ଆଜି କୋଟିଆ ଯିବେ ୧୫ ଜଣିଆ ବିଜେଡି ଟିମ୍‌

ଆଜି କୋଟିଆ ଯିବେ ବିଜେଡି ଟିମ । କୋଟିଆରେ ଆନ୍ଧ୍ର ପଞ୍ଚାୟତ ନିର୍ବାଚନ କରିବାକୁ ଯୋଜନା ଚଳାଇଥିବା ବେଳେ ବିଜେଡି ଟିମ ଆଜି କୋଟିଆ ଗସ୍ତ କରିବା କାର୍ଯ୍ୟକ୍ରମ ରହିଛି । ବିଜୁ ଜନତା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ କୋରାପୁଟ ଜିଲ୍ଲା ସଭାପତି ଝିନ ହିକକା ଓ ରାଜ୍ୟ ସ୍ତରୀୟ ଟିମ କୋଟିଆ ଗସ୍ତ କରିବା କାର୍ଯ୍ୟକ୍ରମ ରହିଛି । ନବୀନ ଏହା ପୂର୍ବରୁ କୋଟିଆ ପ୍ରସଙ୍ଗରେ ହସ୍ତକ୍ଷେପ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ପତ୍ର ଲେଖିଥିଲେ। ଏହା ପରେ ନିଜ ଦଳର ଏକ ଟିମ୍ କୁ କୋଟିଆ ପଠାଇଛନ୍ତି ନବୀନ। ଏହି ଟିମ୍ ସ୍ଥାନୀୟ ବାସିନ୍ଦାଙ୍କ ସହ ଆଲୋଚନା କରି ବର୍ତ୍ତମାନର ସ୍ଥିତି ସମ୍ପର୍କରେ ବିସ୍ତୃତ ରିପୋର୍ଟ ନବୀନଙ୍କୁ ପ୍ରଦାନ କରିବେ । ଏହି ପ୍ରତିନିଧିମଣ୍ଡଳୀରେ ପୂର୍ବତନ ସାଂସଦ ଝିନ୍ନ ହିକକା, ବିଜେଡି ନେତା ମନୋହର ରନ୍ଧାରୀ, ଜଗନ୍ନାଥ ସାରକା, ରବି ନାରାୟଣ ନନ୍ଦ, ପ୍ରଦୀପ ମାଝୀ, ରମେଶ ମାଝୀ ପ୍ରମୁଖ କୋଟିଆ ଯାଉଛନ୍ତି।

ଅଧିକ ପଢନ୍ତୁ