ଆସନ୍ତା ୨୦ ତାରିଖ ଦୀପାବଳି ପର୍ବ ଉପଲକ୍ଷେ ଅତିରିକ୍ତ ଛୁଟି ଘୋଷଣ କରିଛନ୍ତି ରାଜ୍ୟସରକାର। ନୂଆପଡ଼ା ଜିଲା ବ୍ୟତୀତ ରାଜ୍ୟର ଅନ୍ୟ ସବୁ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିବା ନେଇ ଘୋଷଣା ହୋଇଛି। ପୂର୍ବରୁ ଘୋଷିତ ୨୧ ତାରିଖ ଛୁଟି ମଧ୍ୟ ବଳବତ୍ତର ରହିବ। ମାତ୍ର ୨୧ ତାରିଖରେ ସମସ୍ତ ବ୍ୟାଙ୍କ ଓ ଅନ୍ୟାନ୍ୟ ବ୍ୟାଙ୍କିଂ ସଂସ୍ଥା ଖୋଲା ରହିବ। । ଏହାସହ ୨୫ ତାରିଖ ଚତୁର୍ଥ ଶନିବାରକୁ କାର୍ଯ୍ୟଦିବସ ଭାବେ ଘୋଷଣା କରାଯାଇଛି ।
ଦୀପାବଳି ଆସିଲେ ସପ୍ତାହେ ଆଗରୁ ଆରମ୍ଭ ହୋଇଯାଏ ବାଣ ଫୁଟା । ଢୋ ଢା ଶବ୍ଦରେ ଫାଟିପଡେ ଚତୁର୍ଦ୍ଦିଗ । ହେଲେ ଏ ବର୍ଷ ଆଉ ରାତିସାରା ଫୁଟିବନି ବାଣ । ଦୀପାବଳି ପାଇଁ କମିଶନରେଟ ପୋଲିସ ଗାଇଡ଼ଲାଇନ ଜାରି କରିଛି । ଭୁବନେଶ୍ୱର ଡିସିପି ଜଗମୋହନ ମୀନା କଡା ନିର୍ଦ୍ଦେଶ ଦେଇଛନ୍ତି । ଉଚ୍ଚ ଶବ୍ଦ ସଂପନ୍ନ ବାଣ ଫୁଟାଇଲେ କଡା କାର୍ଯ୍ୟାନୁଷ୍ଠାନ ହେବ । ଗ୍ରୀନ କାକର ଫୁଟାଇବା ପାଇଁ ପୋଲିସ ଅନୁରୋଧ କରିଛି […]
ପାର୍ବଣ ଋତୁରେ ‘ନୋ ଗିଫ୍ଟ’ ପଲିସି ଅପଣେଇଲେ ରାଜ୍ୟ ସରକାର। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଲାଗୁ କଲେ ‘ନୋ ଗିଫ୍ଟ ପଲିସି’। ପର୍ବପର୍ବାଣୀ ସମୟରେ ଉପହାର ନେଇ ଆସିବାକୁ କଲେ ମନା। ଏପରିକି ରାଷ୍ଟ୍ରାୟତ୍ତ ଉଦ୍ୟୋଗରେ ଗିଫ୍ଟ ଆଦାନପ୍ରଦାନ ଏବଂ ଏହାସହ ଜଡ଼ିତ ଖର୍ଚ୍ଚ ଉପରେ ରାଜ୍ୟ ସରକାର ରୋକ୍ ଲଗାଇଛନ୍ତି।ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମଧ୍ୟ ଏ ସଂପର୍କରେ ସୋସିଆଲ୍ ମିଡ଼ିଆରେ ଉଲ୍ଲେଖ କରିଛନ୍ତି। ତାଙ୍କ ଅଫିସକୁ କେହି ଉପହାର ଧରି ଯିବାକୁ ମନା କରିଛନ୍ତି ପ୍ରଭାତୀ। […]
ପୂର୍ବରୁ ଚକୁଳିଆ ପଣ୍ଡାମାନେ ଯେଉଁଭଳି ଗାଁ ଗାଁ ବୁଲି ଭିକ୍ଷା ଗ୍ରହଣ କରୁଥିଲେ, ବର୍ତ୍ତମାନ ଧିରେ ଧିରେ ଏହି ବୃତ୍ତି ଦେଖିବାକୁ ମିଳୁନାହିଁ । ଏହା ପାରମ୍ପରିକ ଭାବେ ପୂର୍ବରୁ ଚାଲି ଆସୁଥିଲା । ବର୍ତ୍ତମାନ ସମୟରେ ଏହା ବେଳେବେଳେ ହିଁ ଦେଖିବାକୁ ମିଳୁଛି । ଚକୁଳିଆ ପଣ୍ତାମାନେ ପୂର୍ଣ୍ଣିମା, ସଂକ୍ରାନ୍ତି, ଅମାବାସ୍ୟା ଆଦି ସମୟରେ ବର୍ଷରେ ଥରେ ଦୁଇଥର ଗାଁ ଗୁଡିକୁ ଆସି ଦୁଆର ଦୁଆର ବୁଲି ଗୀତ ଗାଇ ଭିକ ମାଗି ଚଳିଥାନ୍ତି । […]
ଚଳିତବର୍ଷ ଦେଶରେ ପ୍ରବଳ ଶୀତ ନେଇ ବିଭିନ୍ନ ପାଣିପାଗ ଆକଳନକାରୀ ସଂସ୍ଥା ପୂର୍ବାନୁମାନ କରୁଛନ୍ତି। ହିମାଳୟ ବରାଫାଦୃତ ସହିତ ଲା-ନିନା ସ୍ଥିତି ଶୀତ ପାଇଁ ଅନୁକୂଳ ସ୍ଥିତି ସୃଷ୍ଟି କରିଛି। ମାତ୍ର ଏସବୁ ସତ୍ତ୍ବେ ରାଜ୍ୟରେ ଶୀତର ମାତ୍ରାକୁ ନେଇ ଦ୍ୱନ୍ଦ୍ୱାତ୍ମକ ସ୍ଥିତି ସୃଷ୍ଟି ହୋଇଛି। ରାଜ୍ୟରେ ଚଳିତ ବର୍ଷ ଶୀତ ପ୍ରବଣ ଅଞ୍ଚଳଗୁଡ଼ିକରେ ଶୀତ ସ୍ୱାଭାବିକ ରହିବା ସହ ଉପକୂଳ ଓଡ଼ିଶାରେ ଏହା ଅପେକ୍ଷାକୃତ କମ୍ ରହିବ ବୋଲି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ […]
ଆଜି ଦେବ ଚିକିତ୍ସକ ଧନ୍ୱନ୍ତରୀଙ୍କ ଜୟନ୍ତୀ। ଏହାକୁ ଧନତେରାସ୍ ଭାବେ ପାଳନ କରାଯାଏ। ଦୀପାବଳି ପୂର୍ବରୁ ଧନ୍ତନ୍ୱରୀଙ୍କ ଜୟନ୍ତୀ ପଡୁଥିବାରୁ ଏହି ଅବସରରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଏ। ଧନତେରାସକୁ ହିନ୍ଦୁ ପରମ୍ପରାରେ ଧନ, ସ୍ୱାସ୍ଥ୍ୟ ଓ ସମୃଦ୍ଧିର ପ୍ରତୀକ ବୋଲି ବିଚାର କରାଯାଏ । ଧାର୍ମିକ ମାନ୍ୟତା ଅନୁସାରେ ନୂଆ ବାସନ, ସୁନା, ଧନିଆ, ଝାଡୁ, ଲକ୍ଷ୍ମୀ-ଗଣେଶଙ୍କ ପ୍ରତିମୂର୍ତ୍ତି କିଣିବା ବେଶ ଶୁଭପ୍ରଦ ବୋଲି କୁହାଯାଏ । ଧନତେରାସରେ ନୂଆ ସାମଗ୍ରୀ କିଣିଲେ ପରିବାରର ମଙ୍ଗଳ ହୁଏ […]
ଖୋଲିଲା ଶିମିଳିପାଳ । ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳ ଖୋଲିଛି । ଅଭୟାରଣ୍ୟକୁ ଦୁଇଟି ଗେଟ୍ ଦେଇ ପ୍ରବେଶ କରୁଛନ୍ତି ପର୍ଯ୍ୟଟକ । ପିଠାବଟା ଓ କାଳିଆଣି ଫାଟକ ଦେଇ ପ୍ରବେଶ କରୁଛନ୍ତି ପର୍ଯ୍ୟଟକ। ବ୍ୟାଘ୍ର ପ୍ରକଳ୍ପର ମଜା ନେବେ ପର୍ଯ୍ୟଟକ । ବ୍ୟାଘ୍ର ପ୍ରକଳ୍ପ ଭିତରେ ପଶିବାକୁ ଅନୁମତି ମିଳିଛି ।କେବଳ www.shimilipal.org ୱେବସାଇଟ ମାଧ୍ୟମରେ ବୁକିଂ କରି ନିଜର ପ୍ରବେଶ ପତ୍ର ପାଇ ପାରିବେ । ପ୍ରତ୍ୟେକ ଦିନ ପର୍ଯ୍ୟଟକଙ୍କ ୬୦ ଟି ଗାଡିକୁ […]
ରାଜଧାନୀରେ ଲଜ୍ଜା । ଜଣେ ନାବାଳିକା ଗଣଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ହୋଇଛି । ତେବେ ପୀଡ଼ିତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସା କରାଯାଉଛି । ପୁଲିସ ମାମଲା ରୁଜୁ କରି ସ୍ଥାନୀୟ ଅଞ୍ଚଳରେ ଲାଗିଥିବା ସିସି କ୍ୟାମେରା ଯାଞ୍ଚ କରୁଛି । ଖବର ଅନୁଯାୟୀ, ଶୁକ୍ରବାର ବିଳମ୍ବିତ ରାତିରେ ଅଶୋକ ନଗର ରାସ୍ତା କଡ଼ରୁ ଜଣେ ନାବାଳିକାଙ୍କୁ ମୁର୍ମୃର୍ଷ ଅବସ୍ଥାରେ ପଡିଥିଲେ । କିଛି ଲୋକ ମାନସିକ ବିକୃତ ଭାବି ଅଣଦେଖା କରିଥିଲେ । ରାତି ଯେତେବେଳେ […]
ନୟାଗଡ଼ : ରାଜ୍ୟ ସରକାରଙ୍କ ଗୋପବନ୍ଧୁ ଏକାଡେମୀରେ ତାଲିମ ନେଉଥିବା ପ୍ରଶିକ୍ଷାର୍ଥୀଙ୍କୁ ପାଠ ପଢ଼ାଇବା ପାଇଁ ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକଙ୍କୁ ଏକାଡେମୀ ପକ୍ଷରୁ ନିମନ୍ତ୍ରଣ କରାଯାଇଛି । ଆସନ୍ତା ୨୨ ତାରିଖ ୨୦୨୨ ମସିହା ବ୍ୟାଚ୍ ଓଏଏସ୍ ପ୍ରଶିକ୍ଷାର୍ଥୀଙ୍କୁ ୨ଟି ପିରିୟଡ଼ ପାଠ ପଢ଼ାଇବା ପାଇଁ ଡେପୁଟି ଡାଇରେକ୍ଟରଙ୍କ ପକ୍ଷରୁ ଚିଠି କରାଯାଇଛି । ପଞ୍ଚାୟତ ରାଜ ବ୍ୟବସ୍ଥାରେ ଉପରେ ଶୀଯୁକ୍ତ ପଟ୍ଟନାୟକଙ୍କ ଦୀର୍ଘଦିନର ଅଭିଜ୍ଞତା ଓ ଜ୍ଞାନ ରହିଛି । […]
ନୟାଗଡ଼-: ଅଖିଳ ବିଶ୍ବ ଗାୟତ୍ରୀ ପରିବାର,ଶାନ୍ତିକୁଞ୍ଜ ହରିଦ୍ଵାର ଆନୁକୂଲ୍ୟରେ ଦିବ୍ଯ ଅଖଣ୍ଡ ଦୀପର ଶତାବ୍ଦୀ ସମାରୋହ ଓ ପରମ ବନ୍ଦନୀୟା ମାତାଜୀ ଭଗବତୀ ଦେବୀ ଶର୍ମାଙ୍କ ଜନ୍ମ ଶତାବ୍ଦୀ ବର୍ଷ ଅବସରରେ ଶାନ୍ତିକୁଞ୍ଜ ହରିଦ୍ବାରରୁ ଆସିଥିବା ଜ୍ଯୋତି କଳସ ରଥ ଆଜି ନୟାଗଡ଼ ବ୍ଳକ୍ ଅନ୍ତର୍ଗତ ଇଟାମାଟି,ପ୍ରତାପପ୍ରସାଦ,ଘଡୁଆଳ, ଦୁର୍ଗାପ୍ରସାଦ, ନୟାଗଡ଼, ମୁକ୍ତାପୁର, ସୁବର୍ଣ୍ଣଦେଇପୁର ଓ ହାଉସିଂବୋର୍ଡରେ ପରିକ୍ରମା କରି ନିଶା ନିବାରଣ ପାଇଁ ସଚେତନତା ଶୋଭାଯାତ୍ରା କରାଯାଇ ଥିଲା। ପରିଶେଷରେ ସନ୍ଧ୍ଯା ୬ଟା ସମୟରେ ନୂଆ ଜୟପୁରରେ […]
ପଶ୍ଚିମବଙ୍ଗ ଦୁର୍ଗାପୁର ହସ୍ପିଟାଲରୁ ପୀଡ଼ିତା ମେଡିକାଲ୍ ଛାତ୍ରୀ ଡିସଚାର୍ଜ।ପୀଡ଼ିତାଙ୍କ ସ୍ଵାସ୍ଥ୍ୟବସ୍ଥାରେ ଉନ୍ନତି ଆସିବା ପରେ ଡିସଚାର୍ଜ କରାଯାଇଛି। ଗଣଦୁଷ୍କର୍ମର ଶିକାର ହେବା ପରେ ଗତ ଶୁକ୍ରବାର ମେଡିକାଲ୍ରେ ଭର୍ତ୍ତି ହୋଇଥିଲେ ପୀଡ଼ିତା। ତେବେ ଡିସଚାର୍ଜ ପରେ ମାମଲାର ତଦନ୍ତରେ ସହଯୋଗ ପାଇଁ ଆଉ କିଛି ଦିନ ପଶ୍ଚିମବଙ୍ଗରେ ରହିବେ ପୀଡ଼ିତା।ମେଡିକାଲ୍ କଲେଜ ଦ୍ଵାରା ଜାରି ଏକ ପ୍ରେସ୍ ବିବୃତି ଅନୁଯାୟୀ, ଛାତ୍ରୀଙ୍କ ଶାରୀରିକ ଓ ମାନସିକ ସ୍ଥିତି ଉପରେ ନଜର ରଖାଯାଇଛି। ସେଥିରେ ସୁଧାର ଆସିବା ପରେ […]
ମୋଟରଯାନ ନିୟମ ନ ମାନିଲେ ହେବ ବଡ଼ କାର୍ଯ୍ୟାନୁଷ୍ଠାନ। ନିୟମ ଉଲ୍ଲଂଘନକାରୀଙ୍କ ଯାନର ଆରସି(ପଞ୍ଜୀକରଣ ପ୍ରମାଣପତ୍ର) ରଦ୍ଦ କରାଯିବ। ବିଶେଷକରି ଅଭ୍ୟାସଗତ ଉଲ୍ଲଂଘନକାରୀଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏ ନେଇ ଆଞ୍ଚଳିକ ପରିବହନ ଅଧିକାରୀ(ଆରଟିଓ)ମାନଙ୍କୁ ପରିବହନ ଆୟୁକ୍ତଙ୍କ ପକ୍ଷରୁ ନିର୍ଦେଶ ଦିଆଯାଇଛି।ପରିବହନ ଆୟୁକ୍ତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏଥିପାଇଁ ଉଲ୍ଲଙ୍ଘନକାରୀଙ୍କ ତାଲିକା ପ୍ରସ୍ତୁତ କରାଯାଇ ସେମାନଙ୍କୁ ନୋଟିସ୍ ପଠାଯିବ। ଏହାସହ ବକେୟା ଚାଲାଣ ପୈଠ କରି କାର୍ଯ୍ୟାନୁଷ୍ଠାନରୁ ବର୍ତ୍ତିବାକୁ […]
