ଘୋଷଣା କରିଥିଲେ। ଏହି ଚୁକ୍ତିନାମାକୁ ନ୍ୟୁଜିଲାଣ୍ଡ ସଂସଦ ଅନୁମୋଦନ କରିସାରିଛି। ସେପ୍ଟେମ୍ବର ୧୬ ରେ ଭାରତ ସହିତ […]
ଦଶହରା ପାଇଁ ଶୁଭକାମନା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଆପଣ ସମସ୍ତଙ୍କୁ ବିଜୟାଦଶମୀର ଶୁଭକାମନା । ଖୁସି ଓ ବିଶ୍ବାସର ଏହି ପର୍ବ ବିଜୟ ପର୍ବ ସଭିଁଙ୍କ ସଂକଳ୍ପକୁ ନୂଆ ଶକ୍ତି ଯୋଗାଉ । ସମସ୍ତଙ୍କ ପାଇଁ ସୁଖ, ସୌଭାଗ୍ୟ ଓ ସଫଳତା କାମନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ଦେଶବାସୀଙ୍କୁ ବିଜୟା ଦଶମୀର ଶୁଭେଚ୍ଛା ଜଣାଇଛନ୍ତି । ଏହି ପର୍ବ ଅଧର୍ମ […]
ଶକ୍ତିପୀଠରେ ଦଶହରା, ପୂଜାମଣ୍ଡପରେ ମହାନବମୀ ।ମନ୍ତ୍ରୋଚ୍ଚାରଣ, ଘଣ୍ଟଘଣ୍ଟା, ଶଙ୍ଖଧ୍ୱନି ଓ ଚଣ୍ଡୀପାଠରେ ମୁଖରିତ ହେଉଛି ପୂଜା ପରିବେଶ । ମା’ଙ୍କ ଦର୍ଶନ ଓ ଆଶୀର୍ବାଦ ପାଇଁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳୁଛି ।ଓଡ଼ିଶାରେ ଶକ୍ତିପୀଠ ଓ ସାର୍ବଜନୀନ ପୂଜାମଣ୍ଡପରେ ଦୁର୍ଗାପୂଜାର ନୀତିକାନ୍ତିରେ ପାର୍ଥକ୍ୟ ରହିଛି। ଶକ୍ତିପୀଠଗୁଡ଼ିକରେ ଦେବୀଙ୍କ ପାରମ୍ପରିକ ପୂଜାବିଧି ଅନୁଯାୟୀ ସ୍ୱତନ୍ତ୍ର ନୀତି ସମ୍ପନ୍ନ ହେଉଥିବା ବେଳେ ମଣ୍ଡପଗୁଡ଼ିକରେ ମୃଣ୍ମୟୀ ଦୁର୍ଗାଙ୍କ ମହାନବମୀ ଆରାଧନା କରାଯାଉଛି ।ପଞ୍ଜିକା ଗଣନା ଅନୁସାରେ ଆଜି ଅପରାହ୍ନ ପ୍ରାୟ […]
କମିଶନରେଟ ପୋଲିସ୍ ସୋସିଆଲ ମିଡ଼ିଆ ଆକାଉଣ୍ଟ ହ୍ୟାକ୍ । ହ୍ୟାକର ଅଫିସିଆଲ ଏକ୍ସ ଆକାଉଣ୍ଟ ହ୍ୟାକ କରିଛନ୍ତି । ହ୍ୟାକର କିଛି XRP ଓ ଏକ୍ସମ୍ୟାନ ଓ୍ବାଲେଟ ସମ୍ପର୍କରେ କରିଛି ଅନେକ ପୋଷ୍ଟ । ପୋଲିସ ପକ୍ଷରୁ ‘ଏକ୍ସ’କୁ ଚିଠି ନେଇ ପୋଲିସ କମିଶନର ସୂଚନା ଦେଇଛନ୍ତି । ଦଶହରା ସମୟରେ ଲୋକେ ଟ୍ରାଫିକ ଅପଡେଟ ପାଇବା ପାଇଁ ହେଉଛନ୍ତି ହଇରାଣ।ଲୋକେ ଏକ୍ସ ଆକାଉଣ୍ଟ ଯାଚ ବେଳେ ଆସୁଛି ଅନାବନା ପୋଷ୍ଟ । ଲୋକେ ପୋଷ୍ଟ ଦେଖି […]
ପୁଣି ଡରାଇଲା ଅକ୍ଟୋବରରେ ବାତ୍ୟା ଭୟ । ୨୧ରେ ଘୂର୍ଣ୍ଣିବଳୟ, ୨୪ରେ ଲଘୁଚାପ । ପରବର୍ତ୍ତୀ ସମୟରେ ଅବପାତର ରୂପ ନେଇ ବାତ୍ୟାରେ ପରିଣତ ହେବା ଆଶଙ୍କା ।ହୋଇପାରେ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ମୁହାଁ । ୨୧ ତାରିଖ ବେଳକୁ ଅଣ୍ଡାମାନ ସାଗରରେ ଏକ ଘୂଣ୍ଣିର୍ବଳୟ ସୃଷ୍ଟି ହେବାକୁ ଯାଉଛି । ଏହା ଘନୀଭୂତ ହୋଇ ୨୪କିମ୍ବା ୨୫ତାରିଖ ବେଳକୁ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇପାରେ । ଏହା କେତେ ଘନୀଭୂତ ହେବ ଏବଂ କେଉଁ ଦିଗକୁ […]
କୋଟିଆ ପ୍ରସଙ୍ଗକୁ ନେଇ ରାଜ୍ୟ ରାଜନୀତି ପୁଣି ଥରେ ସରଗରମ ହୋଇଛି। ଓଡ଼ିଶାର ଅବିଚ୍ଛେଦ୍ୟ ଅଙ୍ଗ କୋଟିଆରେ ପଡ଼ୋଶୀ ଆନ୍ଧ୍ରପ୍ରଦେଶ ପକ୍ଷରୁ ନିର୍ବାଚନ ଘୋଷଣା କରାଯିବା ଘଟଣାକୁ ନେଇ ବିଜେଡି ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଏହି ପ୍ରସଙ୍ଗରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରି ସେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଏକ ଚିଠି ଲେଖିଛନ୍ତି।ନବୀନ ଚିଠିରେ ଦର୍ଶାଇଛନ୍ତି ଯେ ସେ ମୁଖ୍ୟମନ୍ତ୍ରୀ ଥିବା ସମୟରେ ରାଜ୍ୟର ଭୌଗୋଳିକ […]
ଚଳିତ ଦୁର୍ଗା ପୂଜାରେ ଦୁର୍ଗାପୂଜା ମଣ୍ଡପ ବୁଲିବେନି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।। ରାଜ୍ୟରେ ଲଗାଣ ବର୍ଷା ଏବଂ ବନ୍ୟାଜନିତ ବ୍ୟାପକ କ୍ଷୟକ୍ଷତିକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ଦୁର୍ଗାପୂଜାକୁ ଅତି ନିରାଡମ୍ବର ଭାବେ ପାଳନ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ପ୍ରାକୃତିକ ଦୁର୍ବିପାକରେ ପ୍ରଭାବିତ ହୋଇଥିବା ଜନସାଧାରଣ ଓ ଚାଷୀମାନଙ୍କୁ ସମବେଦନା ଜଣାଇ ମୁଖ୍ୟମନ୍ତ୍ରୀ ଏହି ନିଷ୍ପତ୍ତି ନେଇଛନ୍ତି।ଉତ୍ସବ ମାହୋଲ ଅପେକ୍ଷା ବନ୍ୟା ପ୍ରଭାବିତ ଅଞ୍ଚଳରେ ରିଲିଫ୍, କ୍ଷତିପୂରଣ ଆକଳନ ଏବଂ ଚାଷୀଙ୍କୁ ତୁରନ୍ତ […]
ଟ୍ରେନ୍ରେ ଯାତ୍ରା କରୁଥିବା ସମୟରେ ମୋବାଇଲ୍ରେ ଗୀତ ଶୁଣିବା କିମ୍ବା ଭିଡିଓ ଦେଖିବା ଅନେକଙ୍କ ଅଭ୍ୟାସ। କିନ୍ତୁ ଯଦି ଇୟରଫୋନ୍ ବଦଳରେ ମୋବାଇଲ୍ର ଲାଉଡ୍ସ୍ପିକର ଅନ୍ କରି ଉଚ୍ଚ ସ୍ୱରରେ ଭିଡିଓ ଦେଖୁଛନ୍ତି, ତେବେ ସାବଧାନ! ଦକ୍ଷିଣ ରେଳବାଇ ଏଭଳି ଆଚରଣ ବିରୋଧରେ କଡ଼ା ପଦକ୍ଷେପ ନେଇଥିବା ସୂଚନା ମିଳିଛି। ରିପୋର୍ଟ ଅନୁସାରେ, ଟ୍ରେନ୍ ଭିତରେ ମୋବାଇଲ୍ ସ୍ପିକରରେ ଜୋର୍ରେ ଗୀତ, ରିଲ୍ସ କିମ୍ବା ଭିଡିଓ ଚଲାଇ ଅନ୍ୟ ଯାତ୍ରୀଙ୍କୁ ଅସୁବିଧାରେ ପକାଇଲେ ରେଳବାଇ ପକ୍ଷରୁ କାର୍ଯ୍ୟାନୁଷ୍ଠାନ […]
ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (BCCI) ର ବରିଷ୍ଠ ପୁରୁଷ କ୍ରିକେଟ୍ ଚୟନ କମିଟିରେ ଏକ ବଡ଼ଧରଣର ପରିବର୍ତ୍ତନ ଘଟିଛି। ଅଜିତ ଅଗରକରଙ୍କ କାର୍ଯ୍ୟକାଳ ପରେ ପୂର୍ବତନ ଭାରତୀୟ ସ୍ପିନର ପ୍ରଜ୍ଞାନ ଓଝା ବିସିସିଆଇର ପୁରୁଷ ଚୟନ କମିଟିର ନୂତନ ଅଧ୍ୟକ୍ଷ (Chairman) ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହାସହ ଅନ୍ୟ ଏକ ପୂର୍ବତନ ସ୍ପିନର ରମେଶ ପାୱାର ପାଞ୍ଚଜଣିଆ ଚୟନ ପ୍ୟାନେଲର ନୂତନ ସଦସ୍ୟ ଭାବେ ନିଯୁକ୍ତ ହୋଇଛନ୍ତି। ଓଡ଼ିଶା ସହ ସମ୍ପର୍କ ରଖିଥିବା ପ୍ରଜ୍ଞାନ […]
ବଲିଉଡ୍ ଅଭିନେତା ଟାଇଗର ଶ୍ରଫ୍ଙ୍କୁ ଟାର୍ଗେଟ କରି ମୁମ୍ବାଇର ଜୁହୁ ଅଞ୍ଚଳରେ ଗୁଳିମାଡ଼ ଘଟଣାକୁ ନେଇ ଚିନ୍ତା ପ୍ରକାଶ କରିଛି ସିନେ ସଂଗଠନ। ଅଭିନେତା ଓ ତାଙ୍କ ପରିବାରର ସୁରକ୍ଷା ସୁନିଶ୍ଚିତ କରିବା ସହ ଚଳଚ୍ଚିତ୍ର ଜଗତର ସମସ୍ତ ବ୍ୟକ୍ତିଙ୍କ ପାଇଁ ଏକ ସୁରକ୍ଷିତ ପରିବେଶ ସୃଷ୍ଟି କରିବାକୁ ଦାବି ହୋଇଛି। ଅନ୍ୟପଟେ ଅଭିନେତା ଟାଇଗର ଶ୍ରଫଙ୍କ କାର ଉପରକୁ ଗୁଳିମାଡ଼ ଘଟଣା ପରେ ମୁମ୍ବାଇର ବାନ୍ଦ୍ରା ଅଞ୍ଚଳରେ ଥିବା ଅଭିନେତା ସଲମାନ ଖାନଙ୍କ ଘର ବାହାରେ […]
ବଲିଉଡର ଜଣାଶୁଣା ଗାୟିକା ନୀତି ମୋହନ ଏବଂ କୋରିଓଗ୍ରାଫର ଶକ୍ତି ଏବଂ ମୁକ୍ତି ମୋହନଙ୍କ ବାପାଙ୍କ ପରଲୋକ ହୋଇଛି । ବଲିଉଡର ଚର୍ଚ୍ଚିତ ଭଉଣୀ ନୀତି-ମୁକ୍ତି-ଶକ୍ତିଙ୍କ ବାପା ବ୍ରିଜ ମୋହନ ଶର୍ମାଙ୍କର ଦେହାନ୍ତ ହୋଇଛି । ୭୪ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ନୀତିଙ୍କ ବାପା ।ଗତକାଲି (ରବିବାର) ସୋସିଆଲ ମିଡିଆରେ ଏ ନେଇ ସୂଚନା ଦେଇଛନ୍ତି ସିଙ୍ଗର ନୀତି ମୋହନ । ଇନଷ୍ଟାଗ୍ରାମ ପୋଷ୍ଟରେ ନୀତି ମୋହନ ବାପାଙ୍କୁ ମନେ ପକାଇ ଦୁଃଖପ୍ରକାଶ […]
ଗତ ସେପ୍ଟେମ୍ବର 8ରେ ବାଲେଶ୍ବରର ଭୋଗରାଇରୁ ଉଦ୍ଧାର ହୋଇଥିବା ୫ଟି ଓରାଙ୍ଗଉଟାନ୍ଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଧୀରେ ଧୀରେ ଉନ୍ନତି ଆସୁଛି । ସମସ୍ତଙ୍କ ସ୍ୱାସ୍ଥ୍ୟ ଏବେ ଭଲ ରହିଥିବା ବେଳେ ସେମାନଙ୍କ ଓଜନ ମଧ୍ୟ କ୍ରମାଗତ ଭାବେ ବଢ଼ୁଛି । ତେବେ ପ୍ରତ୍ୟେକ ଦିନ ବିଶେଷଜ୍ଞଙ୍କ ତତ୍ତ୍ୱାବଧାନରେ ୫ଟି ଯାକ ଓରାଙ୍ଗଉଟାନ ଶାବକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଛି । ସମସ୍ତେ ସ୍ୱାଭାବିକ ଭାବେ ଖାଦ୍ୟ ଗ୍ରହଣ କରୁଥିବା ବେଳେ ସେମାନଙ୍କ ଭୋକ ଓ ଖାଦ୍ୟ ଗ୍ରହଣ କ୍ଷମତାରେ ଉନ୍ନତି […]
