ଆଜି ଝାରସୁଗୁଡ଼ା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି

ଆଜି ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ପୂର୍ବାହ୍ନ ୧୧ଟା ୧୦ ମିନିଟ୍ ରେ ଝାରସୁଗୁଡ଼ା ବିମାନ ବନ୍ଦରରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ । ୧୧ଟା ୨୫ରେ ଅମଲିପାଲି ପଡ଼ିଆରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବେ । ସେଠାରେ ପ୍ରଧାନମନ୍ତ୍ରୀ ପୂର୍ବ ନିର୍ଦ୍ଧାରଣ ଅନୁସାରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ, ଉଦ୍‌ଘାଟନ ଏବଂ ଲୋକାର୍ପଣ କରିବେ। ଏହାପରେ ଅପରାହ୍ନ ୧୨ଟା ୪୫ମି.ରେ ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବା କାର୍ଯ୍ୟକ୍ରମ ରହିଛି। ଏହି କାର୍ଯ୍ୟକ୍ରମରେ ଜନସାଧାରଣ, ମହିଳା, ଛାତ୍ରୀଛାତ୍ର, ଯୁବବର୍ଗଙ୍କ ସମେତ ପ୍ରାୟ ୬୦ହଜାର ଜନସମାବେଶ […]

କଟକରେ ଦୁର୍ଗାପୂଜା ପାଳନ ପାଇଁ ଟ୍ରାଫିକ କଟକଣା ଜାରି

କଟକ ଦଶହରା ଭସାଣି ପାଇଁ କମିଶନରେଟ ପୋଲିସର ଟ୍ରାଫିକ କଟକଣା । ୩ ତାରିଖ ସକାଳ ୭ରୁ ୪ ତାରିଖ ଭସାଣି ଶେଷ ହେବା ଯାଏଁ କଟକଣା । ଉପର ବାଲିଯାତ୍ରା ପଡିଆ ସମେତ ୧୫ଟି ସ୍ଥାନରେ ପାର୍କିଂ ବ୍ୟବସ୍ଥା ରହିଛି ।ଏହାକୁ ଦୃଷ୍ଟିରେ ରଖ୍ ଯାନବାହନ ଗୁଡ଼ିକର ସୁନିୟନ୍ତ୍ରୀତ ଚଳାଚଳ ତଥା ଜନସାଧାରଣ ଓ ପଥଚାରୀଙ୍କ ସୁବିଧା ଉଦ୍ଦେଶ୍ୟରେ ଓଡିଶା ଅର୍ବାନ୍ ପୁଲିସ ଆକ୍ଟ୨୦୦୩ ର ଧାରା ୨୮(ଓଡ଼ିଶା ଆକ୍ଟ, ୨୦୦୭ ର ଧାରା ୮)ଏବଂ […]

 ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପଞ୍ଚାୟତ ଡାଟା ଏଣ୍ଟ୍ରି ଅପରେଟର

ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପଞ୍ଚାୟତ ଡାଟା ଏଣ୍ଟ୍ରି ଅପରେଟର । ଖୋର୍ଦ୍ଧା ବାଣପୁର ନୀଳାଦ୍ରିପ୍ରସାଦ ପଞ୍ଚାୟତ ଡାଟା ଏଣ୍ଟ୍ରି ଅପରେଟର ରାକେଶ କୁମାର ସାହୁ। ୬ ହଜାର ଟଙ୍କା ଲାଞ୍ଚ ନେବାବେଳେ ମାଡି ବସିଲା ଭିଜିଲାନ୍ସ। ବର୍ତ୍ତମାନ ଭିଜିଲାନ୍ସ ଟିମ ପ୍ରଥମେ ନିଳାଦ୍ରୀପ୍ରସାଦ ପଞ୍ଚାୟତ ପରେ ବାଣପୁର ବ୍ଲକ କାର୍ଯ୍ୟାଳୟରେ ଅଭିଯୁକ୍ତ ରାକେଶ ଙ୍କୁ ନେଇ ଜେରା କରୁଥିବା ସୂଚନା ମିଳିଛି l ସୂଚନା ଥାଉକି ରାକେଶ ଗତ ଏକ ବର୍ଷ ହେବ ବାଣପୁର ବ୍ଲକ […]

ଆସନ୍ତା ୨୯ ରୁ ହାଇକୋର୍ଟର ଦଶହରା ଅବକାଶ ଆରମ୍ଭ, ଅକ୍ଟୋବର ୮ରେ ଖୋଲିବ ଅଦାଲତ

ଆରମ୍ଭ ହେଲାଣି ପାର୍ବଣ। ଆସନ୍ତା ୨୯ ତାରିଖ ସୋମବାରରୁ ହାଇକୋର୍ଟର ଦଶହରା ଅବକାଶ ଆରମ୍ଭ ହେଉଛି। ଶୁକ୍ରବାର ଶେଷ କାର୍ଯ୍ୟ ଦିବସ । ଅକ୍ଟୋବାର ୮ରେ ଅଦାଲତ ଖୋଲିବ । ଏହି ଛୁଟି ସମୟ ମଧ୍ୟରେ ଜରୁରି ମାମଲାର ଶୁଣାଣି ପାଇଁ ଆସନ୍ତା ୨୯ ତାରିଖ, ଅକ୍ଟୋବର ୧ ତାରିଖ ଓ ୬ ତାରିଖରେ ଅବକାଶକାଳୀନ ଅଦାଲତ ବସିବ ।

ଏଣିକି ଦ୍ଵାଦଶ ପରୀକ୍ଷା ପ୍ରସ୍ତୁତି ପାଇଁ ବ୍ୟବହାର ହେବ AI ଟେକ୍ନୋଲୋଜି

ଦ୍ୱାଦଶ ପରୀକ୍ଷା ପ୍ରସ୍ତୁତି ପାଇଁ ବ୍ୟବହାର ହେବ ଏଆଇ ଟେକ୍ନୋଲୋଜି । ଘରେ ବସି ଏଆଇ ମାଧ୍ୟମରେ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ ନିଜ ଦକ୍ଷତା ଜାଣିହେବ । ବିଭିନ୍ନ ମଡ୍ୟୁଲର ପ୍ରଶ୍ନ ରଖିବ ଏଆଇ । , ଉତ୍ତର ଦେବେ ପରୀକ୍ଷାର୍ଥୀ । ଏଥିରେ ପିଲାମାନେ ଅଧ୍ୟାୟ ଆଧାରିତ ଅଭ୍ୟାସ ମଡ୍ୟୁଲ, ମକ୍ ପରୀକ୍ଷା ପ୍ରସ୍ତୁତି କରିପାରିବେ। JEE, NEET, CLAT ଭଳି ପରୀକ୍ଷା ପ୍ରସ୍ତୁତି ମଧ୍ୟ କରିପାରିବେ।

ଶ୍ରୀକ୍ଷେତ୍ରରେ କାର୍ତ୍ତିକ ବ୍ରତ: ଯାଞ୍ଚ ପ୍ରକ୍ରିୟାରେ ପ୍ରାୟ ୨୦୦ ଜଣ ବାଦ୍‌

ଆସନ୍ତା ମାସ ୭ ତାରିଖରୁ ଆରମ୍ଭ ହୋଇ ନଭେମ୍ବର ୫ରେ ଶେଷ ହେବ କାର୍ତ୍ତିକ ବ୍ରତ । କେଉଁ ଜିଲ୍ଲାରୁ କେବେ ହବିଷ୍ୟାଳି ବ୍ରତ ପାଳନ ନିମନ୍ତେ ଆସିବେ ସେନେଇ ଚୂଡ଼ାନ୍ତ ତାଲିକା ପ୍ରଶାସନ ପ୍ରସ୍ତୁତ କରିଛି । ପ୍ରାୟ ୨୬୪୪ ଜଣ ସରକାରୀ ନିର୍ଦ୍ଧାରିତ ପୋଟାଲରେ ଆବେଦନ କରିଥିବା ବେଳେ ଯାଞ୍ଚ ପ୍ରକ୍ରିୟାରେ ପ୍ରାୟ ୨୦୦ ଜଣ ବାଦ୍‌ ପଡ଼ିଛନ୍ତି । ସେପଟେ ହବିଷ୍ୟାଳି ଶିବିରରେ ବ୍ରତଧାରୀଙ୍କ ଉତ୍ତମ ଯତ୍ନ ଓ ସୁରକ୍ଷା ପ୍ରଭୃତି କାର୍ଯ୍ୟର […]

ନକଲି ଆଇପିଏସକୁ ବାନ୍ଧିଲା ଭଦ୍ରକ ପୁଲିସ

ହୋଟେଲ ରୁମରେ ଶୋଇଥିଲେ ନକଲି ଡିଏସପି ବାବୁ । ଅଚାନକ ହୋଟେଲ ରୁମ୍ କବାଟ ଠକ୍ ଠକ୍ କଲେ ଦଳେ ପୋଲିସ୍ । ଯାହାଙ୍କୁ ଦେଖି ନିଦ ଭାଙ୍ଗିଗଲା ନକଲି ପୋଲିସ ବାବୁଙ୍କର । କିଛି ଆଉ କରିପାରିଲେନି କି ନିଜକୁ ବଞ୍ଚାଇପାରିଲେନି କାହିଁକିନା ହଠାତ୍ ଚଢ଼ାଉ କରିଥିଲା ପୋଲିସ । ସିଧା ଯାଇ ଶୋଇଥିବା ଅବସ୍ଥାରେ ହିଁ ଥାନାରେ ହାଜର କରିଦେଲେ ପୋଲିସ । ଗିରଫ ଅଭିଯୁକ୍ତ ହେଲେ ଝାଡ଼ଖଣ୍ଡର ରାହୁଲ ସିଂ ରଣାୟତ୍ତ । […]

ପ୍ରକାଶ ପାଇଲା ଓସିଏସ୍-୨୦୨୩ ରେଜଲ୍ଟ

ଓଡ଼ିଶା ଲୋକସେବା ଆୟୋଗ(ଓପିଏସସି) ଦ୍ୱାରା ପରିଚାଳିତ ଓଡ଼ିଶା ପ୍ରଶାସନିକ ସେବା(ଓସିଏସ)-୨୦୨୩ର ରେଜଲ୍ଟ ପ୍ରକାଶ ପାଇଛି । ଚଳିତ ଥର ୩୯୮ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । ୧୪୪ ମହିଳା ଚୟନ ହୋଇଛନ୍ତି । ଶୀର୍ଷ ୧୦ ଜଣଙ୍କ ମଧ୍ୟରେ ୯ ପୁରୁଷ ଥିବା ବେଳେ ଜଣେ ମହିଳା ଅଛନ୍ତି । ଗତ ଏପ୍ରିଲ ମାସରେ ମେନ୍ ପରୀକ୍ଷା ହୋଇଥିଲା । ସେହିପରି ଏଇ ମାସ ୬ ତାରିଖରୁ ୧୮ ତାରିଖ ପର୍ଯ୍ୟନ୍ତ ପର୍ସନାଲ ଟେଷ୍ଟ ହୋଇଥିଲା […]

ଅକ୍ଟୋବର ୧୫ ସୁଦ୍ଧା ରାଜ୍ୟର ସମସ୍ତ ସରକାରୀ ପୁରୁଣା ଯାନବାହାନ ସ୍କ୍ରାପ କରିବାକୁ ନିର୍ଦ୍ଦେଶ

ଅକ୍ଟୋବର ୧୫ ସୁଦ୍ଧା ରାଜ୍ୟର ସମସ୍ତ ସରକାରୀ ପୁରୁଣା ଯାନବାହାନ ସ୍କ୍ରାପ କରିବାକୁ ନିର୍ଦ୍ଦେଶ ହୋଇଛି । ଏନେଇ ବାଣିଜ୍ୟ ପରିବହନ ବିଭାଗ ପକ୍ଷରୁ  ନିର୍ଦ୍ଦେଶନାମା ଜାରି କରାଯାଇଛି । ସବୁ  ବିଭାଗର ସଚିବଙ୍କ ସମେତ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରମୁଖଙ୍କୁ ଏନେଇ ଚିଠି ହୋଇଛି ।  ଚିଠିରେ ଉଲ୍ଲେଖ ହୋଇଛି ଗତ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ମୋଟ ୪ ହଜାର ସରକାରୀ ଯାନବାହାନ ସ୍କ୍ରାପ ହୋଇସାରିଛି । ଏଥିପାଇଁ କେନ୍ଦ୍ର ଅର୍ଥମନ୍ତ୍ରାଳୟ ପକ୍ଷରୁ […]

ଠକ ସ୍ଵାମୀର ପର୍ଦ୍ଦାଫାଶ! ଥାନାରେ ହାଜରେ ହେଲେ ୨ ସ୍ତ୍ରୀ

ମିଛ ପ୍ରେମର ଅଭିନୟ କରି ଦୁଇଜଣ ମହିଳାଙ୍କୁ ବିବାହ କରିଥିଲେ । ସେମାନଙ୍କ ଟଙ୍କାରେ ଅୟସ, ଆରାମ କରୁଥିଲେ । ପୁଣି ଟଙ୍କା ଲୋଭରେ ଦେଉଥିଲେ ଧମକ ଆଉ ଶାରିରୀକ ନିର୍ଯାତନା । ଆହୁରି ଅନେକ ବିବାହ କରି ସ୍ତ୍ରୀଙ୍କୁ ଲୁଚାଇ ରଖିଥିବା ମଧ୍ୟ ଅଭିଯୋଗ କରିଛନ୍ତି ଦ୍ଵିତୀୟ ସ୍ତ୍ରୀ । ସୁହାନାମୁତାବକ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନସ୍ଥ ଚୁନିଦା ବଳଭଦ୍ରପୁର ଗାଁର ସୀତାଂଶୁ ଶେଖର ସାହୁ ପ୍ରଥମେ ବାଲେଶ୍ଵର ଜିଲ୍ଲା ଅଞ୍ଚଳର ଅଞ୍ଜନା ବାରିକ ନାମକ […]

“ଆମ ସାଥି” Chatbotର ଶୁଭାରମ୍ଭ କଲେ ରାଜ୍ୟ ସରକାର

ହାତ ପାହାନ୍ତାରେ ମିଳିବ ସରକାରୀ ସେବା । ଜନ୍ମମୃତ୍ୟୁ, ଆଇନଗତ ଉତ୍ତରାଧିକାରୀ, ବାସସ୍ଥାନ ଏବଂ ଆୟ ପ୍ରମାଣପତ୍ର, ଡ୍ରାଇଭିଂ ଲାଇସେନ୍ସ, ଫର୍ଟିଲାଇଜର ଲାଇସେନ୍ସ, ଆର୍ନ୍ତଜାତି ବିବାହରୁ ଲାଭ, ଜାତୀୟ ପରିବାର ଯୋଜନାରୁ ଲାଭ ଭଳି ବହୁ ସୁବିଧା ହ୍ୱାଟସଆପ୍ ଜରିଆରେ ମିଳିପାରିବ ।ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଛି “ଆମ ସାଥି” ଚାଟବଟ୍ ଏବଂ ସେଣ୍ଟ୍ରାଲ୍ ମନିଟରିଂ ସିଷ୍ଟମ୍ ୨.୦ । ଏଥିପାଇଁ “ଆମ ସାଥି” ହ୍ଵାଟ୍ସଆପ୍ ଚାଟ ବଟ ନମ୍ବର 9437292000ରେ ମେସେଜ ଦେଲେ […]

ଆସନ୍ତାକାଲି ସ୍ୱତନ୍ତ୍ର ଓଟିଇଟି; ୭୫ ହଜାର ୪୦୩ ଶିକ୍ଷକ-ଶିକ୍ଷୟିତ୍ରୀ ଦେବେ ପରୀକ୍ଷା

ଆସନ୍ତାକାଲି ସ୍ୱତନ୍ତ୍ର ଓଟିଇଟି ପରୀକ୍ଷା । ରାଜ୍ୟର ୧୯୩ ଟି ପରୀକ୍ଷା କେନ୍ଦ୍ରରେ ୭୫ ହଜାର ୪୦୩ ଶିକ୍ଷକ ଶିକ୍ଷୟିତ୍ରୀ ଦେବେ ଏହି ପରୀକ୍ଷା । ସମସ୍ତ ପରୀକ୍ଷା କେନ୍ଦ୍ରରେ ହୋଇଛି ସିସିଟିଭି ବ୍ୟବସ୍ଥା । ବୋର୍ଡରେ ରହିଛି ଇଣ୍ଟିଗ୍ରେଟେଡ଼ କମାଣ୍ଡ କଣ୍ଟ୍ରୋଲ ରୁମ । ବୋର୍ଡରୁ ସମସ୍ତ ପରୀକ୍ଷା ନିରୀକ୍ଷଣ କରି ପାରିବେ ଅଧିକାରୀ ପରୀକ୍ଷାରେ ଅନିୟମିତତା ତଥା ଭାଇରାଲ୍‌ ଓ କପି ଆଦି ନିୟନ୍ତ୍ରଣ ପାଇଁ ପୂର୍ବ ପରି ପ୍ରତି ପ୍ରଶ୍ନପତ୍ରରେ କ୍ୟୁଆର୍‌ କୋର୍ଡ […]