କଟକ ସହରରେ ଅଶାନ୍ତି ସୃଷ୍ଟି ଘଟଣାରେ ୮ ଜଣ ଗିରଫ – ପୋଲିସ କମିଶନର ଏସଦେବଦତ୍ତତ୍ତ ସିଂ

କଟକ ସହରରେ ଅଶାନ୍ତି ସୃଷ୍ଟି ଘଟଣାରେ ୮ ଜଣ ଗିରଫ ହୋଇଛନ୍ତି । ଏନେଇ ସୂଚନା ଦେଲେ ପୋଲିସ କମିଶନର ଏସଦେବଦତ୍ତତ୍ତ ସିଂ । କହିଛନ୍ତି, ଅଶାନ୍ତି ସୃଷ୍ଟି, ଭଙ୍ଗାରୁଜା, ପୋଲିସକୁ ଆକ୍ରମଣ ଘଟଣାରେ ଗିରଫ କରାଯାଇଛି । ୩ଟି ମାମଲାରେ ୮ ଜଣଙ୍କୁ ଗିରଫ କରିଛି ପୋଲିସ । ଅଭିଯୁକ୍ତଙ୍କ ବିରୋଧରେ ସଙ୍ଗୀନ ଦଫା ଲାଗିଛି । ବିନା ଅନୁମତିରେ ଶୋଭାଯାତ୍ରା କାଢିବା, ବେଆଇନ ଭାବେ ସହର ପରିକ୍ରମା କରି ଏକାଠି ହେବା , ପୋଲିସ […]

ଆଗାମୀ ୩ ଘଣ୍ଟା ପର୍ଯ୍ୟନ୍ତ ୧୪ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ରାଜ୍ୟର ୧୪ ଜିଲ୍ଲାକୁ ସତର୍କ ରହିବାକୁ ପରାମର୍ଶ । ଆଗାମୀ ୩ ଘଣ୍ଟା ପର୍ଯ୍ୟନ୍ତ ୧୪ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରି ସତର୍କ ରହିବାକୁ ପରାମର୍ଶ ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ବର୍ଷା ଘଡ଼ଘଡ଼ି ସହ ଝଡ଼ ତୋଫାନର ପୂର୍ବାନୁମାନ କରି ଅନୁଗୁଳ, ଦେବଗଡ଼, ବରଗଡ଼, ଝାରୁସୁଗୁଡ଼ା, ବାଲେଶ୍ବର, ମୟୂରଭଞ୍ଜ, କେନ୍ଦୁଝର, ଗଞ୍ଜାମ, ଗଜପତି, ନୟାଗଡ଼, କଟକ, ଖୋର୍ଦ୍ଧା, ଯାଜପୁର, ପୁରୀ ଏବଂ ଢେଙ୍କାନାଳ । ଏହିସବୁ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ […]

ଏସଆଇ ପରୀକ୍ଷା ଦୁର୍ନୀତି ପ୍ରସଙ୍ଗରେ ବିଜେଡିର ଆନ୍ଦୋଳନ

ପୋଲିସ ଏସଆଇ ନିଯୁକ୍ତି କେଳେଙ୍କାରୀ ଘଟଣା। ଆଶାୟୀଙ୍କୁ ନ୍ୟାୟ ଦାବି ସହ ଅନିୟମିତା ବିରୋଧରେ ବିଜୁ ଜନତା ଦଳର ପ୍ରତିବାଦ ।ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ ଛକଠାରେ ପ୍ରତିବାଦ କରିଛନ୍ତି । ସିବିଆଇ ତଦନ୍ତ ଦାବିରେ ଏକାଠି ହୋଇଛନ୍ତି ଶତାଧିକ ବିଜୁ ଯୁବ ଛାତ୍ର ନେତା ଓ କର୍ମୀ ହାତରେ ପ୍ଲା କାର୍ଡ ଧରି , ପୋଡାଜଳା କରିଛନ୍ତି । ସରକାର ଗାଦି ଛାଡ କହି ନାରାବାଜି କରି ଆନ୍ଦୋଳନ କରିଛନ୍ତି |ପୋଲିସ ଓ ଯୁବ ବିଜେଡି କର୍ମୀଙ୍କ […]

ବାର୍‌ହା କବଳରୁ ମୁକୁଳିଲେ ୫ ପର୍ଯ୍ୟଟକ

ଦୀର୍ଘ ୧୨ ଘଣ୍ଟାର ଅପରେସନ୍‌ ପରେ ଉଦ୍ଧାର ହେଲେ ପର୍ଯ୍ୟଟକ ଓ ଉଦ୍ଧାରକାରୀ । ଖୋର୍ଦ୍ଧା ଜିଲ୍ଲା ବରୁଣେଇ ପାହାଡ଼ରେ ଆତଙ୍କ ଖେଳାଇଥିବା ବାରହା କବଳରୁ ମୁକୁଳିଛନ୍ତି ୫ ପର୍ଯ୍ୟଟକ । ହିଂସ୍ର ବାର୍‌ହା ଭୟରେ ଗଛ ଉପରେ ଆଶ୍ରୟ ନେଇଥିଲେ ୫ ପର୍ଯ୍ୟଟକ । ସେମାନଙ୍କୁ ଉଦ୍ଧାର କରିବାକୁ ଯାଇଥିବା ଜଣେ ପୁଲିସ କର୍ମଚାରୀଙ୍କ ମୃତ୍ୟୁ ଘଟିଛି । ଜଣେ ଗୁରୁତର ପର୍ଯ୍ୟଟକଙ୍କୁ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି ।ଘଟଣା ଅନୁଯାୟୀ, ୬ ଜଣ ପର୍ଯ୍ୟଟକ ବରୁଣେଇ […]

ଆଜି ହେଉଛି ପବିତ୍ର କୁମାର ପୂର୍ଣ୍ଣିମା

ଚଳିତବର୍ଷ କୁମାର ପୂର୍ଣ୍ଣିମା କେଉଁଦିନ ପାଳନ ହେବ ତାହାକୁ ନେଇ ପାଞ୍ଜି ଓ କ୍ୟାଲେଣ୍ଡରରେ ଭିନ୍ନ ତାରିଖ ଥିବାରୁ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି। ସାଧାରଣତଃ କୁମାରପୂର୍ଣ୍ଣମୀ ଓ ଗଜଲକ୍ଷ୍ମୀ ପୂଜା ଗୋଟିଏ ଦିନରେ ପଡ଼ିଥାଏ। ମାତ୍ର ଏବର୍ଷ ପାଞ୍ଜିରେ କୁମାର ପୂର୍ଣ୍ଣମୀ ବା ଆଶ୍ବିନ ପୂର୍ଣ୍ଣମୀ ତିଥି ୬ ତାରିଖ ଅର୍ଥାତ୍‌ ସୋମବାର ମଧ୍ୟାହ୍ନ ୧୨ଟା ୨୪ ମିନିଟ୍‌ରୁ ଆରମ୍ଭ ହୋଇ ମଙ୍ଗଳବାର ସକାଳ ୯ଟା ୨୪ ପର୍ଯ୍ୟନ୍ତ ରହୁଛି। ମାତ୍ର କ୍ୟାଲେଣ୍ଡରରେ ୭ ତାରିଖକୁ ପୂର୍ଣ୍ଣମୀ […]

ସିସିଟିଭିରୁ ଚିହ୍ନଟ ହେଲା କଟକ ବିଶୃଙ୍ଖଳାର ମାଷ୍ଟରମାଇଣ୍ଡ

ଦୁର୍ଗାପୂଜା ଭସାଣି ରାତିର ଗଣ୍ଡଗୋଳ, ଉତ୍ତେଜନାକୁ କେନ୍ଦ୍ର କରି ଅଶାନ୍ତ ହୋଇପଡିଛି କଟକ ସହର । ଦୁଇ ଦିନ ଧରି ଚାପା ଉତ୍ତେଜନା ଲାଗି ରହିଥିବା ବେଳେ ରବିବାର ସହରରେ ଜଳିଥିଲା ନିଆଁ । ଏପଟେ କଟକ ସହରର ବିଶୃଙ୍ଖଳାକାରୀ ସିସିଟିଭିରୁ ଚିହ୍ନଟ ହୋଇଛି। ଆଇନ ଶୃଙ୍ଖଳା ADG ସଂଜୟ କୁମାରଙ୍କ ଏନେଇ ସୂଚନା ଦେଇଛନ୍ତି। ସେ କହିଛନ୍ତି, ସିସିଟିଭିରେ ଅଭିଯୁକ୍ତ ଚିହ୍ନଟ ହୋଇଛନ୍ତି, ଦୃଢ କାର୍ଯ୍ୟାନୁଷ୍ଠାନ ହେବ। ଆଇନ ଶୃଙ୍ଖଳା ବଜାୟ ରଖିବାକୁ ୫୦ ପ୍ଲାଟୁନ […]

କଟକରେ ୩୬ ଘଣ୍ଟା କର୍ଫ୍ୟୁ। କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦେଇଛନ୍ତି ପୋଲିସ କମିଶନର

କଟକ ସହରର ଦରଘାବଜାର ଦେଇ ଶୁକ୍ରବାର ରାତିରେ ଦୁର୍ଗାମେଢ଼ ଭସାଣି ଶୋଭାଯାତ୍ରା ଯାଉଥିବା ସମୟରେ ଜୟ ଶ୍ରୀରାମ ଧ୍ୱନିକୁ ନେଇ ଏକ ନିର୍ଦ୍ଦିଷ୍ଟ ଦିଗରୁ ପଥର, କାଚବୋତଲ ମାଡ଼ ହୋଇଥିଲା। ଏଥିରେ ଅନେକ ଆହତ ହୋଇଥିବାବେଳେ ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀର ଲୋକେ ଶୋଭାଯାତ୍ରାରେ ଶ୍ରୀରାମଙ୍କ ସଙ୍ଗୀତକୁ ବିରୋଧ କରିଥିଲେ। ଏହାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଘଟି ଉତ୍ତେଜନା ଦେଖାଦେଇଛି। ଘଟଣାର ପ୍ରତିବାଦରେ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ସୋମବାର କଟକ ବନ୍ଦ ଡାକରା ଦିଆଯାଇଥିବାବେଳେ […]

ରାଜ୍ୟର ବିଭିନ୍ନ ସ୍ଥାନର ପୂଜା ମଣ୍ଡପକୁ ମିଳିବ ସହାୟତା

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶ କ୍ରମେ ଚଳିତ ବର୍ଷ ପ୍ରଥମ ଥର ପାଇଁ ରାଜ୍ୟର ଦଶହରା ଦୁର୍ଗାମେଢ଼ଙ୍କୁ ୭ କୋଟି ୧ ଲକ୍ଷ ୪୦ ହଜାର ଟଙ୍କା ଆର୍ଥିକ ଅନୁଦାନ ରାଶି ପ୍ରଦାନ କରିବା ନିମନ୍ତେ ନିଷ୍ପତ୍ତି ନିଆଯାଇଛି। ରାଜ୍ୟର ସମୁଦାୟ ୧ ହଜାର ୮୫ଟି ଦଶହରା ଦୁର୍ଗାମେଢ଼ଙ୍କୁ ଏହି ସହାୟତା ରାଶି ପ୍ରଦାନ କରାଯିବ |‘କ’ ବର୍ଗରେ ରହିବ ଐତିହ୍ୟ ସମ୍ପନ୍ନ ଦୁର୍ଗାମେଢ଼ – ଏହି ବର୍ଗରେ ୨୧୫ଟି ମେଢ଼କୁ ୨ କୋଟି ୧୭ଲକ୍ଷ […]

ବ୍ରାହ୍ମଣସାହି ଦୁର୍ଗା ପୂଜା କମିଟି ତରଫରୁ ରାବଣ ପୋଡ଼ି

ରାୟଗଡ଼ା ତା ୦୪/୧୦ ରାୟଗଡ଼ା ଜିଲ୍ଲା ସଦର ମହକୁମାସ୍ଥିତ ସ୍ଥାନୀୟ ବ୍ରାହ୍ମଣ ସାହି ଦୁର୍ଗା ପୂଜା କମିଟି ତରଫରୁ ଆୟୋଜିତ ହୋଇଥିଲା ରାବଣ ପୋଡ଼ି କାର୍ଯ୍ୟକ୍ରମ । ଏହାର ମୁଖ୍ୟ ଲକ୍ଷ୍ୟ ହେଉଛି ସମାଜରେ ବିଜୟା ଦଶମୀରେ ପାପ, ଅହଙ୍କାର, ଅସତ୍ୟର ପ୍ରତୀକ ସ୍ବରୂପ ଦୁଷ୍ଟଶକ୍ତି ରାବଣ ଦହନ କରାଯିବ ଯାହାକି ସଂସାରରେ ସୁଖ ସମୃଦ୍ଧି ବୃଦ୍ଧି ହେବା ସହ ମାନବିକତା ବଞ୍ଚି ରହିବ । ଏହି ଦିନ ପ୍ରଭୁ ଶ୍ରୀରାମ ରାବଣକୁ ବଧ କରି ଧରାପୃଷ୍ଠକୁ […]

ଗୋଷ୍ଠୀ ସଂଘର୍ଷ ଘଟଣାରେ ନବୀନଙ୍କ ଦୃଢ଼ ନିନ୍ଦା

ଦଶହରା ଭସାଣି ସମୟରେ କଟକ ଦରଘା ବଜାରରେ ଘଟିଥିବା ଗୋଷ୍ଠୀ ସଂଘର୍ଷକୁ ନେଇ ବିଜେଡି ସୁପ୍ରିମୋ ନବୀନ ଦୃଢ଼ ନିନ୍ଦା କରିଛନ୍ତି । ଭାଇଚାରାର ସହର କଟକରେ ଏପରି ଅପ୍ରୀତିକର ସ୍ଥିତି ବେଶ ଚିନ୍ତାଜନକ | ଭସାଣି ସମୟରେ ଢେଲା ପଥର, ବୋତଲ ମାଡ଼ ପରି ଘଟଣା ଏକ ବଡ଼ ସମ୍ବେଦନଶୀଳ ଦିଗକୁ ଇଙ୍ଗିତ କରୁଛି। ଶାନ୍ତିପ୍ରିୟ ଓଡ଼ିଶାରେ ଏ ଅଶାନ୍ତିର ବାତାବରଣ କଦାପି ଗ୍ରହଣୀୟ ନୁହେଁ। ସେ ଆହୁରି କହିଛନ୍ତି ଏପରି ସ୍ଥିତିକୁ ନିୟନ୍ତ୍ରଣ କରିବା […]

କର୍ଣ୍ଣାଟକରୁ ବରଗଡ଼ ଜିଲ୍ଲାକୁ ଆସିଥିବା କଫ୍ ସିରପ୍ ସିଜ୍, ରାଜ୍ୟବାସୀ ପ୍ୟାନିକ ହୁଅନ୍ତୁ ନାହିଁ

କର୍ଣ୍ଣାଟକରୁ ଓଡ଼ିଶା ସହ ୪ରାଜ୍ୟକୁ ଆସିଥିଲା ଏହି କଫ ସିରଫ। ବରଗଡ଼ ଜିଲ୍ଲାକୁ ୧୩୦ଟି କଫ ସିରଫ ଆସିଥିଲା। ତାକୁ ଡ୍ରକ୍ସ କଣ୍ଟ୍ରୋଲ ବିଭାଗ ତରଫରୁ ସିଜ୍ କରିବା ସହ ଲ୍ୟାବକୁ ପଠାଯାଇଛି । କୌଣସି ରିଟେଲର ପାଖାକୁ ଏହା ଯାଇନି। ରାଜ୍ୟବାସୀ ପ୍ୟାନିକ ହୁଅନ୍ତୁ ନାହିଁ ।ମଧ୍ୟପ୍ରଦେଶ ଘଟଣା ପରେ କେନ୍ଦ୍ର ସରକାରଙ୍କ ସତର୍କତାମୂଳକ ଆଡ଼ଭାଇଜରି ଜାରି କରିଛନ୍ତି । ୨ ବର୍ଷରୁ କମ୍ ପିଲାଙ୍କୁ କଫ୍ ସିରପ୍ ସମ୍ପୂର୍ଣ୍ଣ ବ୍ୟାନ୍ କରାଯାଇନାହିଁ । ଡାକ୍ତରଙ୍କ […]

ତଦନ୍ତ ରିପୋର୍ଟ ପରେ କାର୍ଯ୍ୟାନୁଷ୍ଠାନ: ଓପିଆରବି ଅଧ୍ୟକ୍ଷ, ବ୍ୟସ୍ତ ହୁଅନ୍ତୁନି ପରୀକ୍ଷାର୍ଥୀ

ଜରୁରୀ ବୈଠକ ପରେ ଓପିଆରବି ଅଧ୍ୟକ୍ଷ ସୁଶାନ୍ତ ନାଥ ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି, ଯାହା ଘଟଣା ଘଟିଛି, କ୍ରାଇମବ୍ରାଞ୍ଚକୁ ଲିଖିତ ଭାବେ ଜଣାଇଛୁ । ତଦନ୍ତ ରିପୋର୍ଟକୁ ଅପେକ୍ଷା, ରିପୋର୍ଟ ଆସିବା ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ନିଆଯିବ । ପରୀକ୍ଷାର୍ଥୀ ମାନେ ବ୍ୟସ୍ତ ହୁଅନ୍ତୁ ନାହିଁ । ସଠିକ୍ ସମୟରେ ସ୍ଵଚ୍ଛ ଭାବେ ପରୀକ୍ଷା କରାଯିବ ବୋଲି ସୁଶାନ୍ତ ନାଥ କହିଛନ୍ତି । ଏହି କେଳେଙ୍କାରୀରେ ରାଜନେତାଙ୍କ ଠାରୁ ଆରମ୍ଭ କରି ବରିଷ୍ଠ ପୋଲିସ ଅଧିକାରୀଙ୍କ […]