୨୦୨୬ ମେ ସୁଦ୍ଧା ସରିବ ‘କଳାମଣ୍ଡଳ’ର ନିର୍ମାଣ କାର୍ଯ୍ୟ : ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନରେ ଭୁବନେଶ୍ୱରରେ ନିର୍ମାଣାଧୀନ ପ୍ରେକ୍ଷାଳୟ ‘କଳାମଣ୍ଡଳ’ ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଏଥିସହିତ କେନ୍ଦୁଝର ଜିଲ୍ଲାରେ କ୍ରୀଡ଼ା ଭିତ୍ତିଭୂମିର ବିକାଶ ସମ୍ପର୍କରେ ଆଲୋଚନା କରିଛନ୍ତି। ଭୁବନେଶ୍ୱରର ସୈନିକ ସ୍କୁଲ ନିକଟରେ ୯.୮୫ ଏକର ଜମି ଉପରେ ୧୭୩ କୋଟି ଟଙ୍କା ବ୍ୟୟରେ ଓଡ଼ିଶାର ସର୍ବବୃହତ ଏହି ପ୍ରେକ୍ଷାଳୟ ଇଡ୍‌କୋ ପକ୍ଷରୁ ନିର୍ମାଣ କରାଯାଉଛି। ୨୦୦୦ ଆସନ ବିଶିଷ୍ଟ ପ୍ରେକ୍ଷାଳୟ ସହିତ ୫୦୦ ସିଟ୍ ବିଶିଷ୍ଟ ଏକ ଓପନ୍ ଏୟାର ଥିଏଟର୍‌ […]

ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା: ବିରଳ କଇଁଛଙ୍କ ସୁରକ୍ଷା ପାଇଁ ନଭେମ୍ବର ୧ରୁ କଟକଣା

ଆଗକୁ ଆସୁଛି ଅଲିଭ ରିଡ଼ଲେ କଇଁଛଙ୍କର ପ୍ରଜନନ ଋତୁ । ସମୁଦ୍ରରେ ମାଛ ଧରିବା ନେଇ ଲାଗିବ କଟକଣା । ଆସନ୍ତା ନଭେମ୍ବର ୧ ତାରିଖରୁ ମେ ମାସ ୩୧ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା । ଟ୍ରଲର ଓ ଯନ୍ତ୍ର ଚାଳିତ ଡଙ୍ଗା ମାଡରେ ଯେପରି କଇଁଛ ମୃତ୍ୟୁ ନହୁଏ, ଏନେଇ ଅଣ୍ଟା ଭିଡ଼ିଛି ପ୍ରଶାସନ । ଅଲିଭ ରିଡଲେଙ୍କ ସୁରକ୍ଷା ପାଇଁ ପୁରୀ ଦେବୀ ନଦୀ ଓ କେଳୁଣି ନଦୀ ମୁହାଣରୁ ୫ […]

ଦେଶର ପ୍ରଥମ ସରକାରୀ ଟ୍ୟାକ୍ସି ସେବା ଆରମ୍ଭ ହେବାକୁ ଯାଉଛି

କେନ୍ଦ୍ର ସରକାର ଭାରତ ଟ୍ୟାକ୍ସି ନାମକ କ୍ୟାବ୍ ସେବା ଆରମ୍ଭ କରିବାକୁ ଯାଉଛନ୍ତି ।ଏହା ନଭେମ୍ବରରେ ଦିଲ୍ଲୀରେ ଏକ ପାଇଲଟ ପ୍ରୋଜେକ୍ଟ ଭାବରେ ଆରମ୍ଭ ହେବ, ଯେଉଁଥିରେ ୬୫୦ ଜଣ ଡ୍ରାଇଭର ଅଛନ୍ତି। ଏହା ଦିଲ୍ଲୀ ପରେ ଅନ୍ୟ ରାଜ୍ୟକୁ ବିସ୍ତାରିତ ହେବ। ମହିଳା ଡ୍ରାଇଭରଙ୍କ ସମେତ ଦେଶବ୍ୟାପୀ ପାଞ୍ଚ ହଜାର ଡ୍ରାଇଭର ଏହି ଯୋଜନାରେ ଯୋଗଦେବେ। ଓଲା ଏବଂ ଉବର ଭଳି ଘରୋଇ କମ୍ପାନୀଗୁଡ଼ିକ ବର୍ତ୍ତମାନ ଟ୍ୟାକ୍ସି ସେବା କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି। ତଥାପି, ସେମାନଙ୍କର […]

ଲକ୍ଷ୍ମୀସାଗରରେ ସେକ୍ସ ରାକେଟ ଠାବ ଘଟଣା: ଭୁବନେଶ୍ୱରରେ ଝାଡ଼ଖଣ୍ଡର ଶିଶୁ ଆୟୋଗର ସ୍ଵତନ୍ତ୍ର ଟିମ୍

ଭୁବନେଶ୍ୱରରେ ସେକ୍ସ ରାକେଟ ଠାବ ଘଟଣା । ଉଦ୍ଧାର ଝାଡ଼ଖଣ୍ଡ ନାବାଳିକାଙ୍କ ପାଇଁ ଭୁବନେଶ୍ୱରରେ ପହଞ୍ଚିଲା ଝାଡ଼ଖଣ୍ଡର ଶିଶୁ ଆୟୋଗର ସ୍ଵତନ୍ତ୍ର ଟିମ୍ । ଝାଡ଼ଖଣ୍ଡ ଚାଇଲଡ କମିସନଙ୍କ ୩ ଜଣ JSCPCR( Jhadkhand state commision for protection of chlid rights ) ସଦସ୍ୟ ଓ ଓଡିଶା ଚାଇଲଡ କମିସନ ମେମ୍ବର ସୁଜାତା ନାୟକ ଓ କ୍ୟାପିଟାଲ ଥାନା ପୁଲିସ ସହ ଗୁରୁତ୍ୱପୂର୍ଣ ଆଲୋଚନା କରିଛନ୍ତି। ଏହି ଟିମ୍‌ ନାବାଳିକା ରହୁଥିବା ସ୍ବଧାରଗୃହକୁ ଯାଇ […]

ବିଶିଷ୍ଟ କବି ରାଜେନ୍ଦ୍ର କିଶୋର ପଣ୍ଡାଙ୍କ ଦେହାନ୍ତ

ବିଶିଷ୍ଟ କବି ରାଜେନ୍ଦ୍ର କିଶୋର ପଣ୍ଡାଙ୍କ ଦେହାନ୍ତ । ୮୧ ବର୍ଷ ବୟସରେ ଆଖି ବୁଜିଛନ୍ତି ରାଜେନ୍ଦ୍ର କିଶୋର । ୧୯୮୫ରେ କବିତା ଶୈଳକଳ୍ପ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ । ତାଙ୍କ ବିୟୋଗରେ ସାହିତ୍ୟିକ ମହଲରେ ଶୋକର ଛାୟା ଖେଳିଯାଇଛି ।ସେ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଭାବେ ୧୪ ଜୁଲାଇ ୧୯୬୭ରୁ ୩୦ ଜୁନ ୨୦୦୪ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ। ଝାରସୁଗୁଡା ଜିଲ୍ଲା ବାଟଲଗା ଗାଁରେ ୧୯୪୪ ଜୁନ ୨୪ରେ ରାଜେନ୍ଦ୍ରଙ୍କ […]

୨୭ ତାରିଖରେ ଆସୁଛି ବାତ୍ୟା ମୋନ୍ଥା

ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଯାହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି ଘନୀଭୂତ ହେବାର ସମ୍ଭାବନା ରହିଛି। ଆଗାମୀ ୨୪ ଘଣ୍ଟା ମଧ୍ୟରେ ଏହା ଅବପାତର ରୂପ ନେଇପାରେ ଏବଂ ୨୬ ତାରିଖ ସୁଦ୍ଧା ଗଭୀର ଅବପାତରେ ପରିଣତ ହେବାର ଆଶଙ୍କା କରାଯାଉଛି। ଥାଇଲାଣ୍ଡର ସୁପାରିସେ ବାତ୍ୟା ନାଁ ରଖାଯାଇଛି ମୋନ୍ଥା । ଥାଇ ଭାଷାରେ  ମୋନ୍ଥାର ଅର୍ଥ ସୁଗନ୍ଧିତ ଫୁଲ, ସୁନ୍ଦର ଫୁଲ । ବାତ୍ୟାର ନାଁ ମୋନ୍ତା ନେଇ ଏଯାଏଁ […]

ପୂଜା ମଣ୍ଡପରେ ମାଁ କାଳୀ,ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଉତ୍ସବମୁଖର ରାୟଗଡ଼ା ସହର

ରାୟଗଡ଼ା,୨୩/୧୦(ନିପ୍ର)– ପୂଜା ମଣ୍ଡପରେ ମାଁ କାଳୀ,ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଉତ୍ସବମୁଖର ରାୟଗଡ଼ା ସହର ଫ୍ରେଣ୍ଡସ୍ ୟୁଥ୍ ଆସୋସିଏସନ ଆନୁକୁଲ୍ୟରେ ଆୟୋଜିତ ୪୩ତମ ଦକ୍ଷିଣ କାଳୀ ଦଶ ମହାବିଦ୍ୟା ପୂଜା ଉତ୍ସବ ଉପଲକ୍ଷେ ରାୟଗଡା ସହର ଉତ୍ସବ ମୁଖର ହୋଇପଡିଛି । ସହର ସ୍ଥିତ ବ୍ଲକ କଲୋନୀ ଠାରେ ଥିବା ମାଙ୍କ ସ୍ଥାୟୀ ମନ୍ଦିରରେ ରୀତିନୀତି ତଥା ବିଧିବଦ୍ଧ ଅନୁଯାୟୀ ପୂଜାକାର୍ଯ୍ୟ ଦୀପାବଳୀ ତିଥିରେ ସୋମବାର ଶୁଭାରମ୍ଭ ହୋଇଛି । ବିଲ୍ୱବରଣ ଓ କଳସ ଆବାହନ ପରେ ରାତି ପ୍ରାୟ […]

ମାଣ୍ଡିଆ ଦିବସରେ ଯୋଗଦେବେ କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ

ମାଣ୍ଡିଆ ଦିବସ ଅବସରରେ ରାଜ୍ୟ ସରକାର ଆୟୋଜନ କରିବେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ । ଆସନ୍ତା ୧୦ ଓ ୧୧ ତାରିଖରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହେବ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂ ଚୌହାନ ।ଏ ନେଇ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ସୂଚନା ଦେଇଛନ୍ତି । ଉତ୍ସବ ମାଧ୍ୟମାରେ ମାଣ୍ଡିଆର ପ୍ରଚାର ପ୍ରଶାର ସାଙ୍ଗକୁ ବିଶ୍ୱ ବଜାରରେ ମାଣ୍ଡିଆ ଯେପରି ପହଞ୍ଚି ପାରିବ ସେନେଇ ଉଦ୍ୟମ […]

ଆସନ୍ତା ୨୭ ତାରିଖ ଆଡ଼କୁ ବାତ୍ୟା ଆଶଙ୍କା

୨୫ରେ ଅବପାତର ରୂପ ନେବ ଲଘୁଚାପ । ଆସନ୍ତା ୨୭ ତାରିଖ ଆଡ଼କୁ ବାତ୍ୟା ଆଶଙ୍କା । ବଙ୍ଗୋପସାଗରରେ ବାତ୍ୟା ଆଶଙ୍କା ଥିବା ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ । ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଆଜି ସୃଷ୍ଟି ହୋଇଥିବା ଲଘୁଚାପ ବାତ୍ୟାର ରୂପ ନେବା ସମ୍ଭାବନା ।ଏବେ ଧୀରେ ଧୀରେ ଉତ୍ତର-ପଶ୍ଚିମ ଉତ୍ତର ଦିଗରେ ଗତି କରୁଛି । ଘଣ୍ଟା ପ୍ରତି ୩ କିମି ବେଗରେ ଗତି କରୁଛି । ବଙ୍ଗୋପସାଗରରେ ବଳ ଗୋଟାଉଛି । ବାତ୍ୟା […]

ଆଜି ବିଶ୍ୱ ପୋଲିଓ ଦିବସ

ଆଜି (ଶୁକ୍ରବାର) ବିଶ୍ୱ ପୋଲିଓ ଦିବସ । ପ୍ରତିବର୍ଷ ଅକ୍ଟୋବର ମାସର ୨୪ ତାରିଖକୁ ବିଶ୍ୱ ପୋଲିସ ଦିବସ ଭାବେ ପାଳନ କରାଯାଇଥାଏ ।୮୦ ଦଶକରେ ସାରା ବିଶ୍ୱରେ ପୋଲିଓ ଏକ ମହାମାରୀ ରୂପେ ଦେଖା ଦେଇଥିଲା । ଏହି ରୋଗରେ ପୀଡିତ ଶିଶୁମାନେ ଜନ୍ମରୁ ବିକଳାଙ୍ଗ ହେଉଥିଲେ ବା କିଛି କ୍ଷେତ୍ରରେ ଜନ୍ମର ୨ ବର୍ଷ ମଧ୍ୟରେ ତାଙ୍କୁ ପୋଲିଓ ହୋଇଯାଉଥିଲା । ଏହା ଫଳରେ ଶିଶୁଟିର କୌଣସି ଏକ ଅଙ୍ଗ ବିକଳାଙ୍ଗ ହୋଇଯାଉଥିଲେ । […]

ପରକିୟା ପ୍ରୀତି ସନ୍ଦେହରେ ମହିଳାଙ୍କୁ ଜୋତା ମାଳ ପିନ୍ଧାଇ ଗାଁ ଦାଣ୍ଡରେ ବୁଲାଇବା ପଡିଲା ମହଙ୍ଗା

ପରକ୍ରିୟା ପ୍ରୀତି ସନ୍ଦେହରେ ଜୋତା ମାଳ ପିନ୍ଧାଇ ଗାଁ ଦାଣ୍ଡରେ ବୁଲାଇବା ମହଙ୍ଗା ପଡିଲା । ଭିଡିଓ ଭାଇରାଲ ହେବା ପରେ ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ । ଏଭଳି ଘଟଣା ଘଟିଛି କେନ୍ଦୁଝର ଆନନ୍ଦପୁର ଥାନା ଷଡ଼ଙ୍ଗୀ ଗାଁରେ ।ସୂଚନା ଯୋଗ୍ୟ, ଷଡ଼ଙ୍ଗୀ ଗ୍ରାମର ଜଣେ  ଯୁବକ ଧାନ ଜମିରେ ଚାଷ କାର୍ଯ୍ୟ ସାରି ଘରକୁ ଫେରିବା ବାଟରେ ଗାଁ ମୁଣ୍ଡରେ ହାଣ୍ଡିଆ ପିଇବାକୁ ଅଟକିଥିଲା । ଜଣେ ମହିଳା […]

୫୦ ହଜାରରୁ ଉର୍ଦ୍ଧ୍ବ ଏକର ଜମି ପାଇଁ ସରକାର ଦେବେ ଆଳୁ ବିହନ 

ଓଡିଶାକୁ ଆଳୁରେ ଆତ୍ମନିର୍ଭର କରିବା ଅଭିଯାନରେ ଚଳିତବର୍ଷ ଚାଷୀଙ୍କୁ ଆଗୁଆ ଆଳୁ ବିହନ ଯୋଗାଇ ଦେବା ପାଇଁ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ନିର୍ଦ୍ଦେଶ ଦେଇଛନ୍ତି । ୫୦ ହଜାରରୁ ଉର୍ଦ୍ଧ୍ବ ଏକର ଜମିରେ ପ୍ରାୟ ୩ ଲକ୍ଷ କୁଇଣ୍ଟାଲ ପାଖାପାଖି ଆଳୁ ବିହନ ଆବଶ୍ୟକ ହୋଇଥାଏ ଏବଂ ଏହା ଚାଷୀଙ୍କୁ ଆବଶ୍ୟକ ଅନୁଯାୟୀ ଆଗୁଆ ବିଭାଗ ପକ୍ଷରୁ ଯୋଗାଇ ଦିଆଯିବ ।  ନଭେମ୍ବର ମାସ ପ୍ରଥମ ସପ୍ତାହରୁ ଆଳୁ ବିହନ ଯୋଗାଣ ପାଇଁ ବିଭାଗ ପକ୍ଷରୁ ପ୍ରସ୍ତୁତି […]