ଆନନ୍ଦପୁର ମେଡିକାଲରେ ଅଘଟଣ । ମେଡିକାଲ ଓ୍ୱାର୍ଡରେ ଶୋଇଥିବା ସମରେ ବିଳମ୍ବିତ ରାତିରେ ଯୁବକଙ୍କୁ କାମୁଡିଦେଲା ବିଷଧର ସାପ । ଉପଖଣ୍ଡର ମୁଖ୍ୟ ମେଡ଼ିକାଲରେ ଏହି ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଯୁବକ ଜଣକ ଆନନ୍ଦପୁର ଥାନା ଗୟଳମୁଣ୍ଡା ଗାଁର ମାଝୀ ଚମ୍ପେଇ ବୋଲି ଜଣାପଡ଼ିଛି ।ତାଙ୍କ ବଡ଼ ମା’ପେଲଙ୍ଗ ମୁଣ୍ଡା ଅସୁସ୍ଥ ଥିବାରୁ ଗତକାଲି ସେ ମେଡିକାଲରେ ସହାୟତା ପାଇଁ ରାତିରେ ରହି ଯାଇଥିଲେ । ବଡ ମାଆଙ୍କ ଓ୍ୱାର୍ଡ ସାମ୍ନା ବାରଣ୍ଡାରେ ଶୋଇଥିବା […]
କମିସନରେଟ ପୁଲିସର ରିମାଣ୍ଡ ଅବଧିରେ ମଜନୁ ସତ୍ୟଜିତ ସାମଲ ରଙ୍ଗୀନ ଗୁମର ଫିଟିଛି। ଆଉ ରିମାଣ୍ଡ ଅବଧି ମଧ୍ୟରେ ପୁଲିସ ଜଣେ ରହସ୍ୟମୟୀ ମହିଳାଙ୍କ ସୁରାଗ ପାଇଛି । ସତ୍ୟଜିତ୍ ସମ୍ପର୍କ ରଖିଥିବା ବାହାର ରାଜ୍ୟର ମହିଳାଙ୍କୁ ଏହି ଟିମ୍ ଭେଟିବ। ପୀଡ଼ିତାଙ୍କ ସହ ଆଲୋଚନା କରି ଓଡ଼ିଶା ପୋଲିସ ଅଭିଯୋଗ ଗ୍ରହଣ କରିବ। କୋଲକାତା ଓ ରାୟପୁରରେ ଏକାଧିକ ଡିଭୋର୍ସିଙ୍କ ସହ ସମ୍ପର୍କ ଥିଲା। ସତ୍ୟଜିତ୍ ଗିରଫ ପରେ ତାଙ୍କ ଆକାଉଣ୍ଟରୁ ଟଙ୍କା ଉଠାଇଛନ୍ତି ଜଣେ […]
ନୟାଗଡ଼,(ଓଡ଼ିଶା ଦର୍ପଣ): ସ୍ଥାନୀୟ ସର୍କିଟ୍ ହାଉସ୍ ନିକଟ ଭାରତ ବିକାଶ ପରିଷଦ, ନୟାଗଡ଼ ଶାଖା କାର୍ଯ୍ଯାଳୟ ପରିସରରେ ଭାରତ ବିକାଶ ପରିଷଦ ପକ୍ଷରୁ ମହିଳା ସଶକ୍ତିକରଣ ବିଷୟରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇ ଯାଇଛି। ନୟାଗଡ଼ ଶାଖା ଅଧ୍ଯକ୍ଷ ପ୍ରସନ୍ନ କୁମାର ବସନ୍ତିଆଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଆଲୋଚନା ଚକ୍ରରେ ମୁଖ୍ଯଅତିଥି ଭାବେ ପରିଷଦର ପୂର୍ବ କ୍ଷେତ୍ରଅଧ୍ୟକ୍ଷା ସୁମନ ସିଂ ଯୋଗଦେଇ ନାରୀ ହିଁ ସମସ୍ତ ପ୍ରଗତିର ମୂଳ ଉତ୍ସ ବୋଲି କହିଥିଲେ। ଘର ପରିବାର […]
ନୟାଗଡ଼,(ଓଡ଼ିଶା ଦର୍ପଣ): ରାଜ୍ୟ ପ୍ରାଥମିକ ଶିକ୍ଷକ ଫେଡରେସନର ସାମ୍ବିଧାନିକ ବୈଠକ ଓ କର୍ମକର୍ତ୍ତା ନିର୍ବାଚନ ଇତି ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ନୟାଗଡ଼ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ସଭାପତି ତଥା ରଣପୁର ବ୍ଲକ ଶିକ୍ଷକ ନେତା ଜ୍ୟୋତିରଞ୍ଜନ ଦାଶ ରାଜ୍ୟ ପ୍ରାଥମିକ ଶିକ୍ଷକ ଫେଡରେସନର ମହାସଚିବ ଭାବେ ନିର୍ବାଚିତ ହୋଇଛନ୍ତି। ଶ୍ରୀଯୁକ୍ତ ଦାଶଙ୍କ ଏହି ନିର୍ବାଚନରେ ସମଗ୍ର ନୟାଗଡ଼ ଜିଲ୍ଲାରେ କାର୍ଯ୍ୟରତ ପ୍ରାଥମିକ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଥିବା ବେଳେ ବିଭିନ୍ନ […]
ପଡୋଶୀ ବାଂଲାଦେଶରେ ବର୍ତମାନ ଅଶାନ୍ତ ରହିଥିଲା ବେଳେ ସେଠାରୁ ଲୋକେ ଦେଶଛାଡ଼ି ଅନ୍ୟତ୍ର ଯିବାକୁ ଉଦ୍ୟମ କରୁଛନ୍ତି। ଭାରତ ସବୁଠାରୁ ନିକଟବର୍ତୀ ସୁରକ୍ଷିତ ସ୍ଥାନ ହୋଇଥବାରୁ ସମସ୍ତେ ଭାରତ ଆସିବାକୁ ଚେଷ୍ଟା ଚଳାଇଛନ୍ତି। ପୋଲିସ ଡିଜି ଅରୁଣ ଷଡଙ୍ଗୀ ଏହି ସୂଚନା ଦେଇ କହିଛନ୍ତି ଯେ, ବାଂଲାଦେଶୀ ଅନୁପ୍ରବେଶକୁ ନଜରରେ ରଖିବାକୁ ତଟବର୍ତ୍ତୀ ଅଞ୍ଚଳରେ ହାଇଆଲର୍ଟ ଜାରି କରାଯାଇଛି । ଖାସ୍ କରି ବାଲେଶ୍ବର, ଭଦ୍ରକ ଓ କେନ୍ଦ୍ରାପଡା ଅଧିନରେ ଥିବା ୯ଟି ସମୁଦ୍ର ତଟବର୍ତ୍ତୀ ଥାନାକୁ […]
ରାଜଧାନୀ ଭୁବନେଶ୍ବର ମଞ୍ଚେଶ୍ବରରେ ଖୋଲିଲା ରାଜ୍ୟର ପ୍ରଥମ ଚାଉଳ ATM। ରାଜ୍ୟ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏହାକୁ ଉଦ୍ଘାଟନ କରିଛନ୍ତି। ହିତାଧିକାରୀମାନେ କାର୍ଡ ନମ୍ବର ମାରି ATMରୁ ଚାଉଳ ଉଠାଇ ପାରିବେ। ଏହି ଏଟିଏମରେ ୨୪ ଘଣ୍ଟିଆ ଚାଉଳ / ଗହମ ଉପଲବ୍ଧ ହେବ ।ଯଦି ଏହି ଏଟିଏମ୍ ସଫଳତାର ସହ କାର୍ଯ୍ୟ କରେ ତେବେ ଆଗାମୀ ଦିନରେ ସବୁ ଜିଲ୍ଲା ଆଉ ବ୍ଲକରେ ଏହା ଖୋଲାଯିବ।ତେବେ ଏହି ସୁବିଧା ପାଇବାକୁ ହେଲେ ଜଣେ […]
ଆଳୁ ଗଦିରେ ପହଞ୍ଚିଲା ୫ ଆଳୁ ଟ୍ରକ । ଭୁବନେଶ୍ୱର ଆଇଗିଣିଆ କୁବେରପୁରୀ ଆଳୁ ଗଦିରେ ପହଞ୍ଚିଛି ୫ଟି ଟ୍ରକ । ଗୁରୁବାର ସକାଳୁ ସକାଳୁ ପଶ୍ଚିମବଙ୍ଗରୁ ଆସି ଗାଡି ପହଞ୍ଚିଛି । ତେବେ ରାଜ୍ୟ ସରକାର ଉତ୍ତରପ୍ରଦେଶର ସରକାରଙ୍କଠାରୁ ମାଗିଥିବା ଆଳୁ ଏପର୍ଯ୍ୟନ୍ତ ପହଞ୍ଚିନାହିଁ। ଉତ୍ତରପ୍ରଦେଶ ଟ୍ରକ୍କୁ ଅପେକ୍ଷା କରାଯାଇଛି। ଉତ୍ତରପ୍ରଦେଶରୁ ଆଳୁ ଟ୍ରକ୍ ଆସିଲେ ଆଳୁ ଦର ପୁଣି କମିବାର ସମ୍ଭାବନା ରହିଛି।ପଶ୍ଚିମବଙ୍ଗରୁ ସଠିକ୍ ସମୟରେ ନଆସିବାରୁ ଆଳୁ ଟ୍ରକ ନଆସିବାରୁ ଦର ଉପରମୁହାଁ […]
ଆଇନ୍ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ବଡ ବୟାନ । ରାଜ୍ୟରେ ଖୋଲିବନି ଆଉ ନୂଆ ମଦ ଦୋକାନ । ”ଓଡ଼ିଶାରେ ଚୋରା ମଦ ରୋକିବାକୁ ବଡ଼ ଚ୍ୟାଲେଞ୍ଜ ରହିଛି। ଆସନ୍ତା ବର୍ଷଠାରୁ ରାଜ୍ୟରେ ଚୋରା ମଦ ଚାଲାଣ ବନ୍ଦ କରାଯିବ। ସେଥିଲାଗି ସରକାର ଅବକାରୀ ନିୟମରେ ସମ୍ପୂର୍ଣ୍ଣ ପରିବର୍ତନ କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି । ଅନ୍ୟପଟେ ଆସନ୍ତା ବର୍ଷ ଯେଉଁ ମଦନୀତି ହେବ, ସେଥିରେ ଓଡିଶାରୁ ଚୋରାମଦ ବିକ୍ରି ବନ୍ଦ କରିବାକୁ ନୀତି ବାହାର […]
ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଆସନ୍ତା ୧୨ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ବନ୍ଦ ରହିବ। ଜନ ଅଭିଯୋଗ ଶୁଣାଣିର ପରବର୍ତ୍ତୀ ତାରିଖ ଜନସାଧାରଣଙ୍କୁ ଗଣମାଧ୍ୟମ ଜରିଆରେ ଜଣାଇଦିଆଯିବ ବୋଲି ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ବାଂଲାଦେଶରେ ରାଜନୈତିକ ଅସ୍ଥିରତା ଯୋଗୁ ସେଠାକାର ନାଗରିକ ଉପକୂଳ ସୀମା ଦେଇ ଭାରତର ଓଡ଼ିଶା ଓ ପଶ୍ଚିମବଙ୍ଗ ରାଜ୍ୟରେ ପ୍ରବେଶ କରିପାରନ୍ତି। ପୂର୍ବରୁ ଉପକୂଳ ଓଡ଼ିଶାରେ ବାଂଲାଦେଶ ନାଗରିକମାନେ ଅବାଧରେ ସେମାନଙ୍କ କାୟା ବିସ୍ତାର କରି ସାରିଛନ୍ତି। । ସେଥିପାଇଁ ଜଗିଛନ୍ତି ପୁଲିସ କର୍ମଚାରୀ। ଦୈନିକ ଶହଶହ ବାଂଲାଦେଶୀ ଏହି ସମୁଦ୍ର ପଥ ଦେଇ ଆସନ୍ତି। ହେଲେ ଏବେ ବାଂଲାଦେଶ ଅଶାନ୍ତ ହୋଇ ପଡ଼ିଥିବାରୁ ସମୁଦ୍ର ପଥ ଉପରେ କଡ଼ା ନଜର ରଖିଛି ସମସ୍ତ ସାମୁଦ୍ରିକ ଥାନା। […]
ରାଜ୍ୟ ସରକାର ବୁଧବାର ରାତିରେ ଆଇଏଏସ୍ ସ୍ତରରେ ବଡଧରଣର ଅଦଳବଦଳ କରିଛନ୍ତି। ୫୫ ଦିନ ପରେ ଏ ସଂକ୍ରାନ୍ତରେ ନିର୍ଦ୍ଦେଶନାମା ଜାରି ହୋଇଛି । ମୋଟ୍ ୨୫ଜଣ ଅଧିକାରୀଙ୍କର ବଦଳି ହୋଇଛି । ଏଥିରେ ୨୨ଜଣ ଆଇଏଏସ୍, ୩ଜଣ ବରିଷ୍ଠ ଓଏଏସ୍ ଅଧିକାରୀ ଅଛନ୍ତି । ଏହି କ୍ରମରେ ସରକାର ୧୯ଟି ଜିଲ୍ଲାରେ ନୂଆ ଜିଲ୍ଲାପାଳ ନିଯୁକ୍ତି ଦେଇଛନ୍ତି ।ରାଜସ୍ଵ ପରିଷଦ ସଚିବ ଡ. ବିଜୟକେତନ ଉପାଧ୍ୟାୟଙ୍କୁ ଓଡ଼ିଶା ଭାଷା, ସାହିତ୍ୟ ଏବଂ ସଂସ୍କୃତି ବିଭାଗର ନିର୍ଦ୍ଦେଶକ […]
*ମେଷ: ଆଜି ଦିନଟି ଆପଣଙ୍କ ସ୍ବାସ୍ଥ୍ୟ ଭଲରହିବ। ପୂଜାର୍ଚନା ପାଇଁ ଅନୁକୁଳ ରହିବ। ଆପଣଙ୍କ ଯୋଜନାକୁ କାର୍ଯ୍ୟରୂପ ଦେବା ଲାଗି କ୍ରମାଗତ ପ୍ରୟାସ କରିବେ ଏବ˚ ସଫଳ ହେବେ। ବିଦେଶ ଯିବା ଲୋକ ଶୁଭ ଖବର ପାଇବେ।* *ବୃଷ: ଆଜି ନିଜେ ଜୀବନରେ କିଛି କରିବା ପାଇଁ ମନରେ ନୂଆ ନୂଆ ଚିନ୍ତା ଉତ୍ପନ୍ନ ହେବ। ନେତାଙ୍କ ମାଧୢମରେ ଲାଭ ପାଇବେ। ବ୍ୟବସାୟରେ ଲାଗି ରହିଥିବା ବାଧା ଦୂର ହେବ। ପାରିବାରିକ ଜୀବନ ଶାନ୍ତିମୟ ହେବ।* *ମିଥୁନ: […]