ଭୁବନେଶ୍ୱରରେ ରାବଣ ପୋଡି ବେଳେ ୧୫୦ରୁ ଅଧିକ ମୋବାଇଲ ଲୁଟ

ଭୁବନେଶ୍ୱରରେ ରାବଣ ପୋଡି ବେଳେ ୧୫୦ରୁ ଅଧିକ ମୋବାଇଲ ଲୁଟ। ବରମୁଣ୍ଡା ପଡିଆରେ ମାତିଥିଲେ ଲୁଟେରା । ଏପଟେ ବାଣଫୁଟା ଚାଲିଥିବା ବେଳେ ପକେଟରୁ ମୋବାଇଲ ଗାୟବ ହୋଇଯାଉଥିଲା।ବରମୁଣ୍ଡା ଦଶହରା ପଡ଼ିଆରେ ହଜାର ହଜାର ଲୋକଙ୍କ ସମାଗମ ମଧ୍ୟରେ ଏହି ଚୋରିର ଘଟଣା ଘଟିଥିବା ଜଣାପଡ଼ିଛି। ଉତ୍ସବର ଉତ୍ତେଜନା ଓ ଭିଡ଼ର ସୁଯୋଗ ନେଇ ଚୋରମାନେ ଅନେକ ଦର୍ଶକଙ୍କ ମୋବାଇଲ୍‌ ଫୋନ ଚୋରି କରିଥିବା ଅଭିଯୋଗ ହୋଇଛି। ଏହି ଘଟଣା ପରେ ଅଭିଯୋଗକାରୀମାନେ ଖଣ୍ଡଗିରି ଥାନାରେ ଭିଡ଼ […]

ଶାଶୁଙ୍କୁ ନିସ୍ତୁକ ପିଟିଲା ବୋହୁ, ଭିଡିଓ ରେକର୍ଡିଂ କଲା ପୁଅ

ପଞ୍ଜାବର ଗୁର୍ଦାସପୁର ଜିଲାରେ ଏକ ବୋହୁ ତାଙ୍କ ବୃଦ୍ଧ ଶାଶୁଙ୍କୁ ପୁଅଙ୍କ ସାମ୍ନାରେ ପିଟିବାର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି। ଭିଡିଓ ଭାଇରାଲ୍ ହେବା ପରେ ପରିବାର ସଦସ୍ୟମାନଙ୍କ ଦ୍ୱାରା ଥାନାରେ ଅଭିଯୋଗ ରୁଜୁ କରାଯାଇଛି। ପଞ୍ଜାବ ମହିଳା ଆୟୋଗ ଏହି ଘଟଣାରେ ନିଜ ଆଡୁ ଘଟଣା ସମ୍ପର୍କରେ ଜାଣିବା ପାଇଁ ଗୁର୍ଦାସପୁରର ସିନିୟର୍ ସୁପରିଣ୍ଟେଣ୍ଡେଣ୍ଟ୍ ଅଫ୍ ପୋଲିସ୍ (ଏସ୍‌ଏସ୍‌ପି)ଙ୍କୁ ଚିଠି ଲେଖିଛନ୍ତି। ଆୟୋଗ ଏକ ଉଚ୍ଚପଦସ୍ଥ ପୋଲିସ୍ ଅଧିକାରୀଙ୍କ ଦ୍ୱାରା ତଦନ୍ତ କରାଇବାକୁ ଦାବି […]

ଆଜିଠାରୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର କାର୍ତ୍ତିକ ନୀତି ଆରମ୍ଭ

ଆଜିଠାରୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର କାର୍ତ୍ତିକ ନୀତି ଆରମ୍ଭ । ଏକ ମାସ ଧରି ସ୍ବତନ୍ତ୍ର ବାଳଧୂପ ଏବଂ ରାଧାଦାମୋଦର ବେଶ ଅନୁଷ୍ଠିତ ହେବ । କାର୍ତ୍ତିକ ମାସରେ ଶ୍ରୀଜୀଉଙ୍କ ରାଧା ଦାମୋଦର ବେଶ ହୋଇଥାଏ । ଏହି ବେଶ ଅତ୍ୟନ୍ତ ସୁନ୍ଦର ଓ ଆକର୍ଷଣୀୟ ।ଏହି ବେଶରେ ମହାପ୍ରଭୁଙ୍କୁ ଏକ ବିଶେଷ ଭୋଗ ଲାଗିଥାଏ ଯାହା ବାଳ ଧୂପ ନାମରେ ପରିଚିତ । ସକାଳ ଧୂପ ପରେ ବାଳଧୂପ ନୀତିରେ ସାଧାରଣତ କୋରା , ଦୋଭଜା , […]

NIELIT ଡିଜିଟାଲ୍ ବିଶ୍ୱବିଦ୍ୟାଳୟର ଲୋକାର୍ପଣ କଲେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଗୁରୁବାର NIELIT ଡିଜିଟାଲ୍‌ ବିଶ୍ୱବିଦ୍ୟାଳୟ (NDU) ପ୍ଲାଟଫର୍ମର ଉଦ୍‌ଘାଟନ କରିଛନ୍ତି। ଏହି ପ୍ଲାଟଫର୍ମ ଯୁବପିଢ଼ିଙ୍କୁ AI, ସାଇବର ସୁରକ୍ଷା, ଡାଟା ସାଇନ୍ସ, ସେମିକଣ୍ଡକ୍ଟର ଆଦି ଉନ୍ନତ ପ୍ରଯୁକ୍ତି କ୍ଷେତ୍ରରେ ଉଚ୍ଚମାନର ଶିକ୍ଷା ଓ ଦକ୍ଷତା ପ୍ରଦାନ କରିବ। ଏହା ଯୁବପିଢ଼ିଙ୍କୁ ଭବିଷ୍ୟତ ପାଇଁ ପ୍ରସ୍ତୁତ ଦକ୍ଷତାରେ ସୁସଜ୍ଜିତ କରିବା ପାଇଁ ନମନୀୟ ଡିଜିଟାଲ୍ ଶିକ୍ଷାଦାନ ଧାରା ଏବଂ ଭର୍ଚୁଆଲ୍ ଲ୍ୟାବ ପ୍ରଦାନ କରିବ।କେନ୍ଦ୍ରମନ୍ତ୍ରୀ ଏହି ଅବସରରେ ଓଡ଼ିଶାର […]

ଚୌଦ୍ବାର ଜେଲ୍‌ରୁ ଜେଲ୍ କାନ୍ଥ ଡେଇଁ କଏଦୀ ଫେରାର

କଟକ ଜିଲାର ଚୌଦ୍ବାର ଜେଲ୍‌ରୁ ଦୁଇ ହାର୍ଡକୋର କଏଦୀ ଫେରାର ହେବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏହି ଦୁଇ କଏଦୀ ଜେଲ୍‌ର ସେଲ୍‌ କାଟି ପଳାୟନ କରିଥିବା ସୂଚନା ମିଳିଛି। ଏହି ଘଟଣା ଜେଲ୍‌ ସୁରକ୍ଷା ବ୍ୟବସ୍ଥା ଉପରେ ଗମ୍ଭୀର ପ୍ରଶ୍ନଚିହ୍ନ ସୃଷ୍ଟି କରିଛି।ପାଣିକୋଇଲି ଅଞ୍ଚଳର ଏକ ସୁନା ଦୋକାନରୁ ଲୁଟ୍ କରିଥିଲେ । ଲୁଟ୍ ବେଳେ ଅଳଙ୍କାର ଦୋକାନ ଉପରକୁ କରିଥିଲେ ଗୁଳିମାଡ଼। ଗୁଳିମାଡ଼ରେ ଜଣଙ୍କର ମୃତ୍ୟୁ ହୋଇଥିଲା । ସୁନା […]

ଆଜି ରାଜଧାନୀରେ ୪ଟି ସ୍ଥାନରେ ଦେଖିବେ ମାଙ୍କ ଭସାଣି

ରାଜଧାନୀରେ ୪ଟି ସ୍ଥାନରେ ଦେଖିବାକୁ ପାଇବେ ମାଙ୍କ ଭସାଣି । ନଦୀରେ କେମିକାଲ ଓ ପ୍ଲାଷ୍ଟିକ ଯେପରି ନପଡିବ ସେଥିପାଇଁ ବିଏମସି ତାର କୂଅଖାଇର ଦୁଇ ପଟ, ଦୟା ଓ ଭାଗର୍ବୀକୁ ମିଶାଇ ମୋଟ ୪ ଟି ଅସ୍ଥାୟୀ ପୁଷ୍କରିଣୀ କରିଛି । ସହୀଦ ନଗର ,ନୟାପଲ୍ଲୀ , ଚନ୍ଦ୍ରଶେଖରପୁର ଓ ଓଲ୍ଡ ଟାଉନ ଚାରୋଟି ସ୍ଥାନରେ ହେବ ସହରରେ ଭସାଣି ଉତ୍ସବ । ଏଥିପାଇ ୪ଟି ଭସାଣି ଉତ୍ସବ କମିଟି ପାଇଁ ଅନୁମତି ଦେଇଛି କମିଶନରେଟ […]

କଟକରେ ଆଜି ମାଆଙ୍କ ମେଲାଣି। ପାଖ ପାଖି ୧୭୦ରୁ ଅଧିକ ମୂର୍ତ୍ତି ଦେବୀଗଡା ଠାରେ ବିସର୍ଜନ

ଧରାପୃଷ୍ଠରୁ ବିଦାୟ ନେବେ ମା’ ଦଶଭୂଜା ଦୁର୍ଗା । ୪ ଦିନ ମଣ୍ଡପରେ ଦର୍ଶନ ଦେବା ପରେ ଆଜି ମେଲାଣି ନେବେ । ଆଜି ଭସାଣ ଉତ୍ସବ । କଟକରେ ଆଜି ପାଖ ପାଖି ୧୭୦ରୁ ଅଧିକ ମୂର୍ତ୍ତି ଦେବୀଗଡା ଠାରେ ବିସର୍ଜନ କରାଯିବ ।  ଏ ନେଇ କଟକ ଦେବୀଗଡ଼ାରେ ପ୍ରଶାସନ ତରଫରୁ କରାଯାଇଛି ବ୍ୟାପକ ପ୍ରସ୍ତୁତି ।  ଦେବୀଗଡା ନିକଟରେ ଓଡ୍ରାଫ୍ ଏବଂ ଅଗ୍ନିଶମ ବିଭାଗକୁ ସଜାଗ ରହିବାକୁ କୁହାଯାଇଛି। ସକାଳ ୮ ଟାରେ […]

ପୁଣି ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ, ହାତ ମିଳାଇବାକୁ ନେଇ ମୁହଁ ଖୋଲିଲା BCCI

ମହିଳା ବିଶ୍ୱକପ୍ ୨୦୨୫ କଲମ୍ବୋର ଆର ପ୍ରେମଦାସା ଷ୍ଟାଡିୟମରେ ଆୟୋଜିତ ହେବାକୁ ଯାଉଛି । ଭାରତ ଏବଂ ପାକିସ୍ତାନ ମଧ୍ୟରେ ମହିଳା ବିଶ୍ୱକପ୍ ମ୍ୟାଚ୍‌ରେ ହାତ ମିଳାଇବ କି ନାହିଁ ସେ ବିଷୟରେ ନୀରବତା ଭାଙ୍ଗିଛନ୍ତି BCCI ସଚିବ ଦେବଜିତ ସାଇକିଆ । BCCI ସଚିବ ଦେବଜିତ ସାଇକିଆ ବିବିସି ଷ୍ଟମ୍ପଡକୁ କହିଛନ୍ତି ଯେ, ସେ ପୂର୍ବରୁ କୌଣସି ପୂର୍ବାନୁମାନ କରିପାରିବେ ନାହିଁ । ତଥାପି ସେ ଆଶ୍ବାସନା ଦେଇଛନ୍ତି । କିନ୍ତୁ ଭାରତ ପାକିସ୍ତାନ ଖେଳାଳିଙ୍କ […]

ଓଡ଼ିଶାର ଏହି ଗ୍ରାମରେ ଭଗବାନ ରୂପେ ପୂଜା ପାଆନ୍ତି ବାପୁଜୀ

ସମ୍ବଲପୁର ମହାନଗର ନିଗମ ଅଧିନସ୍ଥ ଧନୁପାଲି ନିକଟସ୍ଥ ଭତରା ଗାଁରେ ରହିଛି ପ୍ରସିଦ୍ଧ ଗାନ୍ଧୀ ମନ୍ଦିର l 1972 ମସିହା ମାର୍ଚ୍ଚ 23ରେ ତତ୍କାଳୀନ ଉତ୍ତରାଞ୍ଚଳ ଆରଡ଼ିସି ରବୀନ୍ଦ୍ର ନାଥ ମହାନ୍ତି ଏହି ମନ୍ଦିର ନିର୍ମାଣର ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ । ପରେ 11-04-1974ରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥି ଏହାର ଉଦଘାଟନ କରିଥିଲେ l ସେହିଦିନ ଠାରୁ ମହାତ୍ମା ଗାନ୍ଧୀଙ୍କୁ ଏଠି ପୂଜା କରାଯାଉଛି l ଏହି ମନ୍ଦିରରେ 3.5 ଫୁଟ ଉଚ୍ଚତାର ଗାନ୍ଧିଜୀଙ୍କ […]

ବିଧାନସଭା ପରିସରରେ ଗାନ୍ଧୀ ଜୟନ୍ତୀ ପାଳନ

ଓଡ଼ିଶା ବିଧାନସଭା ପରିସରରେ ଆଜି ଜାତିର ଜନକ ମହାତ୍ମାଗାନ୍ଧୀଙ୍କ ୧୫୬ ତମ ଜୟନ୍ତୀ ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ ହରିବାବୁ କମ୍ଭମପତି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ବାଚସ୍ପତି ସୁରମା ପାଢୀଙ୍କ ସମେତ ବହୁ ମନ୍ତ୍ରୀ ଓ ଅଧିକାରୀ ସାମିଲ ହୋଇଥିଲେ । ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇବା ସହ ତାଙ୍କ ନୀତି, ଆଦର୍ଶ ଏବଂ ଅବଦାନକୁ ମୁଖ୍ୟମନ୍ତ୍ରୀ ଏହି ଅବସରରେ ମନେ ପକାଇଥିଲେ।ମୁଖ୍ୟମନ୍ତ୍ରୀ ସୋସିଆଲ ମିଡିଆ […]

ଭାରତ ଗସ୍ତରେ ଆସିବେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଡିସେମ୍ବର ୫-୬ ରେ ଭାରତ ଗସ୍ତରେ ଆସିବେ ବୋଲି ଆଶା କରାଯାଉଛି । ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ସାକ୍ଷାତ କରିବେ ବୋଲି ସୂଚନା ରହିଛି । କିନ୍ତୁ ରୁଷ ରାଷ୍ଟ୍ରପତି ଗୋଟିଏ ଦିନ ପାଇଁ ଭାରତ ଗସ୍ତ କରିବେ କି ଦୁଇ ଦିନ ରହିବେ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ପୁଟିନଙ୍କ ଗସ୍ତ ପୂର୍ବରୁ, ରୁଷ ବୈଦେଶିକ ମନ୍ତ୍ରୀ ସେରଗେ ଲାଭରୋଭ ରାଷ୍ଟ୍ରପତିଙ୍କ ଗସ୍ତର ବିବରଣୀ ଚୂଡ଼ାନ୍ତ […]

ପଦ୍ମଶ୍ରୀ କୃଷ୍ଣଲୀଳା ଗୁରୁ ଗୋପୀନାଥ ସ୍ୱାଇଁଙ୍କ ପରଲୋକ

ପଦ୍ମଶ୍ରୀ କୃଷ୍ଣଲୀଳା ଗୁରୁ ଗୋପୀନାଥ ସ୍ୱାଇଁଙ୍କର ୧୦୮ ବର୍ଷ ବୟସରେ ପରଲୋକ ହୋଇଛି। ବାର୍ଦ୍ଧକ୍ୟଜନିତ କାରଣରୁ ତାଙ୍କର ମୃତ୍ୟୁ ଘଟିଛି। ଗଞ୍ଜାମ ଜିଲ୍ଲାର ଶେରଗଡ଼ ବ୍ଲକ୍ ଗୋବିନ୍ଦପୁରସ୍ଥିତ ବାସଭବନରେ ସକାଳ ପ୍ରାୟ ୬ଟା ୪୦ରେ ସେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି। ରାଜ୍ୟର ଲୋକପ୍ରିୟ ଲୋକନୃତ୍ୟ କୃଷ୍ଣ ଲୀଳାର ଗାୟକ ଭାବେ ଗୋପୀନାଥ ସ୍ବାଇଁ ନଅ ଦଶନ୍ଧିରୁ ଅଧିକ ସମୟ ଧରି କାର୍ଯ୍ୟ ଜାରି ରଖିଥିଲେ।ସେ ତାଙ୍କ ମାମୁଁଙ୍କଠାରୁ ୧୦ ବର୍ଷ ବୟସରେ କୃଷ୍ଣଲୀଳା ଶିଖିବା ଆରମ୍ଭ […]