ଏସ୍‍ଆଇ ପରୀକ୍ଷା କେଳେଙ୍କାରୀ: ୬ ତାରିଖରେ ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ହେବ ପ୍ରତିବାଦ

ଏସଆଇ ପରୀକ୍ଷା କେଳେଙ୍କାରୀ ଘଟଣାରେ ପ୍ରତିବାଦ କରିବ ବିଜେଡି । ୬ ତାରିଖରେ ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ହେବ ପ୍ରତିବାଦ । ଆନ୍ଦୋଳନ ନେଇ ବିଜେଡି ଯୁବ ସଭାପତି ଚିନ୍ମୟ ସାହୁ ସୂଚନା ଦେଇଛନ୍ତି ।ସାମ୍ବାଦିକ ସମ୍ମିଳନୀ କହି ବିଜେଡି ନେତା ପ୍ରତିରଞ୍ଜନ ଘଡେଇ ଓ ଚନ୍ମୟ ସାହୁ କହିଛନ୍ତି ଯେ ଏସଆଇ ପରୀକ୍ଷା ମହାଘୋଟାଲାରେ ଯେଉଁ ତଦନ୍ତ ଚାଲିଛି, ସେଥିରେ ମାଷ୍ଟର ମାଇଣ୍ଡକୁ ଧରିବାରେ ସକ୍ଷମ ହେବ କି ସରକାର […]

ମହିଳାଙ୍କୁ ଉଠାଇନେଇ ଟ୍ରକ୍‌ କ୍ୟାବିନ୍‌ରେ ଦୁଷ୍କର୍ମ,ଅଭିଯୁକ୍ତ ଡ୍ରାଇଭର ଗିରଫ

ଦିବ୍ୟାଙ୍ଗ ମହିଳାଙ୍କୁ ଟେକି ନେଇ ଟ୍ରକ୍ କ୍ୟାବିନ୍‌ରେ ଦୁଷ୍କର୍ମ । ବର୍ଷା ଓ ବିଜୁଳି ଦାଉରୁ ରକ୍ଷା ପାଇଁ ରାଜପଥ କଡ଼ରେ ଆଶ୍ରୟ ନେଉଥିବା ବେଳେ ଟ୍ରକ୍ ଡ୍ରାଇଭର ବଳପୂର୍ବକ ଉଠାଇ ନେଇ ଟ୍ରକ୍ ଭିତରେ ଦୁଷ୍କର୍ମ କରିଛି । ଅଭିଯୁକ୍ତ ଡ୍ରାଇଭର ଗିରଫ ହେବା ପରେ ଘଟଣା ସମ୍ପର୍କରେ ଜଣାଇଛି ପୋଲିସ| କେନ୍ଦୁଝର ସଦର ପୋଲିସ ସହାୟତରେ ଅଭିଯୁକ୍ତ ଏମଡି ସୁଦାମ ହୁସେନକୁ ଗିରଫ କରି ଶନିବାର ଭୋର ସମୟରେ ଭଦ୍ରକ ଫେରିଛି ଟାଉନ ପୋଲିସ […]

ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଜଷ୍ଟିସ ଚିତ୍ତ ରଞ୍ଜନ ଦାସ

ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ପୂର୍ବତନ ବିଚାରପତି ଚିତ୍ତ ରଞ୍ଜନ ଦାସ । କଳାହାଣ୍ଡି ମାଣିକେଶ୍ୱରୀ ଦର୍ଶନ ପାଇଁ ଯାଉଥିବା ବେଳେ ମଝି ରାସ୍ତାରେ ଗାଡ଼ି ଟାୟାର ଫାଟିଯିବାରୁ ଭାରସାମ୍ୟ ହରାଇଥିଲା। ହେଲେ କୌଣସି ମତେ ଗାଡିଟିକୁ ନିୟନ୍ତ୍ରଣ କରିବାରେ ସଫଳ ହୋଇଥିଲେ ଚାଳକ । ପରେ ଅନ୍ୟ ଏକ ଗାଡ଼ିରେ ଜଷ୍ଟିସ ଚିତ୍ତ ରଞ୍ଜନ ଦାସଙ୍କୁ ଭବାନୀପାଟଣା ପଠାଯିବା ସହିତ ଗାଡ଼ିରେ ନୂତନ ଟାୟାର ଲଗାଯାଇଥିଲା । ଜାତୀୟ ରାଜପଥର ଅନେକ […]

ଜେପି ନଡ୍ଡାଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ: ସାଙ୍ଗଠନିକ ବିଷୟ ଉପରେ ଆଲୋଚନା

ଦିଲ୍ଲୀରେ ନଡ୍ଡାଙ୍କୁ ସାକ୍ଷାତ କଲେ ମୋହନ ଚରଣ ମାଝୀ । ସାଙ୍ଗଠନିକ ବିଷୟରେ ଆଲୋଚନା ହୋଇଥିବା କହିଲେ ସିଏମ୍‌ ।ଏହାସହିତ ରାଜନୈତିକ ସ୍ଥିତି ଓ ଭବିଷ୍ୟତରେ କାର୍ଯ୍ୟପନ୍ଥା ଉପରେ ବିସ୍ତୁତ ଆଲୋଚନା ହୋଇଛି । ଦଶହରା ଶେଷ ହେବା ପରେ ଏବେ ରାଜ୍ୟରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହେବା ଚର୍ଚ୍ଚା ଜୋର ଧରିଛି ।ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଇ ଦିନିଆ ଦିଲ୍ଲୀ ଗସ୍ତରେ ଅଛନ୍ତି। ତେବେ ଏହି ୨ ଦିନର ରହଣି ମଧ୍ୟରେ ସେ ଏକାଧିକ କେନ୍ଦ୍ରମନ୍ତ୍ରୀଙ୍କୁ […]

ରାଜ୍ୟରେ ନିର୍ମାଣ ହେବ ବିପର୍ଯ୍ୟୟ ଭବନ- ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ

ଭୁସ୍ଖଳନ ରୋକିବାକୁ ମାଷ୍ଟର ପ୍ଲାନ ଆଣିବେ ରାଜ୍ୟ ସରକାର ।ଏନେଇ ସୂଚନା ଦେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ପାହାଡ ପର୍ବତ ଅଞ୍ଚଳରେ ଭୂସ୍ଖଳନ ପ୍ରବଣ ଅଞ୍ଚଳ ଚିହ୍ନଟ କରାଯିବ । ପଥର ଖସି ଯେଭଳି କାହାର ମୃତ୍ୟୁ ନହୁଏ ପ୍ରାଥମିକତା ଦିଆଯିବ । ତେବେ ବିପର୍ଯ୍ୟୟ ମୁକାବିଲା ପାଇଁ ବିପର୍ଯ୍ୟୟ ଭବନ ନିର୍ମାଣ କରିବେ ସରକାର । ଆସନ୍ତା ୨ ବର୍ଷ ମଧ୍ୟରେ ୨୦୦ କୋଟି ବ୍ୟୟରେ ନିର୍ମାଣ ହେବ […]

Coldrif କଫ ସିରପ୍‌ ବିକ୍ରୟ ଉପରେ ଲାଗିଲା ବ୍ୟାନ୍‌

ମଧ୍ୟପ୍ରଦେଶର ଛିନ୍ଦୱାଡାରେ କଫ ସିରପ୍‌ ଖାଇ ୯ ଜଣ ଶିଶୁଙ୍କ ମୃତ୍ୟୁପରେ, ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି।ମୁଖ୍ୟମନ୍ତ୍ରୀ ମୋହନ ଯାଦବ ସାରା ରାଜ୍ୟରେ Coldrif କଫ ସିରପ ବିକ୍ରୟ ଉପରେ ନିଷେଧ କରିଛନ୍ତି। ଏହି ଘଟଣା ସମଗ୍ର ରାଜ୍ୟକୁ ଚକିତ କରିଛି। ସରକାର ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ସିରପ ଏବଂ ଏହାର ଉତ୍ପାଦ ପ୍ରସ୍ତୁତକାରୀ କମ୍ପାନୀ ବିରୋଧରେ ତଦନ୍ତ ଆରମ୍ଭ କରିଛନ୍ତି।ତେବେ ଏହି ଘଟଣା ପରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅଧିନରେ ଥିବା ଡିଜିଏଚଏସ୍ […]

ଅସ୍ତରଙ୍ଗ ସମୁଦ୍ରରେ ଭାସୁଛନ୍ତି ଶହ ଶହ ସଂଖ୍ୟାରେ ମୃତ ଜେଲି ଫିସ୍‌

ଅସ୍ତରଙ୍ଗ ସମୁଦ୍ରରେ ଭାସୁଛନ୍ତି ଶହ ଶହ ସଂଖ୍ୟାରେ ମୃତ ଜେଲି ଫିସ୍‌ । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ପ୍ରଭାବରେ ସମୁଦ୍ର ଅଶାନ୍ତ ରହିଛି । ସମୁଦ୍ର ପାଣି ଗୋଳିଆ ଦେଖାଯାଉଥିବା ବେଳେ ଜେଲିଫିସ୍‌ ଗୁଡ଼ିକ ମରି ସମୁଦ୍ର କୂଳରେ ଲାଗିଛନ୍ତି । ସମୁଦ୍ର ଅଶାନ୍ତ ଥିବାରୁ ବଡ଼ ଜୁଆରରେ ଜେଲି ଫିସ୍ ଭାସି ଆସିଛନ୍ତି । ବ୍ଲୁ ବଟମ୍ ଜେଲି ଫିସ୍ ଦେଖିବାକୁ ପର୍ଯ୍ୟଟକଙ୍କ ଭିଡ଼ ଜମିଛି ।ଅନ୍ୟପଟେ ସୁରକ୍ଷା ଦୃଷ୍ଟିରୁ ଲାଇଫ ଗାର୍ଡ଼ମାନେ ସମୁଦ୍ରକୁ […]

ଉତ୍କଳ ଆଲୁମିନା ପକ୍ଷରୁ ମହାଡମ୍ବରରେ ଶାରଦୀୟ ଦୁର୍ଗା ପୂଜା ଆୟୋଜିତ

ରାୟଗଡ଼ା, ୦୨/୧୦; ରାୟଗଡ଼ା ଜିଲ୍ଲା ଟିକିରି ଅନ୍ତର୍ଗତ ଦୋରାଗୁଡ଼ା ସ୍ଥିତ ଉତ୍କଳ ଆଲୁମିନା ପକ୍ଷରୁ ସ୍ଥାନୀୟ ଦଶହରା ପଡ଼ିଆ ଠାରେ ସାର୍ବଜନୀନ ଶାରଦୀୟ ଦୁର୍ଗା ପୂଜା ମହାଡମ୍ବରରେ ଆୟୋଜିତ ହୋଇଛି । ଦୀର୍ଘ ପାଞ୍ଚଦିନ ଧରି ଆୟୋଜିତ ହେବାକୁ ଥିବା ଏହି ପୂଜାରେ ମାଁ ଦୂର୍ଗାଙ୍କ ଆରାଧନାରେ ଅଞ୍ଚଳର ଦଶଦିଗ ମୁଖରିତ ହୋଇଛି । ଗତ ୨୭ ରିଖରେ ମାଁଙ୍କ ମଣ୍ଡପରେ ମହାଷଷ୍ଠୀ ଦିନଠୁ ପୂଜାର୍ଚ୍ଚନା ଆରମ୍ଭ ହୋଇଛି। ଏଥିପାଇଁ ସମଗ୍ର ଅଞ୍ଚଳ ଉତ୍ସବମୁଖର ହୋଇପଡିଛି। ମାଁଙ୍କ […]

 ପୋଲିସ ଏସ୍ଆଇ ପରୀକ୍ଷା ଦୁର୍ନୀତି: ତଦନ୍ତ କରିବେ କ୍ରାଇମବ୍ରାଞ୍ଚ ଡିଏସପି ରତ୍ନପ୍ରଭା ଶତପଥୀ

ପୋଲିସ ଏସ୍ଆଇ ପରୀକ୍ଷା ଦୁର୍ନୀତି ନେଇ ତନାଘନା ଜୋର ଧରିଛି । ଘଟଣାରେ ୧୧୪ ଜଣ ପରୀକ୍ଷାର୍ଥୀଙ୍କ ସହ ୩ ଜଣ ଦଲାଲ ମୋଟ ୧୧୭ ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଏବେ ଗୋଟିଏ ପରେ ଗୋଟିଏ ଖିଅ ମିଳିବାରେ ଲାଗିଛି । ଘଟଣାରେ ୭ ଜଣଙ୍କୁ ପଚରାଉଚରା କରୁଛି କ୍ରାଇମବ୍ରାଞ୍ଚ ।ଏଥିପାଇଁ କ୍ରାଇମବ୍ରାଞ୍ଚ ଡିଏସପି ରତ୍ନପ୍ରଭା ଶତପଥୀଙ୍କୁ ତଦନ୍ତ ଦାୟିତ୍ୱ ଦିଆଯାଇଛି । ଗଞ୍ଜାମ ଜିଲାର ଗୋଳନ୍ଥରା ଥାନାରେ ରୁଜୁ ହୋଇଥିବା […]

ଚୌଦ୍ବାର ଜେଲ୍‌ରୁ ୨ଡକାୟତ ଚମ୍ପଟ ଘଟଣା : କଏଦୀଙ୍କୁ ଧରିବା ପାଇଁ ସ୍ପେଶାଲ ଟିମ୍‌ ଗଠନ

୨୪ ଘଣ୍ଟା ପରେ ବି ଚୌଦ୍ୱାର ଜେଲରୁ ଫେରାର ଦୁଇ ଦୁର୍ଦ୍ଦାନ୍ତ ଡକାୟତଙ୍କ ମିଳିନି ଟେର। ଧରିବା ପାଇଁ କମିଶନରେଟ ପୋଲିସ ପକ୍ଷରୁ ସ୍ବତନ୍ତ୍ର ଟିମ ଗଠନ କରାଯାଇଛି। ଏଥିରେ ବଛାବଛା ପୋଲିସ ଅଧିକାରୀ ଅଛନ୍ତି ।। ଚୌଦ୍ବାର ଜେଲ ରୋଡ଼ରୁ ଚାରିବାଟିଆ ରାସ୍ତାରେ ଲାଗି ଥିବା ସିସିଟିଭି କ୍ୟାମେରା ଫୁଟେଜ ଚେକ କରାଯାଉଛି । ବିଭିନ୍ନ ରେଳଷ୍ଟେସନ, ଚାରିବାଟିଆ, ନିର୍ଗୁଣ୍ଡି, ଟାଙ୍ଗୀ, କଟକ ସହ ଅନେ ସ୍ଥାନରେ ରାତି ସାରା ଚେକିଂ ହୋଇଛି। ବିଭିନ୍ନ ଛକ […]

ଆଗାମୀ ସପ୍ତାହରେ ବ୍ରହ୍ମପୁରରୁ ଆରମ୍ଭ ହେବ ଅମୃତ ଭାରତ ଏକ୍ସପ୍ରେସ

ବ୍ରହ୍ମପୁର-ସୁରତ (ଉଧନା)-ବ୍ରହ୍ମପୁର ଅମୃତ ଭାରତ ଏକ୍ସପ୍ରେସର ନିୟମିତ ସେବାକୁ ଶୁକ୍ରବାର ଦିନ ରେଳ ମନ୍ତ୍ରଣାଳୟ ଅନୁମୋଦନ କରିଥିବା ନେଇ ପୂର୍ବତଟ ରେଳପଥ ସୂଚନା ଦେଇଛି। ପ୍ରତି ରବିବାର ଉଧନାରୁ ଏବଂ ପ୍ରତି ସୋମବାର ବ୍ରହ୍ମପୁରରୁ ଏହି ସେବା ଉପଲବ୍ଧ ହେବ।୧୯୦୨୧ ସୁରତ (ଉଧନା)-ବ୍ରହ୍ମପୁର-ଅମୃତ ଭାରତ ସାପ୍ତାହିକ ଏକ୍ସପ୍ରେସ ୫ ଅକ୍ଟୋବରରେ ସକାଳ ୭:୧୦ ରେ ଉଧନାରୁ ଛାଡିବ ଏବଂ ପରଦିନ ଅପରାହ୍ନ ୧:୫୫ ରେ ବ୍ରହ୍ମପୁରରେ ପହଞ୍ଚିବ। ସେହିପରି ସେଠାରୁ ଫେରିବା ସମୟରେ ୧୯୦୨୨ ବ୍ରହ୍ମପୁର-ସୁରତ (ଉଧନା) […]

ଆଜିର ରାଶିଫଳ(୦୪ ଅକ୍ଟୋବର, ୨୦୨୫)

ମେଷ : ଆଜି ଆପଣଙ୍କର ଆକସ୍ମିକ ଧନ ଲାଭ ଯୋଗ ରହିଛି। ସାହାଯ୍ୟ ର ହାତବଢାଇବା ପାଇଁ ପରିବାର ଓ ସମ୍ପର୍କୀୟ ମାନେ ଉପସ୍ଥିତ ହେବା ଯୋଗୁଁ ଆନନ୍ଦିତ ହେବେ। ଆଜି ସେମାନେ ଆପଣଙ୍କ ଜୀବନରେ ମହତ୍ତ୍ୱପୂର୍ଣ୍ଣ ଭୁମିକା ନିର୍ବାହ କରିବେ । ବୃଷ : ଆଜି ଆପଣଙ୍କର ସାହାସ ଏବଂ ସୌଭାଗ୍ୟ ଦୁଇଟି ଯାକ ମିଶିକରି ଆପଣଙ୍କୁ ସଫଳତା ଦେବେ । ଆଜି ଆତ୍ମନିର୍ଭରତା ଏବଂ ଆତ୍ମବିଶ୍ୱାସର ଦିନ ଅଛି ଯାହାକି ଆପଣଙ୍କ ନିଜର ନିର୍ଣ୍ଣୟ […]