ପୁଣି ଗ୍ରାହକଙ୍କୁ ଝଟକା । ବଢିଲା ସୁନା ଦର

ବଢୁଛି ସୁନା ଏବଂ ରୁପା ଦର । ଗହଣା କିଣିବା ପୂର୍ବରୁ ନଜର ପକାନ୍ତୁ କେଉଁ ସହରରେ କେତେ ରହିଛି ସୁନା ଦର ।ସେପ୍ଟେମ୍ବର ୨୭ ଅର୍ଥାତ୍‌ ଶନିବାର ପୁଣି ବଢିଛି ସୁନା ଦାମ୍‌ । ୨୪ କ୍ୟାରେଟ୍‌ ୧୦ ଗ୍ରାମ୍‌ ସୁନା ଦାମ୍‌ ୧,୧୫,୪୮୦ ଟଙ୍କା ରହିଛି । ଗତକାଲି ୧,୧୪,୮୮୦ ଟଙ୍କା ଥିଲା । ଏଥିରେ ୬୦୦ ଟଙ୍କା ବୃଦ୍ଧି ହୋଇଛି ।୨୨ କ୍ୟାରେଟ୍‌ ୧୦ ଗ୍ରାମ୍‌ ସୁନା ଦର ୧,୦୫,୮୫୦ ଟଙ୍କା ରହିଛି […]

୧ ଅକ୍ଟୋବର ବେଳକୁ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା

ଆସୁଛି ଆଉ ଏକ ଲଘୁଚାପ । ଆସନ୍ତା ୧ ତାରିଖ ବେଳକୁ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା । ୩୦ ତାରିଖ ବେଳକୁ ଉତ୍ତର ଆଣ୍ଡାମାନସାଗର ଅଞ୍ଚଳରେ ଏକ ନୂତନ ଘୂର୍ଣ୍ଣିବଳୟ ପ୍ରବେଶ କରିବ । ପ୍ରଭାବରେ ଉତ୍ତର ପାର୍ଶ୍ଵବର୍ତ୍ତୀ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ, ଅକ୍ଟୋବର ୧ ତାରିଖ ବେଳକୁ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଫଳରେ ଦଶହରା ବେଳକୁ ମଧ୍ୟ ବର୍ଷା ଲାଗି ରହିବ […]

ସବୁ ହାଣ୍ଡିଆ ପିଇଦେଲା ସ୍ତ୍ରୀ, ରାଗରେ ପିଟିପିଟି ମାରିଦେଲା ସ୍ୱାମୀ

ସାମାନ୍ୟ ହାଣ୍ଡିଆ ପାଇଁ ସ୍ତ୍ରୀକୁ ମାରିଦେଲା ସ୍ୱାମୀ । ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଉପରତାଳଡିହା ଗାଁରୁ ଆସିଛି ଅଭିଯୋଗ । ମୃତକ ହେଲେ ଗୁରୁ ପ୍ରସାଦ ସିଂଙ୍କ ସ୍ତ୍ରୀ ସୀତା ସିଂ । ଗୁରୁପ୍ରସାଦ କାମକୁ ଯାଇ ଘରକୁ ଫେରିଥିବା ବେଳେ ଘରେ ପହଞ୍ଚି ହାଣ୍ଡିଆ ପିଇଵାକୁ ଖୋଜିଥିଲେ।ହେଲେ ସ୍ତ୍ରୀ ସୀତା ସବୁ ହାଣ୍ଡିଆ ପିଇ ନିଶାସକ୍ତ ହୋଇଯାଇଥିବା ସେ ଦେଖିବାକୁ ପାଇଥିଲେ । ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଘରେ ପଡ଼ିଥିବା […]

 ଆଜି Google ର ଜନ୍ମଦିନ । Google କୁ ପୁରିଲା ୨୭ ବର୍ଷ 

ଆଜି Google ର ଜନ୍ମଦିନ । Google କୁ ପୁରିଲା ୨୭ ବର୍ଷ । ୨୭ ସେପ୍ଟେମ୍ବର, ୨୦୨୫ ରେ, ବିଶ୍ୱର ସର୍ବବୃହତ ସର୍ଚ୍ଚ ଇଞ୍ଜିନ୍ ଏକ ରଙ୍ଗୀନ ଗୁଗୁଲ୍ ଡୁଡଲ୍ ସହିତ ଏହାର ଜନ୍ମଦିନ ପାଳନ କରିଛି । ଏକ ଛୋଟ ଗ୍ୟାରେଜ୍‌ରୁ ଆରମ୍ଭ ହୋଇଥିବା ଏହି କମ୍ପାନୀ ଏବେ ଦୁନିଆର ସବୁଠୁ ବଡ଼ ସର୍ଚ୍ଚ ଇଞ୍ଜିନ୍ ପାଲଟିଛି। ଆଜି ଗୁଗଲ ୨୭ ବର୍ଷରେ ପାଦ ଥାପିଛି।କାଲିଫର୍ଣ୍ଣିଆର ଏକ ଛୋଟ ଜାଗାରୁ ଆରମ୍ଭ ହୋଇଥିବା ଏହି […]

ଓଡିଶାରୁ ସାରା ଦେଶରେ BSNL 4G ସେବା ଆରମ୍ଭ କଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ମୋଦି BSNL ର 4G ସେବା ଆରମ୍ଭ କଲେ। ଭାରତ ସଞ୍ଚାର ନିଗମ ଲିମିଟେଡର 4G ସେବା ଏବେ ଦେଶର ପ୍ରତ୍ୟେକ ରାଜ୍ୟରେ ପହଞ୍ଚିସାରିଛି। ପୂର୍ବରୁ, BSNL ର 4G ସେବା ଦେଶର ବିଭିନ୍ନ ଟେଲିକମ୍ ସର୍କଲରେ ଆରମ୍ଭ କରାଯାଇଥିଲା। BSNLର 4G ନେଟୱାର୍କ ଏକକାଳୀନ ୯୮,୦୦୦ ସାଇଟରେ ଆରମ୍ଭ ହୋଇଛି। BSNLର 4G ସେବାର ଆନୁଷ୍ଠାନିକ ଶୁଭାରମ୍ଭ ସହିତ, ସମସ୍ତ ଟେଲିକମ୍ କମ୍ପାନୀ ଏବେ 4G ନେଟୱାର୍କ ସହିତ ସଜ୍ଜିତ।BSNL ମଧ୍ୟ ଏହାର 5G […]

ବିଏସ୍‌ଇ, ସିଏଚ୍‌ଏସ୍‌ଇ ମିଶ୍ରଣକୁ ଅନୁମୋଦନ

ଏଣିକି ଓଡିଶାରେ ଚାଲିବ ଗୋଟିଏ ବୋର୍ଡ। ବିଏସ୍‌ଇ ଓ ସିଏଚ୍‌ଏସ୍‌ଇ ମିଶ୍ରଣକୁ ମିଳିଲା ଅନୁମୋଦନ। ସ୍କୁଲ ଶିକ୍ଷାକୁ ସୁଦୃଢ଼ ଓ ଉନ୍ନତ କରିବା ପାଇଁ ରାଜ୍ୟରେ ଗୋଟିଏ ବୋର୍ଡ ରଖାଯିବ। କେବଳ ଏତିକି ନୁହେଁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏ ପିଲାଙ୍କୁ ମାଗଣା ପାଠ୍ୟପୁସ୍ତକ ଦିଆଯାଉଥିବା ବେଳେ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ନବମ ଓ ଦଶମ ଛାତ୍ରଛାତ୍ରୀଙ୍କୁ ମାଗଣା ବହି ଦିଆଯାଉଥିଲା। କିନ୍ତୁ ଏବେ ସମସ୍ତ ବର୍ଗର ପିଲାଙ୍କୁ ଦଶମ ଶ୍ରେଣୀ ଯାଏ ମାଗଣାରେ […]

ଝାରସୁଗୁଡ଼ାରେ ପ୍ରଧାନମନ୍ତ୍ରୀ, ରେଳ, ଶିକ୍ଷା ସମେତ ବିଭିନ୍ନ ପ୍ରକଳ୍ପ ଦେଲେ ଭେଟି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଦିନିକିଆ ଝାରସୁଗୁଡ଼ା ଗସ୍ତରେ ଆସିଛନ୍ତି। ଝାରସୁଗୁଡ଼ାସ୍ଥିତ ଅମରାପାଲି ପଡ଼ିଆଠାରେ ଆୟୋଜିତ ସାଧାରଣ ସଭାରେ ଯୋଗଦେଇ ପ୍ରଧାନମନ୍ତ୍ରୀ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଏବଂ ଲୋକାର୍ପଣ କରିଛନ୍ତି। ବ୍ରହ୍ମପୁର ଏବଂ ସୁରଟ ମଧ୍ୟରେ ଅମୃତ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିବା ସହିତ ସମ୍ବଲପୁର ସିଟି ଏବଂ ସରଲା ମଧ୍ୟରେ ରେଳ ଫ୍ଲାଇଓଭର ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । କୋରାପୁଟ-ବାଇଗୁଡ଼ା ରେଳ ଲାଇନ ଏବଂ ମାନାବାର-କୋରାପୁଟ-ଗୋରାପୁର ରେଳ ଲାଇନର ଦୋହରୀକରଣକୁ ଲୋକାର୍ପଣ କରିଛନ୍ତି । […]

ଝାରସୁଗୁଡ଼ାରେ ନକଲି ମୋଦି

ଝାରସୁଗୁଡ଼ାରେ ନକଲି ମୋଦି । ଏହି ବ୍ୟକ୍ତି ଜଣଙ୍କ ହେଉଛନ୍ତି କର୍ଣ୍ଣଟକର ଉଡୁପି ଜିଲ୍ଲାର ସଦାନନ୍ଦ ନାୟର। ପୂର୍ବରୁ ସେ କର୍ଣ୍ଣାଟକ ସରକାରଙ୍କ ଅଧୀନରେ କାମ କରୁଥିବା ବେଳେ ୨୦୧୭ ମସିହାରେ ଠାରେ ଦାଢ଼ି ବଢ଼ିଯିବା ପରେ ସେ ମୋଦୀଙ୍କ ପରି ଅବିକଳ ଦେଖାଯାଉଥିବା ଲୋକେ କହିଥିଲେ। ତାଙ୍କୁ ଦେଖି ସମସ୍ତେ ସେଲଫି ନେଉଛନ୍ତି ।ସେପଟେ ଝାରସୁଗୁଡାରେ ପହଞ୍ଚିଲେ ମୋଦୀ । ବାୟୁସେନାର ସ୍ବତନ୍ତ୍ର ବିମାନରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ । ବିମାନବନ୍ଦର ବାହାରେ ପାରମ୍ପରିକ ନାଚ ଗୀତ […]

ଆଜିଠୁ ଦେଶବ୍ୟାପୀ bsnl 4g ସେବା ଆରମ୍ଭ ହେବ

ପ୍ରତୀକ୍ଷାର ଘଟିଲା ଅନ୍ତ।ଘୋଷଣା ହେଲା ବିଏସଏନଲ ୪ଜି ଲଞ୍ଚ୍‌ର ତାରିଖ। ସେପ୍ଟେମ୍ବର ୨୭ ତାରିଖରେ ଲଞ୍ଚ ହେବ ବିଏସଏନଏଲ ୪ଜି। ଯାହାର ଫାଇଦା ପ୍ରାୟ ୯ କୋଟିରୁ ଅଧିକ ୟୁଜର୍ସଙ୍କୁ ହେବ। ଏନେଇ ବିଏସଏନଏଲ ଚେୟାରମ୍ୟାନ ଏବଂ ପ୍ରବନ୍ଧ ନିର୍ଦ୍ଦେଶକ ଏ ରବର୍ଟ ଜେ ରବି ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ବିଏସଏନଏଲ ଦେଶର ଏକମାତ୍ର ଟେଲିକମ କମ୍ପାନି ଯାହା ୭୦୦ ମେଗାହର୍ଟଜ ବ୍ୟାଣ୍ଡ୍‌ରେ ୪ଜି ସେବା ପ୍ରଦାନ କରିବ। ରିପୋର୍ଟ ଅନୁସାରେ ଦୂରସଞ୍ଚାର ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ […]

ନବରାତ୍ରିର ଷଷ୍ଠ ଦିନରେ ମା’ କାତ୍ୟାୟନୀଙ୍କ ଉପାସନା

ଧରାପୃଷ୍ଠକୁ ଅବତରଣ କରିବେ ମାଆ ଜଗତଜନନୀ । ରାଜ୍ୟର ଶକ୍ତିପୀଠ ଗୁଡ଼ିକରେ ଚାଲିଛି ମାଆଙ୍କ ଷୋଡ଼ଶ ଉପଚାର ପୂଜା ।ନବରାତ୍ରୀର ଷଷ୍ଠ ଦିନରେ ମା କାତ୍ୟାୟନୀଙ୍କୁ ପୂଜା କରାଯାଇଥାଏ । ଦେବୀ ଦୁର୍ଗାଙ୍କ ୯ଟି ସ୍ୱରୂପ ମଧ୍ୟରେ ମାଁ କାତ୍ୟାୟନୀଙ୍କ ପୂଜା କରିବା ଦ୍ୱାରା ଶୁଭ ଫଳ ପ୍ରାପ୍ତି ହୋଇଥାଏ । ମା’ ବହୁତ ଗୁଣବତୀ । ମା କାତ୍ୟାୟନୀ ଅମୋଘ ଫଳଦାୟିନୀ । ଏହି ଦିନ ସାଧକଙ୍କ ମନ ଆଜ୍ଞା ଚକ୍ରରେ ସ୍ଥିତ ରହିଥାନ୍ତି ।ପୌରାଣିକ […]

ଅକ୍ଟୋବରରେ ୨୦ ଦିନ ବ୍ୟାଙ୍କ ବନ୍ଦ ରହିବ

ଦଶହରା, ଗଜଲକ୍ଷ୍ମୀ ପୂଜା, ଦୀପାବଳୀ ଓ ଛଟ ପୂଜା ପାଇଁ ଦେଶରେ ଉତ୍ସବର ମାହୋଲ ଥିବା ବେଳେ ଅକ୍ଟୋବର ମାସ ପାଇଁ ବ୍ୟାଙ୍କ ଛୁଟି ତାଲିକା ପ୍ରକାଶ ପାଇଛି । ଅକ୍ଟୋବର ମାସରେ ପାଖାପାଖି 20 ଦିନ ବ୍ୟାଙ୍କ ବନ୍ଦ ରହିବ । ଏଥିରେ 4ଟି ରବିବାର ଓ ଦ୍ବିତୀୟ ଓ ଚତୁର୍ଥ ଶନିବାର ସାମିଲ ଅଛି । ତେବେ ଅକ୍ଟୋବର ମାସରେ ଓଡିଶାରେ 10 ଦିନ ବ୍ୟାଙ୍କ ବନ୍ଦ ରହିବ । ଏହା ସତ୍ତ୍ବେ ଅନଲାଇନ୍ […]

ଗ୍ରାମାଞ୍ଚଳରେ ଲୋକଙ୍କ ଘରେ ରହିବେ ପର୍ଯ୍ୟଟକ । ବଢ଼ିବ ରୋଜଗାର

ରାଜ୍ୟରେ କାର୍ଯ୍ୟକାରୀ ହେବ ହୋମ୍‌ ଷ୍ଟେ ପ୍ରତିଷ୍ଠା ଯୋଜନା । ୨୦୨୯-୩୦ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ୫ ବର୍ଷ ପାଇଁ କାର୍ଯ୍ୟକାରୀ ହେବ ଏହି ଯୋଜନା ।ଅଧିସୂଚିତ ଗ୍ରାମ ପଞ୍ଚାୟତରେ ନୂତନ ଗୃହ ନିବାସ ୟୁନିଟ୍ ପ୍ରତିଷ୍ଠା କରିବା ପାଇଁ ଯୋଗ୍ୟ ହିତାଧିକାରୀମାନଙ୍କୁ ଆର୍ଥିକ ପ୍ରୋତ୍ସାହନ ପ୍ରଦାନ କରାଯିବ । ଏହି ଯୋଜନା ଅଧୀନରେ ପ୍ରାୟ ୪୫୦ ନୂତନ ଗୃହନିବାସ ୧୮୦୦ ଶଯ୍ୟା ପାଇଁ ଯୋଜନା ଅଧିସୂଚିତ ପଞ୍ଚାୟତର ଯେକୌଣସି ବାସିନ୍ଦା, 18 ବର୍ଷରୁ ଅଧିକ ବୟସର, […]