ବାପଟ ଓ ଋଚିତା ଭିଜ୍ ହେଲେ NTA ଯୁଗ୍ମ ସଚିବ

ଏନଇଇଟି-ୟୁଜି ପେପର ଲିକ୍ ଓ ପରୀକ୍ଷା ବାତିଲକୁ ନେଇ ଜାରି ବିବାଦ ମଧ୍ୟରେ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ଏଥିରେ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସୀ (ଏନଟିଏ) ବରିଷ୍ଠ ଅଧିକାରୀ ସ୍ତରରେ ୨ଟି ଗୁରୁତ୍ୱପୂର୍ଣ୍ଣ ନିଯୁକ୍ତି ହୋଇଛି। ।ବରିଷ୍ଠ ଆଇଆରଏସ୍ ଅଧିକାରୀ ଋଚିତା ଭିଜ୍ ଙ୍କୁ ଏନଟିଏ ଯୁଗ୍ମ ସଚିବ ନିଯୁକ୍ତ କରାଯାଇଛି।ଋଚିତା ୨୦୦୪ ବ୍ୟାଚ୍ ର ଅଧିକାରୀ ଓ ସେ ଏବେ ଅର୍ଥମନ୍ତ୍ରାଳୟରେ କାର୍ଯ୍ୟରତ ଅଛନ୍ତି। ଏଥିରେ ଦ୍ୱିତୀୟ ନିଯୁକ୍ତି ଅନୁଜା ବାପଟଙ୍କର ହୋଇଛି। ଅନୁଜା ୧୯୮୮ ବ୍ୟାଚ୍ ର ଆଇଏସଏସ୍ ଅଧିକାରୀ। ଅନୁଜାଙ୍କୁ ମଧ୍ୟ ଯୁଗ୍ମ ସଚିବ ପଦରେ ନିଯୁକ୍ତି ଲାଗି ମଞ୍ଜୁରୀ ମିଳିଛି। ଏଥି ଲାଗି ସଂସ୍ଥାରେ ଡେପୁଟି ସେକ୍ରେଟାରୀ ଓ ଡାଇରେକ୍ଟର ପଦବୀକୁ ୨ ବର୍ଷ ଲାଗି ଅସ୍ଥାୟୀ ରୂପେ ଅପଗ୍ରେଡ କରାଯାଇଛି।

ଅଧିକ ପଢନ୍ତୁ