ଓଡିଶାକୁ ଆଳୁରେ ଆତ୍ମନିର୍ଭର କରିବା ଅଭିଯାନରେ ଚଳିତବର୍ଷ ଚାଷୀଙ୍କୁ ଆଗୁଆ ଆଳୁ ବିହନ ଯୋଗାଇ ଦେବା ପାଇଁ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ନିର୍ଦ୍ଦେଶ ଦେଇଛନ୍ତି । ୫୦ ହଜାରରୁ ଉର୍ଦ୍ଧ୍ବ ଏକର ଜମିରେ ପ୍ରାୟ ୩ ଲକ୍ଷ କୁଇଣ୍ଟାଲ ପାଖାପାଖି ଆଳୁ ବିହନ ଆବଶ୍ୟକ ହୋଇଥାଏ ଏବଂ ଏହା ଚାଷୀଙ୍କୁ ଆବଶ୍ୟକ ଅନୁଯାୟୀ ଆଗୁଆ ବିଭାଗ ପକ୍ଷରୁ ଯୋଗାଇ ଦିଆଯିବ । ନଭେମ୍ବର ମାସ ପ୍ରଥମ ସପ୍ତାହରୁ ଆଳୁ ବିହନ ଯୋଗାଣ ପାଇଁ ବିଭାଗ ପକ୍ଷରୁ ପ୍ରସ୍ତୁତି […]
ଯୁବପୀଢି ଟ୍ରେନ ସମ୍ମୁଖରେ ରିଲସ ଓ ସେଲଫି ନେବାକୁ ଯାଇ ଜୀବନକୁ ବିପଦରେ ପକାଉଛନ୍ତି । ତେଣୁ ପୂର୍ବତଟ ରେଳପଥ କଡା ଚେତାବନୀ ଦେଇଛି । ବାରମ୍ବାରେ ଏଭଳି କରୁଥିବା ଯୁବପୀଢିଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛି ।ପୂର୍ବତଟ ରେଳପଥ କହିଛି, ଯୁବପୀଢ଼ିମାନେ ରେଳପଥ ଉପରେ, ଟ୍ରାକ୍ ନିକଟରେ କିମ୍ବା ଚାଲୁଥିବା ଟ୍ରେନ୍ର ଫୁଟବୋର୍ଡ କିମ୍ବା ଛାତ ଉପରେ ଭିଡିଓ ସୁଟିଂ କରୁଛନ୍ତି । ଏଭଳି ଦୃଶ୍ୟ ବେଆଇନ ଅଟେ । ରେଳବାଇ […]
ନୟାଗଡ଼ ବାରବାଟୀ ସଂସାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ଉତ୍ତେଜନା । ବିଦ୍ୟାଳୟର ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରଙ୍କୁ ତାଲା ପକାଇ ଚାଲିଯାଇଥିଲେ ଶିକ୍ଷକ। ଏକ ଘଣ୍ଟା ପରେ ତାଲାଭାଙ୍ଗି ଉଦ୍ଧାର କରିଥିଲେ ସ୍ଥାନୀୟ ଲୋକେ।ଅଭିଯୋଗ ଅନୁସାରେ, ଗତ ବୁଧବାର ଅପରାହ୍ଣରେ ଅଷ୍ଟମ ଶ୍ରେଣୀ ଛାତ୍ରର ଦେହ ଖରାପ ହେବାରୁ ସେ ଘରକୁ ଯିବା ପାଇଁ ପ୍ରଧାନଶିକ୍ଷୟିତ୍ରୀଙ୍କୁ କହିଥିଲେ । କିନ୍ତୁ ସ୍କୁଲ ଛୁଟି ହେଲା ପରେ ଯିବାକୁ ଅନୁମତି ଦେଇଥିଲେ ପ୍ରଧାନଶିକ୍ଷୟିତ୍ରୀ । ଏହାପରେ ଶ୍ରେଣୀ କକ୍ଷରେ ଛାତ୍ର […]
ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ନଭେମ୍ବର ୧ରୁ ଜୁନ୍ ୧୫ ତାରିଖ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ପାଇଁ ବାଲେଶ୍ବର ଜିଲାର କୁଲଡିହା ଅଭୟାରଣ୍ୟ ଖୋଲିବ। ଏ ନେଇ ବନ ବିଭାଗ ପକ୍ଷରୁ ଚୂଡ଼ାନ୍ତ ପ୍ରସ୍ତୁତି ସରିଛି।ଏଠାରେ ୨୭୨.୭୫ବର୍ଗ କିମି ପରିବ୍ୟାପ୍ତ ଘଞ୍ଚ ଶାଳବଣର ସବୁଜିମା, ପକ୍ଷୀଙ୍କ କଳରବ ପର୍ଯ୍ୟଟକଙ୍କୁ ବିଭୋର କରିଥାଏ। ଏଥିପାଇଁ ଓଡ଼ିଶା ସମେତ ପଶ୍ଚିମବଙ୍ଗର ବହୁ ସଂଖ୍ୟକ ପର୍ଯ୍ୟଟକ କୁଲଡିହାକୁ ଧାଇଁ ଆସିଥାନ୍ତି।୨୭୨.୭୫ ବର୍ଗ କିମି ପରିବ୍ୟାପ୍ତ କୁଲଡିହା ଅଭୟାରଣ୍ୟ ଭିତରେ ହାତୀ, ଭାଲୁ, […]
ଜଳିଗଲା ବସ୍ । ଅଗ୍ନିକାଣ୍ଡରେ ୨୦ ଜଣ ଯାତ୍ରୀଙ୍କ ଜୀବନ୍ତ ଦଗ୍ଧ ହେବାର ସମ୍ଭାବନା । ମର୍ମନ୍ତୁଦ ଦୁର୍ଘଟଣା କର୍ଣ୍ଣୁଲ ଜିଲ୍ଲା ବେଙ୍ଗାଳୁରୁ-ହାଇଦ୍ରାବାଦ ଜାତୀୟ ରାଜପଥରେ ଘଟିଛି।ଦୁର୍ଘଟଣାରେ୨୫ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥାଇପାରେ, କିନ୍ତୁ ଏପର୍ଯ୍ୟନ୍ତ ସରକାରୀ ରିପୋର୍ଟ ମିଳିନାହିଁ । ବସ୍ଟି ୪୨ ଜଣ ଯାତ୍ରୀଙ୍କୁ ନେଇଯାଉଥିଲା । ନିଆଁ ଲାଗିବା ସମୟରେ ୧୦ ରୁ ୧୨ ଜଣ ଯାତ୍ରୀ ବାହାରକୁ ଡେଇଁ ଦୌଡ଼ି ପଳାଇଥିଲେ। ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଛନ୍ତି। କଲ୍ଲୁର ମଣ୍ଡଳର ଚିନ୍ନାଟେକୁରୁ […]
ରାଜ୍ୟର ରାସନ କାର୍ଡଧାରୀମାନଙ୍କୁ ସରକାର ଅତିରିକ୍ତ ଭାବେ ଅଧିକ ୫ କେଜି ଚାଉଳ ଯୋଗାଇ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ନିଷ୍ପତ୍ତି ଅନୁଯାୟୀ, ସେପ୍ଟେମ୍ବର, ଅକ୍ଟୋବର ଓ ନଭେମ୍ବର ୨୦୨୫ ମାସ ପାଇଁ ରାସନ କାର୍ଡଧାରୀଙ୍କୁ ମାସିକ ଅଧିକ ୫ କେଜି ସୁଦୃଢ଼ (Fortified) ଚାଉଳ ମାଗଣାରେ ବଣ୍ଟନ କରାଯିବ। ଏ ନେଇ ଯୋଗାଣ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖାଯାଇଛି।ଅନୁଗୁଳ, ବାଲେଶ୍ବର, ବରଗଡ଼, ଭଦ୍ରକ, କଟକ, ଦେବଗଡ଼, ଢେଙ୍କାନାଳ, ଗଞ୍ଜାମ, ଜଗତସିଂହପୁର, ଯାଜପୁର, ଝାରସୁଗୁଡ଼ା, […]
ବରିଷ୍ଠ ଆଇନଜୀବୀ ତଥା ଭାଜପା ନେତା ପୀତବାସ ପଣ୍ଡା ହତ୍ୟା ମାମଲାରେ ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ଗିରଫ କରାଯିବା ପରେ ଏବେ ରାଜନୈତିକ ବୟାନବାଜି ଆରମ୍ଭ ହୋଇଯାଇଛି। ଗିରଫ ବିକ୍ରମ ପଣ୍ଡାଙ୍କ ପାଇଁ କୋର୍ଟରେ ୪୪ ଜଣ ଓକିଲ ଲଢ଼ିବେ। ଏନେଇ ସେମାନେ ଆଜି କୋର୍ଟରେ ୱକାଲାତନାମା ଦାଖଲ କରିଛନ୍ତି। ବିକ୍ରମଙ୍କ ସହ କର୍ପୋରେଟର ମଳୟ ବିଷୋୟୀ ଏବଂ ବିଜେଡି ନେତା ମଦନ ଦଳେଇଙ୍କ ପାଇଁ ମଧ୍ୟ ଏହି ଓକିଲମାନେ ଲଢ଼ିବେ।
ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ଉପଖଣ୍ଡର କିଶୋରନଗର ଥାନା ଅଞ୍ଚଳର ଝାମ୍ପୁଲୀ ଗାଁର ରଞ୍ଜିତ ପ୍ରଧାନ(୫୦) ଗୁରୁବାର କୁମ୍ଭୀର ଆକ୍ରମଣର ଶିକାର ହୋଇଛନ୍ତି । ତାଙ୍କର ବାମ ହାତଟିକୁ କୁମ୍ଭୀର ଖାଇ ଦେଇଥିବା ଜଣାପଡ଼ିଛି । କୁମ୍ଭୀର ମୁହଁରୁ ଛେଳିକୁ ବଞ୍ଚାଇବାକୁ ଯାଇଥିବା ବେଳେ ଏପରି ଅଭାବନୀୟ ଘଟଣା ଘଟିଥିବା ଜଣାପଡ଼ିଛି।ଚିକିତ୍ସା ପାଇଁ ତାଙ୍କୁ ପ୍ରଥମେ ରାଜକିଶୋରନଗରେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ଥିବାରୁ ପରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର କରାଯାଇଥିବା ଜଣାଯାଇଛି। […]
ପୂର୍ବତଟ ରେଳପଥ ଏହାର ପରିସୀମାରେ ଯାତ୍ରା କରୁଥିବା ସମସ୍ତ ରେଳଯାତ୍ରୀ ଙ୍କୁ – ଭୁବନେଶ୍ୱର, ପୁରୀ, ବ୍ରହ୍ମପୁର, କଟକ, ବିଶାଖାପାଟଣା ଏବଂ ସମ୍ବଲପୁର ଭଳି ପ୍ରମୁଖ ଷ୍ଟେସନ ସମେତ – ରେଳ ଷ୍ଟେସନରେ ଲାଗୁ ହୋଇଥିବା ଭିଡ଼ ପରିଚାଳନା ଏବଂ ସୁରକ୍ଷା ନିୟମକୁ କଡ଼ାକଡ଼ି ପାଳନ କରିବାକୁ ନିବେଦନ କରିଛି।ପୂର୍ବତଟ ରେଳପଥ ବ୍ୟାପକ ପଦକ୍ଷେପ କାର୍ଯ୍ୟକାରୀ କରିଛି, ଯେଉଁଥିରେ ୩୬୭ଟି ସ୍ୱତନ୍ତ୍ର ଟ୍ରେନ୍ ଚଳାଇବା, ରେଳ ସୁରକ୍ଷା ବଳ (RPF) ଏବଂ ସରକାରୀ ରେଳବାଇ ପୋଲିସ (GRP) […]
ଦୀପାବଳି ପରେ ଭୟଙ୍କର ବାୟୁ ପ୍ରଦୁଷଣର ସମ୍ମୁଖୀନ ଦିଲ୍ଲୀରେ ଆଗାମୀ ତିନି ଦିନରେ ପ୍ରଥମ ଥର କୃତ୍ରିମ ବର୍ଷା ଦେଖିବାକୁ ମିଳିପାରେ। ନ୍ୟୁଜ୍ ୧୮ରେ ପ୍ରକାଶିତ ରିପୋର୍ଟ ଅନୁସାରେ, କ୍ଲାଉଡ୍ ସିଡିଂ ଅପରେସନ ପାଇଁ ସେସନା ବିମାନ କାନପୁରରୁ ମିରଟ ପାଇଁ ପ୍ରସ୍ଥାନ ହୋଇପାରେ। ଯଦି ପାଣିପାଗର ସ୍ଥିତି ଅନୁକୂଳ ହୁଏ, ତ ଆଗାମୀ ତିନି ଦିନରେ କେବେ ବି କୃତ୍ରିମ ବର୍ଷା କରାଯାଇ ପାରେ। ଅଧିକାରୀମାନେ କହିଛନ୍ତି ଯେ, ଏହି ଅପରେସନ ଅତ୍ୟନ୍ତ ଗୋପନୀୟ ଏବଂ […]
ଓଡ଼ିଶାରେ ବେଦାନ୍ତ କରିବ ସବୁଠୁ ବଡ଼ ପ୍ରକଳ୍ପ । ଢେଙ୍କାନାଳରେ ୧ ଲକ୍ଷ କୋଟି ଟଙ୍କା ନିବେଶ କରିବ ବେଦାନ୍ତ । ୩୦ ଲକ୍ଷ ଟନ୍ର ଆଲୁମିନିୟମ୍ ପ୍ଲାଣ୍ଟ ହେବ । ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ପରେ ବେଦାନ୍ତ ମୁଖ୍ୟ ଅନୀଲ ଅଗ୍ରୱାଲ ଏ ନେଇ ସୂଚନା ଦେଇଛନ୍ତି |ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ପରେ ବେଦାନ୍ତ ମୁଖ୍ୟ ଅନୀଲ ଅଗ୍ରୱାଲ ଏହି ସୂଚନା ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି ଏକ ମାସରେ ଜମି […]
ନୂଆପଡା ଉପନିର୍ବାଚନକୁ ନେଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିଭିନ୍ନ ବ୍ଲକ ପାଇଁ ଦାୟିତ୍ୱ ବାଣ୍ଟିଛନ୍ତି। ସୂଚନାଥାଉକି, ନଭେମ୍ବର ୧୧ରେ ନୂଆପଡା ଉପନିର୍ବାଚନ । ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଜାରି ବିଜ୍ଞପ୍ତି ଅନୁସାରେ ନୂଆପଡା ବ୍ଲକ ପାଇଁ ଶ୍ରୀ ସୁଧିର ସାମଲ ,ଶ୍ରୀ ଶ୍ରୀକାନ୍ତ ସାହୁ ,ଶ୍ରୀ ମୁକେଶ କୁମାର ପାଲ ,ଶ୍ରୀ ପ୍ରଦୀପ କୁମାର ସାହୁ ,ଶ୍ରୀ ପୂର୍ଣ୍ଣଚନ୍ଦ୍ର ସାହୁ ,ଶ୍ରୀ ମନ୍ମଥ ରାଉତରାୟ ,ଡଃ ଦେବାଶିଷ ମରାଣ୍ଡି ତେବେ କୋମନା ବ୍ଲକ […]
