ମାଲକାନଗିରି ସୀମାନ୍ତ ଛତିଶଗଡର ସୁକମା ଜିଲ୍ଲାରେ ପୁଣି ନକ୍ସଲ ହିଂସା ଦେଖିବାକୁ ମିଳିଛି। ପୁଲିସ ସୂଚନାଦାତା ଦର୍ଶାଇ ଜଣେ ଗ୍ରାମବାସୀକୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି ନକ୍ସଲ। ଗତକାଲି ରାତିରେ ସଶସ୍ତ୍ର ନକ୍ସଲ କିଷ୍ଟରାମ ଥାନା ଅନ୍ତର୍ଗତ ସଲାତୋଙ୍ଗ ଗ୍ରାମରେ ପହଞ୍ଚିଥିଲେ। ଗ୍ରାମର ରବା ସୋନାଙ୍କୁ ଖୋଜିଥିଲେ। ପୁଲିସ ସୂଚନାଦାତା ଦର୍ଶାଇ ନକ୍ସଲ ନିରୀହ ଗ୍ରାମବାସୀଙ୍କୁ ଟାର୍ଗେଟ ଆରମ୍ଭ କରିଦେଇଛନ୍ତି। ପରିବାର ଲୋକେ ସକାଳୁ ଶବ ନିକଟରେ ପହଞ୍ଚି ପୁଲିସକୁ ସୂଚନା ଦେଇଥିଲେ। ପୁଲିସ ଘଟଣାସ୍ଥଲରେ […]
ଆସନ୍ତା ୯ ତାରିଖ ବେଳକୁ ଉତ୍ତର ବଙ୍ଗୋପସାଗରରେ ଆଉଏକ ଲଘୁଚାପ ସମ୍ଭାବନା ରହିଛି । ପ୍ରଭାବରେ ରାଜ୍ୟର କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ପୂର୍ବାନୁମାନ କରାଯାଇଛି । ଏପଟେ ଆଭ୍ୟନ୍ତରୀଣ ଓଡ଼ିଶାରେ ଥିବା ଅବପାତ କ୍ରମଶଃ ଦୁର୍ବଳ ହେବାରେ ଲାଗିଛି ।ଏହା ଛତିଶଗଡ଼ ଦେଇ ଉତ୍ତର ଦିଗକୁ ଗତି ଧୀରେ ଧୀରେ ଦୁର୍ବଳ ହେବ । ପରବର୍ତ୍ତୀ ୨୪ ଘଣ୍ଟାରେ ଏକ ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହେବାର ସମ୍ଭାବନା ରହିଛି […]
ନବରାତ୍ରି ଏବଂ ଦଶହରା ପର୍ବ ପରେ ସୁନା ମୂଲ୍ୟ ହଠାତ ହ୍ରାସ ପାଇଛି। ଗତ କିଛି ଦିନ ଧରି ବୃଦ୍ଧି ପାଉଥିବା ସୁନାର ମୂଲ୍ୟ 3 ଅକ୍ଟୋବର, 2025 ରେ ହ୍ରାସ ପାଇଛି। ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୧, ୧୮,୦୪୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ ସୁନା ଦର ୧, ୦୮,୨୦୦ ଟଙ୍କା ଛୁଇଁଛି । ସେହିପରି ରାଜଧାନୀ ଭୁବନେଶ୍ବରରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା […]
ପୋଲିସ ସବ୍ଇନ୍ସପେକ୍ଟର ନିଯୁକ୍ତି ପାଇଁ ହେବାକୁ ଥିବା ଲିଖିତ ପରୀକ୍ଷାରେ ଜାଲିଆତି ମାମଲାରେ ସମ୍ପୃକ୍ତ ମୁଖ୍ୟ ଅଭିଯୁକ୍ତ ବିଜେପି ସହିତ ଜଡିତ ବୋଲି ବିଜୁ ଜନତା ଦଳ ଆଜି ମୁଖ୍ୟମନ୍ତ୍ରୀଙ୍କ ସମେତ ଦଳର ବରିଷ୍ଠ ନେତାଙ୍କ ସହିତ ମୁଖ୍ୟ ଅଭିଯୁକ୍ତର ଫଟୋ ଜାରି କରିଛି । ସୂଚନା ଅନୁଯାୟୀ, ଶଙ୍କର ପୃଷ୍ଟିଙ୍କ କମ୍ପାନୀ ପଞ୍ଚସଫ୍ଟ ପରୀକ୍ଷା ପ୍ରକ୍ରିୟାରେ ଦାୟିତ୍ୱ ଦିଆଯାଇଥିଲା। ଯାହାକୁ ନେଇ ପେପର୍ ଲିକ ସମ୍ପର୍କିତ ସନ୍ଦେହ ସୃଷ୍ଟି ହୋଇଛି। ରାଜ୍ୟରେ ଶେଷ ୧୫ ମାସ […]
ଆଜି ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଦିଲ୍ଲୀରେ ଅନେକ ଗୁରୁତ୍ବପୂର୍ଣ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ସାମିଲ ହେବେ । ଏପଟେ ଦିନେ ଦୁଇ ଦିନ ଭିତରେ ପୁଣି ଦିଲ୍ଲୀ ଗସ୍ତରେ ଯିବେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ତେବେ ଦିଲ୍ଲୀ ଯିବା ପୂର୍ବରୁ ନୂଆପଡ଼ା ଉପନିର୍ବାଚନରେ କିଏ ହେବେ ବିଜେପି ପ୍ରାର୍ଥୀ ସେନେଇ ହିଣ୍ଟ୍ ସ୍ ଦେଇଛନ୍ତି । ଲୋକପ୍ରିୟତା, ଦଳୀୟ ଚିନ୍ତାଧାରାରେ କାର୍ଯ୍ୟ କରୁଥିବା ବ୍ୟକ୍ତି ନୂଆପଡ଼ା ବିଧାନସଭା […]
ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଅଧୀନରେ, ଯୋଗ୍ୟ ଚାଷୀମାନଙ୍କୁ ତିନୋଟି କିସ୍ତିରେ ବାର୍ଷିକ ୬୦୦୦ ସିଧାସଳଖ ସହାୟତା ପ୍ରଦାନ କରାଯାଏ।ନିକଟରେ କେନ୍ଦ୍ର ସରକାର ପଞ୍ଜାବ, ହିମାଚଳ ପ୍ରଦେଶ ଏବଂ ଉତ୍ତରାଖଣ୍ଡରେ ୨୭ ଲକ୍ଷରୁ ଅଧିକ ବନ୍ୟା ପ୍ରଭାବିତ ଚାଷୀଙ୍କ ଆକାଉଣ୍ଟରେ ୨୧ ତମ କିସ୍ତି ଜାରି କରିଛନ୍ତି। ଅବଶିଷ୍ଟ ଚାଷୀମାନେ ୨୧ ତମ କିସ୍ତିର ଲାଭ କେବେ ପାଇବେ? ସାରା ଦେଶର ଲକ୍ଷ ଲକ୍ଷ ଚାଷୀ ଏହି ପ୍ରଶ୍ନ ପଚାରିଛନ୍ତି।ରିପୋର୍ଟ ଅନୁସାରେ, ଭାରତ ସରକାର ଦୀପାବଳି […]
ପୋଲିସ SI ପରୀକ୍ଷା ମହାଘୋଟାଲାରେ ୧୧୪ ଜଣ ପରୀକ୍ଷାର୍ଥୀ ଓ ୩ ଦଲାଲ ଗିରଫ ପରେ ତତ୍ପରତା। ପ୍ରାଥମିକ ତଦନ୍ତ ଅନୁସାରେ ଶଙ୍କର ପୃଷ୍ଟି ଓ ମୁନା ମହାନ୍ତିଙ୍କ ନାଁକୁ ନେଇ ଚର୍ଚ୍ଚା ଜୋର ଧରିଛି। ଦୁହେଁ ସ୍ପେଶାଲ କୋଚିଂ ପାଇଁ ରାଜ୍ୟ ବାହାରକୁ ନେଉଥିବା ଅଭିଯୋଗ ହୋଇଛି। ପ୍ରତ୍ୟେକଙ୍କ ଠାରୁ ୨୫ ଲକ୍ଷ ଟଙ୍କା ନେବାକୁ ଡିଲ ହୋଇଥିଲା। ଦୁହେଁ ପରୀକ୍ଷାର୍ଥୀଙ୍କ ସବୁ ଅରିଜନାଲ ସାର୍ଟିଫିକେଟ ନେଇଯାଇଥିଲେ। ୯୩୩ ପୋଷ୍ଟ ପାଇଁ ବାହାରିଥିଲା ବିଜ୍ଞାପନ; କୋଟି […]
କଡ଼ା ସୁରକ୍ଷା ଭେଦି କେମିତି ଖସିଗଲେ କଏଦୀ ? ଅଭିଯୁକ୍ତ ଫେରାର୍ ପଛରେ କିଏ ଅଛି ? ଚୌଦ୍ଵାର ମଣ୍ଡଳ କାରାଗାର ସ୍ପେଶାଲ୍ ସେଲ୍ରୁ ଦୁଇ କଏଦୀ ଚମ୍ପଟ ହେବା ପରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ଜେଲ୍ ଡିଜି । କାର୍ଯ୍ୟରେ ଅବହେଳା ପାଇଁ ଜେଲ୍ର ଜଣେ ୱାର୍ଡରଙ୍କ ସହ ଚିଫ୍ ୱାର୍ଡରଙ୍କୁ ନିଲମ୍ବିତ କରାଯାଇଛି ।ଜେଲ୍ରୁ କଏଦୀ ଚମ୍ପଟ ନେଇ ଆଇନ ମନ୍ତ୍ରୀ ପ୍ରତିକ୍ରିୟା ଦେଇ କହିଛନ୍ତି, ପୁଲିସ ବିଭାଗ ଏବଂ ଜେଲ୍ ବିଭାଗ ଯାହା ପଦକ୍ଷେପ […]
ଭକ୍ତ ଏବଂ ଗବେଷକମାନଙ୍କୁ ଡିଜିଟାଲ ସୁବିଧା ପ୍ରଦାନ କରିବା ସହିତ ବିରଳ ମନ୍ଦିର ରେକର୍ଡ, ରୀତିନୀତି, ପବିତ୍ର ମାଦଳା ପାଞ୍ଜି, ତାଳପତ୍ର ପାଣ୍ଡୁଲିପି ଏବଂ ଅନ୍ୟାନ୍ୟକୁ ସଂରକ୍ଷଣ କରିବା ପାଇଁ ରାଜ୍ୟ ସରକାର ପୁରୀରେ ଏକ ଡିଜିଟାଲ ଲାଇବ୍ରେରି ସ୍ଥାପନ କରିବାକୁ ଯାଉଛନ୍ତି। ଏହି ଅନନ୍ୟ ପଦକ୍ଷେପ ମାଧ୍ୟମରେ ଶ୍ରୀଜଗନ୍ନାଥ ମନ୍ଦିରର କାଳଜୟୀ ଐତିହ୍ୟକୁ ସୁରକ୍ଷିତ ରଖିବା ପାଇଁ ଚେଷ୍ଟା କରାଯିବ। ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଶୁକ୍ରବାର ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ସେହିପରି ମୁଖ୍ୟ ପ୍ରଶାସକ […]
ଖୋର୍ଦ୍ଧା ଜିଲ୍ଲାର ବାଲୁଗାଁ ଚିଲିକା କୂଳରେ ପରିସ୍ଥିତି ସଙ୍କଟାପନ୍ନ ହୋଇଛି। ଲାଗାଣ ବର୍ଷା ଓ ପ୍ରବଳ ପବନର ପ୍ରଭାବରେ ଚିଲିକା ଜଳସ୍ତର ବୃଦ୍ଧି ପାଇ, ରିଙ୍ଗ୍ ରୋଡ଼କୁ ପାଣି ମାଡ଼ି ଆସିଛି। ସ୍ଥାନୀୟ ଲୋକମାନେ ଭୟଭୀତ ଥିବାବେଳେ, ଚିଲିକାର ନୀଳ ଜଳରାଶି ସମୁଦ୍ରର ଭ୍ରମ ସୃଷ୍ଟି କରୁଛି।ପ୍ରବଳ ବର୍ଷା ସାଙ୍ଗକୁ ପବନର ବେଗ ପ୍ରଖର ଥିବା ଯୋଗୁଁ ଚିଲିକାରେ ମାଛଧରା ବନ୍ଦ ରହିଛି । କେତେକ ମତ୍ସ୍ୟଜୀବୀ ଏବେବି ଚିଲିକା ମଧ୍ୟରେ ରହିଥିବା ସୂଚନା ମିଳିଛି । […]
କଟକ ଚୌଦ୍ୱାର ଜେଲରୁ ୨ କଏଦୀ ଚମ୍ପଟ ଘଟଣାରେ ୨ ୱାର୍ଡରଙ୍କୁ ସସପେଣ୍ଡ କରାଯାଇଛି । କର୍ତ୍ତବ୍ୟରେ ଅବହେଳା ପାଇଁ ୱାର୍ଡର, ଚିଫ ୱାର୍ଡର ସସପେଣ୍ଡ ହୋଇଛନ୍ତି । ଉଭୟେ କଏଦୀ ଅଲଗା ଅଲଗା ସେଲରେ ଥିଲେ । ଆଲିରେ ରଡ କାଟି ବାହାରିଥିଲେ । ବ୍ୟବହାର କରୁଥିବା କମ୍ବଳକୁ ଦଉଡି କରି ପାଚେରୀ ଡେଇଁଛନ୍ତି । କଟକ ରେଞ୍ଜ ଡିଆଇଜିଙ୍କୁ ତଦନ୍ତ ପାଇଁ ଜେଲ ବିଭାଗ ଡିଜି ନିର୍ଦ୍ଦେଶ ଦେଇଛନ୍ତି । ସୂଚନାମୁତାବକ ବିହାରର ୨ […]
ଭୁବନେଶ୍ୱରରେ ରାବଣ ପୋଡି ବେଳେ ୧୫୦ରୁ ଅଧିକ ମୋବାଇଲ ଲୁଟ। ବରମୁଣ୍ଡା ପଡିଆରେ ମାତିଥିଲେ ଲୁଟେରା । ଏପଟେ ବାଣଫୁଟା ଚାଲିଥିବା ବେଳେ ପକେଟରୁ ମୋବାଇଲ ଗାୟବ ହୋଇଯାଉଥିଲା।ବରମୁଣ୍ଡା ଦଶହରା ପଡ଼ିଆରେ ହଜାର ହଜାର ଲୋକଙ୍କ ସମାଗମ ମଧ୍ୟରେ ଏହି ଚୋରିର ଘଟଣା ଘଟିଥିବା ଜଣାପଡ଼ିଛି। ଉତ୍ସବର ଉତ୍ତେଜନା ଓ ଭିଡ଼ର ସୁଯୋଗ ନେଇ ଚୋରମାନେ ଅନେକ ଦର୍ଶକଙ୍କ ମୋବାଇଲ୍ ଫୋନ ଚୋରି କରିଥିବା ଅଭିଯୋଗ ହୋଇଛି। ଏହି ଘଟଣା ପରେ ଅଭିଯୋଗକାରୀମାନେ ଖଣ୍ଡଗିରି ଥାନାରେ ଭିଡ଼ […]
