ରାଜ୍ୟବାସୀଙ୍କୁ ଦୀପାବଳି ଶୁଭେଚ୍ଛା ଜଣାଇଲେ ବିରୋଧୀ ଦଳର ସୁପ୍ରିମ ନବୀନ ପଟ୍ଟନାୟକ

ଆଲୋକର ପର୍ବ ଦୀପାବଳି ଉପଲକ୍ଷେ ସଭିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ବିରୋଧୀ ଦଳର ସୁପ୍ରିମ ନବୀନ ପଟ୍ଟନାୟକ। ଆନନ୍ଦ ଓ ଉଲ୍ଲାସର ଏହି ଅବସର ସଭିଙ୍କ ଜୀବନରେ ସୁଖ ଓ ସମୃଦ୍ଧି ଭରିଦେଉ ବୋଲି ଭିଡିଓ ବାର୍ତ୍ତା ଦେଇଛନ୍ତି।  ଆଜି ସାରା ଦେଶରେ ଆଲୋକ ର ପର୍ବ ଦୀପାବଳି ପାଳନ ହେଉଛି।ଗାଁଠୁ ସହର ସବୁ ଉତ୍ସବମୁଖର । ଚାରିଆଡ଼େ ଖୁସିର ମାହୋଲ । ରଙ୍ଗୀନ ଆଲୋକମାଳାରେ ଘର ସଜେଇ ରଖିଛନ୍ତି ଲୋକେ । ସନ୍ଧ୍ୟାରେ ବାଣ ଫୁଟାଇ ଖୁସି […]

ଦେଶବାସୀଙ୍କୁ ଦୀପାବଳିର ଶୁଭକାମନା ଜଣାଇଲେ ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଦେଶବାସୀଙ୍କୁ ଦୀପାବଳିର ଶୁଭେଚ୍ଛା ଜଣାଇଛନ୍ତି। ସେ ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି, ‘ମୋର ସମସ୍ତ ଦେଶବାସୀଙ୍କୁ ଦୀପାବଳିର ହାର୍ଦ୍ଦିକ ଶୁଭେଚ୍ଛା। ଆଲୋକର ଏହି ପବିତ୍ର ପର୍ବ ସମସ୍ତଙ୍କ ଜୀବନକୁ ସୁଖ, ସମୃଦ୍ଧି ଏବଂ ସଦ୍ଭାବନାରେ ଆଲୋକିତ କରୁ।’ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ତାଙ୍କ ଦେଶବାସୀଙ୍କୁ ଦୀପାବଳିର ଶୁଭେଚ୍ଛା ଜଣାଇଛନ୍ତି। ସେହିପରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବି ଦୀପାବଳି ଶୁଭେଚ୍ଛା ଜଣାଇଛନ୍ତି । ସୁରକ୍ଷିତ ଓ ସବୁଜ […]

ଆଲୋକର ପର୍ବ ଦୀପାବଳି । ଗାଁଠୁ ସହର ସବୁ ଉତ୍ସବମୁଖର

ଆଜି ଆଲୋକର ପର୍ବ ଦୀପାବଳି । ଚାରିଆଡ଼େ ଖୁସିର ମାହୋଲ । ରଙ୍ଗୀନ ଆଲୋକମାଳାରେ ଘର ସଜେଇ ରଖିଛନ୍ତି ଲୋକେ । ସନ୍ଧ୍ୟାରେ ବାଣ ଫୁଟାଇ ଖୁସି ମନାଇବେ ଲୋକ । ହିନ୍ଦୁ ପରମ୍ପରାରେ ଆଲୋକର ଏକ ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି। ଅନ୍ଧକାର ହେଲା ଦୁଷ୍ଟ ତଥା ନକାରାତ୍ମକ ଶକ୍ତିର ପ୍ରତୀକ ଆଉ ଆଲୋକ ଅର୍ଥ ପବିତ୍ରତା। ତେଣୁ ଘରକୁ ଆଲୋକମାଳାରେ ସଜାଇ ନକରାତ୍ମକ ଶକ୍ତିକୁ ଘରୁ ବାହାର କରିଦେବାକୁ ଲୋକେ ଏହି ପର୍ବ ପାଳନ କରନ୍ତି। […]

ନିୟମଗିରିରେ “ମାଓବାଦୀ ଧରନ୍ତୁ, ପୁରସ୍କାର ପାଆନ୍ତୁ” ପୋଷ୍ଟର

ରାୟଗଡ଼ା ତା ୧୯/୧୦ (ନିପ୍ର) ଏବେ ପୋଲିସ ଅଭିନବ ଉପାୟରେ ମାଓବାଦୀଙ୍କୁ ଦମନ କରିବା ନେଇ ପ୍ରୟାସ କରିଛି । ଦିନେ ମାଓବାଦୀଙ୍କ ଗଡ କୁହାଯାଉଥିବା ନିୟମଗିରି ପାହାଡ଼ ଅଞ୍ଚଳର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି “ମାଓବାଦୀ ଧରନ୍ତୁ, ପୁରସ୍କାର ପାଆନ୍ତୁ” ଅଭିଯାନ ପୋଷ୍ଟର। ଏଥିପାଇଁ ବିଭିନ୍ନ ଗାଁ ମାନଙ୍କରେ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି। ଗତ କିଛି ବର୍ଷ ଧରି ନିୟମଗିରି ପାହାଡରେ ମାଓବାଦୀ ଚଳପ୍ରଚଳ ନେଇ ଚିନ୍ତା ଲାଗିଛି। ଏହାପରେ ପୁଲିସ ଦ୍ୱାରା “ମାଓବାଦୀ […]

ଧନତେରସରେ ସୁନା ବଦଳରେ ଘରକୁ ଝାଡୁ କିଣୁଛନ୍ତି ଲୋକେ

ଆଜିର ଦିନରେ ଧନନ୍ତ୍ୱରୀ ମା’ ଲକ୍ଷ୍ମୀଙ୍କୁ ଆରାଧନା କରାଯିବାର ପରମ୍ପରା ରହିଛି । ବିଶ୍ବାସ ରହିଛି ଯେ, ଆଜି ସୁନା, ରୂପା, ବାସନ, ଝାଡୁ କିମ୍ବା ପିତ୍ତଳ ବାସନ କିଣିଲେ ଅତ୍ୟନ୍ତ ଶୁଭ ହୋଇଥାଏ ଓ ଘରକୁ ମା’ ଲକ୍ଷ୍ମୀଙ୍କ ଆଗମନ ହୋଇଥାଏ । ଅଧିକାଂଶ ଲୋକ ଧନତେରାସରେ ଘରକୁ ସୁନା ଓ ରୁପା ଅଳହଙ୍କାର କ୍ରୟ କରିବାକୁ ପସନ୍ଦ କରିଥାନ୍ତି । ଗ୍ରାହକଙ୍କ ଚାହିଦାକୁ ଦେଖି ଅଳଙ୍କାର ଦୋକାନୀମାନେ ମଧ୍ୟ ଅଫର ବର୍ଷା କରିଥାନ୍ତି । […]

ନୂଆପଡ଼ା ଉପନିର୍ବାଚନ : ବିରାଟ ଶୋଭାଯାତ୍ରାରେ ଆସି ନାମାଙ୍କନ ଦାଖଲ କଲେ ବିଜେପି ପ୍ରାର୍ଥୀ ଜୟ

ନୂଆପଡ଼ା ଉପନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ବିରାଟ ଶୋଭାଯାତ୍ରାରେ ଆସି ନାମାଙ୍କନ ଭରିଛନ୍ତି ଜୟ । ନୂଆପଡ଼ା ଉପଜିଲ୍ଲାପାଳଙ୍କ ଅଫି ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ବିଜେପି ପ୍ରାର୍ଥୀ ଜୟ ଢୋଲକିଆ । ନାମାଙ୍କନ ଶୋଭାଯାତ୍ରାରେ ସ୍ୱର୍ଗତଃ ରାଜେନ୍ଦ୍ର ଢୋଲକିଆଙ୍କ ଧର୍ମପତ୍ନୀ ଶ୍ରୀମତୀ କଳ୍ପନା ଢୋଲକିଆ, ସାଂସଦ ମାଳବିକା ଦେବୀ, ବଳଭଦ୍ର ମାଝୀ, ରାଜ୍ୟ ସଭା ସାଂସଦ ସୁଜିତ କୁମାର, ବିଧାୟକ ସୁଧୀର ପାଟ୍ଟଯୋଶୀ, ନବୀନ ଜୈନ, ଲକ୍ଷ୍ମଣ ବାଗ, […]

ଭୁବନେଶ୍ୱର ନାବାଳିକା ଗଣଦୁଷ୍କର୍ମ ଘଟଣା, ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ପୁଲିସର ଚଢ଼ାଉ ବେଳେ ସେକ୍ସ ରାକେଟ ଲିଙ୍କ୍

ରାଜଧାନୀ ରାଜରାସ୍ତାରୁ ରକ୍ତାକ୍ତ ଅବସ୍ଥାରେ ନାବାଳିକା ଉଦ୍ଧାର ପରେ ଗୁମର ଫିଟୁଛି । ନାବାଳିକା ଜଣଙ୍କୁ ସେକ୍ସ ରାକେଟରେ ଲଗାଯାଇଥିବା ନେଇ କମିଶନରେଟ୍ ପୋଲିସ ବଡ଼ ଖୁଲାସା କରିଛି । ଏଥିସହ ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ କ୍ୟାପିଟାଲ ଥାନା ପୋଲିସ ପକ୍ଷରୁ ଚଢ଼ାଉ କରାଯାଇଛି । ଚଢ଼ାଉ ବେଳେ ସାମ୍ନାକୁ ଆସିଛି ଭୟଙ୍କର ତଥ୍ୟ। ଘର ଭିତରେ ଚାଲିଥିଲା ସେକ୍ସ ରାକେଟ। ଘର ଭିରରୁ ଉଦ୍ଧାର ହୋଇଛନ୍ତି ଝାରାଖଣ୍ଡ ଓ ପଶ୍ଚିମ ବଙ୍ଗ ୪ନାବାଳିକା। ସୂଚନାମୁତାବକ ରାଜଧାନୀର […]

ଦୀପାବଳି ଅବସରରେ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି

ଆଲୋକର ପର୍ବ ଦୀପାବଳି ପାଇଁ ଧୀରେଧୀରେ ଛୋଟ ପିଲାଙ୍କ ଠାରୁ ଯୁବପିଢ଼ିମାନଙ୍କ ପର୍ଯ୍ୟନ୍ତ ଉତ୍ସାହ ଦେଖାଯାଇଛି। ବଜାରରେ ଦୀପ ଓ ବାଣ ପସରା ବସିଛି। ରାଜ୍ୟ ସରକାର ଦୀପାବଳିକୁ ସରକାରୀ ଛୁଟି ଘୋଷଣା କରିଛନ୍ତି। ଦୀପାବଳି ଅବସରରେ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି ରହିବ।ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି ଯେ, ଆସନ୍ତା ସୋମବାର ଦିନ ରାଜ୍ୟର ସମସ୍ତ ସରକାରୀ, ଅନୁଦାନପ୍ରାପ୍ତ ଓ ଘରୋଇ ବିଦ୍ୟାଳୟଗୁଡ଼ିକ ବନ୍ଦ ରହିବ। ସୂଚନା ଅନୁସାରେ, ପୂର୍ବରୁ ଘୋଷିତ ୨୧ […]

ମୁନା ମହାନ୍ତି ଘରେ କ୍ରାଇମବ୍ରାଞ୍ଚ ଟିମର ଚଢ଼ାଉ

ଏସଆଇ ପରୀକ୍ଷା ଦୁର୍ନୀତି ମାମଲାରେ ମୋଷ୍ଟ ୱାଣ୍ଟେଡ ମୁନା ମହାନ୍ତି ଘରେ କ୍ରାଇମବ୍ରାଞ୍ଚ ଟିମର ଚଢ଼ାଉ। ବାଙ୍କୀ କଳାପଥର ସ୍ଥିତ ଘରେ କ୍ରାଇମବ୍ରାଞ୍ଚ ଟିମର ଚଢ଼ାଉ । ବୈଦେଶ୍ଵର ପୋଲିସ ମଧ୍ୟ ଉପସ୍ଥିତ ରହିଛି । ଗତକାଲି ମୁନାକୁ ଦଶପଲ୍ଲାରୁ ଗିରଫ କରାଯାଇଥିଲା । ପୋଲିସ ଏସ.ଆଇ ପରୀକ୍ଷା କେଳେଙ୍କାରୀ ଘଟଣାରେ ଧରାପଡ଼ିଥିଲେ ମୁନା ମହାନ୍ତି । ଦଲାଲ ତଥା ମୋଷ୍ଟ ୱାଣ୍ଟେଡ୍ ମୁନା ମହାନ୍ତି ଓ ଶ୍ରୀକାନ୍ତ ମହାରଣାଙ୍କୁ ଉଠାଇ ନେଇଥିଲା କ୍ରାଇମବ୍ରାଞ୍ଚ । ଦଶପଲ୍ଲାର […]

ସାଇବର ଅପରାଧକୁ ରୋକିବା ପାଇଁ ସଚେତନତା ସବୁଠାରୁ ଶକ୍ତିଶାଳୀ ଅସ୍ତ୍ର : ମୁଖ୍ୟମନ୍ତ୍ରୀ

ସମାଜ ପାଇଁ ଆଜି ବଡ ଚ୍ୟାଲେଞ୍ଜ ହୋଇଥିବା ସାଇବର ଅପରାଧକୁ ରୋକିବା ପାଇଁ ସଚେତନତା ହେଉଛି ସବୁଠାରୁ ବଡ ଶକ୍ତିଶାଳୀ ଅସ୍ତ୍ର । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାଇବର ସୁରକ୍ଷା ସଚେତନତା ଅଭିଯାନ ୨୦୨୫ର ଶୁଭାରମ୍ଭ ଅବସରରେ ଏହା କହିଛନ୍ତି ।ସାଇବର ଅପରାଧ ରୋକିବା କ୍ଷେତ୍ରରେ ଓଡିଶା ପୋଲିସକୁ ପ୍ରଶଂସାକରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ନ୍ୟାସନାଲ ସାଇବର କ୍ରାଇମ ରିପୋର୍ଟିଂ ପୋର୍ଟାଲ ଏବଂ ସାଇବର ହେଲ୍ପଲାଇନ୍ ୧୯୩୦ ମାଧ୍ୟମରେ ହଜାର ହଜାର ଅଭିଯୋଗକାରୀଙ୍କୁ ସଠିକ୍ ସମୟରେ […]

‘ବାତ୍ୟା ନେଇ ସତର୍କ ସୂଚନା ଜାରି କରାଯାଇ ନାହିଁ’

ଦକ୍ଷିଣ-ପୂର୍ବ ଆରବ ସାଗର ଏବଂ କେରଳ କର୍ଣ୍ଣାଟକ ଉପକୂଳ ନିକଟବର୍ତ୍ତୀ ଲାକ୍ଷାଦ୍ବୀପ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ପ୍ରଭାବରେ ଆଜି ଏକ ଲୋ-ପ୍ରେସର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ପଶ୍ଚିମ- ଉତ୍ତର ପଶ୍ଚିମ ଦିଗକୁ ଗତି କରିବ। ପରବର୍ତ୍ତୀ ୩୬ ଘଣ୍ଟା ମଧ୍ୟରେ ଏହା ଅବପାତରେ ପରିଣତ ହେବ ବୋଲି IMD ପକ୍ଷରୁ ସୂଚନା ଦିଆଯାଇଛି ।। କିନ୍ତୁ ଭାରତୀୟ ପାଣିପାଗ ବିଭାଗ ବାତ୍ୟା ନେଇ କୌଣସି ସତର୍କ ସୂଚନା ଜାରି କରି […]

ଜମି ଡିମାର୍କସେନ: ଏଣିକି ଅନଲାଇନରେ ଆବେଦନ

ଜମି ଡିମାର୍କସେନ ପାଇଁ ଦୌଡିବାକୁ ପଡିବନି ତହସିଲ ଅଫିସ। ଏଣିକି ଅନଲାଇନରେ ଆବେଦନ କଲେ ମିଳିବ ତାରିଖ । ସେହିଦିନ ତହସିଲ ଅଧିକାରୀ, ଅମିନ କରିବେ ଜମିର ଡିମାର୍କସେନ। ପ୍ରଥମେ ରାଜସ୍ବ ବିଭାଗର ଅନଲାଇନ ସାଇଟକୁ ଯିବାକୁ ପଡ଼ିବ। ସେଥିରେ ମୋବାଇଲ ନମ୍ବର ପଞ୍ଜିକରଣ କରି ଡିମାର୍କସେନ ପାଇଁ ଆବେଦନ କରିବାକୁ ହେବ। ପରେ ଆବଶ୍ୟକୀୟ ଜମି କାଗଜପତ୍ର ସହ ଫି ଦେବାକୁ ପଡ଼ିବ। ଆବେଦନ ସଵମିଟ କରିବା ପରେ ତହସିଲଦାର ଆପଣଙ୍କ ଆବେଦନ ଯାଞ୍ଚ କରି […]