ବିହାର ନିର୍ବାଚନ ତାରିଖ ଘୋଷଣା ହୋଇନି ସତ କିନ୍ତୁ ଏହା ପୂର୍ବରୁ ନିର୍ବାଚନ ପାଇଁ ପ୍ରସ୍ତୁତି ଜୋରଦାର କରିଛି ବିଜେପି । ଭାରତୀୟ ଜନତା ପାର୍ଟି ଗୁରୁବାର ଏକ ବଡ଼ ଘୋଷଣା କରିଛି। ଭାଜପା ବିହାର ଏବଂ ପଶ୍ଚିମବଙ୍ଗ ନିର୍ବାଚନ ପାଇଁ ପ୍ରଭାରୀ ଘୋଷଣା କରିଛି। ଦଳ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିହାର ନିର୍ବାଚନ ପାଇଁ ପ୍ରଭାରୀ ଭାବରେ ନିଯୁକ୍ତ କରିଛି |ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବଙ୍କୁ ନିର୍ବାଚନ ପ୍ରଭାରୀ […]
ହୀରାକୁଦ ଡ୍ୟାମ୍ର ଆଉ ୪ ଗେଟ୍ ଖୋଲିଲା । ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦରେ ଆଉ ୪ଟି ଗେଟ୍ ଖୋଲିଛି । ମୋଟ୍ ୨୦ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଛି ।୩ ଲକ୍ଷ ୬୦ ଜଳ କ୍ୟୁସେକ ଜଳ ନିଷ୍କାସିତ ହେଉଛି । ଜଳ ସଂପଦ ବିଭାଗ ମୁଖ୍ୟ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢୀ କହିଛନ୍ତି ଯେ ତଳମୁଣ୍ଡରେ ବର୍ଷା ନଥିବାରୁ ସ୍ଥିତି ନିୟନ୍ତ୍ରଣରେ ରହିଛି ।ଏପଟେ ଗେଟ ଖୋଲାଯାଇଥିବାରୁ ତଳମୁଣ୍ଡକୁ ସତର୍କ ସୂଚନା […]
ଅଳିଆରୁ ପ୍ରସ୍ତୁତ ହେବ ଏନର୍ଜି ଆଉ କୋଇଲା । ଆଜି ଏଭଳି କିଛି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ରାଜ୍ୟ ସରକାରଙ୍କ ଗୃହ ଏବଂ ନଗର ଉନ୍ନୟନ ବିଭାଗ ଏନେଇ କାର୍ଯ୍ୟ କରୁଥିବା ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଭୁବନେଶ୍ୱର କର୍ପୋରେସନ ଅଞ୍ଚଳରୁ ପ୍ରତିଦିନ ୮୦୦ ଟନ ଅଳିଆ ବାହାରୁଛି । ଯେଉଁଥିରେ ୪୦୦ ଟନ ଓଦା ଏବଂ ୩୯୦ ଟନ ପାଖାପାଖି ଶୁଖିଲା ଅଳିଆ ବାହାରୁଛି । ଯାହାକୁ ବିଭିନ୍ନ ପଦ୍ଧତିରେ […]
ଆସନ୍ତା ମାସରୁ ଆରମ୍ଭ ହେବାକୁ ଥିବା ଭାରତ-ୱେଷ୍ଟଇଣ୍ଡିଜ୍ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି । ଦଳରେ ଅନେକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି ।ଅଧିନାୟକ ଶୁବମନ ଗିଲଙ୍କ ନେତୃତ୍ବରେ ଦଳ ଘୋଷଣା । ଅଲରାଉଣ୍ଡର ରବୀନ୍ଦ୍ର ଜାଡ଼େଜାଙ୍କୁ ଉପଅଧିନାୟକ ଦାୟିତ୍ୱ । ଆହତ ଜନିତ କାରଣ ପାଇଁ ଋଷଭ ପନ୍ତ ସ୍ଥାନ ପାଇଲେ ନାହିଁ । କେବେ ୱିକେଟ କିପର ତାଲିକାରେ ଧ୍ରୁବ ଜୁରେଲଙ୍କ ସହ ଏନ୍ ଜଗଦିଶାନ । ବାଦ ପଡ଼ିଲେ କରୁଣ […]
ଏବେ ଏଭଳି ଏକ ଭବିଷ୍ୟବାଣୀ ବିଷୟରେ ଜଣାପଡ଼ିଛି, ଯାହା ଡରାଇବ ନିଶ୍ଚୟ। ପ୍ରସିଦ୍ଧ ବୁଲଗେରିଆନ୍ ରହସ୍ୟବାଦୀ ବାବା ଭାଙ୍ଗା ୨୦୨୬କୁ ନେଇ କରିଥିବା ଭବିଷ୍ୟବାଣୀ ଏବେ ବିଶ୍ବ ପାଇଁ ଚିନ୍ତା ପାଲଟିଛି।କୁହାଯାଏ ଯେ ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ପ୍ରାୟତଃ ସତ ହୋଇ ଆସୁଛି। ତେଣୁ, ଯଦି ସେ ଏକ ରକ୍ତାକ୍ତ କିମ୍ବା ହିଂସାତ୍ମକ ଭବିଷ୍ୟତର ଭବିଷ୍ୟବାଣୀ କରନ୍ତି, ତେବେ ସେଗୁଡ଼ିକୁ ଗମ୍ଭୀରତାର ସହ ନିଆଯାଇଥାଏ। ବାବା ଭେଙ୍ଗା ବୁଲଗେରିଆରେ ଜନ୍ମଗ୍ରହଣ କରିଥିଲେ ଏବଂ ସେ “ବାଲ୍କନର ନୋସ୍ତ୍ରୋଦମସ୍” […]
ହିନ୍ଦୁଧର୍ମରେ ମା’ ଦୁର୍ଗାଙ୍କ ଗଣତି ପ୍ରମୁଖ ଦେବୀ ମଧ୍ୟରେ ସବୁଠାରୁ ଶ୍ରେଷ୍ଠ । ଶକ୍ତିର ପ୍ରତୀକ ମା’ ଦୁର୍ଗା । ଶାରଦୀୟ ନବରାତ୍ରି ଆରମ୍ଭ ହୋଇଛି । ଆଜି ନବରାତ୍ରିର ଚତୁର୍ଥ ଦିନ । ଆଜି ଦିନରେ ମା’ କୁଷ୍ମାଣ୍ଡାଙ୍କୁ ପୂଜା କରାଯାଏ ।କୁଷ୍ମାଣ୍ଡା ଦେବୀ ଦୁର୍ଗାଙ୍କର ଏକ ଅନନ୍ୟ ରୂପ, ଯିଏ ମୃଦୁହାସଦ୍ୱାରା ବ୍ରହ୍ମାଣ୍ଡ ସୃଷ୍ଟି କରିପାରନ୍ତି ।ସେ ସମ୍ପଦ ଓ ଶକ୍ତିର ଉନ୍ନତି କରୁଥିବା ବିଶ୍ୱାସ କରାଯାଏ । ଦେବୀ କୁଷ୍ମାଣ୍ଡାଙ୍କର ଆଠଟି ହାତ […]
ମାଛ ଧରାଳିଙ୍କ ଜାଲରେ ଲାଗିଛି ୩୦ କେଜିର ଅଷ୍ଟଧାତୁ ମୂର୍ତ୍ତି । ପୁରୀ କୋଣାର୍କ ବେଳାମାର୍ଗରେ ଥିବା ବେଲଦଳ ଗ୍ରାମର ଚନ୍ଦ୍ରମଣି ସ୍ୱାଇଁଙ୍କ ପୁତ୍ର ପ୍ରକାଶ ଚନ୍ଦ୍ର ସ୍ୱାଇଁ (୪୫) ମଙ୍ଗଳବାର ଭୋର୍ରୁ ନୂଆନଈ ବ୍ରିଜ ତଳେ ମାଛ ଧରୁଥିଲା ବେଳେ ମାଛ ସହ ଏକ ୩୦ କେଜିରୁ ଊଦ୍ଧ୍ୱର୍ ଓଜନର ଶିବପାର୍ବତୀ ମୂର୍ତ୍ତି ଜାଲରେ ଲାଗିଥିଲା ।ପୁରୀ କୋଣାର୍କ ମୁଖ୍ୟ ରାସ୍ତା ପୁରୀ ସଦର ଥାନା ଅଞ୍ଚଳରେ ଘଟିଛି ଏହି ଘଟଣା । ଆସ୍ଥାନରେ ବାବା […]
ଭିଜିଲାନ୍ସ ଜାଲରେ ଭୁବନେଶ୍ବର TPCODL ସର୍କଲ-୧ର କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ତୁଷାରକାନ୍ତ ରାୟଙ୍କୁ ମାଡ଼ିବସିଛି ଭିଜିଲାନ୍ସ। ୨୦ ହଜାର ଲାଞ୍ଚ ନେବାବେଳେ ତାଙ୍କୁ ଭିଜିଲାନ୍ସ ବିଭାଗ ଧରିଛି। ଆପାର୍ଟମେଣ୍ଟରେ ବିଦ୍ୟୁତ ସଂଯୋଗ କରାଇଦେବା ପାଇଁ ନେଉଥିଲେ ଲାଞ୍ଚ । ଯନ୍ତ୍ରୀଙ୍କ ଘରୁ ନଗଦ ୯ ଲକ୍ଷ ୫୩ ହଜାର ଟଙ୍କା ଜବତ କରାଯାଇଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ନେଇ ଯାଞ୍ଚ କରୁଛି ଭିଜିଲାନ୍ସ। ଏକାକାଳୀନ ୩ଟି ସ୍ଥାନରେ ଚାଲିଛି ରେଡ୍ ।ସୂଚନାଯୋଗ୍ୟ, ଓଡ଼ିଶା ଭିଜିଲାନ୍ସ […]
ଭାରତୀୟ ସେନାକୁ ଆଉ ଏକ ସଫଳତା। ଏଣିକି ଚଳନ୍ତା ଟ୍ରେନରୁ ଶତ୍ରୁ ଉପରେ କରିହେବ ଆକ୍ରମଣ।ଅଗ୍ନି-ପ୍ରାଇମ୍ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରିଛି ଭାରତ । ଏହି ପରୀକ୍ଷଣ ରେଳ-ଆଧାରିତ ମୋବାଇଲ୍ ଲଞ୍ଚର୍ ସିଷ୍ଟମରୁ କରାଯାଇଛି। ଗତକାଲି ସନ୍ଧ୍ୟା ପ୍ରାୟ ୬ଟା ୪୦ ସମୟରେ ହୋଇଛି ଉତ୍ କ୍ଷେପଣ । ଏହି ସଫଳ ଉଡ଼ାଣ ପରୀକ୍ଷଣ ଭାରତକୁ ସେହି ବଛା ବଛା ରାଷ୍ଟ୍ରମାନଙ୍କ ମଧ୍ୟରେ ସ୍ଥାନିତ କରିଛି ଯେଉଁମାନେ ମୋବାଇଲ୍ ରେଳ ନେଟୱାର୍କରୁ ଏକ କ୍ୟାନିଷ୍ଟରାଇଜ୍ଡ୍ ଲଞ୍ଚ୍ ସିଷ୍ଟମ୍ […]
ଖାଦ୍ୟ ଅନ୍ୱେଷଣରେ ଆସି ବନସୀ କଣ୍ଟା ଗିଳି ଦେଲା ବିଷଧର ତମ୍ପ । ତଣ୍ଟିରେ ଅଟିକିଗଲା 3 ସେଣ୍ଟିମିଟର ଲମ୍ବର ବନସୀ କଣ୍ଟା ।ଏହିଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଥାନା ଅଞ୍ଚଳର ଉଜୁନି ଗାଁ’ରେ, ସୂଚନାମୁତାବକ ଭିକାରି ଚରଣ ମାଝୀଙ୍କ ଗାଡିଆରେ ମାଛ ଧରିବା ପାଇଁ ଏକ ବନସୀ ଖଡା ପୋତିଥିଲେ । 23 ତାରିଖ ସକାଳେ ସେଇ ବନସୀ କଣ୍ଟାରେ ଏକ 4 ଫୁଟ ଲମ୍ବର ତମ୍ପ ସାପ ଲାଗି ଥିବା […]
ରାୟଗଡ଼ ତା ୨୪/୦୯ – ରାୟଗଡ଼ା ଜିଲ୍ଲାରେ କାର୍ଯ୍ୟରତ ସମସ୍ତ ଧନ୍ଦାମୂଳକ ଶିକ୍ଷକ ମାନେ ଆଜି ଜିଲ୍ଲା ଶିକ୍ଷାଧିକାରୀ ରାମଚନ୍ଦ୍ର ନାହାକଙ୍କୁ ନିଜର ବିଭିନ୍ନ ସମସ୍ୟା ଓ ଦାବୀ ନେଇ ଏକ ସ୍ମାରକ ପତ୍ର ଦେଇଥିଲେ । ସୂଚନା ଥାଉ କି ଯେ ଗତକାଲି ଏହି ବର୍ଗର ଗଜପତି ଜିଲ୍ଲାରେ କାର୍ଯ୍ୟରତ ଜଣେ ଶିକ୍ଷକ ଆତ୍ମହତ୍ୟା କରିଥିବା ଘଟଣାକୁ ଦର୍ଶାଇ କହିଛନ୍ତି ଯେ ୪ ମାସ ହେଲା ଦରମା ମିଳିନଥିବାରୁ ବେଳେ ଉକ୍ତ ଶିକ୍ଷକ ଜଣକ ଅନ୍ୟ […]
୨୭ ତାରିଖ ଦିନ ଦିନ ୧୧ଟା ୧୦ ମିନିଟରେ ସ୍ବତନ୍ତ୍ର ବିମାନ ଯୋଗେ ଝାରସୁଗୁଡା ପହଞ୍ଚିବେ ମୋଦି । ସେଠାରୁ ସଡ଼କ ପଥରେ ଯାଇ ପୂର୍ବାହ୍ନ ୧୧ଟା ୨୫ରେ ଅମଲିପାଲି ସ୍ଥିତ ପଡିଆରେ ଆୟୋଜିତ କାର୍ଯ୍ୟକ୍ରମ ସ୍ଥଳରେ ଯୋଗଦେବେ । ସେଠାରେ ପୂର୍ବ ନିର୍ଦ୍ଧାରିତ ଅନୁସାରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ, ଉଦଘାଟନ ଓ ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି । କାର୍ଯ୍ୟକ୍ରମ ଶେଷରେ ଅପରାହଣ ୧୨ଟା ୪୫ରେ ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବାର କାର୍ଯ୍ୟକ୍ରମ ରହିଛି । […]
