ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ବାତ୍ୟା ସମୀକ୍ଷା କରି କହିଛନ୍ତି ,ବିଶେଷ କରି ଦକ୍ଷିଣାଞ୍ଚଳ ଓ ଉପକୂଳ ଜିଲ୍ଲାରେ ପ୍ରଭାବ ପଡିପାରେ । ଯଦି ବି ବାତ୍ୟା ଦିଗ ପରିବର୍ତ୍ତନ କରେ ତାହେଲେ ବି ପ୍ରସ୍ତୁତ । ସରକାର ଲୋକମାନଙ୍କୁ ରିଲିଫ୍ କ୍ୟାମ୍ପକୁ ସ୍ଥାନାନ୍ତର କରିବା ଆରମ୍ଭ କରିଛନ୍ତି। ଯେଉଁମାନେ ଆବଶ୍ୟକ କରୁଛନ୍ତି ସେମାନଙ୍କୁ ଖାଦ୍ୟ ଏବଂ ଅନ୍ୟାନ୍ୟ ଆବଶ୍ୟକୀୟ ସାମଗ୍ରୀ ଯୋଗାଇ ଦିଆଯାଉଛି। ସରକାର ନାଗରିକମାନଙ୍କୁ ରିଲିଫ୍ କ୍ୟାମ୍ପରେ ରହିବା ଏବଂ କୌଣସି ଗୁଜବରେ ଧ୍ୟାନ […]
ଦୁଇ ଆଦିବାସୀ ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ ଘଟଣା। ମୟୁରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନା ଅଞ୍ଚଳରେ ଏହା ଘଟିଛି।ଦୁଇ ନାବାଳିକାଙ୍କ ମଧ୍ୟରୁ ଜଣେ ଅଷ୍ଟମ ଓ ଜଣେ ନବମ ଶ୍ରେଣୀରେ ପଢୁଥିବା ଜଣାପଡିଛି।ଗଣଦୁଷ୍କର୍ମ ଅଭିଯୋଗରେ ଦୁଇ ଜଣଙ୍କୁ ଥାନାରେ ଅଟକ ରଖି ପୋଲିସ ପଚରାଉଚରା କରୁଛିା ଦୁଇ ଅଭିଯୁକ୍ତ ହେଲେ ରାସଗୋବିନ୍ଦପୁର ଥାନା ଅନ୍ତର୍ଗତ ପୂର୍ଣ୍ଣଚନ୍ଦ୍ରପୁର ଅଞ୍ଚଳ। ଅନ୍ୟ ଅଭିଯୁକ୍ତଙ୍କୁ ଖୋଜୁଛି ପୋଲିସ ।ଘଟଣାରେ ସାତରୁ ଆଠ ଜଣ ସଂପୃକ୍ତ ଥିବା ଲିଖିତ ଅଭିଯୋଗ ହୋଇଛି ।
ବଙ୍ଗୋପସାଗରରେ ଆସୁଛି ବାତ୍ୟା। ଏହାର ନାମ ଥାଇ ଭାଷାରେ ‘ମୋନ୍ଥା’। ଏହାକୁ ନେଇ ନଗର ଉନ୍ନୟନ ବିଭାଗର ପ୍ରସ୍ତୁତି । ସମସ୍ତ ସହରାଞ୍ଚଳରେ ଜରୁରୀକାଳୀନ ଦାୟିତ୍ୱରେ ଥିବା ଅଧିକାରୀଙ୍କ ଛୁଟି ବାତିଲ ଛୁଟି ବାତିଲ କରାଯାଇଛି । ଏହାସହିତ ଅଧିକାରୀଙ୍କୁ ଷ୍ଟେସନ ନଛାଡିବାକୁ ନଗର ଉନ୍ନୟନ ମନ୍ତ୍ରୀ ସୂଚନା ଦେଇଛନ୍ତି ।ସେ ଆହୁରି ମଧ୍ୟ କହିଛନ୍ତି ଯେ, ସମସ୍ତ ସହରାଞ୍ଚଳଗୁଡ଼ିକରେ ଥିବା ଓ୍ୱାଟର ଲଗିଂ ଜାଗାକୁ ଚିହ୍ନଟ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସମସ୍ତ ବାତ୍ୟା ଆଶ୍ରୟସ୍ଥଳୀକୁ […]
ନିର୍ବାଚନରେ ଏଆଇ ଫଟୋ ଓ ଭିଡିଓ ଅପବ୍ୟବହାର ଉପରେ ଲାଗିବ ରୋକ୍, ଆଡଭାଇଜରୀ ଜାରି କଲେ ଇସି । ଭାରତୀୟ ନିର୍ବାଚନ କମିଶନ(ECI) ଶନିବାର ସମସ୍ତ ଜାତୀୟ ଏବଂ ରାଜ୍ୟ-ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳଗୁଡ଼ିକୁ କଡ଼ା ପରାମର୍ଶ ଜାରି କରିଛନ୍ତି । ସେମାନଙ୍କୁ ନିର୍ବାଚନ ପ୍ରଚାରରେ ବ୍ୟବହୃତ ଏଆଇ-ପରିବର୍ତ୍ତିତ ଚିତ୍ର, ଅଡିଓ ଏବଂ ଭିଡିଓଗୁଡ଼ିକୁ ସ୍ପଷ୍ଟ ଭାବରେ ଲେବଲ୍ କରିବାକୁ ଏବଂ ତୁରନ୍ତ ହଟାଇବାକୁ କହିଛନ୍ତି । ଏହି ନିର୍ଦ୍ଦେଶନାମା ନେଇ ଇସି ଏକ୍ସରେ ପୋଷ୍ଟ କରିଛି ।ନିର୍ବାଚନ […]
କମ୍ପିଲାଣି ନୂଆପଡ଼ା ବ୍ୟାଟଲ ଗ୍ରାଉଣ୍ଡ । ଜୋର ଧରୁଛି ପ୍ରଚାର । ନୂଆପଡ଼ା ବିଧାନସଭା ଉପନିର୍ବାଚନ ରଣାଙ୍ଗନରେ ଅଛନ୍ତି ୧୪ ପ୍ରାର୍ଥୀ । ଗତକାଲି ନାମାଙ୍କନ ପ୍ରତ୍ୟାହାରର ଶେଷ ଦିନରେ ଜଣେ ବି ପ୍ରାର୍ଥୀ ନାମାଙ୍କନ ପତ୍ର ପ୍ରତ୍ୟାହାର କରିନାହାନ୍ତି । ନୂଆପଡା ଦେଖିବ ମହାଯୋଦ୍ଧାଙ୍କ ମହାଲଢେଇ। ଗ୍ରାଉଣ୍ଡକୁ ଓହ୍ଲାଇଲେଣି ସବୁ ଦଳର ମହାଯୋଦ୍ଧା । ତେବେ ନୂଆପଡା ବିଧାନସଭା ଉପନିର୍ବାଚନ ପାଇଁ ନିର୍ବାଚନ ପ୍ରତୀକ ପ୍ରଦାନ କରାଯାଇଛି । ନିର୍ବାଚନ ସାଧାରଣ ପର୍ଯ୍ୟବେକ୍ଷକ ପ୍ରକାଶ ବିନ୍ଦୁଙ୍କ […]
ମା’ର ରୋଗ ଯନ୍ତ୍ରଣା ସହି ନପାରି ବୁର୍ଲା ପାୱାର କେନାଲକୁ ଡେଇଁ ପଡ଼ିଥିଲେ ଯୁବକ। ଚିପିଲିମା ପାୱର ହାଉସ୍ ନିକଟସ୍ଥ କେନାଲରୁ ମୃତଦେହ ଉଦ୍ଧାର କଲା ଅଗ୍ନିଶମ ବାହିନୀ। ମାଆ କର୍କଟ ରୋଗରେ ପିଡୀତ ହୋଇ ନେଫ୍ରୋଲୋଜି ବିଭାଗରେ ଜୀବନ ସହ ସଂଗ୍ରାମ କରୁଛନ୍ତି। ସୂଚନାନୁଯାୟୀ, ବଲାଙ୍ଗିର ଜିଲ୍ଲା ମହାଲକ୍ଷ୍ମୀନଗର ପଡ଼ାର ସୌରଭ ସମ୍ବିତ ତ୍ରିପାଠୀ କର୍କଟ ଆକ୍ରାନ୍ତ ମା’ଙ୍କୁ ବୁର୍ଲା ଭିମସାରରେ ଭର୍ତ୍ତି କରିଥିଲେ। ରୋଗ ବଢ଼ିଯାଇଥିବା ବେଳେ ମା’ଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । […]
ଓଡ଼ିଶାରେ ନୂଆ ଗତି ପାଇବ ପର୍ଯ୍ୟଟନ କ୍ଷେତ୍ର । ପୁରୀରେ ପ୍ରତିଷ୍ଠା ହେବ ସମୁଦ୍ର ପର୍ଯ୍ୟଟନ ଟର୍ମିନାଲ । ଯାତ୍ରୀଙ୍କୁ ନିଆରା ଜଳଯାତ୍ରାର ଅନୁଭୁତି ଦେବ ସୌଖିନ କୃଜ ଜାହାଜ । ପୁରୀରୁ ଯିବେ ପାରାଦୀପ, ଦୀଘା, ବିଶାଖାପାଟଣା, ଆଣ୍ଡାମାନ୍ ନିକୋବର। ଆସନ୍ତା ୨୭ ରୁ ୩୧ ମେରି ଟାଇମ୍ ୱିକ୍ ବେଳେ ପାରାଦୀପ ବନ୍ଦର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ହେବ MOU । ପୂର୍ବରୁ କେନ୍ଦ୍ର ବନ୍ଦର ମନ୍ତ୍ରୀ ସର୍ବାନନ୍ଦ ସୋନୱାଲଙ୍କ ସହ ଆଲୋଚନା […]
ଆସନ୍ତା ନଭେମ୍ବର ମାସ ୧ ତାରିଖ ଠାରୁ ସାରା ଦେଶରେ ବ୍ୟାଘ୍ର ଗଣନା । ବନ ବିଭାଗ ପକ୍ଷରୁ ବ୍ୟାପକ ପ୍ରସ୍ତୁତି । ଅତ୍ୟାଧୁନିକ ପଦ୍ଧତିରେ ହେବ ବ୍ୟାଘ୍ର ଗଣନା । ଏନେଇ ତାଲିମ ନେଉଛନ୍ତି ବନ ବିଭାଗ କର୍ମଚାରୀ । ଅନୁଗୋଳ ବନଖଣ୍ଡରେ ଥିବା ୬ଟି ବନାଞ୍ଚଳରେ ପର୍ଯ୍ୟାୟ କ୍ରମେ ତାଲିମ ଦିଆଯିବ । ଏହି କାର୍ଯ୍ୟକ୍ରମ ଜରପଡା ବନାଞ୍ଚଳରୁ ଆରମ୍ଭ ହୋଇଛି ।ସାରା ଦେଶରେ ପ୍ରତି ୪ବର୍ଷରେ ଥରେ ବାଘ ଗଣନା କାର୍ଯ୍ୟକ୍ରମ କରାଯାଏ […]
ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଅବପାତ ସୃଷ୍ଟି ହୋଇଛି। ଘନୀଭୂତ ହୋଇ କାଲି ଗଭୀର ଅବପାତର ରୂପ ନେବ।୨୭ ତାରିଖ ସକାଳେ ବାତ୍ୟାର ରୂପ ନେବ ବୋଲି ଜଣାପଡିଛି। ତେବେ ଆଇଏମଡିର ପୂର୍ବାନୁମାନ କହୁଛି ବାତ୍ୟା ହେଲେ ଓଡ଼ିଶାରେ କମ୍, ଆନ୍ଧ୍ର ଉପରେ ଅଧିକ ପ୍ରଭାବ ରହିବ। ୨୭ରୁ ୨୯ ଯାଏଁ ରାଜ୍ୟରେ ବର୍ଷା ହେବ। ଦକ୍ଷିଣ ଓ ଉପକୂଳରେ ବେଶି ବର୍ଷିବ। ଓଡ଼ିଶା ଉପକୂଳରେ ୨୮ ଓ ୨୯ରେ ପବନର ବେଗ ୫୦ ରୁ ୬୦ କିମି ରହିବ। […]
ସରିଲା ନୂଆପଡ଼ା ଉପନିର୍ବାଚନ ପାଇଁ ପାର୍ଥୀପତ୍ର ପ୍ରତ୍ୟାହାର ଅବଧି। ଜଣେ ବି ପ୍ରାର୍ଥୀ ନାମାଙ୍କନ ପତ୍ର ପ୍ରତ୍ୟାହାର କରିନାହାନ୍ତି । ଅତଏବ, ୧୪ ଜଣ ପ୍ରାର୍ଥୀଙ୍କ ମଧ୍ୟରେ ନୂଆପଡା ବିଧାନସଭା ଉପନିର୍ବାଚନରେ ହେବ ପ୍ରତିଦ୍ୱନ୍ଦିତା । ଭାରତୀୟ ଜନତା ଦଳରୁ ଶ୍ରୀ ଜୟ ଢୋଲକିଆ, ବିଜୁ ଜନତା ଦଳରୁ ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ, ଭାରତୀୟ ଜାତୀୟ କଂଗ୍ରେସରୁ ଶ୍ରୀ ଘାସିରାମ ମାଝୀ, ସମାଜବାଦୀ ପାର୍ଟିରୁ ଶ୍ରୀ ରମାକାନ୍ତ ହାତୀ, ବହୁଜନ ମୁକ୍ତି ପାର୍ଟି ରୁ ଶ୍ରୀ ହେମନ୍ତ […]
ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ରାଜ୍ୟ ସରକାର ସଂପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି । ଯେ କୌଣସି ପରିସ୍ଥିତି ମୁକାବିଲା ନେଇ ଆମେ ପ୍ରସ୍ତୁତ ରହିଛୁ ବୋଲି କହିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । “ବର୍ତ୍ତମାନ ଲଘୁଚାପ ଘଣ୍ଟାପ୍ରତି 3 କିମି ବେଗରେ ଗତି କରୁଛି । ଦକ୍ଷିଣ- ପଶ୍ଚିମ ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ହେବ । ବାତ୍ୟା କେଉଁଠି ସ୍ଥଳଭାଗ ଛୁଇଁବ ତାହା ପାଣିପାଗ ବିଭାଗ ଏ ପର୍ଯ୍ୟନ୍ତ ଆକଳନ କରିନାହିଁ । […]
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନରେ ଭୁବନେଶ୍ୱରରେ ନିର୍ମାଣାଧୀନ ପ୍ରେକ୍ଷାଳୟ ‘କଳାମଣ୍ଡଳ’ ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଏଥିସହିତ କେନ୍ଦୁଝର ଜିଲ୍ଲାରେ କ୍ରୀଡ଼ା ଭିତ୍ତିଭୂମିର ବିକାଶ ସମ୍ପର୍କରେ ଆଲୋଚନା କରିଛନ୍ତି। ଭୁବନେଶ୍ୱରର ସୈନିକ ସ୍କୁଲ ନିକଟରେ ୯.୮୫ ଏକର ଜମି ଉପରେ ୧୭୩ କୋଟି ଟଙ୍କା ବ୍ୟୟରେ ଓଡ଼ିଶାର ସର୍ବବୃହତ ଏହି ପ୍ରେକ୍ଷାଳୟ ଇଡ୍କୋ ପକ୍ଷରୁ ନିର୍ମାଣ କରାଯାଉଛି। ୨୦୦୦ ଆସନ ବିଶିଷ୍ଟ ପ୍ରେକ୍ଷାଳୟ ସହିତ ୫୦୦ ସିଟ୍ ବିଶିଷ୍ଟ ଏକ ଓପନ୍ ଏୟାର ଥିଏଟର୍ […]
