ବଢିଲା ବାତ୍ୟା ଭୟ, ସବୁ ଜିଲ୍ଲାପାଳଙ୍କୁ ଆଲର୍ଟ କଲେ SRC

ଆସୁଛି ବାତ୍ୟା । ଆସନ୍ତା ୨୬ରେ ବାତ୍ୟା ସୃଷ୍ଟି ସମ୍ଭାବନା । ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ । ୨୬ ସୁଦ୍ଧା ନେବ ବାତ୍ୟାର ରୂପ । ଅଧିକ ଘନୀଭୂତ ହୋଇ ଓଡ଼ିଶା ଓ ଆନ୍ଧ୍ର ଉପକୂଳ ମୁହାଁ ହେବ ।ଆସନ୍ତାକାଲି ଅବପାତ ଏବଂ ୨୫ ଅକ୍ଟୋବରରେ ଗଭୀର ଅବପାତର ରୂପ ନେବ । ୨୬ ଅକ୍ଟୋବର ସକାଳ ସୁଦ୍ଧା ଏହା ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ବାତ୍ୟାରେ ପରିଣତ ହେବା ସମ୍ଭାବନା ରହିଛି । ପରବର୍ତ୍ତୀ ୨ ଦିନ ମଧ୍ୟରେ ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ଦକ୍ଷିଣ ଓଡ଼ିଶା ଉପକୂଳ ଆଡ଼କୁ ମୁହାଁଇବ । ଯାହାକୁ ନେଇ ବାତ୍ୟ ଭୟ ବଢିବାରେ ଲାଗିଛି । ଆଇଏମଡି ପୂର୍ବାନୁମାନ ଅନୁସାରେ ଏହା ଭୀଷଣ ବାତ୍ୟା ନୁହେଁ ସାଧାରଣ ବାତ୍ୟା ଆକାରରେ ସ୍ଥଳଭାଗ ଛୁଇଁବ । କିନ୍ତୁ କିଛି ବିଦେଶୀ ପାଣିପାଗ ସଂସ୍ଥା କହିଛନ୍ତି ଏହା ଭୀଷଣ ବାତ୍ୟାର ଆକାର ନେଇପାରେ । ସମ୍ଭାବ୍ୟ ବାତ୍ୟାକୁ ନେଇ ସବୁ ଜିଲ୍ଲାପାଳଙ୍କୁ ଆଲର୍ଟ କରିଛନ୍ତି SRC । ସତର୍କ ରହିବାକୁ ସ୍ବତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ଏନେଇ ସବୁ ଜିଲ୍ଲାପାଳଙ୍କୁ ଚିଠି କରାଯାଇଛି ।

ଅଧିକ ପଢନ୍ତୁ